Posted inଖେଳ

ଟେଷ୍ଟ ଖେଳାଳିଙ୍କ ର଼୍ୟାଙ୍କିଙ୍ଗ୍‌ରେ ବଡ଼ ପରିବର୍ତ୍ତନ

ଦୁବାଇ,୧୮।୮ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଲଡର୍‌ସଠାରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍‌ ଶେଷ ହେବା ପରେ ଖେଳାଳିଙ୍କ ମାନ୍ୟତାରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ମ୍ୟାଚ୍‌ରେ ଶତକ ହାସଲ କରିଥିବା ଲୋକେଶ ରାହୁଲ ୧୯ଟି ସ୍ଥାନ ଉପରକୁ ଉଠିଛନ୍ତି। ଅଧିନାୟକ ବିରାଟ କୋହଲି ଏବେ ମଧ୍ୟ ଟେଷ୍ଟ ବ୍ୟାଟ୍ସମ୍ୟାନଙ୍କ ତାଲିକାର ଟପ୍‌-୫ରେ ମଧ୍ୟରେ ସ୍ଥାନ ପାଇବାରେ ଏକମାତ୍ର ଭାରତୀୟ। ଏହା ଦର୍ଶାଇଛି ବୁଧବାର ପ୍ରକାଶ ପାଇଥିବା ଆଇସିସିର ନୂଆ ର଼୍ୟାଙ୍କିଙ୍ଗ୍‌।

ଗତ ସପ୍ତାହରେ ବ୍ୟାଟ୍ସମ୍ୟାନଙ୍କ ର଼୍ୟାଙ୍କିଙ୍ଗ୍‌ରେ ୫୬ ତମ ସ୍ଥାନରେ ଥିବା ରାହୁଲ ଖେଳିଥିଲେ ୧୨୯ ରନ୍‌ର ଦର୍ଶନୀୟ ପାଳି। ଏଥି ଯୋଗୁ ସେ ଏବେ ୩୭ତମ ସ୍ଥାନ ହାସଲ କରିଛନ୍ତି। ଲଗାତାର ବିଫଳ ହେବାରୁ ଗତ ସପ୍ତାହରେ ଗୋଟିଏ ପାହଚ ତଳକୁ ଖସିଥିବା କୋହଲି ଟପ୍‌-୫ରେ ରହିଛନ୍ତି। ପୂର୍ବ ଭଳି ୬ଷ୍ଠ ଓ ୭ମ ସ୍ଥାନ ବଜାୟ ରଖିଛନ୍ତି ରୋହିତ ଶର୍ମା ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ।

ବୋଲରଙ୍କ ମଧ୍ୟରେ ଯଶପ୍ରୀତ ବୁମରା ଗୋଟିଏ ସ୍ଥାନ ତଳକୁ ଖସି ୧୦ମ ସ୍ଥାନରେ ପହଞ୍ଚିଛନ୍ତି। ତାଙ୍କ ସାଥି ପେସର ମହମ୍ମଦ ସିରାଜଙ୍କ ମାନ୍ୟତାରେ ଉଲ୍ଲେଖନୀୟ ଉନ୍ନତି ଘଟିଛି। ସେ ୫୬ତମ ସ୍ଥାନରୁ ୩୮କୁ ଲମ୍ଫ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟୋକିଓ ଅଲିମ୍ପିକ୍ସରୁ ଓହରିଲା କାନାଡା

ଟୋକିଓ,୨୩।୩- ବିଶ୍ୱକୁ ଗ୍ରାସ କରୁଥିବା କରୋନା ଭାଇରସ ଟୋକିଓ ଅଲିମ୍ପିକ୍ସକୁ ସାଙ୍ଘାତିକ ଭାବେ ପ୍ରଭାବିତ କରୁଛି। ବିଶ୍ୱର ସବୁଠୁ ବଡ଼ କ୍ରୀଡ଼ା ମହାକୁମ୍ଭରୁ ଦଳ ଓହରିବା...

୧୫ ବର୍ଷ ତଳର ରହସ୍ୟ ଉନ୍ମୋଚନ କଲେ ସେହ୍ବାଗ, କହିଲେ…

ଭାରତୀୟ କ୍ରିକେଟ୍‌ର ଦ ଓ୍ବାଲ୍‌ ନାମରେ ପରିଚିତ ରାହୁଲ ଦ୍ରାବିଡ ଜଣେ ଭଦ୍ର ବ୍ୟକ୍ତି ଭାବେ ଜଣାଶୁଣା। ପଡିଆରେ ବେଶ୍‌ ଶାନ୍ତ ରହୁଥିବା ଦ୍ରାଭିଡ ସମସ୍ତଙ୍କ...

ଅନେକଗୁଡ଼ିଏ ଚିନ୍ତା ବିପଜ୍ଜନକ ହୋଇପାରେ: ରିଡ୍‌

ଚଳିତି ହକି ବିଶ୍ୱକପର କ୍ୱାର୍ଟର ଫାଇନାଲକୁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବାକୁ ହେଲେ ଭାରତ ଏହାର ଅନ୍ତିମ ଗ୍ରୁପ୍‌ ମ୍ୟାଚରେ ଓ୍ବେଲ୍ସ ବିପକ୍ଷରେ ବୃହତ୍‌ ବିଜୟ...

ପାକିସ୍ତାନର କଟା ଘା’ରେ ଚୂନ ଦେଲେ ସେହ୍ବାଗ

ନୂଆଦିଲ୍ଲୀ,୫।୨: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ୧୯ ବର୍ଷରୁ କମ ବିଶ୍ୱକପରେ ଗତଥରର ଚାମ୍ପିୟନ ଭାରତ ଫାଇନାଲରେ ପ୍ରବେଶ କରିଛି। ପ୍ରଥମେ ବୋଲିଂ ଓ ପରେ ବ୍ୟାଟିଂରେ...

କ୍ରିକେଟ୍‌ରେ କେମିତି ମିଳିବ ପରିଚୟ,ସଚିନ କଲେ ଖୁଲାସା

ମୁମ୍ବାଇ,୨୪।୨: କ୍ରିକେଟର୍‌ ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ବିଶ୍ୱାସ କରନ୍ତି ଯେ, ଜଣେ ଖେଳାଳି ତାଙ୍କ ପୃଷ୍ଠଭୂମି ଦ୍ୱାରା ନୁହେଁ ବରଂ ପଡ଼ିଆରେ ପ୍ରଦର୍ଶନ ଦ୍ୱାରା...

କୋଭିଡ-୧୯ ସଂକ୍ରମଣ: ପାକ୍‌ ସ୍କ୍ବାଶ୍‌ ଲିଜେଣ୍ଡ ଆଜମ ଖାନ୍‌ ମୃତ

କରାଚୀ, ୩୦।୩(ପି.ଟି.):ପାକିସ୍ତାନର କିମ୍ବଦନ୍ତୀ ସ୍କ୍ବାଶ୍‌ ଖେଳାଳି ଆଜମ ଖାନ୍‌ କରୋନା ଭାଇରସ ସଂକ୍ରମଣରେ ମୃତ୍ୟୁବରଣ କରିଛନ୍ତି। ଲଣ୍ଡନ୍‌ରେ ତାଙ୍କର ଦେହାନ୍ତ ହୋଇଛି। ଏ ନେଇ ତାଙ୍କ...

ରାଗରେ ନିଆଁବାଣ ଉର୍ବଶୀ: ପନ୍ତଙ୍କୁ କହିଲେ ‘ସାନ ଭାଇ ମୁଁ ମୁନ୍ନି ନୁହେଁ ଯେ…

ବମ୍ବେ: କେବେ ପରସ୍ପରକୁ ଡେଟ୍‌ କରୁଥିବାକୁ ନେଇ ହେଉଥିଲା ଚର୍ଚ୍ଚା। ହେଲେ ଏବେ ସୋସିଆଲ ମିଡିଆରେ ଦୁହିଁଙ୍କ କ୍ୟାଟ୍‌ଫାଇଟ୍‌ ଚର୍ଚ୍ଚାରେ। ଆମେ କଥା ହେଉଛୁ ବଲିଉଡ୍‌...

ଗଲ୍ଫ ପରେ ବିଲିଆଡର୍‌ସ ଖେଳିଲେ ଧୋନୀ

ରାଞ୍ଚ,୨୯।୯: ୨୦୧୯ ବିଶ୍ୱକପ୍‌ ସେମିଫାଇନାଲରେ ଭାରତୀୟ ଦଳର ପରାଜୟ ପରେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଜାତୀୟ ଦଳରେ ଦେଖିବାକୁ ମିଳିନାହିଁ। ଅନ୍ତର୍ଜାତୀୟ...

Advertisement
Archives

Model This Week