Posted inଖେଳ

କୋହଲିଙ୍କ ବ୍ରାଣ୍ଡ୍‌ ଭାଲ୍ୟୁ କମିଲା, ଧୋନୀଙ୍କ ବଢିଲା

ନୂଆଦିଲ୍ଲୀ,୩୧।୩:ଭାରତର ପୂର୍ବତନ କ୍ରିକେଟ ଅଧିନାୟକ ବିରାଟ କୋହଲିଙ୍କ ବ୍ରାଣ୍ଡ ମୂଲ୍ୟ ହ୍ରାସ ପାଇଛି। ୨୦୨୦ରେ କୋହଲିଙ୍କ ବ୍ରାଣ୍ଡ ମୂଲ୍ୟ ଥିଲା ୨୩୮ ମିଲିୟନ ଡ଼ଲାର (ପ୍ରାୟ ୧୮.୦୩ ବିଲିୟନ)। ଗତ ବର୍ଷ ଏହା ୨୨ ପ୍ରତିଶତ ହ୍ରାସ ପାଇଛି। ୨୦୨୦ରେ ବିରାଟଙ୍କ ବ୍ରାଣ୍ଡ ମୂଲ୍ୟ ୧୮୫.୭ ମିଲିୟନ ଡଲାର (ପ୍ରାୟ ୧୪.୦୯ ବିଲିୟନ)କୁ ଖସି ଆସିଛି।
ଏ କ୍ରଲ ବିଜ୍‌ନେସ୍‌ରର ଡଫ ଆଣ୍ଡ ଫେଲପ୍ସ ରିପୋର୍ଟ ଅନୁଯାୟୀ, କ୍ରମାଗତ ପଞ୍ଚମ ବର୍ଷ ପାଇଁ କୋହଲି ବ୍ରାଣ୍ଡ ମୂଲ୍ୟ ଦୃଷ୍ଟିରୁ ଦେଶରେ ଶୀର୍ଷରେ ରହିଛନ୍ତି। ଟିମ ଇଣ୍ଡିଆର ନୂତନ ଅଧିନାୟକ ରୋହିତ ଶର୍ମା ବ୍ରାଣ୍ଡ ମୂଲ୍ୟ ୩୨.୨ ମିଲିୟନ (ପ୍ରାୟ ୨.୪୪ ବିଲିୟନ) ସହିତ ୧୩ ନମ୍ବରରେ ଅଛନ୍ତି। ଭାରତର ଦୁଇଜଣ ପୂର୍ବତନ ଭେଟେରାନ ଖେଳାଳି ଅଛନ୍ତି, ଯେଉଁମାନେ ତାଙ୍କ ଆଗରେ ରହିଛିଛନ୍ତି। କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ୪୭.୪ ମିଲିୟନ ଆମେରିକୀୟ ଡଲାର (ପ୍ରାୟ ୩.୫୯ ବିଲିୟନ) ସହିତ ୧୧ତମ ସ୍ଥାନରେ ଅଛନ୍ତି। ୨୦୨୧ ମସିହାରେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ବ୍ରାଣ୍ଡ ମୂଲ୍ୟ ୬୧.୨ ମିଲିୟନ ଡଲାର (ପ୍ରାୟ ୪.୬୩ ବିଲିୟନ ଡ଼ଲାର) ଥିଲା। ୨୦୨୦ ତୁଳନାରେ ଧୋନୀ ଉପକୃତ ହୋଇଛନ୍ତି। ତାଙ୍କର ବ୍ରାଣ୍ଡ ମୂଲ୍ୟ ୬୯ ପ୍ରତିଶତ ବୃଦ୍ଧି ପାଇଛି। ବ୍ରାଣ୍ଡ ମୂଲ୍ୟ ଦୃଷ୍ଟିରୁ ସେ ଭାରତୀୟ ସେଲିବ୍ରିଟିମାନଙ୍କ ମଧ୍ୟରେ ପଞ୍ଚମ ସ୍ଥାନରେ ରହିଛନ୍ତି। ୨୦୨୦ରେ, ଧୋନୀ ଏକ ବ୍ରାଣ୍ଡ ମୂଲ୍ୟ ୩୬.୩ ମିଲିୟନ ଡଲାର (ପ୍ରାୟ ୨,୭୪ ବିଲିୟନ) ସହିତ ୧୧ତମ ସ୍ଥାନରେ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାନା ପାଟେକରଙ୍କ ପରିବାରରେ କିଏ କିଏ ଅଛନ୍ତି? ପତ୍ନୀଙ୍କଠାରୁ ଅଲଗା ରହୁଥିଲା ବେଳେ ଜଣେ ପୁଅଙ୍କର ମୃତ୍ୟୁ ହୋଇସାରିଛି

ମୁମ୍ବାଇ,୮।୧୦: ବଲିଉଡର ବରିଷ୍ଠ ଅଭିନେତା ନାନା ପାଟେକର ୭୫ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ମଣିପାଲ ହସ୍ପିଟାଲର ଅଙ୍କୋଲୋଜି ବିଭାଗ ମୁଖ୍ୟ ଡାକ୍ତର ଶେଖର ସାଲକର…

୪ ଦଫା ଦାବିରେ ଓଡ଼ିଶା ବନ୍ଦ, ପଦ୍ମପୁରରେ କଂଗ୍ରେସର ପିକେଟିଂ

ପଦ୍ମପୁର, ୮।୧୦ (ପ୍ରଦୀପ୍ତ ଦାଶ): ୪ ଦଫା ଦାବି ନେଇ କଂଗ୍ରେସ ଓ ‘ଇଣ୍ଡି’ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ଗୁରୁବାର ସକାଳୁ…

ଆସିଲା ନାନା ପାଟେକରଙ୍କ ମୃତ୍ୟୁର ଅସଲ କାରଣ! ଡାକ୍ତର କହିଲେ…

ମୁମ୍ବାଇ,୮।୧୦: ବରିଷ୍ଠ ଅଭିନେତା ନାନା ପାଟେକର ଗୁରୁବାର ସକାଳ ୫ଟା୨୦ ସମୟରେ ପରଲୋକ ହୋଇଛି। ହୃଦଘାତ (କାର୍ଡିଆକ ଆରେଷ୍ଟ) ଯୋଗୁ ତାଙ୍କର ମୃତ୍ୟୁ ହୋଇଛି ବୋଲି କୁହାଯାଇଛି।…

ମୌଳିକ ସୁବିଧାରୁ ବଞ୍ଚିତ ୯୯ ଛାତ୍ରୀଛାତ୍ର

ବାଲେଶ୍ୱର,୮।୧୦,(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ହରିପୁର ପଞ୍ଚାୟତରେ ୧୯୫୯ ମସିହାରେ କସିମିଳା ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ଏଠାରେ ଶିଶୁ ବାଟିକାଠାରୁ ପଞ୍ଚମ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?