Posted inଖେଳ

କୋହଲିଙ୍କ ସ୍ମରଣୀୟ ଶତକ

ପୋର୍ଟ ଅଫ୍‌ ସ୍ପେନ୍‌, ୨୨।୭: ବିରାଟ କୋହଲିଙ୍କ ଶତକ ଏବଂ ରବୀନ୍ଦ୍ର ଜାଡେଜାଙ୍କ ଦୃଢ଼ ବ୍ୟାଟିଂ ବଳରେ ଭାରତ ଏଠାରେ ଚାଲିଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ବଡ଼ ସ୍କୋର ପଥରେ ଅଗ୍ରସର ହୋଇଛି। ଶୁକ୍ରବାର ଦ୍ୱିତୀୟ ଦିବସ ମଧ୍ୟାହ୍ନ ଭୋଜନ ବିରତି ବେଳକୁ ଭାରତ ୬ ଉଇକେଟ ହରାଇ ୩୭୩ ରନ ସଂଗ୍ରହ କରିଛି। ଇଶାନ କିଶନ ୧୮ ଓ ରବିଚନ୍ଦ୍ରନ ଅଶ୍ୱିନ ୬ ରନରେ ଅପରାଜିତ ରହିଛନ୍ତି।
ପ୍ରଥମ ଦିବସର ଅସମାପ୍ତ ସ୍କୋର ୨୮୮/୪ରୁ ଭାରତ ଖେଳ ଆରମ୍ଭ କରିଥିଲା। ୮୭ ରନରେ ଅପରାଜିତ ଥିବା କୋହଲି ଆତ୍ମବିଶ୍ୱାସର ସହ ବ୍ୟାଟିଂ କରି କ୍ୟାରିୟରର ୨୯ତମ ଶତକ ହାସଲ କରିଥିଲେ। ସେ ୯୭ ରନରେ ଥିବାବେଳେ ୯୧ତମ ଓଭରର ଦ୍ୱିତୀୟ ବଲ୍‌ରେ ଶାନନ ଗାବ୍ରିଏଲ୍‌ଙ୍କୁ ଏକ ଚୌକାମାରି ଶତକ ପୂରଣ କରିଥିଲେ। ନନ୍‌ଷ୍ଟ୍ରାଇକର ଏଣ୍ଟରେ ଥିବା ଜାଡେଜା ତାଙ୍କୁ ଆଲିଙ୍ଗନ କରି ଅଭିନନ୍ଦନ ଜଣାଇଥିବାବେଳେ ଡ୍ରେସିଂ ରୁମ୍‌ର ସଦସ୍ୟମାନେ ଷ୍ଟାଣ୍ଠିଂ ଓଭେଶନ ଜଣାଇଥିଲେ। କୋହଲି ବେକରେ ପିନ୍ଧିଥିବା ନିଜ ଓ୍ବେଡିଂ ରିଙ୍ଗ୍‌କୁ ଚୁମ୍ବନ ଦେଇ ସେଲିବେଶନ କରିଥିଲେ। କୋହଲିଙ୍କ କ୍ୟାରିୟରର ଏହାଥିଲା ୫୦୦ତମ ଅନ୍ତର୍ଜାତୀୟ ମ୍ୟାଚ। ଏପରି ଏକ ମାଇଲଖୁଣ୍ଟ ମ୍ୟାଚରେ ସେ ଶତକ ହାସଲ କରି ନିଜ କ୍ୟାରିୟରକୁ ଅଧିକ ସ୍ମରଣୀୟ କରିଥିଲେ। ଦୀର୍ଘଦିନ ଅପେକ୍ଷା କରିବାକୁ ପଡ଼ିଥିଲେ ହେଁ ଏଠାରେ ଶତକ ହାସଲ କରିବାକୁ କୋହଲି ବିଶେଷ ଅସୁବିଧାର ସମ୍ମୁଖୀନ ହୋଇ ନ ଥିଲେ। ଜାଡେଜାଙ୍କ ସହ ୫ମ ଉଇକେଟରେ ୧୫୯ ରନର ଭାଗୀଦାରିପରେ କୋହଲି ଦୁର୍ଭାଗ୍ୟ ଜନକଭାବେ ରନ୍‌ଆଉଟ ହୋଇ ଯାଇଥିଲେ। ୨୦୬ ବଲ୍‌ରୁ ୧୧ ଚୌକା ସହାୟତାରେ ୧୨୧ ରନ କରିଥିବାବେଳେ କୋହଲି ଜୋମେଲ ଓ୍ବାରିକାନଙ୍କ ଏକ ବଲ୍‌କୁ ସ୍କୋୟାରଲେଗ୍‌ ଅଞ୍ଚଳକୁ ଖେଳି ସିଙ୍ଗଲ ରନ ନେବାକୁ ଚେଷ୍ଟା କରିଥିଲେ। ମାତ୍ର ଆଲଜାରି ଜୋସେଫଙ୍କ ଥ୍ରୋ ସିଧାସଳଖ ଷ୍ଟମ୍ପରେ ଲାଗିଥିଲା। କୋହଲି ଡାଇଭ୍‌ ମାରିଥିଲେ ହେଁ କ୍ରିଜ୍‌ଠାରୁ ଏକ ଇଞ୍ଚ ଦୂରରେ ରହି ଯାଇଥିଲେ। ଏହାକୁ ମିଶାଇ କୋହଲି ଟେଷ୍ଟରେ ତୃତୀୟ ଥରପାଇଁ ରନ୍‌ଆଉଟ ହୋଇଥିଲେ। ଫଳରେ ତାଙ୍କ ବ୍ୟାଟିଂକୁ ସୁହାଉଥିବା ପିଚ୍‌ରେ ସେ ବଡ଼ ସ୍କୋର କରିବାରୁ ବଞ୍ଚତ୍ତ ହୋଇଥିଲେ। କୋହଲିଙ୍କ ପରେ ଜାଡେଜା ମଧ୍ୟ ଏକାଗ୍ରତା ହରାଇ ୬୧ ରନକରି ପ୍ୟାଭିଲିୟନ ଫେରିଥିଲେ। ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ କେମର ରୋଚ୍‌-୨ଟି ଏବଂ ଶାନନ ଗାବ୍ରିଏଲ, ଜୋମେଲ ଓ୍ବାରିକାନ ଓ ଜାସନ ହୋଲ୍ଡର ଗୋଟିଏ ଲେଖାଏ ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଫାଇନାଲରେ ଏହି ୩ ପାକିସ୍ତାନୀ ଖେଳାଳି ଭାରତ ପାଇଁ କାଳ! ମ୍ୟାଚର ମୋଡ଼ ପଲଟାଇବାରେ ମାହିର, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୧।୧୦: ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ହେଲେ ରୋମାଞ୍ଚର କୌଣସି ଅଭାବ ରହେ ନାହିଁ। ଏବେ ଏସିଆନ ଗେମ୍ସ ୨୦୨୬ର ଫାଇନାଲରେ ଦୁଇ ଦଳ…

କ୍ରିକେଟରେ ବଡ଼ ନିୟମ ପରିବର୍ତ୍ତନ: ICC ଜାରି କଲା ନୂଆ ଗାଇଡଲାଇନ, ଏଣିକି ରନ୍‌ଆଉଟ୍‌ରେ…

ନୂଆଦିଲ୍ଲୀ,୧।୧୦: କ୍ରିକେଟରେ ଆଉ କିଛି ନିୟମ ବଦଳିଛି। ଆଇସିସି ପକ୍ଷରୁ ଘୋଷଣା କରାଯାଇଥିବା ଏହି ନୂଆ ନିୟମଗୁଡ଼ିକ ଅକ୍ଟୋବର ୧ କିମ୍ବା ଏହା ପରେ ଆରମ୍ଭ ହେଉଥିବା…

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜରୁ ବାଦ ପଡ଼ିଲେ ଏହି ଖେଳାଳି; BCCI ପକ୍ଷରୁ ରିପ୍ଲେସମେଣ୍ଟ ଖେଳାଳିଙ୍କ ନାମ ଘୋଷଣା, ପ୍ରଶଂସକ ଚକିତ

ନୂଆଦିଲ୍ଲୀ,୧।୧୦: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଭାରତୀୟ ଦଳରେ ହଠାତ ଏକ ପରିବର୍ତ୍ତନ କରିଛି। ବିଶେଷ ଭାବରେ, ୱେଷ୍ଟଇଣ୍ଡିଜ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦…

ସାନଖେମୁଣ୍ଡିରେ ବ୍ୟାପୁଛି ହଇଜା; ପୁଣି ଜଣେ ମୃତ, ଜିଲା ସ୍ବାସ୍ଥ୍ୟ ଟିମର ଅନୁଧ୍ୟାନ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର, ରାଜନାପଲ୍ଲୀ ଓ ଟି.ଗୋବିନ୍ଦପୁର ପଞ୍ଚାୟତ ଢିମିରାପଲ୍ଲୀ ଗାଁରେ ଗତ ୫ ଦିନ ହେଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?