
କେପ୍ଟାଉନ୍,୨୪।୧: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ବିରାଟ କୋହଲି ଅର୍ଦ୍ଧଶତକ ହାସଲ କରିଥିଲେ। କିନ୍ତୁ ଟିମ ଇଣ୍ଡିଆ ମ୍ୟାଚକୁ ୪ ରନ୍ରେ ହାରିଥିଲା। ଏହା ସହ ଆୟୋଜକ ଦକ୍ଷିଣ ଆଫ୍ରିକା ସିରିଜକୁ ୩-୦ରେ ହାତେଇ ଥିଲା। ଏହାପୂର୍ବରୁ ଦଳ ଟେଷ୍ଟ ସିରିଜରେ ୧-୨ରେ ହାରି ଯାଇଥିଲା। ଏହି ସମୟରେ କୋହଲିଙ୍କ ଜାତୀୟ ସଙ୍ଗୀତ ପରିବେଷଣ ସମୟରେ ପ୍ରଶଂସକମାନେ ତାଙ୍କ କାର୍ଯ୍ୟକଳାପକୁ ନେଇ ରାଗି ଯାଇଛନ୍ତି।
ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଦିନିକିଆରେ ବିରାଟ କୋହଲି ଏକ ଲଜ୍ଜାଜନକ କାର୍ଯ୍ୟ କରୁଥିବା କ୍ୟାମେରାରେ ଧରାପଡିଥିଲେ। ବିରାଟ କୋହଲି ମ୍ୟାଚ ପୂର୍ବରୁ ଜାତୀୟ ସଂଗୀତ ବାଜୁଥିବାବେଳେ ଚୁଇଙ୍ଗମ ଚୋବାଉଥିବା ଦେଖିବାକୁ ମିଳିଥିଲା। ଏହାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଛି। ଜଣେ ପ୍ରଶଂସକ ଲେଖିଛନ୍ତି, କୋହଲିଙ୍କ ଏହି ମନୋଭାବକୁ ବରଦାସ୍ତ କରାଯାଇପାରିବ ନାହିଁ। ଏଥି ସହିତ ଅପ୍ୟ ଜଣେ ୟୁଜର୍ସ କହିଛନ୍ତି, କୋହଲିଙ୍କ ମନୋଭାବ ଅପମାନଜନକ।
This clown must be punished acc. to the " National Honour act 1971 " for disrespecting our Indian national anthem .
A man with no ethics & dignity.
Shame on you Virat Kohli @imVkohli#SAvIND pic.twitter.com/igCmlutkry— 𝐇𝐲𝐝𝐫𝐨𝐠𝐞𝐧 (@Burning_H2) January 23, 2022