Posted inଖେଳ

ଛୁଟି ମାଗି ନାହାନ୍ତି କୋହଲି

ନୂଆଦିଲ୍ଲୀ, ୧୪ା୧୨- ଆସନ୍ତା ଦକ୍ଷିଣ ଆଫ୍ରିକା ଟୁର୍‌ ସମୟରେ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜ ନ ଖେଳି ଟେଷ୍ଟ ଅଧିନାୟକ ବିରାଟ କୋହଲି ଛୁଟିରେ ଯାଇପାରନ୍ତି। ଏଭଳି ମିଡିଆ ରିପୋର୍ଟକୁ ଖଣ୍ଡନ କରିଛନ୍ତି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଜଣେ ଅଧିକାରୀ। କୋହଲି ଏପର୍ଯ୍ୟନ୍ତ ଛୁଟି ପାଇଁ ଅନୁରୋଧ କରି ନ ଥିବା ସେ କହିଛନ୍ତି।

କୋହଲିଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ। ଏହା ଡିସେମ୍ବର ୨୬ରେ ସେଞ୍ଚୁରିଅନରେ ଆରମ୍ଭ ହୋଇ ଜାନୁୟାରୀ ୧୫ରେ କେପ୍‌ ଟାଉନ୍‌ଠାରେ ତୃତୀୟ ଓ ଫାଇନାଲ ଟେଷ୍ଟ ସହ ସିରିଜ ଶେଷ ହେବ। ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ ସିରିଜ ଜାନୁୟାରୀ ୧୯ରୁ ଆରମ୍ଭ ହେବ। କିଛି ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ଟେଷ୍ଟ ସିରିଜ ପରେ କୋହଲି ନିଜ ପରିବାର ସହ ଛୁଟି କଟାଇବାକୁ ଚାହୁଁଛନ୍ତି।

ହେଲେ ଦିନିକିଆ ସିରିଜରୁ ଓହରିବା ଲାଗି ସେ ଏପର୍ଯ୍ୟନ୍ତ ଅନୁଷ୍ଠାନିକ ଭାବେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କିମ୍ବା ସମ୍ପାଦକ ଜୟ ଶାହାଙ୍କ ସହ ଯୋଗାଯୋଗ କରି ନାହାନ୍ତି ବୋଲି ଜଣେ ବରିଷ୍ଠ କର୍ମକର୍ତ୍ତା କହିଛନ୍ତି। କାର୍ଯ୍ୟସୂଚୀ ଅନୁସାରେ ତିନୋଟିଯାକ ଅନ୍ତର୍ଜାତୀୟ ଦିନିକିଆ ଜାନୁୟାରୀ ୧୯, ୨୧ ଓ ୨୩ରେ ଖେଳାଯିବ। କର୍ମକର୍ତ୍ତା ଜଣକ କହିଛନ୍ତି, ବାୟୋବବଲ କଟକଣା ଯୋଗୁ ଖେଳାଳିମାନଙ୍କ ସହ ସେମାନଙ୍କ ପରିବାର ସମାନ ଚାର୍ଟର ବିମାନରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବେ। କୋହଲି ମଧ୍ୟ ତାଙ୍କ ପରିବାରକୁ ନେଇ ଯିବେ। ଟେଷ୍ଟ ସିରିଜ ପରେ ବବଲଜନିତ ମାନସିକ ବିଶାଦ ପାଇଁ ଛୁଟିନେବାକୁ ଚାହୁଁଥିଲେ ଭାରତୀୟ ଅଧିନାୟକ ଏ ବିଷୟରେ ବୋର୍ଡ ଚେୟାରମ୍ୟାନ, ସିଲେକ୍ଟର କିମ୍ବା ସମ୍ପାଦକ ଶାହାଙ୍କୁ ଅବଗତ କରାଇଥାନ୍ତେ ନିଶ୍ଚୟ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ବ୍ୟାଟ୍‌ ଚୋରାଇବାକୁ ଚାହୁଁଛନ୍ତି ଏବି ଡି ଭିଲିୟର୍ସ

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଏବଂ ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ଏବି ଡିଭିଲିୟର୍ସ କ୍ରିକେଟ୍‌ ଦୁଇ ବଡ ନାମ। ଆଇପିଏଲ ୨୦୨୦ରେ...

ଧୋନୀଙ୍କୁ ‘କିଙ୍ଗ୍‌ କଙ୍ଗ୍‌’ ଆଖ୍ୟା ଦେଲେ ରବି ଶାସ୍ତ୍ରୀ: ଜାଣନ୍ତୁ କାହିଁକି

ଆବୁଧାବି,୩।୧୦: ଯଦି ଅଧିନାୟକତ୍ୱ ଏକ କଳା, ତେବେ ଏମଏସ ଧୋନୀ ହେଉଛନ୍ତି ବରିଷ୍ଠ କଳାକାର। ଧଳା-ବଲ ଫର୍ମାଟରେ ପ୍ରକୃତରେ ସେ ଏକ ଉଦାହରଣ ସୃଷ୍ଟି କରିଛନ୍ତି।...

ଯୁବ ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌: ଫାଇନାଲରେ ୮ ଭାରତୀୟ

ନୂଆଦିଲ୍ଲୀ,୨୨।୪(ପି.ଟି.): ପୋଲାଣ୍ଡର କିଏଲ୍ସଠାରେ ଚାଲିଥିବା ଯୁବ ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ରେ ୭ ମହିଳାଙ୍କ ସମେତ ୮ ଭାରତୀୟ ବକ୍ସର ଫାଇନାଲରେ ପ୍ରବେଶ କରିଛନ୍ତି। ଏହା ଭାରତ...

କ୍ରିକେଟ ଇତିହାସରେ ପ୍ରଥମ

ଆଇସିସିର ନୂଆ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ରେ ଏହା ହେଉଛି ପ୍ରଥମ ଟେଷ୍ଟ। ଫଳରେ ଟେଷ୍ଟ କ୍ରିକେଟର ୧୪୨ ବର୍ଷ ଇତିହାସରେ ପ୍ରଥମଥରପାଇଁ ଖେଳାଳିମାନେ ସେମାନଙ୍କ ନାମ...

ଓସିଏ ମହିଳା କ୍ରିକେଟ ଲିଗ୍‌ ଆରମ୍ଭ

ଭୁବନେଶ୍ୱର, ୧୬।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ)ର ଭିଜନ-୨୦୨୪ ଅନ୍ତର୍ଗତ ଦିନିକିଆ ମହିଳା କ୍ରିକେଟ ଲିଗ୍‌ ଶୁକ୍ରବାରଠାରୁ ବିଭିନ୍ନ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି। ପ୍ରଥମ...

ସ୍ପେଶାଲ୍‌ ପାର୍ଟନରଙ୍କ ସହ ବସି ୬ ବଲ୍‌ରୁ ୬ ଛକା ଭିଡିଓ ଦେଖିଲେ ଯୁବରାଜ

ନୂଆଦିଲ୍ଲୀ,୧୯।୯: ସେପ୍ଟେମ୍ବର ୧୯, ୨୦୦୭, ସ୍ଥାନ- ଦକ୍ଷିଣ ଆଫ୍ରିକାର ଡର୍ବାନ ଗ୍ରାଉଣ୍ଡରେ ଭାରତର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ଇତିହାସ ରଚିଥିଲେ। ୧୪ ବର୍ଷ ପୂର୍ବେ...

ବଲ୍‌ରେ ସାଲିଭା ବ୍ୟବହାର କଲେ କୋହଲି

ଦୁବାଇ, ୬।୧୦(ପି.ଟି.): ସୋମବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ମ୍ୟାଚ ସମୟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଅଧିନାୟକ ବିରାଟ କୋହଲି ଅସାବଧାନତା ବଶତଃ ବଲ୍‌ରେ...

୧୮ ରନରେ ଆରସିବି ବିଜୟୀ

ଲକ୍ଷ୍ନୌ, ୨।୫: ଆଇପିଏଲ ୨୦୨୩ର ୪୩ତମ ମ୍ୟାଚ ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକନ୍ନା କ୍ରିକେଟ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ଏବଂ ଲକ୍ଷ୍ନୌ ସୁପର...

Advertisement
Archives

Model This Week