କୋଣାର୍କ ହେବ ଶୂନ ନିର୍ଗମନ ସହର

ଭୁବନେଶ୍ୱର,୨।୮(ବ୍ୟୁରୋ): କୋଣାର୍କ ହେବ ଦେଶର ପ୍ରଥମ ‘ଶୂନ ନିର୍ଗମନ ସହର’। ଅର୍ଥାତ୍‌ ସହରର ଶକ୍ତି ଚାହିଦା କେବଳ ଅକ୍ଷୟ ଶକ୍ତି ଉତ୍ସ ଦ୍ୱାରା ପୂରଣ ହେବ। ୨୦୨୨ ସେପ୍ଟେମ୍ବର ସୁଦ୍ଧା ଏହି ଲକ୍ଷ୍ୟ ହାସଲ କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହଯୋଗରେ ଜୋରଦାର ଉଦ୍ୟମ ଚଳାଇଛନ୍ତି। ଏହି କାର୍ଯ୍ୟରେ ସମ୍ପୃକ୍ତ ଥିବା ସରକାରୀ ସଂସ୍ଥାଗୁଡ଼ିକ ପକ୍ଷରୁ ଦାବି କରାଯାଉଛି ଯେ, ଅନେକ କାର୍ଯ୍ୟ ଶେଷ ହୋଇସାରିଥିବାବେଳେ କେତେକ ଯୁଦ୍ଧକାଳୀନ ଭିତ୍ତିରେ ଚାଲିିଛି।
ଓଡ଼ିଶା ଅକ୍ଷୟ ଉର୍ଜା ବିକାଶ ଏଜେନ୍ସି (ଓରେଡା)ର ଜଣେ ଅଧିକାରୀ କହିଛନ୍ତି ଯେ, ପ୍ରକଳ୍ପ ପାଇଁ ଆବଶ୍ୟକ ଅଫ୍‌ ଗ୍ରୀଡ୍‌ (ଯାହା ଗ୍ରୀଡ୍‌ ସହ ସଂଯୁକ୍ତ ନୁହେଁ) କାର୍ଯ୍ୟଗୁଡ଼ିକୁ ଚଳିତବର୍ଷ ସେପ୍ଟେମ୍ବର ସୁଦ୍ଧା ଶେଷ ହେବା ସମ୍ଭାବନା ରହିଛି। ବାକି ଗ୍ରୀଡ୍‌ ସହ ଜଡ଼ିତ କାର୍ଯ୍ୟ ଆସନ୍ତାବର୍ଷ ସେପ୍ଟେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ ହେବ। ନିକଟରେ ଓରେଡା କୋଣାର୍କ ମନ୍ଦିର ଏବଂ ସହରର ସମ୍ପୂର୍ଣ୍ଣ ସୌରୀକରଣ କାର୍ଯ୍ୟ ହାତକୁ ନେଇଛି। ଏନେଇ କୋଣାର୍କ ଏନ୍‌ଏସି ଅଞ୍ଚଳ ନିମନ୍ତେ ଏକ ଅଫ୍‌ ଗ୍ରୀଡ୍‌ ପ୍ରକଳ୍ପ କାର୍ଯ୍ୟ ଚାଲିଛି, ଯେଉଁଥିପାଇଁ ସହରର ବିଭିନ୍ନ ସ୍ଥାନରେ ଛୋଟ ସୌର ଉପକରଣ ସ୍ଥାପନ କରାଯାଉଛି। ସହର ବିକାଶକୁ ଦୃଷ୍ଟିରେ ରଖି ଯୋଜନା ପ୍ରସ୍ତୁତ କରାଯାଇଛି। ଭବିଷ୍ୟତରେ ଯେତେବେଳେ ସହର ବିକାଶ ହେବ, ସେତେବେଳେ ଅଧିକ ଶକ୍ତି ଆବଶ୍ୟକ ପଡ଼ିବ। ଏ ଦିଗରେ ପ୍ରଦୂଷଣ ସୃଷ୍ଟି କରୁଥିବା ଶକ୍ତି ଉତ୍ସ ଉପରୁ ଯେଭଳି ନିର୍ଭରଶୀଳତା ହ୍ରାସ ହେବ ଏବଂ ସୌର ଶକ୍ତି ଭଳି ଅକ୍ଷୟ ଶକ୍ତି ଉତ୍ସର ବ୍ୟବହାର ବୃଦ୍ଧି ପାଇବ ସେଥିପ୍ରତି ଧ୍ୟାନ ଦିଆଯାଇଛି ବୋଲି ଓରେଡାର ଜଏଣ୍ଟ ଡାଇରେକ୍ଟର ଅଶୋକ ଚୌଧୁରୀ କହିଛନ୍ତି। ବର୍ତ୍ତମାନ ଓରେଡା ଅଫ୍‌ ଗ୍ରୀଡ୍‌ ଆପ୍ଲିକେଶନ ଯଥା ସୌର ବୃକ୍ଷ,
ପାନୀୟ ଜଳ ଷ୍ଟେଶନ, ରୁଫ୍‌ଟପ୍‌ ସୋଲାର ପ୍ୟାନେଲ, ବ୍ୟାଟେରି ଚାର୍ଜିଂ ଷ୍ଟେଶନ ପାଇଁ ଯୋଜନା କରିଥିବାବେଳେ ସେହି କାର୍ଯ୍ୟ ଆଗେଇ ଚାଲିଛି। ଏହି ପର୍ଯଟନଭିତ୍ତିକ ସହରକୁ ଆସୁଥିବା ବୈଦ୍ୟୁତିକ ଯାନଗୁଡ଼ିକ ପାଇଁ ଖୁବ୍‌ଶୀଘ୍ର ଚାର୍ଜିଂ ପଏଣ୍ଟ ଉପଲବ୍ଧ ହେବ। ଏହାସହିତ ଏହି ଅଞ୍ଚଳରେ ସ୍ବଚ୍ଛ ଶକ୍ତି ଦ୍ୱାରା ବ୍ୟବସାୟିକ ଯାନଗୁଡ଼ିକର ଚଳାଚଳ ବୃଦ୍ଧି ପାଇଁ ପ୍ରୋତ୍ସାହିତ କରାଯିବ।
ଚୌଧୁରୀ କହିଛନ୍ତି ଯେ, କୋଣାର୍କକୁ ଶୂନ ନିର୍ଗମନ ସହର ଭାବେ ସୁନିଶ୍ଚିତ କରିବା ପାଇଁ ଆମେ ସମୁଦାୟ ଶକ୍ତି ବ୍ୟବହାରକୁ ହିସାବ କରିଛୁ, ଯାହାକି ପ୍ରାୟ ୧୦ ମେଗାଓ୍ବାଟ୍‌। କିନ୍ତୁ ବଙ୍ଗୋପସାଗରର ନିକଟବର୍ତ୍ତୀ ଯୋଗୁ କୋଣାର୍କରେ ସୋଲାର ପାଓ୍ବାର ପ୍ଲାଣ୍ଟ ସ୍ଥାପନ ସମ୍ଭବ ନୁହେଁ। ବାତ୍ୟା ଏବଂ ଉପୂକଳଜନିତ କ୍ଷୟକ୍ଷତି ବିପଦ ଥିବା ଯୋଗୁ କୋଣାର୍କରେ ଏଭଳି ପ୍ଲାଣ୍ଟ ପାଇଁ ବୈଷୟିକ ଦୃଷ୍ଟିରୁ ସମସ୍ୟା ସୃଷ୍ଟି କରିପାରେ ବୋଲି ସେ କହିଛନ୍ତି। ଏହା ପରିବର୍ତ୍ତେ କଳାହାଣ୍ଡିରେ କୋଣାର୍କ ସହର ପାଇଁ ୧୦ ମେଗାଓ୍ବାଟ୍‌ର ସୋଲାର ପାଓ୍ବାର ପ୍ଲାଣ୍ଟ ସ୍ଥାପନ କରିବାକୁ ଓରେଡା ଯୋଜନା କରିଛି। ସେଠାରୁ ସହରର ଶକ୍ତି ଚାହିଦା ପୂରଣ ହେବ। ଏଥିନିମନ୍ତେ ଟେଣ୍ଡର ପ୍ରକ୍ରିୟା ସରିଛି ଏବଂ ଖୁବ୍‌ଶୀଘ୍ର କାମ ଆରମ୍ଭ ହେବ ବୋଲି ଚୌଧୁରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪୦ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେଡି; ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କାର୍ତ୍ତିକ ପାଣ୍ଡିଆନ, ଶ୍ରୀମୟୀ ମିଶ୍ର ସାମିଲ

ଭୁବନେଶ୍ୱର,୨୦ା୪(ଅନିଲ ଦାସ)-ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଶନିବାର ବିଜେଡି ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି । ଏଥିରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ...

ନାମାଙ୍କନପତ୍ର ଦାଖଲ କଲେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ରାଜନା ଦୋରା

ପଟାଙ୍ଗି,୨୦ା୪(ଶରତ ଧଳ): ଲୋକ ସଭା ଓ ବିଧାନସଭା ନିର୍ବାଚନକୁ ନେଇ ପଡ଼ୋଶୀ ଆନ୍ଧ୍ର ରାଜ୍ୟ ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ସମସ୍ତ ରାଜନୈତିକ ଦଳର ବିଧାୟକ...

ମତଦାନ କେନ୍ଦ୍ର ନ ହେଲେ ଭୋଟ୍‌ ବର୍ଜନ କରିବେ ଗ୍ରାମବାସୀ

କୋକସରା,୨୦ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଗମ୍ଭାରୀଗୁଡ଼ା ପଞ୍ଚାୟତ ସିର୍ଲିଗୁଡା ହେଉଛି ଏକ ରାଜସ୍ବ ଗ୍ରାମ। ତେବେ ଏହି ଗ୍ରାମର ଭୋଟର ପ୍ରତିବର୍ଷ...

ନାଳରେ ବୁଡ଼ି ଶିଶୁପୁତ୍ରର ଜୀବନ ଗଲା

କେନ୍ଦୁଝର,୨୦ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ଶୁଆକାଟି ମୁଣ୍ତାସାହିର ଲିଟୁ ମୁଣ୍ତାଙ୍କ ଏକମାତ୍ର ପୁଅ ବାଦଲ(୪)ର ନାଳରେ ବୁଡ଼ି ମୃତ୍ୟୁ ହୋଇଛି। ଶନିବାର...

ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ

କୋରାପୁଟ/ନାରାୟଣପାଟଣା,୨୦ା୪(ଅମିତାଭ ବେହେରା/ରାଜକିଶୋର ଜେନା): କୋରାପୁଟ ଜିଲାର ବନ୍ଧୁଗାଁ ବ୍ଲକର ଡିମିଟିଗୁଡ଼ାରେ ଶନିବାର ଅପରାହ୍ନରେ ବଜ୍ରପାତ ଘଟି ଗ୍ରାମର ଜଣଙ୍କର ମୃତ୍ୟୁ ହୋଇଥିବା ପୋଲିସ ସୂତ୍ରରୁ ଜଣାଯାଇଛି।...

ଭୋଟ୍‌ ଲାଳସାରେ ରାଜନୈତିକ ଚାପ, ଛୁଟିଦିନରେ ବି ସ୍କୁଲରେ ଚାଲିଛି ଭୋଜିଭାତ

ସରଣ୍ଡା,୨୦ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଲୋକ ସଭା କ୍ଷେତ୍ର ଅନ୍ତର୍ଗତ ଅତାବିରା ବିଧାନସଭା ଆସନରେ ନିର୍ବାଚନ ଆଉ ମାସେ ରହିଲା। ଆସନ୍ତା ମେ’  ୨୦ରେ ଏଠାରେ ନିର୍ବାଚନ...

ମୋହନଙ୍କ ପ୍ରାର୍ଥିତ୍ୱ ରଦ୍ଦ, ବିନୋଦ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୦ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଘୋଷଣା ହେବାର କିଛି ଦିନ ପରେ ଶନିବାର ଏଆଇସିସି କେନ୍ଦୁଝର ଲୋକ ସଭା ପ୍ରାର୍ଥୀ ମୋହନ ହେମ୍ବ୍ରମଙ୍କ ନାମ ପରିବର୍ତ୍ତନ କରି...

ଏହି ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୦ା୪: ଶନିବାର କଂଗ୍ରେସ ୧୬ ବିଧାନସଭା ଏବଂ ୩ ଲୋକ ସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି। ତେବେ କଂଗ୍ରେସ ୩ଟି ବିଧାନସଭା ଆସନରେ ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri