ଅସରାଏ ବର୍ଷାରେ ଆଣ୍ଠୁଏ ପାଣି

ଯୋଡ଼ା, ,୨୧।୬ (ଡି.ଏନ.ଏ.) କେନ୍ଦୁଝର ଜିଲା ଯୋଡ଼ା ସହରରେ ରବିବାର ମୌସୁମୀର ପ୍ରଥମ ବର୍ଷା ହୋଇଛି। ଫଳରେ ଲୋକେ ପ୍ରବଳ ଗରମରୁ ତ୍ରାହି ପାଇଥିବା ବେଳେ ଏହି ପହିଲି ବର୍ଷା ଯୋଡା ସହରବାସୀଙ୍କୁ ବେହାଲ କରିଦେଇଛି। ଯୋଡ଼ା ସହରରେ ଜଳ ନିଷ୍କାସନ ବ୍ୟବସ୍ଥା ନ ଥିବା ବେଳେ ଅଧିକାଂଶ ସ୍ଥାନରେ ଏହି ବର୍ଷା ଜଳ ଜମା ହୋଇ ହୋଇ ସାଧାରଣ ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଇଛି। ଯୋଡା ବସ୍ତି ଠାରୁ ବାହାରିଥିବା ମୁଖ୍ୟ ଡ୍ରେନଟି ଯୋଡା ବଜାର ଦେଇ ରାଧାକୃଷ୍ଣ ମନ୍ଦିର ନିଟକରେ ସୁନା ନଦୀରେ ମିଶିଥିବା ବେଳେ ବର୍ଷା ପୂର୍ବରୁ ଏହାର ସଫେଇ କାର୍ଯ୍ୟ କରାଯାଇ ନ ଥିବାରୁ ବର୍ଷା ଜଳ ରାସ୍ତା ଉପରେ ଆଣ୍ଠୁଏ ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି। ଏହି ଡ୍ରେନ୍‌ ଉପରେ ଢଳେଇ ସ୍ଲାବ ପକାଯାଇଥିବା ବେଳେ ଏହା ରାସ୍ତା ଠାରୁ ଏକ ଫୁଟ ଉଚ୍ଚରେ ଥିବାରୁ ରାସ୍ତାର ବର୍ଷା ଜଳ ମଧ୍ୟ ଏହି ଡ୍ରେନ୍‌ରେ ପ୍ରବାହିତ ହୋଇପାରୁ ନ ଥିବା ଦେଖିବାକୁ ମିଳିଛି। ସେହିପରି ପାଇପ୍‌ ଲାଇନ୍‌ ଖୋଲା ପାଣି ଜମିବାରେ ଆଉ ଏକ ପ୍ରମୁଖ କାରଣ ସାଜିଛି।
ଯୋଡା ବଜାରକୁ ଯାଇଥିବା ମୁଖ୍ୟ ପୋଲ ଉପରେ ଜଳ ନିଷ୍କାସନ ହୋଇନପାରି ଆଣ୍ଠୁଏ ପାଣି ଜମି ରହି ଥିବାରୁ ଲୋକେ ଯାତାୟାତରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଯୋଡା ସହର ମଧ୍ୟ ଦେଇ ଫ୍ଲାଏ ଓଭର ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ବିଭିନ୍ନ ସ୍ଥାନରେ ମାଟି ଗଦା ହୋଇ ଜଳ ନିଷ୍କାସନ ହେବାରେ ବାଧକ ସାଜିଛି । ଏହା ସହିତ ରାସ୍ତା କଡ଼ରେ ପାଇପ ଲାଇନ ଖୋଳା ଯାଉଥିବାରୁ ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ଜମି ରହିଛି। ଫଳରେ କାଦୁଅ ପଙ୍କରେ ରାସ୍ତା ପରିପୂର୍ଣ୍ଣ ରହୁଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଏହି ଅସରାଏ ବର୍ଷାରେ ଆଇଡିବିଆଇ ବ୍ୟାଙ୍କ ନିକଟରୁ ଗୋପମହାନ୍ତି ହଟିଂ ପର୍ଯ୍ୟନ୍ତ ଜଳ ନିଷ୍କାସନ ହୋଇ ନ ପାରି କୃତ୍ରିମ ବନ୍ୟା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଲାକଙ୍କ ଅଭିଯୋଗକ୍ରମେ ଯୋଡ଼ା ପୋରଧ୍ୟକ୍ଷ ଡ଼ାକ୍ତର ଜଗଦିଶ ପ୍ରସାଦ ସାହୁ ଘଟଣା ସ୍ଥଳରେ ପହଞ୍ଚି ଜେସିବି ସାହାଯ୍ୟରେ ଅସ୍ଥାୟୀ ଭାବେ ଏହି ଜଳ ନିଷ୍କାସନର ବ୍ୟବସ୍ଥା କରିଛନ୍ତି। ଯୋଡା ପୌରାଞ୍ଚଳରେ ଥିବା ଡ୍ରେନ ଗୁଡିକର ସଫେଇ କାର୍ଯ୍ୟ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?