କାବୁଲରୁ ଆଇଟିବିପି ଯବାନଙ୍କ ସହ ଭାରତ ଫେରିଲେ ୩ କୁକୁର

ଗାଜିଆବାଦ,୧୮।୮: ଆଫଗାନିସ୍ତାନର କାବୁଲରେ ଥିବା ଭାରତୀୟ ଦୂତାବାସର ସୁରକ୍ଷା ପାଇଁ ନିୟୋଜିତ ମାୟା, ରୁବି ଏବଂ ବବି ନାମକ ତିନିଟି ସ୍ନିଫର୍‌ କୁକୁର ମଙ୍ଗଳବାର ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ(ଆଇଟିବିପି)ର ୯୯ ଯବାନଙ୍କ ସହ ଫେରିଛନ୍ତି। ଏହି ତିନିଟି କୁକୁରଙ୍କୁ ଭାରତୀୟ ଦୂତାବାସର ସୁରକ୍ଷା ଦାୟିତ୍ୱରେ ୩ ବର୍ଷ ପାଇଁ ନିୟୋଜିତ କରାଯାଇଥିଲା।
କୁକୁରମାନଙ୍କୁ ଭାନୁ, ପଞ୍ଚକୁଲା ଆଇଟିବିପି କେନ୍ଦ୍ର ଏନ୍‌ଟିସିଡି (କୁକୁରମାନଙ୍କ ପାଇଁ ଜାତୀୟ ତାଲିମ କେନ୍ଦ୍ର)ରେ ତାଲିମ ଦିଆଯାଇଥିଲା। ତାଙ୍କୁ ୨୦୧୯ରେ କାବୁଲରେ ଥିବା ଭାରତୀୟ ଦୂତାବାସରେ ପୋଷ୍ଟ କରାଯାଇଥିଲା। ଆଇଟିବିପି ଅନୁଯାୟୀ, ସେମାନେ ଆତଙ୍କବାଦକୁ ହଟାଇବା ଏବଂ ଭାରତୀୟ ସମ୍ପତ୍ତିକୁ ସୁରକ୍ଷିତ ରଖିବା ପାଇଁ କାବୁଲରେ କାର୍ଯ୍ୟ କରିଥିଲେ।

କାବୁଲରେ ଭାରତୀୟ ରାଷ୍ଟ୍ରଦୂତ ତଥା ଦୂତାବାସ କର୍ମଚାରୀଙ୍କ ସମେତ ୧୨୦ ଜଣଙ୍କୁ ନେଇ ଏକ ଭାରତୀୟ ବାୟୁସେନା ବିମାନ ମଙ୍ଗଳବାର ଆଫଗାନିସ୍ତାନରୁ ଗୁଜୁରାଟର ଜାମନଗରରେ ପହଞ୍ଚିଛି। ସି -୧୯ ବିମାନ ସକାଳ ୧୧.୧୫ ରେ ଜାମନଗରର ବାୟୁସେନା ବେସରେ ଅବତରଣ କରିଥିଲା ଏବଂ ତା’ପରେ ଇନ୍ଧନ ଦେବା ପରେ ଅପରାହ୍ନ ୩ ଟାରେ ଦିଲ୍ଲୀ ନିକଟ ହିନ୍ଦନ ଏୟାରବେସ୍‌କୁ ଯାଇଗଲା।

ତେବେ ତାଲିବାନ କାବୁଲକୁ ଦଖଲ କରିବା ପରେ ସେଠାରେ ଥିବା ନିରାପତ୍ତା ଅବସ୍ଥାକୁ ଦୃଷ୍ଟିରେ ରଖି ଭାରତ ତା’ର ରାଷ୍ଟ୍ରଦୂତ ଏବଂ ଭାରତୀୟ ଦୂତାବାସର କର୍ମଚାରୀମାନଙ୍କୁ ସେଠାରୁ ଦୁଇଟି ସାମରିକ ବିମାନରେ ଫେରାଇ ଆଣିଥିଲା। ଏବେ କାବୁଲରୁ ଦୂତାବାସ କର୍ମଚାରୀଙ୍କ ପ୍ରତ୍ୟାବର୍ତ୍ତନ କାର୍ଯ୍ୟ ଶେଷ ହୋଇଛି। ଦେଶରେ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଫଗାନିସ୍ତାନର ରାଜଧାନୀରୁ ସମସ୍ତ ଭାରତୀୟ ନାଗରିକଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦିଆଯିବ ବୋଲି ଭାରତ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାର ଧମକ ପରେ ଜର୍ମାନୀର ସହାୟତା ଲୋଡିଲା ତାଇଓ୍ବାନ…

ତାଇପେଇ ସିଟି/ବେଜିଂ,୧୦।୧ : ଚାଇନାର ଧମକ ପରେ ତାଇଓ୍ବାନ କ୍ଷେତ୍ରୀୟ ଅଖଣ୍ଡତା ବଜାୟ ରଖିବା ପାଇଁ ଜର୍ମାନୀର ସହାୟତା ଲୋଡ଼ିଛି। ତାଇଓ୍ବାନ ରାଷ୍ଟ୍ରପତି ତ୍ସାଇ ଇଙ୍ଗ...

ବାସ ହରାଉଛନ୍ତି ପାଲେଷ୍ଟାଇନ୍‌ବାସୀ

ଜେରୁଜେଲମ,୨୩।୭: ଏବେ ଇସ୍ରାଏଲ ସେନା ଜେରୁଜେଲମରେ ଥିବା ପାଲେଷ୍ଟାଇନବାସୀଙ୍କ ଘର ଭାଙ୍ଗିବାରେ ଲାଗିଛନ୍ତି। ଫଳରେ ଅଧିକାଂଶ ପାଲେଷ୍ଟାଇନବାସୀ ନିଜର ବାସଗୃହ ହରାଇ ବସିଲେଣି। ପୂର୍ବ ଜେରୁଜେଲମର...

ଇଟାଲି ସୁପରମାର୍କେଟରେ ଛୁରାମାଡ, ଫୁଟବଲ ଖେଳାଳିଙ୍କ ସମେତ ୪ ଆହତ, ଜଣେ ମୃତ

ରୋମ,୨୮ ।୧୦: ଇଟାଲିର ମିଲାନ ସହରରୁ ଏକ ବଡ ଖବର ଆସିଛି । ଏଠାରେ ଜଣେ ସନ୍ଦିଗ୍ଧ ଏକ ସୁପରମାର୍କେଟରେ ଲୋକଙ୍କୁ ଛୁରାମାଡ କରିଛନ୍ତି ।...

ଫ୍ରାନ୍ସରେ ପେନସନ ସଂଶୋଧନକୁ ବିରୋଧ, ବସ-ରେଳ ଚଳାଚଳ ଠପ୍‌…

ପ୍ୟାରିସ,୨୮।୩ : ଫ୍ରାନ୍ସରେ କର୍ମଚାରୀମାନେ ପେନସନ ସଂଶୋଧନକୁ ବିରୋଧ କରି ଧର୍ମଘଟ କରିଛନ୍ତି। ମଙ୍ଗଳବାର ଦିନ ପ୍ୟାରିସ ଷ୍ଟେଶନକୁ ଯାଉଥିବା ଟ୍ରେନ ଲାଇନ ଏବଂ ରାସ୍ତାକୁ...

୨ ଦିନରେ ଦ୍ୱିଗୁଣିତ ଓମିକ୍ରନ୍‌

ଲଣ୍ଡନ,୧୪ା୧୨: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ସଂକ୍ରମଣ ୬୦ରୁ ଅଧିକ ଦେଶରେ ତୀବ୍ର ଗତିରେ ମାଡ଼ିଚାଲିଛି। ବିଶେଷ କରି ବ୍ରିଟେନରେ ଦୈନିକ ସଂକ୍ରମଣ ବଢ଼ିବାରେ ଲାଗିଛି।...

ମାରିଓ ଡ୍ରାଘି ଇଟାଲୀ ପ୍ରଧାନମନ୍ତ୍ରୀ

ରୋମ୍‌, ୧୪।୨(ପି.ଟି.): ୟୁରୋପୀୟ କେନ୍ଦ୍ରୀୟ ବ୍ୟାଙ୍କର ପୂର୍ବତନ ମୁଖ୍ୟ ମାରିଓ ଡ୍ରାଘି ଇଟାଲୀର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶନିବାର ଶପଥ ଗ୍ରହଣ କରିଛନ୍ତି। ସେ ରାଷ୍ଟ୍ରପତିଙ୍କୁ...

ଅତ୍ୟଧିକ ଖର୍ଚ୍ଚ କାରଣରୁ ବାତିଲ ହେଲା ଶପଥଗ୍ରହଣ ଉତ୍ସବ

କାବୁଲ,୧୨।୯: ଆମେରିକାରେ ସଙ୍ଗଠିତ ୯/୧୧ ଆକ୍ରମଣର ୨୦ ବର୍ଷ ପୂର୍ତ୍ତି ଅବସରରେ ଶନିବାର ଆଫଗାନିସ୍ତାନରେ ଅନ୍ତରୀଣ ସରକାର ଗଢ଼ିଥିବା ତାଲିବାନ୍‌ କ୍ୟାବିନେଟ୍‌ର ଶପଥ ଗ୍ରହଣ ଉତ୍ସବ...

ବ୍ରାଜିଲରେ ବନ୍ୟାର ଭୟଙ୍କର ସ୍ଥିତି

ରିଓ ଡି ଜେନେରିଓ,୧୭।୨: ୩ ଦିନର ଲଗାଣ ବର୍ଷା ପରେ ବ୍ରାଜିଲରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ବର୍ଷା ଫଳରେ ଭୂସ୍ଖଳନ ମଧ୍ୟ...

Advertisement
Archives

Model This Week