Posted inରାଜ୍ୟ

ନିଜ ଦରମାରୁ ରନ୍ଧାଖାଦ୍ୟ ଦେଉଛନ୍ତି କୃଷ୍ଣଚନ୍ଦ୍ର

ଭୁବନେଶ୍ୱର,୭ା୬(ବ୍ୟୁରୋ): କରୋନା ସଙ୍କଟ ଭିତରେ ଓଡ଼ିଶା, ଭାରତ ସମେତ ସମଗ୍ର ବିଶ୍ୱ ଫସି ରହିଛି। ଲକ୍ଷ ଲକ୍ଷ ଲୋକ ରୋଜଗାର ହରାଇ ଭୋକରେ ରହୁଥିବାବେଳେ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଅନେକ ସହୃଦୟ ବ୍ୟକ୍ତି ଓ ଅନୁଷ୍ଠାନ ସହଯୋଗର ହାତ ବଢାଉଛନ୍ତି। ସେପରି ଜଣେ ବ୍ୟକ୍ତି ହେଉଛନ୍ତି କୃଷ୍ଣ ଚନ୍ଦ୍ର ପ୍ରଧାନ। ଗତବର୍ଷଠାରୁ ସେ କରୋନା ଲଢେଇରେ ସାମିଲ ହୋଇଛନ୍ତି। ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରେ ରହୁଥିବା କୃଷ୍ଣ ଏକ ଘରୋଇ ହସ୍ପିଟାଲରେ କାମ କରୁଛନ୍ତି। ଯାହା ଦରମା ପାଉଛନ୍ତି ସେଥିରେ ନିଜ ଖର୍ଚ୍ଚ ମେଣ୍ଟାଇବା ସହ ଭୋକରେ ରହୁଥିବା ଲୋକଙ୍କୁ ଖାଦ୍ୟ ଦେଉଛନ୍ତି। କୌଣସି ଅନୁଷ୍ଠାନ ସହ ଜଡିତ ନ ହୋଇ ନିଜ ଦରମାରୁ ହିଁ ସମସ୍ତ ଖର୍ଚ୍ଚ ବହନ କରୁଛନ୍ତି। ଗତବର୍ଷ କରୋନା ସମୟରେ ପ୍ରବାସୀ ଓଡ଼ିଆଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରୁଥିଲେ। ପ୍ରବାସୀମାନେ ଆସୁଥିବା ବିଭିନ୍ନ ଗାଡି, ବସ, ଟ୍ରକ୍‌ ଓ ରେଳ ଷ୍ଟେଶନ ନିକଟରେ ରହି ସେମାନଙ୍କୁ ଖାଇବାକୁ ଦେଉଥିଲେ। ଏହା ବ୍ୟତୀତ ରେଳ ଷ୍ଟେଶନ ଅଞ୍ଚଳରେ ପ୍ରତିଦିନ ପାଖାପାଖି ୩ଶହ ଅସହାୟ ଲୋକଙ୍କୁ ମଧ୍ୟ ଖାଦ୍ୟ ଦେଉଥିଲେ। ଏବର୍ଷ ମଧ୍ୟ କୃଷ୍ଣ କରୋନା ଆକ୍ରାନ୍ତଙ୍କ ଆଟେଣ୍ଡାଣ୍ଟମାନଙ୍କୁ ଖାଇବାକୁ ଦେଉଛନ୍ତି। ଏମ୍‌ସ ଓ ଏସ୍‌ସିବି ମେଡିକାଲରେ ଏହି ସେବା ଜାରି ରଖିଛନ୍ତି। ତାଙ୍କର ଏହି ସେବା ମନୋଭାବକୁ ଦେଖି ଏବେ ଆଉ ୩ଜଣ ତାଙ୍କ ସହ ଯୋଡି ହୋଇଛନ୍ତି। ତେବେ ସମସ୍ତ ଖର୍ଚ୍ଚ କୃଷ୍ଣ ବହନ କରୁଥିବାବେଳେ ଅନ୍ୟମାନେ ଖାଦ୍ୟ ରାନ୍ଧିବା ଓ ମେଡିକାଲରେ ନେଇ ପହଞ୍ଚାଇବାରେ ତାଙ୍କୁ ସହଯୋଗ କରୁଛନ୍ତି। ଦିନକୁ ଏବେ ୧୨୦ରୁ ୧୪୦ ଜଣଙ୍କୁ ଖାଇବାକୁ ଦିଅଯାଉଥିବାବେଳେ ରବିବାର ଦିନ ଅଧିକ ରହୁଛି।
କୃଷ୍ଣ କୁହନ୍ତି, ଅନ୍ୟକୁ ସାହାଯ୍ୟ କରିବାର ପ୍ରେରଣା ମୋ ମା’ଠାରୁ ପାଇଥିଲି। ସେ ଗାଁରେ ରହିଲେ ବି ବହୁ ଅସହାୟ ଲୋକଙ୍କୁ ଖାଇବାକୁ ଦିଏ, ସେମାନଙ୍କୁ ସାହାଯ୍ୟ କରେ। ହସ୍ପିଟାଲରେ କାମ କରୁଥିବାରୁ ପ୍ରତ୍ୟେକ ଦିନ ଅନେକ କରୋନା ଆକ୍ରାନ୍ତ ଏଠାକୁ ଆସୁଥିବା ଦେଖୁଥିଲି। ରୋଗୀଙ୍କୁ ହସ୍ପିଟାଲ ପକ୍ଷରୁ ଖାଇବାକୁ ମିଳି ଯାଉଥିଲେ ହେଁ ସେମାନଙ୍କ ଆଟେଣ୍ଡାଣ୍ଟ୍‌ମାନେ ଖାଇବା ପାଇଁ ବହୁ ହଇରାଣ ହେଉଥିବା ଦେଖିଛି। ତେଣୁ ସେମାନଙ୍କ ପାଇଁ ମାଗଣାରେ ରନ୍ଧା ଖାଦ୍ୟ ଦେବାକୁ ମନସ୍ଥ କରିଥିଲି। ଅନ୍ନଦାନ କରି ପୁଣ୍ୟ ଅର୍ଜନ କରିବା ସହ ନିଜକୁ ଏ ଲଢେଇରେ ସାମିଲ କରିପାରିଥିବାରୁ ଭାରି ଖୁସି ଲାଗୁଛି।


Enter your email to get our daily news in your inbox.

All Right Reserved By Dharitri.Com

ନବରଙ୍ଗପୁରରେ ଲଜ୍ଜା; ୮୦ ବର୍ଷୀୟା ବୃଦ୍ଧାଙ୍କୁ ଜଙ୍ଗଲକୁ ଟାଣିନେଇ ବଳାତ୍କାର ଅଭିଯୋଗ, ଚିତ୍କାର ଶୁଣି ଦୌଡ଼ି ଆସିଲେ ଗ୍ରାମବାସୀ

ନବରଙ୍ଗପୁର,୧।୧୦(ସଦାଶିବ ପ୍ରହରାଜ ): ମାନବିକତାକୁ ଲଜ୍ଜିତ କଲା ଅମାନବୀୟ ଘଟଣା । ୮୦ ବର୍ଷୀୟା ବୃଦ୍ଧାଙ୍କୁ ଜଙ୍ଗଲରେ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଜଙ୍ଗଲରୁ…

ସଫେଇ ଅଭିଯାନରେ ସାମିଲ ହେଲେ ଅଧିକ୍ଷକ: କର୍ମଚାରୀଙ୍କୁ ଦେଲେ ସ୍ବଚ୍ଛତା ବାର୍ତ୍ତା

କେସିଙ୍ଗା, ୧।୧୦ (ତୁମେଶ୍ୱର ସାହୁ): ଆଗାମୀ ଗାନ୍ଧୀ ଜୟନ୍ତୀ ଏବଂ ଅକ୍ଟୋବର ୧ ତାରିଖର ସ୍ବତନ୍ତ୍ର ସ୍ବଚ୍ଛତା ଶ୍ରମଦାନ ଅବସରରେ କଳାହାଣ୍ଡି ଜିଲାର କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ…

୫୫ ବର୍ଷର ଦିନିକିଆ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି: ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ମିଶିକି କଲେ ବିଶ୍ୱରେକର୍ଡ

ଗୁଆହାଟୀ,୧।୧୦:ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଗୁଆହାଟୀର ବାରସାପାରା କ୍ରିକେଟ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ କ୍ରିକେଟ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛି। ୧୯୭୧ରୁ ଆରମ୍ଭ…

ଆଉ ଏକ ମାଇଲଷ୍ଟୋନ ହାସଲ କଲେ ବୈଭବ ସୂର୍ଯ୍ୟବଂଶୀ: ବିଶ୍ୱର ସବୁଠୁ କନିଷ୍ଠ କ୍ରିକେଟର୍‌ ଭାବେ କଲେ…

ନୂଆଦିଲ୍ଲୀ,୧।୧୦: ଭାରତୀୟ କ୍ରିକେଟ୍‌ର ଉଦୀୟମାନ ତାରକା ତଥା ‘ୱଣ୍ଡରକିଡ’ ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ଯୋଡ଼ି ହୋଇଛି ଆଉ ଏକ ବଡ଼ ସଫଳତା। ମାତ୍ର ୧୫ ବର୍ଷ ବୟସରେ…

୦,୦,୦,୦,୦,୦… ଭାରତ ବିପକ୍ଷରେ ଶ୍ରୀଲଙ୍କାର ଲଜ୍ଜାଜନକ ରେକର୍ଡ, ଅଧା ଖେଳାଳି….

ନୂଆଦିଲ୍ଲୀ,୧।୧୦ : ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ୍‌ର ଦ୍ୱିତୀୟ ସେମିଫାଇନାଲରେ ଶ୍ରୀଲଙ୍କାକୁ ଏକତରଫା ଭାବେ ହରାଇ ଫାଇନାଲରେ ପହଞ୍ଚିଛି ଭାରତ । ଭାରତୀୟ ଦଳ ଶ୍ରୀଲଙ୍କାକୁ…

କେମିତି କରିବେ ସଞ୍ଚୟ ଆଉ କେମିତି ବଢ଼ିବ ଧନ, ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ…

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆଜିର ସମୟରେ ବି ଅତ୍ୟନ୍ତ ଲୋକପ୍ରିୟ। ବିଶେଷକରି ଯୁବବର୍ଗଙ୍କ ପାଇଁ ଏହାକୁ ଜାଣିବା ଏବଂ ଜୀବନରେ ଆପଣାଇବା ଅତ୍ୟନ୍ତ ଆବଶ୍ୟକ। ମୌର୍ଯ୍ୟ ସାମ୍ରାଜ୍ୟର…

ଶ୍ରୀଲଙ୍କାକୁ ହରାଇ ଫାଇନାଲରେ ଭାରତ, ସ୍ବର୍ଣ୍ଣ ପଦକ ପାଇଁ ପାକିସ୍ତାନ ସହ ଲଢ଼ିବ…

ନୂଆଦିଲ୍ଲୀ,୧।୧୦: ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ୍ ଇଭେଣ୍ଟରେ ଟିମ୍ ଇଣ୍ଡିଆର ଦମଦାର ବିଜୟ ହୋଇଛି । ଗୁରୁବାର ଦ୍ୱିତୀୟ ସେମିଫାଇନାଲରେ ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ଭାରତ…

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?