କୋଶଳ ସଂଗଠନର ଆମରଣ ଅନଶନ: ସମ୍ବଲପୁରୀ ଭାଷାରେ ହେଉ ଧନୁଯାତ୍ରା

ବରଗଡ,୧୬।୧୨(ପ୍ରେମାନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଜାନୁଆରୀ ମାସ ୩ ତାରିଖରୁ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପି ଜାନୁଆରୀ ମାସ ୧୩ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ। ଧନୁଯାତ୍ରା ମହୋତ୍ସବକୁ ସମ୍ବଲପୁରୀ/କୋଶଳ ଭାଷାରେ କରିବାକୁ ମିଳିତ କୋଶଳ କ୍ରିୟାନୁଷ୍ଠାନ କମିଟି ଦାବି କରିଛି। ଏହି ଦାବି ନେଇ କମିଟି ପକ୍ଷରୁ ସୋମବାରରୁ ବରଗଡ ଗାନ୍ଧି ଛକରେ ଆମରଣ ଅନଶନ କରାଯାଇଛି। କମିଟିର ସୁଶାନ୍ତ ମିଶ୍ର, ଅଭିଷେକ ନାୟକ, ଧରଣୀଧର ରୋହିଦାଶ ଏବଂ ଦୀପକ ମହାପାତ୍ର ଅନଶନରେ ବସିଛନ୍ତି। ଅନ୍ୟ ମାନଙ୍କରେ ରିଙ୍କୁ ମହାପାତ୍ର, ଗିରି ମେହେର, କୃତାର୍ଥ ପ୍ରଧାନ, ରମଣୀ ଦନ୍ତା, ପପୁ ଦାଶ, ରିଙ୍କୁ ଶତପଥି, ଚାଷୀନେତା ସୁରେଶ ନେକାଣ୍ଟି, ସୱାଭିମାନ ମହାପାତ୍ର, ଅନନ୍ତ ସାହୁ, ନାଗାର୍ଜୁନ କମ୍ପ, କାଳିଆ ପଧାନ ପ୍ରମୁଖ ଉପସ୍ଥିତ ରହି ଅନଶନକୁ ସମର୍ଥନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମଦିନରେ ପିଲାଙ୍କୁ ଚକୋଲେଟ ବାଣ୍ଟିଲେ ରାଷ୍ଟ୍ରପତି: ଘରୁ ବାହାରିବାବେଳେ…

ବାରିପଦା,୨୦।୬: ଆଜି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ। ଏହି ଅବସରରେ ସେ ନିଜ ଜନ୍ମମାଟି ମୟୁରଭଞ୍ଜରେ ଅଛନ୍ତି। ସକାଳୁ ସକାଳୁ ଘରୁ ବାହାରିବାବେଳେ ପିଲାମାନେ ତାଙ୍କୁ…

୫ ବର୍ଷରେ ୫୦୦ରୁ ଅଧିକ ସାପ ଉଦ୍ଧାର କଲେଣି ଲୋକନାଥ, ସ୍ଥାନୀୟ ଅଞ୍ଚଳବାସୀଙ୍କ ପ୍ରଶଂସା

ଅମରପାଲି,୨୦।୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ କେନଝିରିଆପାଲି ପଞ୍ଚାୟତ ଅନ୍ତର୍ଗତ ପୁଲେଶ୍ୱର ଗ୍ରାମର ଲୋକନାଥ ଜଗଦଲା (୩୩) ବର୍ତ୍ତମାନ ଅଞ୍ଚଳରେ ଜଣେ ପରିଚିତ ସାପ ଉଦ୍ଧାରକାରୀ…

ପାଷ୍ଟିକୁଡି ଜମି ଉଚ୍ଛେଦ: ପ୍ରଶାସନ-ସ୍ଥାୟୀ ବାସିନ୍ଦା ମୁହାଁମୁହିଁ, ବିଧାୟକ କହିଲେ…

କେସିଙ୍ଗା,୨୦।୬ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ଦେଇ ଜାତୀୟ ରାଜପଥ-୨୬ ଭବାନୀପାଟଣା ଅଭିମୁଖେ ଯାଇଛି। ଏହି ପାଷ୍ଟିକୁଡ଼ି ଗ୍ରାମର ଚାରିଛକ ଠାରେ…

ଡିଜେ ଗାଡିର ସାଉଣ୍ଡରେ ମହିଳା ମୃତ: ଶବ ରଖି ରାସ୍ତା ଅବରୋଧ କଲେ ପରିବାର ଲୋକେ

ପାଟଣାଗଡ଼ ୨୦।୬ (ସଚ୍ଚିଦାନନ୍ଦ ମହାକୁର) ବଲାଙ୍ଗୀର ଜିଲା ପାଟଣାଗଡ ଥାନା ଏନଏସି ବ୍ରାହ୍ମପୁରା ସ୍ଥିତ ସଅଁରା ପଡ଼ାରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।…

ଲଣ୍ଡନରେ ଚମକିଲା ‘ଚିଲିକା’, ବିଶ୍ୱ ଦରବାରରେ ଓଡ଼ିଶାର ସଂସ୍କୃତି

ବାଲିପାଟଣା , ୨୦।୬(ଅଭିମନ୍ୟୁ ନାୟକ ): ଲଣ୍ଡନର ବେକ୍ସଲେହିଥ୍‌ରେ ଥିବା ଓଡ଼ିଆ ପ୍ରତିଷ୍ଠାତାଙ୍କ ରେଷ୍ଟୁରାଣ୍ଟ ‘ଚିଲିକା’ ୨୦୨୬ ପାଇଁ ରେଷ୍ଟୁରାଣ୍ଟ ଗୁରୁ ଦ୍ୱାରା ସବୁଠୁ ଅଧିକରେ କମେଣ୍ଡସନ…

ବହୁଚର୍ଚ୍ଚିତ ତୋଫାନ ବିନ୍ଧାଣୀ ହତ୍ୟାକାଣ୍ଡ: ୨ ଅଭିଯୁକ୍ତଙ୍କୁ ଏନକାଉଣ୍ଟର

ରାଉରକେଲା,୨୦।୬(ସଙ୍ଗୀତା ଜେନା): ରାଉରକେଲାର ବହୁଚର୍ଚ୍ଚିତ ତୋଫାନ ବିନ୍ଧାଣୀ ହତ୍ୟାକାଣ୍ଡ ମାମଲାରେ ପୋଲିସକୁ ବଡ଼ ସଫଳତା ମିଳିଛି। ଶନିବାର ଭୋର ସମୟରେ ଝିରପାଣି ଥାନା ଅଞ୍ଚଳରେ ପୋଲିସ ଓ…

ଅନିଲଙ୍କ ଅକାଳ ବିୟୋଗ: ରୋଜଗାରିଆ ପୁଅକୁ ହରାଇ କାନ୍ଧୁଛନ୍ତି ମା’ ବାପା

ଗଞ୍ଜାମ,୨୦।୬(ବିଦ୍ୟାଧର ସାହୁ ): ଅଜଣା ଗାଡି ଧକ୍କାରେ ଚାଲିଗଲା ଜୀବନ । ରୋଜଗାରିଆ ପୁଅକୁ ହରାଇ ଚିନ୍ତାରେ ମା’ ବାପା । ଏଭଳି ଏକ ସମ୍ବେଦନଶୀଳ ଘଟଣା…

ବନ୍ଦ ହୋଇଯିବ ବରଗଡ଼ ସିମେଣ୍ଟ କାରଖାନା: ବଢ଼ିଲା ଜନ ଅସନ୍ତୋଷ

ବରଗଡ଼,୨୦।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ବରଡ଼ୋଲସ୍ଥିତ ଏସିସି ଲିମିଟେଡ୍‌ ପରିଚାଳିତ ବରଗଡ଼ ସିମେଣ୍ଟ କାରଖାନା ବନ୍ଦ ହୋଇଯିବ। ଆସନ୍ତା ଅଗଷ୍ଟ ୧୯ରୁ ଏହାକୁ ସମ୍ପୂର୍ଣ୍ଣଭାବେ ବନ୍ଦ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri