Posted inଫୁରସତ

ଅଧାରୁ ଏମ୍‌ବିଏ ପଢ଼ା ଛାଡ଼ିଦେଇଥିଲେ ମୁକେଶ ଅମ୍ବାନୀ: ଜାଣନ୍ତୁ କେତେ ପଢ଼ିଛନ୍ତି ତାଙ୍କ ପୁଅଝିଅ

ରିଲାଏନ୍ସ ଇଣ୍ଡରଷ୍ଟ୍ରିଜ୍‌ ଲିମିଟେଡ୍‌ର ମାଲିକ ତଥା ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହେଉଛନ୍ତି ମୁକେଶ ଅମ୍ବାନୀ। ବର୍ତ୍ତମାନ ସମୟରେ ସଫଳ ବ୍ୟବସାୟୀ ପାଲଟିଥିବା ମୁକେଶ କିନ୍ତୁ ନିଜର ପାଠପଢ଼ା ସମ୍ପୂର୍ଣ୍ଣ ଶେଷ କରି ନାହାନ୍ତି। କାରଣ ସେ ଜଣେ କଲେଜ ଡ୍ରପ୍‌ ଆଉଟ୍‌।

ମୁକେଶ ମାଟୁଙ୍ଗାର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ କେମିକାଲ ଟେକ୍ନୋଲୋଜିର କେମିକାଲ ଇଞ୍ଜିନିୟରିଂରେ ଗ୍ରାଜୁଏଶନ କରିଛନ୍ତି। ଏହାପରେ ସେ ଏମ୍‌ବିଏ କରିବା ପାଇଁ କାଲିଫର୍ଣ୍ଣିଆର ଷ୍ଟେନ୍‌ଫୋର୍ଡ ୟୁନିଭର୍ସିଟି ଯାଇଥିଲେ। ହେଲେ ଏହାକୁ ଶେଷ କରି ନ ଥିଲେ ସେ। କାରଣ ତାଙ୍କ ବାପା ଧିରୁଭାଇ ଅମ୍ବାନୀ କାମରେ ସହଯୋଗ କରିବାକୁ ତାଙ୍କୁ ଭାରତକୁ ଫେରି ଆସିବାକୁ କହିଥିଲେ। ମୋଟାମୋଟି ଦେଖିବାକୁ ଗଲେ ଜଣେ କଲେଜ ଡ୍ରପ୍‌ଆଉଟ୍‌ ହୋଇଥିଲେ ମଧ୍ୟ ସେ ବିଶ୍ୱର ସବୁ ଯୁବଗୋଷ୍ଠୀଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ତାଙ୍କ ପିଲାମାନେ ଉଚ୍ଚସ୍ତରୀୟ ଶିକ୍ଷା ଗ୍ରହଣ କରିଛନ୍ତି।

ମୁକେଶଙ୍କ ଝିଅ ଈଶା ବାପା ପଢ଼ିଥିବା କାଲିଫର୍ନିଆ କଲେଜରୁ ନିଜର ଏମ୍‌ବିଏ ପଢ଼ା ସାରିଛନ୍ତି। ଏହାପୂର୍ବରୁ ସେ ୟେଲ ୟୁନିଭର୍ସିଟିରୁ ସାଇକୋଲୋଜି ଏବଂ ସାଉଥ୍‌ ଏସିଆନ୍‌ ଷ୍ଟଡିଜ୍‌ରେ ଗ୍ରାଜୁଏଶନ ସାରିଛନ୍ତି।

ମୁକେଶଙ୍କ ବଡ଼ପୁଅ ଆକାଶ ବମ୍ବେର ଚାମ୍ପିଆନ ସ୍କୁଲ ଏବଂ ଧିରୁଭାଇ ଅମ୍ବାନୀ ଇଣ୍ଟରନ୍ୟାଶନାଲ ସ୍କୁଲରୁ ନିଜର ସ୍କୁଲପଢ଼ା ସାରିଛନ୍ତି। ଏହାପରେ ସେ ପଢ଼ିବା ପାଇଁ ଆମେରିକା ଯାଇଥିଲେ। ସେଠାର ବ୍ରାଉନ୍‌ ୟୁନିଭର୍ସିଟିରୁ ଆକାଶ ଅର୍ଥଶାସ୍ତ୍ରରେ ଗ୍ରାଜୁଏଶନ କରିଛନ୍ତି। ଏହାପରେ ସେ ପାରିବାରିକ ବ୍ୟବସାୟରେ ଜଡ଼ିତ ହୋଇଛନ୍ତି।

ମୁକେଶଙ୍କ ସାନପୁଅ ଅନନ୍ତ ବମ୍ବେର ଧିରୁଭାଇ ଅମ୍ବାନୀ ଇଣ୍ଟରନ୍ୟାଶନାଲ ସ୍କୁଲରୁ ପ୍ରାରମ୍ଭିକ ଶିକ୍ଷା ସମାପ୍ତ କରିଥିଲେ। ଏହାପରେ ସେ ମଧ୍ୟ ଆମେରିକା ଯାଇ ବ୍ରାଉନ୍‌ ୟୁନିଭର୍ସିଟିରୁ ଗ୍ରାଜୁଏଶନ କରିଥିଲେ।

ଏହାଛଡ଼ା ମୁକେଶଙ୍କ ବୋହୁ ଶ୍ଲୋକା ମେହତା ନ୍ୟୁ ଜର୍ସିର ପ୍ରିନ୍ସଟନ୍‌ ୟୁନିଭର୍ସିଟିରୁ ଆନ୍ଥ୍ରୋପୋଲୋଜିରେ ଗ୍ରାଜୁଏଶନ କରିଛନ୍ତି। ଏହା ପରେ ସେ ଲଣ୍ଡନ ସ୍କୁଲ ଅଫ୍‌ ଇକୋନୋମିକ୍ସରେ ପଢ଼ିଥିଲେ। ସେଠାରେ ଶ୍ଲେ୍‌ାକା ଆଇନ୍‌ ଏବଂ ଆନ୍ଥ୍ରୋପୋଲୋଜିରେ ମାଷ୍ଟର ଡିଗ୍ରୀ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com
Featured Video Play Icon

ମାର୍କେଟକୁ ଆସିଲା ଏସି ହେଲମେଟ୍‌, ଦାମ୍‌ ମାତ୍ର ଏତିକି…

ନୂଆଦିଲ୍ଲୀ,୨୦।୪: କେବଳ ରାଜ୍ୟରେ ନୁହେଁ ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅସହ୍ୟ ତାତିକୁ ନିଆଁବର୍ଷା ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ବାହାରେ ହେଉ କି...

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିୟୁଟି ପାର୍ଲର

ଉନ୍ନାଓ: କୌଣସି ମଧ୍ୟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଦ୍ୟାଳୟକୁ ଠିକ୍‌ ଭାବେ ଚଳାଇବା ସହ ଅନୁଶାସନ ବଜାୟ ରଖିବାର ସମ୍ପୂର୍ଣ୍ଣ...

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri