ରଜନୀକାନ୍ତଙ୍କଠାରୁ ଆରମ୍ଭ କରି ରଣବୀର ସିଂହ: ନିଜର ସରନେମ୍‌ ହଟାଇଛନ୍ତି ଏହି ୬ କଳାକାର; ପୁରା ନାମ ଶୁଣିଲେ ହେବେ ଆଶ୍ଚର୍ଯ୍ୟ

ଅଭିନୟ ପାଇଁ ନିଜ ନାମ ମଧ୍ୟ ବଦଳାଇଦେଇଥାଏ କଳାକାର। ବଲିଉଡ୍‌ରେ କିଛି କଳାକାର ଅଛନ୍ତି ଯେଉଁମାନେ ଫିଲ୍ମଦୁନିଆ ପାଇଁ ନିଜର ନାମ ପରିବର୍ତ୍ତନ କରିଛନ୍ତି। ସେହିଭଳି ଆଉ କିଛି କଳାକାର ନିଜ ନାମରୁ ସରନେମ୍‌ କାଢ଼ି ଦେଇଛନ୍ତି। ସେଭଳି କିଛି କଳାକାରଙ୍କୁ ଆସନ୍ତୁ ଜାଣିବା..

ଅଜୟ ଦେବଗନଙ୍କ ପତ୍ନୀ ତଥା ଅଭିନେତ୍ରୀ କାଜୋଲ ବିବାହ ପୂର୍ବରୁ ନିଜର ସରନେମ୍‌ ହଟାଇ ଦେଇଥିଲେ। ହେଲେ ତାଙ୍କ ପ୍ରକୃତ ନାମ କାଜୋଲ ମୁଖାର୍ଜୀ। ସେ ତନୁଜା ଏବଂ ନିର୍ଦ୍ଦେଶକ ସୋମୁ ମୁଖାର୍ଜୀଙ୍କ ଝିଅ।

ବଲିଉଡର ଅନ୍ୟତମ ସଫଳ ଅଭିନେତା ରଣବୀର ସିଂହଙ୍କ ପ୍ରକୃତ ନାମ ରଣବୀର ସିଂହ ଭବନାନୀ। ହେଲେ ସେ ନିଜର ସରନେମ୍‌ କାଢ଼ି ଦେଇଥିବାରୁ ଲୋକେ ତାଙ୍କୁ ଉକ୍ତ ନାମରେ ଜାଣନ୍ତି।

ରେଖାଙ୍କ ପୁରା ନାମ ଭାନୁରେଖା ଗଣେଶନ। ସେ କେବେ ବି ନିଜର ପୁରା ନାମର ବ୍ୟବହାର କରନ୍ତି ନାହିଁ।
ଗୋବିନ୍ଦାଙ୍କ ପୁରା ନାମ ଗୋବିନ୍ଦା ଅରୁଣ ଆହୁଜା। ସେ କିନ୍ତୁ ନିଜର ସରନେମ ବ୍ୟବହାର କରନ୍ତି ନାoହିଁ। ହେଲେ ତାଙ୍କ ଝିଅ ଟିନା ସରନେମ ରଖିଥିବା ଦେଖାଯାଏ।

ଲୋକପ୍ରିୟ ଅଭିନେତ୍ରୀ ତବ୍ବୁଙ୍କ ପୁରା ନାମ ତବସ୍ସୁମ ଫାତିମା ହାଶମୀ। ବଲିଉଡ୍‌ ଦୁନିଆକୁ ଆସିବା ପୂର୍ବରୁ ସେ ନିଜ ନାମ ବଦଳାଇ ଦେଇଥିଲେ।

ସୁପରଷ୍ଟାର ରଜନୀକାନ୍ତଙ୍କ ପୁରା ନାମ ଶିବାଜୀ ରାଓ ଗାୟକଓ୍ବାଡ। ସେ କିନ୍ତୁ ନିଜର ସରନେମ ହଟାଇ ଦେଇଛନ୍ତି। ଦକ୍ଷିଣ ଭାରତୀୟ ସିନେମାର ପ୍ରଥମ ଅଭିନେତା ଭାବେ ସେ ଏପରି କରିଛନ୍ତି। ଏବେ ତାଙ୍କର ଝିଅମାନେ ମଧ୍ୟ ଗାୟକଓ୍ବାର୍ଡ ସରନେମ ବ୍ୟବହାର କରୁନାହାନ୍ତି। ଉଭୟ ଝିଅ ସରନେମ ପରିବର୍ତ୍ତେ ରଜନୀକାନ୍ତ ଲେଖିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଉପରେ ବଡ଼ ଆର୍ଥିକ କଟକଣା ଘୋଷଣା କଲେ ଟ୍ରମ୍ପ, ସହଯୋଗୀ ଦେଶକୁ ଅଲଟିମେଟମ

ଓ୍ବାଶିଂଟନ,୨୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇସଲାମିକ ଗଣରାଜ୍ୟ ଇରାନକୁ ତାଙ୍କ ପରି କେହି ଚୁକ୍ତି କରିବା ପାଇଁ ଏତେ ସୁଯୋଗ ଦେଇନାହାଁନ୍ତି। ଟ୍ରମ୍ପ…

ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ: ଓଲଟା କାମ କରୁଛି ଟାଟା ପାଓ୍ବାର

ଭୁବନେଶ୍ୱର,୨୦।୮(ସୁନିତ୍‌ ମିଶ୍ର):ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ୨୪ ମାର୍ଚ୍ଚ ୨୦୨୬ରେ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୯୭ ଲକ୍ଷ ୪୯ ହଜାର ୬୧୫ ଜଣ…

‘ବନ୍ଦେ ମାତରମ’: କଂଗ୍ରେସ ପ୍ରସ୍ତାବକୁ ସମାଲୋଚନା କଲା ଭାଜପା

ନୂଆଦିଲ୍ଲୀ,୨୦।୮: ‘ବନ୍ଦେ ମାତରମ’ ଉପରେ ଚାଲିଥିବା ରାଜନୈତିକ ହଟ୍ଟଗୋଳ ମଧ୍ୟରେ, କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) କେବଳ ଏହାର ପ୍ରଥମ ଦୁଇଟି ପଦ ଗାଇବା ପାଇଁ ଏକ…

ବିପଦସଙ୍କୁଳ ଶ୍ରେଣୀଗୃହ, ମୁହଁ ମୋଡୁଛନ୍ତି ଛାତ୍ରୀଛାତ୍ର

ଭବାନୀପାଟଣା,୨୦ା୮(ଉତ୍ତମ କୁମାର ଦାଶ):ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୧୪ରେ ରାଜ୍ୟର ସମସ୍ତ ଅସୁରକ୍ଷିତ ଓ ପରିତ୍ୟକ୍ତ ସ୍କୁଲ କୋଠା ଚିହ୍ନଟ…

ଘରେ ଶୋଇଥିଲେ ଟିକେଶ୍ୱର, କାମୁଡ଼ିଲା ସାପ: ରାତିଅଧରେ ଏମିତି କାମ କରିବାରୁ ଘଟିଲା…

ଦେବଗଡ,୨୦।୮(ଶଶାଙ୍କ ଶେଖର ଝାଙ୍କର): ସାପ କାମୁଡାରେ ଦେବଗଡ ଥାନା ତଥା ବାରକୋଟ ବ୍ଲକ କଂଟାପାଲି ଗ୍ରାମ ପଞ୍ଚାୟତର ଟୁସୁଳା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି…

୨୦ଟଙ୍କା ଲାଞ୍ଚ ପାଇଁ ୩୦ ବର୍ଷର ଆଇନଗତ ଲଢ଼େଇ

ନୂଆଦିଲ୍ଲୀ, ୨୦।୮: ମାତ୍ର ୨୦ଟଙ୍କା ଲାଞ୍ଚ ମାମଲାରେ ୩ ଦଶନ୍ଧି ଧରି ଚାଳିଥିବା ଆଇନଗତ ଲଢ଼େଇର ଅନ୍ତ ଘଟିଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଉଜ୍ଜଳ ଭୂୟାଁ ଏବଂ…

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri