Posted inଖେଳ

କାହିଁକି କୋହଲିଙ୍କ ଉପରେ ଖପ୍ପା ଭାରତୀୟ ପ୍ରଶଂସକ… ଜାଣନ୍ତୁ କେବେଠାରୁ ମାରି ନାହାନ୍ତି ଶତକ

ନୂଆଦିଲ୍ଲୀ,୨୭।୬: ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲରେ ଟିମ୍‌ ଇଣ୍ଡିଆର ଲଜ୍ଜାଜନକ ପରାଜୟ ପରେ ଦଳର ବ୍ୟାଟ୍ସମ୍ୟାନଙ୍କ ଉପରେ ଖପ୍ପା ହୋଇଛନ୍ତି ଭାରତୀୟ ପ୍ରଶଂସକ। ଦ୍ୱିତୀୟ ସେସନରେ ମାତ୍ର ୧୭୦ ରନ୍‌ରେ ଆଉଟ୍‌ ହେବାକୁ ନେଇ ସୋସିଆଲ ମିଡିଆରେ କଟୁ ସମାଲୋଚନା କରାଯାଉଛି। ଏହି ସମାଲୋଚନାର ଶୀର୍ଷରେ ରହିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ସେ ଖରାପ ଫର୍ମରେ ଥିବା ବେଳେ ଶତକ ମାରିବାରେ ବିଫଳ ହେଉଛନ୍ତି।

ଷ୍ଟାର ବ୍ୟାଟ୍ସମ୍ୟାନ କୋହଲି ଗତ ଦେଢ଼ ବର୍ଷରୁ ଅଧିକ ସମୟ ଧରି ଖରାପ ଫର୍ମରେ ଅଛନ୍ତି। ସେ ୨୦୧୯ରେ ବାଂଲାଦେଶ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ଶେଷଥର ପାଇଁ ଶତକ ହାସଲ କରିଥିଲେ। ସେବେଠାରୁ ଟେଷ୍ଟରେ ତାଙ୍କ ପ୍ରଦର୍ଶନ ହାରାହାରି ୨୪.୬୪ ରହିଛି। ହେଲେ ଦିନିକିଆ ଟୁର୍ନାମେଣ୍ଟରେ ତାଙ୍କ ଖେଳ ସାମାନ୍ୟ ଉନ୍ନତ ରହିଛି। ଏଥିରେ ତାଙ୍କ ପ୍ରଦର୍ଶନ ହାରାହାରି ୪୩.୨୬ ରହିଛି।

କୋହଲିଙ୍କ ପୂର୍ବ ପ୍ରଦର୍ଶନକୁ ଦେଖିଲେ ସେ ଟେଷ୍ଟ କ୍ରିକେଟରେ ସର୍ବାଧିକ ଟେଷ୍ଟ ସ୍କୋର କରିଥିବା କ୍ରିକେଟର ହୋଇପାରନ୍ତି। କାରଣ ସେ ଏବେ ମହାନ ସଚିନ ତେନ୍ଦୁଲକରଙ୍କ ୪୯ ଦିନିକିଆ ଶତକରୁ ୬ ପାଦ ଦୂରରେ ଅଛନ୍ତି। ଚେନ୍ନାଇରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ସେ ୨ ଅର୍ଦ୍ଧଶତକ କରିଥିଲେ। ଏହାବ୍ୟତିତ ଆଡିଲେଡ୍‌ଷର ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ସେ ମଧ୍ୟ ଅର୍ଦ୍ଧଶତକ କରିଥିଲେ।

୨୦୧୯ ନଭେମ୍ବରଠାରୁ କୋହଲି ୧୫ ଦିନିକିଆ ମୁକାବିଲା ଖେଳି ୬୪୯ ରନ୍‌ କରିଛନ୍ତି। ସେ ଟେଷ୍ଟ ଅପେକ୍ଷା ଦିନିକିଆରେ ଭଲ ରହିଥିବା ବେଳେ ୮ ଅର୍ଦ୍ଧଶତକ କରିଛନ୍ତି। ହେଲେ ଶତକ କରିବାରେ ବିଫଳ ହୋଇଛନ୍ତି।

ଭାରତର ପୂର୍ବ ବ୍ୟାଟିଂ ପ୍ରଶିକ୍ଷକ ସଞ୍ଜୟ ବାଙ୍ଗର କହିଛନ୍ତି, ଶତକର ମରୁଡ଼ିକୁ ନେଇ ଉତ୍କଣ୍ଠା କୋହଲିଙ୍କ ମନରେ ଥିବ। ହେଲେ ସେ ଏଥିରୁ ମୁକୁଳିଯିବେ। ସେ ନିଜର ୭୫୦୦ ଟେଷ୍ଟ ରନ୍‌ ପାଖରେ ରହିଛନ୍ତି। କ୍ରିକେଟ ଏଭଳି ଏକ ଫର୍ମାଟ ଯେଉଁଥିରେ ସେ ସବୁକିଛି ଆରାମରେ ଦେଇପାରିବେ। ଟି୨୦ ଖେଳରେ ସେ ସୁଧାର ଆଣିଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପିପିଇ କିଟ୍‌ ପିନ୍ଧି ଆଇପିଏଲ୍‌ ଖେଳିବାକୁ ଗଲେ ଖେଳାଳି

ଜୟପୁର, ୨୦।୮: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ କ୍ରିକେଟ୍‌ ଟୁର୍ନାମେଣ୍ଟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ଚଳିତ ବର୍ଷ କରୋନା ମହାମାରୀ ଲାଗି...

ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ ପରେ ବଢିଥିଲା କ୍ରିକେଟ୍‌ ନିଶା; ପଡ଼ିଆରେ କରିଥିଲେ ଅନେକ ରେକର୍ଡ

କ୍ରୀଡା ଏବଂ ଅଧ୍ୟୟନର ମିଳନ କ୍ୱଚିତ୍‌ ଦେଖାଯାଏ, କିନ୍ତୁ ଅନେକ ଖେଳାଳି ଅଛନ୍ତି ଯେଉଁମାନେ ଭଲ ଅଧ୍ୟୟନ କରିବା ପରେ ଖେଳକୁ ନିଜର କ୍ୟାରିଅର୍‌ କରିଥିଲେ।...

ସିରାଜ୍‌ଙ୍କ ଜାଲରେ ଫସିଲେ ଓ୍ବେଡ୍‌, ଲଜ୍ଜାଜନକ ରେକର୍ଡର ହେଲେ ଅଧିକାରୀ

ବ୍ରିସବେନ୍‌,୧୭।୧: ବ୍ରିସବେନରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ମହମ୍ମଦ ସିରାଜ ଚମତ୍କାର ବୋଲିଂ କରିଥିଲେ। ସିରାଜ...

ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତ: ବିସିସିଆଇ ଫଟୋରୁ ବିରାଟ କୋହଲି ଉଭାନ୍‌

ନୂଆଦିଲ୍ଲୀ,୧୬।୧୨: ବିରାଟ କୋହଲିଙ୍କ ବିସ୍ଫୋରକ ଖବରଦାତା ସମ୍ମିଳନୀ ପରେ ଭାରତୀୟ ଦଳ ଗୁରୁବାର ସକାଳୁ ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାତ୍ରା କରିଛି। ବିରାଟ କୋହଲିଙ୍କ ନେତୃତ୍ୱରେ...

ଅଗଷ୍ଟରେ ଫାଓ, ସେପ୍ଟେମ୍ବରରେ ଓସିଏ ନିର୍ବାଚନ : ଦୋଛକିରେ ସଞ୍ଜୟ, ସୁପ୍ରିମକୋର୍ଟଙ୍କ ଶୁଣାଣିକୁ ଅପେକ୍ଷା

କଟକ ଅଫିସ,୬ା୭- ରାଜ୍ୟ କ୍ରୀଡ଼ା ଜଗତରେ ଯେଉଁ କେତୋଟି ପ୍ରସଙ୍ଗ ଚର୍ଚ୍ଚାରେ ରହିଛି, ସେଗୁଡ଼ିକ ମଧ୍ୟରେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର ନିର୍ବାଚନ ପ୍ରସଙ୍ଗ ସବୁଠାରୁ ଆଗରେ...

ଏମ୍‌ଆଇ ପାଇଁ ୧୫୯ ରନ୍‌ର ବିଜୟ ଲକ୍ଷ୍ୟ…

ମୁମ୍ବାଇ, ୩୦।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୪୪ ତମ ମ୍ୟାଚ୍‌ରେ ଶନିବାର ରାଜସ୍ଥାନ ରୟାଲର୍‌ସ(ଆର୍‌ଆର୍‌) ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ୍‌(ଏମ୍‌ଆଇ)ସ ଜିତି ପ୍ରଥମେ ବୋଲିଂ...

ବିକାଶଙ୍କ ଦ୍ୱିତୀୟ ପ୍ରଫେଶନାଲ ବାଉଟ୍‌

ନ୍ୟୁୟର୍କ, ୨୦ା୪ (ପି.ଟି.)-ଭାରତୀୟ ବକ୍ସର ବିକାଶ କ୍ରିଷନ ତାଙ୍କ ଦ୍ୱିତୀୟ ପ୍ରଫେଶନାଲ ବାଉଟ୍‌ରେ ଆମେରିକାର ନୋଆ କିଡ୍‌ଙ୍କୁ ଭେଟିବେ। ଏହି ମୁକାବିଲା ଶନିବାର ସ୍ଥାନୀୟ ଆଇକନିକ...

୬ ବର୍ଷ ପରେ ସବୁଠୁ ଖରାପ ର଼୍ୟାଙ୍କିଙ୍ଗ୍‌ରେ ପହଞ୍ଚିଲେ କୋହଲି

ନୂଆଦିଲ୍ଲୀ,୨୮।୧୨: ବିରାଟ କୋହଲି ଟି-୨୦ କ୍ରିକେଟରେ ଦୃଢ ପ୍ରତ୍ୟାବର୍ତ୍ତନ କରିଛନ୍ତି କିନ୍ତୁ ଟେଷ୍ଟରେ ତାଙ୍କର ଖରାପ ପ୍ରଦର୍ଶନ ଜାରି ରହିଛି। ଏହାର ପ୍ରଭାବ ହେଉଛି ସର୍ବଶେଷ...

Advertisement
Archives

Model This Week