Posted inଖେଳ

ଝିଅ ଫଟୋ ଭାଇରାଲ ହେବା ପରେ ମୁହଁ ଖୋଲିଲେ କୋହଲି

କେପ୍‌ଟାଉନ୍‌,୨୪।୧: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ବିରାଟ କୋହଲିଙ୍କ ଝିଅ ଭାମିକାଙ୍କ ପ୍ରଥମ ଝଲକ ଦେଖିବାକୁ ମିଳିଥିଲା। ଏହା ପରେ ବିରାଟ କୋହଲିଙ୍କ ପ୍ରଥମ ବିବୃତ୍ତି ଆସିଛି। କୋହଲି ସୋମବାର ଇନଷ୍ଟାଗ୍ରାମରେ ଏହି ଷ୍ଟାଟସ୍‌ ଶେୟାର କରି କହିଛନ୍ତି, ଗତକାଲି ଷ୍ଟାଡିୟମରେ ଆମ ଝିଅର ଫଟୋ କ୍ଲିକ କରାଯାଇଥିଲା ଏବଂ ଏହା ଭାଇରାଲ ହେବାରେ ଲାଗିଛି। ଆମେ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛୁ ଯେ କ୍ୟାମେରାର ଆମ ଉପରେ ଅଛି ବୋଲି ଆମେ ଜାଣି ନ ଥିଲୁ। ଝିଅର ଫଟୋକୁ ନେଇ ଆମର ମନୋଭାବ ଏବଂ ଅନୁରୋଧ ପୂର୍ବ ପରି ସମାନ। ଯଦି ଆପଣ ଭାମିକାଙ୍କ ଫଟୋ କ୍ଲିକ କିମ୍ବା ପ୍ରକାଶନ ନ କରନ୍ତି ତେବେ ଆମେ ଆପଣଙ୍କୁ ପ୍ରଶଂସା କରିବୁ । ଏହା ପଛର କାରଣ ପୂର୍ବରୁ କୁହାଯାଇଛି। ଧନ୍ୟବାଦ। କୋହଲିଙ୍କ ବ୍ୟତୀତ ଅନୁଷ୍କା ଶର୍ମା ମଧ୍ୟ ସମାନ ବିବୃତ୍ତି ଦେଇଛନ୍ତି।
ତୃତୀୟ ଦିନିକିଆରେ ଅନୁଷ୍କା ଝିଅ ଭାମିକାଙ୍କ ସହ ଷ୍ଟାଡିୟମରେ ଉପସ୍ଥିତ ଥିଲେ। କୋହଲି ଅର୍ଦ୍ଧଶତକ ହାସଲ କରିବା ପରେ ଷ୍ଟାଣ୍ଡରେ ଉପସ୍ଥିତ ଥିବା ଅନୁଷ୍କା ତାଙ୍କ ଝିଅ ସହିତ କରତାଳି ଦେଇ କୋହଲିଙ୍କୁ ଉତ୍ସାହିତ କରିଥିଲେ। ସେହି ସମୟରେ କ୍ୟାମେରାର ତାଙ୍କ ଉପରେ ଥିଲା। ଏହି ସମୟରେ ଭାମିକାଙ୍କର ପ୍ରଥମ ଝଲକ ମଧ୍ୟ ସାମ୍ନାକୁ ଆସିଥିଲା। ବିରୁଷ୍କା ପୂର୍ବରୁ ଝିଅର ଫଟୋ ଭାଇରାଲ ନ କରିବାକୁ ସମସ୍ତଙ୍କୁ ନିବେଦନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅହମଦାବାଦରେ ଖେଳାଯିବ ଆଇପିଏଲ୍‌ ଫାଇନାଲ

ନୂଆଦିଲ୍ଲୀ, ୨୧ା୪: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର କ୍ୱାଲିଫାୟର-୨ ଏବଂ ଫାଇନାଲ ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଯଥାକ୍ରମେ ମେ’ ୨୬ ଓ...

ବାରବାଟୀ ଦିନିକିଆ ଆଉ ୧୨ଦିନ

କଟକ ଅଫିସ,୧୦ା୧୨- ଭାରତ-ଓ୍ବେଷ୍ଟଇଣ୍ଡିଜ ଦିନିକିଆ କ୍ରିକେଟ ମ୍ୟାଚ ପାଇଁ ଆସନ୍ତା ୧୯ ଓ ୨୦ରେ କାଉଣ୍ଟରରେ ଟିକେଟ ବିକ୍ରି ହେବ। କାଉଣ୍ଟରରେ ବିଭିନ୍ନ ଗ୍ୟାଲେରିର ମୋଟ୍‌...

ବଲ୍‌ବୀରଙ୍କ ନାମରେ ହକି ଷ୍ଟାଡିୟମ

ଚଣ୍ଡିଗଡ଼, ୨୬ା୫ (ପି.ଟି.)-ମୋହାଲିସ୍ଥିତ ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ବିଧିବଦ୍ଧ ଭାବେ କିମ୍ବଦନ୍ତୀ ବଲ୍‌ବୀର ସିଂ ସିନିୟରଙ୍କ ନାମରେ ନାମିତ କରାଯାଇଛି। ମଙ୍ଗଳବାର ବଲ୍‌ବୀରଙ୍କ ପ୍ରଥମ ମୃତ୍ୟୁ...

ନିଜ ରେକର୍ଡ ଭାଙ୍ଗିଲେ ଜନସନ

ନୂଆଦିଲ୍ଲୀ, ୧୬ା୬ (ପି.ଟି.)- ଏସିଆନ ଗେମ୍ସ ସ୍ବର୍ଣ୍ଣ ପଦକ ବିଜେତା ଜିନସନ ଜନସନ ୧୫୦୦ ମିଟର ଦୌଡ଼ରେ ନିଜ ଜାତୀୟ ରେକର୍ଡକୁ ଭଙ୍ଗ କରିଦେଇଛନ୍ତି। ଭାରତର...

ପାକିସ୍ତାନ ବିପକ୍ଷ ଡେଭିସ କପ୍‌ ମ୍ୟାଚ ନିରପେକ୍ଷ; ଭେନ୍ୟୁ କଥା ଉଠାଇବ ଏଆଇଟିଏ

ନୂଆଦିଲ୍ଲୀ, ୧୯ା୮(ପି.ଟି.)-ଇସ୍‌ଲାମାବାଦ୍‌ଠାରେ ଖେଳାଯିବାକୁଥିବା ପାକିସ୍ତାନ ବିପକ୍ଷ ଡେଭିସ୍‌ କପ୍‌ ମ୍ୟାଚକୁ ଏକ ନିରପେକ୍ଷ ଭେନ୍ୟୁରେ କରାଇବା କେତେ ଜରୁରି ତାହା ସର୍ବଭାରତୀୟ ଟେବୁଲ ଟେନିସ ଆସୋସିଏଶନ...

ଆଇସିସି ନିୟମ ଭାଙ୍ଗିଛନ୍ତି ୧୯ ବର୍ଷରୁ କମ୍‌ ବିଶ୍ୱକପ ଚାମ୍ପିୟନ ଦଳର ୩ ଖେଳାଳି

ଦୁବାଇ,୧୧।୨- ଦକ୍ଷିଣ ଆଫ୍ରିକାର ପୋଚେଫ୍ସଷ୍ଟ୍ରୁମଠାରେ ରବିବାର ଖେଳାଯାଇଥିବା ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଫାଇନାଲରେ ୩ ବାଂଲାଦେଶୀ ଓ ଦୁଇ ଭାରତୀୟ ଖେଳାଳି ଆଇସିସି କୋଡ୍‌...

ଇଂଲଣ୍ଡକୁ ବଡ଼ ଝଟ୍‌କା

ଲଣ୍ଡନ,୧୨।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ଟେଷ୍ଟ ସିରିଜ ଚାଲିଛି। ଉଭୟ ଦଳ ମଧ୍ୟରେ ପ୍ରଥମ ମ୍ୟାଚ ଡ୍ରରେ ଶେଷ ହୋଇଥିଲା। ଅଗଷ୍ଟ...

କରୋନା ଆକ୍ରାନ୍ତ ବିଶ୍ୱକପ୍‌ ଚାମ୍ପିୟନ ଖେଳାଳି

ରୋମ,୧୮।୩- ଜୁଭେଣ୍ଟସ ପକ୍ଷରୁ ଖେଳୁଥିବା ବିଶ୍ୱକପ ଚାମ୍ପିୟନ ଫ୍ରାନ୍ସ ଦଳର ସଦସ୍ୟ ବ୍ଲାଇସେ ମାଟୁଡି ଓ ହେଲାସ ଭେରୋନା ଖେଳାଳି ମାଟି ଜାକାଗନି ଘାତକ ଭାଇରସ...

Advertisement
Archives

Model This Week