Posted inରାଜ୍ୟ

ନିଜ ଦରମାରୁ ରନ୍ଧାଖାଦ୍ୟ ଦେଉଛନ୍ତି କୃଷ୍ଣଚନ୍ଦ୍ର

ଭୁବନେଶ୍ୱର,୭ା୬(ବ୍ୟୁରୋ): କରୋନା ସଙ୍କଟ ଭିତରେ ଓଡ଼ିଶା, ଭାରତ ସମେତ ସମଗ୍ର ବିଶ୍ୱ ଫସି ରହିଛି। ଲକ୍ଷ ଲକ୍ଷ ଲୋକ ରୋଜଗାର ହରାଇ ଭୋକରେ ରହୁଥିବାବେଳେ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଅନେକ ସହୃଦୟ ବ୍ୟକ୍ତି ଓ ଅନୁଷ୍ଠାନ ସହଯୋଗର ହାତ ବଢାଉଛନ୍ତି। ସେପରି ଜଣେ ବ୍ୟକ୍ତି ହେଉଛନ୍ତି କୃଷ୍ଣ ଚନ୍ଦ୍ର ପ୍ରଧାନ। ଗତବର୍ଷଠାରୁ ସେ କରୋନା ଲଢେଇରେ ସାମିଲ ହୋଇଛନ୍ତି। ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରେ ରହୁଥିବା କୃଷ୍ଣ ଏକ ଘରୋଇ ହସ୍ପିଟାଲରେ କାମ କରୁଛନ୍ତି। ଯାହା ଦରମା ପାଉଛନ୍ତି ସେଥିରେ ନିଜ ଖର୍ଚ୍ଚ ମେଣ୍ଟାଇବା ସହ ଭୋକରେ ରହୁଥିବା ଲୋକଙ୍କୁ ଖାଦ୍ୟ ଦେଉଛନ୍ତି। କୌଣସି ଅନୁଷ୍ଠାନ ସହ ଜଡିତ ନ ହୋଇ ନିଜ ଦରମାରୁ ହିଁ ସମସ୍ତ ଖର୍ଚ୍ଚ ବହନ କରୁଛନ୍ତି। ଗତବର୍ଷ କରୋନା ସମୟରେ ପ୍ରବାସୀ ଓଡ଼ିଆଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରୁଥିଲେ। ପ୍ରବାସୀମାନେ ଆସୁଥିବା ବିଭିନ୍ନ ଗାଡି, ବସ, ଟ୍ରକ୍‌ ଓ ରେଳ ଷ୍ଟେଶନ ନିକଟରେ ରହି ସେମାନଙ୍କୁ ଖାଇବାକୁ ଦେଉଥିଲେ। ଏହା ବ୍ୟତୀତ ରେଳ ଷ୍ଟେଶନ ଅଞ୍ଚଳରେ ପ୍ରତିଦିନ ପାଖାପାଖି ୩ଶହ ଅସହାୟ ଲୋକଙ୍କୁ ମଧ୍ୟ ଖାଦ୍ୟ ଦେଉଥିଲେ। ଏବର୍ଷ ମଧ୍ୟ କୃଷ୍ଣ କରୋନା ଆକ୍ରାନ୍ତଙ୍କ ଆଟେଣ୍ଡାଣ୍ଟମାନଙ୍କୁ ଖାଇବାକୁ ଦେଉଛନ୍ତି। ଏମ୍‌ସ ଓ ଏସ୍‌ସିବି ମେଡିକାଲରେ ଏହି ସେବା ଜାରି ରଖିଛନ୍ତି। ତାଙ୍କର ଏହି ସେବା ମନୋଭାବକୁ ଦେଖି ଏବେ ଆଉ ୩ଜଣ ତାଙ୍କ ସହ ଯୋଡି ହୋଇଛନ୍ତି। ତେବେ ସମସ୍ତ ଖର୍ଚ୍ଚ କୃଷ୍ଣ ବହନ କରୁଥିବାବେଳେ ଅନ୍ୟମାନେ ଖାଦ୍ୟ ରାନ୍ଧିବା ଓ ମେଡିକାଲରେ ନେଇ ପହଞ୍ଚାଇବାରେ ତାଙ୍କୁ ସହଯୋଗ କରୁଛନ୍ତି। ଦିନକୁ ଏବେ ୧୨୦ରୁ ୧୪୦ ଜଣଙ୍କୁ ଖାଇବାକୁ ଦିଅଯାଉଥିବାବେଳେ ରବିବାର ଦିନ ଅଧିକ ରହୁଛି।
କୃଷ୍ଣ କୁହନ୍ତି, ଅନ୍ୟକୁ ସାହାଯ୍ୟ କରିବାର ପ୍ରେରଣା ମୋ ମା’ଠାରୁ ପାଇଥିଲି। ସେ ଗାଁରେ ରହିଲେ ବି ବହୁ ଅସହାୟ ଲୋକଙ୍କୁ ଖାଇବାକୁ ଦିଏ, ସେମାନଙ୍କୁ ସାହାଯ୍ୟ କରେ। ହସ୍ପିଟାଲରେ କାମ କରୁଥିବାରୁ ପ୍ରତ୍ୟେକ ଦିନ ଅନେକ କରୋନା ଆକ୍ରାନ୍ତ ଏଠାକୁ ଆସୁଥିବା ଦେଖୁଥିଲି। ରୋଗୀଙ୍କୁ ହସ୍ପିଟାଲ ପକ୍ଷରୁ ଖାଇବାକୁ ମିଳି ଯାଉଥିଲେ ହେଁ ସେମାନଙ୍କ ଆଟେଣ୍ଡାଣ୍ଟ୍‌ମାନେ ଖାଇବା ପାଇଁ ବହୁ ହଇରାଣ ହେଉଥିବା ଦେଖିଛି। ତେଣୁ ସେମାନଙ୍କ ପାଇଁ ମାଗଣାରେ ରନ୍ଧା ଖାଦ୍ୟ ଦେବାକୁ ମନସ୍ଥ କରିଥିଲି। ଅନ୍ନଦାନ କରି ପୁଣ୍ୟ ଅର୍ଜନ କରିବା ସହ ନିଜକୁ ଏ ଲଢେଇରେ ସାମିଲ କରିପାରିଥିବାରୁ ଭାରି ଖୁସି ଲାଗୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri