ଫିଲ୍ମ ପିଛା ୫ରୁ ୭ କୋଟି ଚାର୍ଜ କରନ୍ତି ଏହି ଅଭିନେତା, ରହିଛି ଏକରୁ ବଳି ଏକ ଦାମୀ ଗାଡ଼ି; ପାଲଟିଛନ୍ତି…

ବମ୍ବେ: ବଲିଉଡ୍‌ର ଚକୋଲେଟ୍‌ ବୟ କହିଲେ ଅଭିନେତା କାର୍ତ୍ତିକ ଆର୍ୟନଙ୍କୁ ବୁଝାଯାଏ। ସେ ନିଜର କ୍ୟୁଟ୍‌ନେସ୍‌ରେ ମହିଳା ପ୍ରଶଂସକଙ୍କ ହୃଦୟ ଚୋରି କରିଥାନ୍ତି। ଏହାଛଡ଼ା ପୁଅମାନେ ମଧ୍ୟ ତାଙ୍କର ଷ୍ଟାଇଲ୍‌କୁ ବେଶ୍‌ ଫଲୋ ମଧ୍ୟ କରନ୍ତି। ହେଲେ ସାଧାରଣ ଯୁବକରୁ ୟଙ୍ଗ ସେନଶେସନ ହେବାର ଯାତ୍ରା ସେତେଟା ସହଜ ନ ଥିଲା। ଏଥିପାଇଁ ଦୀର୍ଘ ୩ ବର୍ଷ ଧରି ସଂଘର୍ଷ କରିଥିଲେ ସେ।

ଫିଲ୍ମ ‘ପ୍ୟାର କା ପଞ୍ଚନାମା’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ କାର୍ତ୍ତିକ। ୨୦୧୧ ଏହା ରିଲିଜ ହୋଇଥିବା ବେଳେ ବେଶ୍‌ ଲୋକପ୍ରିୟ ହୋଇଥିଲା। ଫିଲ୍ମଟି ତାଙ୍କୁ ପରିଚୟ ଦେଇଥିଲା। ଏହାପରେ ସେ ‘ସୋନୁ କି ଟିଟୁ କି ସ୍ବିଟି, ଲୁକା ଛୁପ୍ପି, ପତି ପତ୍ନୀ ଔର ବୋ’ ଭଳି ଅନେକ ବଲିଉଡ୍‌ ଫିଲ୍ମରେ କାମ କରିଛନ୍ତି।

ଗୋଟିଏ ଫିଲ୍ମ ପାଇଁ ୫ ରୁ ୭ କୋଟି ଟଙ୍କା ପାଉଣା ନେଇଥାନ୍ତି କାର୍ତ୍ତିକ। ଏଥିସହ ବିଜ୍ଞାପନକୁ ମିଶାଇଲେ ବର୍ଷକୁ ସେ ୩୬ କୋଟିରୁ ଅଧିକ ଟଙ୍କା ରୋଜଗାର କରିଥାନ୍ତି। ଫଳରେ ଏବେ ସେ ବଲିଉଡ୍‌ର ଅନ୍ୟତମ କୋଟିପତି ଅଭିନେତା ପାଲଟିଛନ୍ତି। ମୁମ୍ବାଇର ବର୍ସୋବା ଭଳି ପୋଶ ଅଞ୍ଚଳରେ କାର୍ତ୍ତିକଙ୍କ ଭବ୍ୟ ଆପାର୍ଟମେଣ୍ଟ ରହିଛି। ଏହାର ଫଟୋ ସେ ସାମାଜିକ ଗଣମାଧ୍ୟମରେ ଛାଡ଼ିଥାନ୍ତି। ୨୦୧୭ରେ ଏକ ବିଏମ୍‌ଡବ୍ଲୁ କିଣିଥିଲେ କାର୍ତ୍ତିକ। ଏହାଛଡ଼ା ସେ ମା’ଙ୍କୁ ଏକ ମିନି କୁପର ଭେଟି ଦେଇଥିଲେ। ନିକଟରେ ସେ ଏକ ଦାମୀ ଲବୋର୍ଗିନି କାର କିଣିଛନ୍ତି, ଯାହାର ମୂଲ୍ୟ ୪.୫ କୋଟି ଟଙ୍କା।

ଉବଲବ୍ଧି ବିଷୟରେ କଥା ହେଲେ କାର୍ତ୍ତିକ ଫୋବ୍ସ ଇଣ୍ଡିଆ ସେଲିବ୍ରିଟି ତାଲିକାରେ ୬୭ତମ ସ୍ଥାନରେ ରହିଥିଲେ। ଚଳିତ ବର୍ଷ ସେ ୧୦.୩୮ ଟଙ୍କା ରୋଜଗାର କରିଥିଲେ। ପ୍ରଶଂସକ ଦେଖିଲେ ଇନଷ୍ଟାଗ୍ରାମରେ ୨୧.୬ ମିଲିୟନ ଲୋକ ତାଙ୍କୁ ଫଲୋ କରନ୍ତି। ସେହିଭଳି ଟୁଇଟରରେ ତାଙ୍କର ୧.୧ ମିଲିୟନ ଫଲୋଅର୍ସ ଅଛନ୍ତି।

ଆଗାମୀ ଦିନରେ କାର୍ତ୍ତିକ ‘ଧମାକା, ଭୁଲ ଭୁଲୈୟା ୨ ଭଳି ଫିଲ୍ମରେ ନଜର ଆସିବେ। ଏହାଛଡ଼ା ସେ ସତ୍ୟନାରାୟଣ କି କଥା ଭଳି ବଡ଼ ଫିଲ୍ମରେ କାମ କରିବା ନେଇ ନିକଟରେ ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏକଦା ବିପାଶାଙ୍କୁ ‘କଳା ବିରାଡ଼ି’ କହିଥିଲେ କରିନା, ରାଗରେ ମାରିଦେଇଥିଲେ ଚାପୁଡ଼ା; ଆଉ ତା’ ପରେ…

ବମ୍ବେ: ପୁଣି ଥରେ ମା’ ହେବାକୁ ନେଇ ଚର୍ଚ୍ଚାରେ ଥିବା ବେବୋଙ୍କ ଅତୀତ ବେଶ୍‌ ବିବାଦୀୟ। ଏକଦା ବ୍ଲାକ୍‌ ବିଉଟି ବିପାଶାଙ୍କ ସହ ତାଙ୍କର ଜୋରଦାର...

କରିନାଙ୍କ ସହ ଫିଲ୍ମ କରୁ କରୁ ପ୍ରେମରେ ପଡ଼ିଥିଲେ ହ୍ରିତିକ: ବିବାହିତ ଥିବା ଯୋଗୁ…

ବମ୍ବେ: ବଲିଉଡ୍‌ର ଲୋକପ୍ରିୟ ଯୋଡ଼ି ମାନଙ୍କ ମଧ୍ୟରୁ କରିନା-ସୈଫ୍‌ ଅନ୍ୟତମ। ହେଲେ ଏଭଳି ଏକ ସମୟ ଥିଲା, ଯେତେବେଳେ ଅନେକ ଅଭିନେତାଙ୍କ ସହ କରିନାଙ୍କ ନାମକୁ...

ମାନୁଷୀଙ୍କ ପାଇଁ ସ୍ପେଶାଲ ୧୮ ନଭେମ୍ବର

ମୁମ୍ବାଇ: ବଲିଉଡ୍‌ର ନବଗତା ନାୟିକା ମାନୁଷୀ ଚ୍ଛିଲ୍ଲର ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ତାଙ୍କ ପାଇଁ ୧୮ ନଭେମ୍ବର ବିଶେଷ ମହତ୍ୱ ରଖେ ବୋଲି...

ରିୟାଙ୍କ ମାୟାଜାଲରୁ ମୁକୁଳାଇବା ଲାଗି ଭଉଣୀଙ୍କୁ ଅନୁରୋଧ କରିଥିଲେ ସୁଶାନ୍ତ

ମୁମ୍ବାଇ, ୫।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଅଧିକ ରହସ୍ୟମୟ ହେବାରେ ଲାଗିଛି। ସମ୍ପ୍ରତି ସୁଶାନ୍ତଙ୍କ ବଡ଼ ଭଉଣୀ ରାନୀଙ୍କ ମନ୍ତବ୍ୟ ଆତ୍ମହତ୍ୟାକୁ...

ଜେଲ୍‌ରେ ଭିଣୋଇ, ଶିଳ୍ପାଙ୍କୁ ଏମିତି ଲେଖିଲେ ଭଉଣୀ ସମିତା

ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ୍‌ କୁନ୍ଦ୍ରାଙ୍କ ଗିରଫ ପରେ ପୂରା ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଚହଳ ସୃଷ୍ଟି ହୋଇଛି। ଅଶ୍ଳୀଳ ଭିଡିଓ ପ୍ରସ୍ତୁତି ମାମଲାରେ...

ପୁଣି ଏକାଠି ନଜର ଆସିବେ କ୍ରିତି ଓ କାର୍ତ୍ତିକ

ମୁମ୍ବାଇ: ନିକଟରେ କ୍ରିତି ସାନନ୍‌ଙ୍କ ‘ମିମି’, ‘ହମ୍‌ ଦୋ ହମାରେ ଦୋ’ ଫିଲ୍ମକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ପୁଣି ଥରେ କାର୍ତ୍ତିକ ଆର୍ୟନଙ୍କ...

ଜ୍ୟାକଲିନଙ୍କ ଇମୋଶନାଲ ପୋଷ୍ଟ

ମୁମ୍ବାଇ: ମହଙ୍ଗା ମାଡରେ ଭାଙ୍ଗି ପଡିଥିବା ଶ୍ରୀଲଙ୍କା ପରିସ୍ଥିତି ଦେଖି ଦୁଃଖ ପ୍ରକାଶ କରିଛନ୍ତି ବଲିଉଡ ନାୟିକା ଜ୍ୟାକଲିନ ଫର୍ନାଡିଜ । ସେ ତାଙ୍କ ଇନଷ୍ଟାଗ୍ରାମରେ...

ମହିଳାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ‘ଶକ୍ତିମାନ୍‌’

ବମ୍ବେ: ବିବାଦରେ ଲୋକପ୍ରିୟ ଧାରାବାହିକ ଶକ୍ତିମାନ୍‌ ଫେମ୍‌ ଅଭିନେତା ମୁକେଶ ଖନ୍ନା। ମହିଳାଙ୍କୁ ନେଇ ସେ ଏକ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। ଏହାକୁ ନେଇ ତାଙ୍କୁ...

Advertisement
Archives

Model This Week