Posted inଖେଳ

ଧିମା ପିଚ୍‌ରେ ବାଜି ମାରିଲା କେକେଆର୍‌

ଶାରଜା,୨୮।୯: ମଙ୍ଗଳବାର ଅପରାହ୍ନରେ ଶାରଜାରେ ଖେଳାଯାଇଥିବା ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ୩ ଉଇକେଟରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି)କୁ ହରାଇ ଦେଇଛି। ଏହି ବିଜୟ ସହ କେକେଆର୍‌ର ପ୍ଲେ-ଅଫ୍‌ ଆଶା ଉଜ୍ଜୀବିତ ରଖିଛି।

ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ଧାର୍ଯ୍ୟ ୨୦ ଓଭରରେ ୯ ଉଇକେଟ ହରାଇ ୧୨୭ ରନ୍‌ କରିଛି। ଦଳ ପାଇଁ ଷ୍ଟିଭ ସ୍ମିଥ (୩୯), ଅଧିନାୟକ ରିଷଭ ପନ୍ତ (୩୯), ଶିଖର ଧାଓ୍ବନ (୨୪)ଙ୍କୁ ଭଲ ଆରମ୍ଭ ମିଳିଥିଲା। କିନ୍ତୁ କେହି ବଡ଼ ଇନିଂସ ଖେଳିପାରି ନ ଥିଲେ। ଦିଲ୍ଲୀର କୌଣସି ବ୍ୟାଟ୍ସମ୍ୟାନ ଗୋଟିଏ ହେଲେ ଛକା ମାରିପାରି ନ ଥିଲେ। ଲୋକି ଫର୍ଗୁସନ, ଭେଙ୍କଟେଶ ଆୟାର ଓ ସୁନିଲ ନାରିନ ୨ ଲେଖାଏ ଉଇକେଟ ନେଇଥିଲେ। ଜବାବରେ କୋଲକାତା ମଧ୍ୟ କ୍ରମାଗତ ବ୍ୟବଧାନରେ ଉଇକେଟ ହରାଇଥିଲା। କିନ୍ତୁ ଶେଷ ଆଡ଼କୁ ସୁନିଲ ନାରିନଙ୍କ ୨୧ ଓ ନୀତିଶ ରାଣାଙ୍କ ଅପରାଜିତ ୩୬ ରନର ପାଳି ଯୋଗୁ କେକେଆର୍‌ ୧୮.୨ ଓଭରରେ ୭ ଉଇକେଟ ହରାଇ ୧୩୦ ରନ୍‌ କରି ମ୍ୟାଚ୍‌ ଜିତି ନେଇଥିଲା। ଅଭେଶ ଖାନ ୩ ଉଇକେଟ ହାତେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଇନାଙ୍କ ଦ୍ୱିଶତକ

ନୂଆଦିଲ୍ଲୀ,୧।୫ : ଚିନ୍ନା ଥାଲା ଭାବେ ଜଣାଶୁଣା ସୁରେଶ ରାଇନା ଆଇପିଏଲରେ ଖେଳିଛନ୍ତି ୨୦୦ତମ ମ୍ୟାଚ୍‌। ଶନିବାର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ମୁମ୍ବାଇ ଇଣ୍ଡିଆନ୍ସ...

ପଦକ ବିଜେତାଙ୍କ ଉପରେ ଧନ ବର୍ଷା

ଜୟପୁର,୩୦।୮: ସୋମବାର ଟୋକିଓ ପାରାଲିମ୍ପିକ୍ସରେ ରାଜସ୍ଥାନର ତିନିଜଣ ଖେଳାଳି ଦେଶକୁ ଗୌରାବାନ୍ବିତ କରିଛନ୍ତି। ପଦକ ବିଜେତାଙ୍କ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ପୁରସ୍କାର...

ଟସ୍‌ ପୂର୍ବରୁ ମ୍ୟାଚ୍‌ ରେଫରୀଙ୍କୁ ଏମିତି ପ୍ରଶ୍ନ ପଚାରିଥିଲେ ଧୋନୀ,ସମସ୍ତେ ହସି ହସି ଗଡିଲେ

ଇଣ୍ଡିଆନ ପ୍ରିମିୟର ଲିଗର ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଏମଏସ ଧୋନୀ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ତେବେ ଟସ...

୪ ବଲ୍‌ରୁ ୪ ଉଇକେଟ୍‌ ନେଇ ଇତିହାସ ରଚିଲେ ଏହି ବୋଲର୍‌

ବାର୍‌ବାଡୋସ୍‌,୩୧।୧: ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜର ଶେଷ ମ୍ୟାଚରେ କାରିବିଆନ ବୋଲର ଜେସନ ହୋଲ୍ଡର ଚାରିଟି ବଲରେ ଚାରିଟି ଉଇକେଟ ନେଇଥିଲେ। ଏହା ସହିତ ସେ...

ପ୍ରଥମେ ବୋଲିଂ କରିବ ଭାରତ

ସାଉଥାମ୍ପଟନ,୫।୬- ଚଳିତ ବିଶ୍ୱକପ୍‌ର ଭାରତ ବିପକ୍ଷ ମ୍ୟାଚ୍‌ରେ ଫାଫ ଡୁପ୍ଲେସିଙ୍କ ନେତୃତ୍ୱାଧୀନ ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ପୂର୍ବରୁ...

ମହିଳା ବାଇକ୍‌ ରାଲି ପ୍ରତି ଉତ୍ସାହ ବଢ଼ୁଛି

ଭୁବନେଶ୍ୱର, ୨୧।୯(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ଓମେନ୍ସ ଆଡ୍‌ଭେଞ୍ଚର କ୍ଲବ (ଓଡବ୍ଲ୍ୟୁଏସି) ଆନୁକୂଲ୍ୟରେ ଚଳିତମାସ ୨୨ ତାରିଖରେ ଏକ ମହିଳା ବାଇକ୍‌ ରାଲି ଆୟୋଜନ ହେବାକୁ ଯାଉଛି।...

ସିଏସ୍‌କେର ପ୍ଲେ-ଅଫ୍‌ ବାଟ ବନ୍ଦ

ମୁମ୍ବାଇ,୧୨।୫: ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ଏକ ଲୋ ସ୍କୋରିଂ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ୫.୧ ଓଭର ପୂର୍ବରୁ ୫ ଉଇକେଟରେ ଚେନ୍ନାଇ ସୁପର...

ଦୀପ୍ତିଙ୍କ ସ୍ବପ୍ନ ପୂରଣ କରିବେ ସଚିନ ତେନ୍ଦୁଲକର

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଜଣେ ଯୁବତୀଙ୍କ ସ୍ବପ୍ନ ପୂରଣ କରିବାକୁ ଆଗେଇ ଆସିଛନ୍ତି। ଡାକ୍ତର ହେବାର ସ୍ବପ୍ନ ଦେଖିଥିବା ରତ୍ନାଗିରିର ୧୯ ବର୍ଷ ବୟସ୍କା...

Advertisement
Archives

Model This Week