କୋରାପୁଟ୍‌ କଫି କାଫେ ଉଦ୍‌ଘାଟିତ

ଭୁବନେଶ୍ୱର(ବ୍ୟୁରୋ)/ କୋରାପୁଟ (ସ୍ବ.ପ୍ର.), ୨।୧୦: ଅନ୍ତର୍ଜାତୀୟ କଫି ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟରେ ‘କୋରାପୁଟ କଫି କାଫେ’ର ଉଦ୍‌ଘାଟନ କରିବା ସହ www.koraputcoffee.org ନାମକ ଏକ ଇ-କମର୍ସ ପ୍ଲାଟ୍‌ଫର୍ମର ଶୁଭାରମ୍ଭ କରିଛନ୍ତି। ଏହିଭଳି ଅନେକ କଫି କାଫେ ଭାରତର ଅନ୍ୟ ସ୍ଥାନରେ ଆରମ୍ଭ କରି କୋରାପୁଟ କଫିକୁ ଏକ ବ୍ରାଣ୍ଡ୍‌ରେ ରୂପାନ୍ତରିତ କରିବାର ଯୋଜନା ରହିଛି, ଯାହା କଫି ଚାଷୀମାନଙ୍କ ଜୀବନ ମାନରେ ଉନ୍ନତି ଆଣିପାରିବ।
କୋରାପୁଟ ଜିଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ହେଉଥିବା କଫି ଚାଷ ପଛୁଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଜୀବନରେ ଏକ ବିରାଟ ପରିବର୍ତ୍ତନ ଆଣିପାରିଛି। ସମୁଦ୍ର ପତ୍ତନଠାରୁ ୩୦୦୦ ଫୁଟ୍‌ ଉପରେ ଅବସ୍ଥିତ କୋରାପୁଟ ଜିଲାର ଶୀତଳ ଜଳବାୟୁ ସାଙ୍ଗକୁ ପର୍ଯ୍ୟାପ୍ତ ବୃଷ୍ଟିପାତ କଫିଚାଷ ପାଇଁ ଅନୁକୂଳ। ଏହି ଦେଶଜ କଫି ଶତପ୍ରତିଶତ ଆରବିକା କଫି ଅଟେ, ଯାହା ନିକଟ ଭବିଷ୍ୟତରେ ବଜାରରେ ଉପଲବ୍ଧ ଥିବା ସ୍ବତନ୍ତ୍ର କଫି ସହ ପ୍ରତିଦ୍ବନ୍ଦ୍ୱିତା କରିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମାତ୍ର ୨ବର୍ଷରେ କୋରାପୁଟ କଫି ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିବାରୁ ସେ ଅତ୍ୟନ୍ତ ଆନନ୍ଦିତ। ଏହାକୁ ସୁଦୂରପ୍ରସାରୀ କରିବା ପାଇଁ ଓଡ଼ିଶା ଆଦିବାସୀ ବିକାଶ ସମବାୟ ସମିତି ପକ୍ଷରୁ ବିଭିନ୍ନ ପରିକଳ୍ପନା ସହ କୋରାପୁଟ କଫି ବିକାଶ ଟ୍ରଷ୍ଟ ନୂଆ ଓ ପୁରୁଣା ମିଶାଇ ୩୦୦ ହେକ୍ଟର ପରିମିତ ଜାଗାରେ କଫି ଚାଷକୁ ତ୍ୱରାନ୍ବିିତ କରିଛି।
ଆଦିବାସୀ ବିକାଶ ସମବାୟ ସମିତି ଲିଃ (ଟିଡିକଲ)ର ପରିଚାଳନା ନିର୍ଦ୍ଦେଶକ ମାନସୀ ନିମ୍ଭାଲ ୨୦୧୯ରୁ ଆରମ୍ଭ ହୋଇଥିବା ଏହି ଯୋଜନା ସହ ଜଡ଼ିତ ଥିବାରୁ ଖୁସି ବ୍ୟକ୍ତ କରିଛନ୍ତି। ଟାଇଗର ବ୍ରାଇଟ୍‌ ନାମକ ନୂତନ ଉତ୍ପାଦର
ବହୁଳ କ୍ରୟ ପାଇଁ ବହୁରାଷ୍ଟ୍ରୀୟ କମ୍ପାନୀମାନେ ଆଗ୍ରହ ପ୍ରକାଶ କରୁଛନ୍ତି। ଏହା ଆଦିବାସୀ କୃଷକଙ୍କୁ ପ୍ରତିଯୋଗିତାମୂଳକ ଅର୍ଥରାଶି ପ୍ରଦାନ ଦିଗରେ ସହାୟକ ହେବ ବୋଲି ସେ କହିଛନ୍ତି। ନିକଟରେ ଟାଟା କଫି କୋରାପୁଟରେ ଉତ୍ପାଦିତ ଘରୋଇ କଫିକୁ ଜାତୀୟ ତଥା ଅନ୍ତର୍ଜାତୀୟ ବଜାରରେ ମାର୍କେଟିଂ କରିବା ପାଇଁ ଉତ୍ସାହ ଯୋଗାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁରୀ ସମୁଦ୍ରକୂଳରେ ନୀଳାଦ୍ରି ବିଚ୍‌କୁ ମଧ୍ୟ ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ଏବଂ ଏସ୍‌ସି,ଏସ୍‌ଟି ଉନ୍ନୟନ ବିଭାଗ ସଚିବ ରଞ୍ଜନା ଚୋପ୍ରା ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଐତିହ୍ୟ ପୀଠ ବିକାଶରେ ସାକ୍ଷୀଗୋପାଳ ମନ୍ଦିର

ସାକ୍ଷୀଗୋପାଳ,୧୦।୨(ଡି.ଏନ୍‌.ଏ.): ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମଙ୍ଗଳବାର ସନ୍ଧ୍ୟାରେ ସାକ୍ଷୀଗୋପାଳ ଆସି ସାକ୍ଷୀଗୋପାଳ ମନ୍ଦିର ପରିଦର୍ଶନ କରିଛନ୍ତି। ଠାକୁରଙ୍କୁ ଦର୍ଶନ କରିବା ପରେ...

ଚଳଚଞ୍ଚଳ ଡଗରା ବେଳାଭୂମି

ବାଲିଆପାଳ,୨୮।୧୧(ସ୍ବ.ପ୍ର): ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକର ଡଗରା ବେଳାଭୂମି ପର୍ଯ୍ୟଟନ ଋତୁରେ ଚଳଚଞ୍ଚଳ ହୋଇ ଉଠିଲାଣି। ଏଠାକାର ସବୁଜ ବନାନୀ ସହିତ ବିସ୍ତୀର୍ଣ୍ଣ ବେଳାଭୂମି ପର୍ଯ୍ୟଟକମାନଙ୍କୁ...

ବାୟୁ ସ୍ବାସ୍ଥ୍ୟ ସେବା ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨୦।୧୨(ବ୍ୟୁରୋ):ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନାର ସୋମବାର ଶୁଭାରମ୍ଭ କରିଛନ୍ତି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏହା ଶୁଭାରମ୍ଭ ହୋଇଛି।...

ନାବାଳିକାଙ୍କୁ ବଳାତ୍କାର: ଦୋଷୀଙ୍କୁ ୨୦ ବର୍ଷ କାରାଦଣ୍ଡ

ଜଗତ୍‌ସିଂହପୁର, ୨୬ା୮ (ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଜିଲା କୁଜଙ୍ଗ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ୨୦୧୯ରେ ଅପହରଣ ସହ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଥିଲା।...

ରାସ୍ତାରେ ପାର୍କିଂ କଲେ ଗାଡ଼ି ଟେକିନେବ ପୋଲିସ

ଭୁବନେଶ୍ୱର,୨୬ା୨(ବ୍ୟୁରୋ): ଯେତେ ନିୟମ ହେଉଛି, ଗାଡ଼ି ଚାଳକ ସେତେ ଅମାନିଆ ହେଉଛନ୍ତି। ଫଳରେ ସ୍ମାର୍ଟସିଟି ଭୁବନେଶ୍ୱରରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି।...

ମଣ୍ଡିରୁ ଜବତ ହେଲା ୩୨ କୁଇଣ୍ଟାଲ ଧାନ

ବରଗଡ଼ ଅଫିସ୍‌,୧୪।୧୨: ବରଗଡ଼ ଜିଲା ପାଇକମାଳ ବ୍ଲକ ଅଧୀନ ମାଣ୍ଡୋସିଲ ଧାନ କ୍ରୟକେନ୍ଦ୍ର(ମଣ୍ଡି)ରୁ ମଙ୍ଗଳବାର ଯୋଗାଣ ବିଭାଗ ୮୧ ପକେଟ୍‌ ଧାନ ଜବତ କରିଛି। ଜବତ...

ପ୍ରଭାବିତ ହୋଇନି ସାତକୋଶିଆ ପର୍ଯ୍ୟଟନ

ବନ୍ତଳା,୧୩ା୨: ମହାମାରୀ କୋଭିଡ୍‌-୧୯ ପ୍ରଭାବ ଅନୁଗୋଳ ଜିଲା ସାତକୋଶିଆ ପର୍ଯ୍ୟଟନ ଉପରେ ପଡ଼ିନାହିଁ। କଟକଣା ସତ୍ତ୍ୱେ ଗତ ଅକ୍ଟୋବର ମାସରେ ଅଭୟାରଣ୍ୟ ଖୋଲାଯିବା ପରଠାରୁ ଏଠାରେ...

ଆଇପିଏସ୍‌ ସ୍ତରରେ ବଡ଼ ଅଦଳବଦଳ: କାହାକୁ ମିଳିଲା କେଉଁ ଦାୟିତ୍ୱ ଜାଣନ୍ତୁ …

ଭୁବନେଶ୍ୱର, ୧୪।୭(ବ୍ୟୁରୋ): କରୋନା ମହାମାରୀ ସମୟରେ ମଙ୍ଗଳବାର ରାଜ୍ୟ ସରକାର ଆଇପିଏସ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଓ କଟକ...

Advertisement
Archives

Model This Week