ରାଜ୍ୟର ସବୁଠୁ ଥଣ୍ଡା ସହର କୋରାପୁଟ

କୋରାପୁଟ,୨୭ା୧୨(ଅମିତାଭ ବେହେରା): ଓଡ଼ିଶାରେ ବର୍ତ୍ତମାନ ତାପମାତ୍ରା ଦିନକୁ ଦିନ ବଢୁଥିବା ବେଳେ ଶୀତର ପ୍ରକୋପ ହ୍ରାସ ପାଇଛି। ବୁଧବାର କୋରାପୁଟ ସହରର ସର୍ବନିମ୍ନ ତାପମାତ୍ରା ୭.୪ ଡିଗ୍ରୀ ରହିଥିବାରୁ ରାଜ୍ୟର ସବୁଠୁ ଥଣ୍ଡା ସହର ହୋଇଥିବା ଜଣାଯାଇଛି। ବୁଧବାର ରାଜ୍ୟର ୪ ସହର ତାପମାତ୍ରା ୧୦ ଡିଗ୍ରୀ ମଧ୍ୟରେ ରହିଥିବା ବେଳେ ସେଥିରୁ କୋରାପୁଟ ସହରର ସର୍ବନିମ୍ନ ତାପମାତ୍ରା ୭.୪ ଡିଗ୍ରୀ, ଜି. ଉଦୟଗିରିରେ ସର୍ବନିମ୍ନ ତାମାତ୍ରା ୭.୮ ଡିଗ୍ରୀ, ଦାରିଙ୍ଗିବାଡ଼ି ସହରରେ ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ, ସେମିଳିଗୁଡ଼ା ସହରରେ ସର୍ବନିମ୍ନ ତାପମାତ୍ରା ୯.୬ ଡିଗ୍ରୀ ରହିଥିବା ଜଣାଯାଇଛି। ସୋମବାର କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୬.୫ ଡିଗ୍ରୀ ରହିଥିବା ବେଳେ ଚଳିତ ବର୍ଷର ସବୁଠୁ ଥଣ୍ଡା ଦିନ ହୋଇଥିବା ବେଳେ ମଙ୍ଗଳବାର କୋରାପୁଟର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ଓ ବୁଧବାର କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୭.୪ ରହିଥିବା ଜଣାଯାଇଛି। ସେହିପରି ଗତ ଦୁଇଦିନ ଧରି କୋରାପୁଟରେ ସକାଳେ ପ୍ରବଳ କୁହୁଡ଼ି ଦେଖିବାକୁ ମିଳିଥିଲା। ସକାଳ ୯ଟା ଯାଏ କୁହୁଡ଼ି ହେଉଥିବାର ୫୦ ମିଟର ବ୍ୟବଧାନରେ ଥିବା ଗାଡ଼ି ଦୃଶ୍ୟମାନ ହେଉନାହଁ ଏଥିଯୋଗୁ କୋରାପୁଟ ଜିଲା ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥରେ ଗାଡ଼ି ଚଳାଚଳରେ ବାଧକ ସୃଷ୍ଟି ହେଉଛି। କିଛି ସ୍ଥାନରେ କୁହୁଡ଼ି ଯୋଗୁ ଦୁର୍ଘଟଣା ମଧ୍ୟ ଘଟୁଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଖୋଜ ହୋଇଥିଲେ ୧୬ ବର୍ଷିୟା ନାବାଳିକା: ପାରଳାଖେମୁଣ୍ଡିରୁ ମହିଳାଙ୍କୁ ଗିରଫ କଲା ପଶ୍ଚିମବଙ୍ଗ ପୋଲିସ

ପାରଳାଖେମୁଣ୍ଡି,୧୧।୮(ଗିରିଧାରୀ ପରିଛା): ନାବାଳିକା ଅପହରଣ ମାମଲାରେ ଗଜପତି ଜିଲା ପାରଳାଖେମୁଣ୍ଡି ସହରର ବିଶ୍ୱନାଥ ନଗରରେ ଏକ ଭଡ଼ା ଘରେ ରହୁଥିବା ଝୁନି ଜେନା ନାମକ ଜଣେ ମହିଳାଙ୍କୁ…

ବିନା ଆନ୍ଦୋଳନରେ କାମ କରୁନି ପ୍ରଶାସନ: ଜାତୀୟ ରାଜପଥ ଅବରୋଧ ପରେ ମରାମତି କାର୍ଯ୍ୟ ଆରମ୍ଭ

କୁଆଁରମୁଣ୍ଡା,୧୧।୮(ମହେନ୍ଦ୍ର କୁମାର ସାହୁ): ଏବେ ବିନା ଆନ୍ଦୋଳନ କିମ୍ବା ଧର୍ମଘଟରେ ଆଉ କୌଣସି କାର୍ଯ୍ୟ ହେଉନାହିଁ। ପ୍ରଶାସନ କେବଳ ପୂର୍ବରୁ ସବୁ ଦେଖି ଚୁପ୍ ବସୁଛି ଏବଂ…

ଇନ୍ଦ୍ରାବତୀ ଜଳଭଣ୍ଡାରବାସୀଙ୍କ ସ୍ୱପ୍ନ ହେବ ସାକାର: ୧୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ସେତୁ, ଡିଜିପିଏସ ସର୍ଭେ ଶେଷ

ଥୁଆମୂଳ ରାମପୁର,୧୧।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷା ଓ ଦାବି ଅନ୍ତ ହେବାକୁ ଯାଉଛି।…

ଦିଗପହଣ୍ଡି ପେଟ୍ରୋଲ ପମ୍ପରେ ଠକେଇ ଅଭିଯୋଗ: ତାତିଲେ ଲୋକେ, ପୋଲିସ ହସ୍ତକ୍ଷେପ ପରେ…

ଦିଗପହଣ୍ଡି,୧୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥ ପିତାମ୍ବରପୁର ଗ୍ରାମ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରେ ମଙ୍ଗଳବାର ଜଣେ ଗ୍ରାହକଙ୍କ…

ରାସ୍ତା ନା କାଦୁଅ ବିଲ…ଥୁଆମୂଳ ରାମପୁରରେ ବିପର୍ଯ୍ୟସ୍ତ ରାସ୍ତା; ଆମ୍ବୁଲାନ୍ସ ଯିବା ବି କଷ୍ଟକର

ଥୁଆମୂଳ ରାମପୁର,୧୧।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ପାଡେପଦର ଗ୍ରାମପଞ୍ଚାୟତର ଦୁରେଶପଦର ଶିବମନ୍ଦିର ଛକଠାରୁ ଡୁମୁଲି ନାଳ ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟ ରାସ୍ତାଟି…

ଭାରତରେ ଏହିଦିନ ଲଞ୍ଚ୍‌ କରିବ ୧୦ ଆଉ ୨୦ଟଙ୍କିଆ ପ୍ଲାଷ୍ଟିକ୍‌ ନୋଟ୍‌! ମୋଦି ସରକାର ଦେଲେ ମଞ୍ଜୁରୀ…

ନୂଆଦିଲ୍ଲୀ, ୧୧।୮: କାଗଜର ଚିରା-ଫଟା, ପୁରୁଣା ଏବଂ ଓଦା ହୋଇଯାଇଥିବା ନୋଟ୍‌କୁ ନେଇ ଅସୁବିଧାରେ ପଡ଼ୁଥିବା ଲୋକଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ସାମ୍ନାକୁ…

ହାତୀ-ମଣିଷ ସଂଘର୍ଷ ହ୍ରାସ ପାଇଁ ଉଦ୍ୟମ: ୭ଟି ବନଖଣ୍ଡରେ ଚାଲିଛି କଦଳୀ ଚାରା ରୋପଣ

ଭଞ୍ଜନଗର,୧୧।୮(ବାବୁଲା ପ୍ରଧାନ): ଜଙ୍ଗଲରେ ବନ୍ୟପ୍ରାଣୀଙ୍କ ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ଉପଲବ୍ଧ ନହେବାରୁ ହାତୀପଲ ସମେତ ବିଭିନ୍ନ ବନ୍ୟପ୍ରାଣୀ ଜଙ୍ଗଲ ଛାଡ଼ି ଜନବସତି ମୁହାଁ ହେଉଛନ୍ତି। ଫଳରେ ଜଙ୍ଗଲ…

ସିମନବାଡ଼ିରେ ଜିଲାସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ: ସ୍ୱାଧୀନତା ଦିବସରେ ଫାଇନାଲ୍ ମ୍ୟାଚ୍

ଦାରିଙ୍ଗବାଡ଼ି, ୧୧।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିସ୍ଥିତ ମା’ ପାଟ୍ଟଖଣ୍ଡା ମନ୍ଦିର ନିକଟ ଖେଳ ପଡ଼ିଆରେ ରବିବାରଠାରୁ ଜିଲ୍ଲାସ୍ତରୀୟ ସିମନବାଡ଼ି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri