ପିଏମ୍‌ କେୟାର ଫଣ୍ଡ୍‌କୁ ବିଦେଶୀ ଖେଳାଳି ଦେଲେ ୩୭ ଲକ୍ଷ ଟଙ୍କା

ନୂଆଦିଲ୍ଲୀ,୨୬।୪ : କୋଭିଡ୍‌-୧୯ ମହାମାରୀ ସହ ଲଢ଼େଇ ପାଇଁ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡ୍‌କୁ ଅଷ୍ଟ୍ରେଲିଆନ ପେସର ଓ କୋଲକାତା ନାଇଟ୍‌ ରାଇଡର୍ସ ଷ୍ଟାର ପାଟ କୁମିନ୍ସ ସୋମବାର ୫୦ ହଜାର ଆମେରିକୀୟ ଡଲାର ଦାନ କରିଛନ୍ତି। ଏହାର ମୂଲ୍ୟ ଭାରତୀୟ ମୁଦ୍ରାରେ ୩୭ ଲକ୍ଷ ଟଙ୍କା। ଆଇପିଏଲର ଅନ୍ୟ ଖେଳାଳିଙ୍କୁ ମଧ୍ୟ ସାହାଯ୍ୟର ହାତ ବଢ଼ାଇବୁ ସେ ଅନୁରୋଧ କରିଛନ୍ତି।

ସୋସିଆଲ ମିଡିଆରେ ଶେୟାର କରିଥିବା ବିବୃତିରେ କୁମିନ୍ସ କହିଛନ୍ତି, ଭାରତ ଏଭଳି ଏକ ଦେଶ, ଯାହାକୁ ମୁଁ ଭଲ ପାଏ। ଏଠାକାର ଲୋକାମାନେ ଖୁବ୍‌ ଦାୟାଳୁ। ବହୁ ସଂଖ୍ୟାରେ ଲୋକାମାନେ କୋଭିଡ୍‌-୧୯ ସହ ସଂଘର୍ଷ କରୁଥିବାରୁ ମୁଁ ଦୁଃଖିତ। କରୋନା ସଂକ୍ରମଣର ହାର ସର୍ବାଧିକ ଥିଲାବେଳେ ଆଇପିଏଲ ଖେଳାଯିବା ଉଚିତ କି ନାହିଁ, ସେ ନେଇ ଆଲୋଚନା ଚାଲିଛି। ଲକ୍‌ଡାଉନ ସମୟରେ ଏହା ଲୋକଙ୍କୁ ଯୋଗାଉଛି କିଛି ଘଣ୍ଟା ପାଇଁ ଏଣ୍ଟରଟେନମେଣ୍ଟ। ଏହା ଏକ ପ୍ଲାଟଫର୍ମ ଯାହା ଦ୍ୱାରା ଆମେ ଲକ୍ଷ ଲକ୍ଷ ଲୋକଙ୍କ ନିକଟରେ ପହଞ୍ଚି ପାରୁଛୁ। ଏହାକୁ ଦୃଷ୍ଟିରେ ରଖି ପିଏମ୍‌ କେୟାର ଫଣ୍ଡ୍‌କୁ ମୁଁ ୩୭ ଲକ୍ଷ ଟଙ୍କା ଦେଇଛି। ମୁଁ ଅନ୍ୟ ଖେଳାଳିଙ୍କୁ ମଧ୍ୟ ସାହାଯ୍ୟ ପାଇଁ ଆଗେଇ ଆସିବାକୁ ଅନୁରୋଧ କରୁଛି।

ଉଲ୍ଲେଖଯୋଗ୍ୟ, କୁମିନ୍ସଙ୍କୁ ୨୦୨୦ରେ କେକେଆର ୧୫.୫ କୋଟି ଟଙ୍କାରେ କିଣିଥିଲା। ସେବେଠାରୁ ସେ ଦୁଇ ଥର ଚାମ୍ପିୟନ ଦଳର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ହୋଇ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ଜିତିଲେ ମୁସଲମାନମାନେ ତିଲକ ଲଗେଇବେ’

ଲକ୍ଷ୍ନୌ,୧୪।୨: “ମୁଁ ପୁଣି ଥରେ ନିର୍ବାଚିତ ହେଲେ ମୁସଲମାନମାନେ ତିଲକ ଲଗେଇବେ”। ଉତ୍ତରପ୍ରଦେଶ ନିର୍ବାଚନ ମଧ୍ୟରେ ଏଭଳି ବୟାନ ଦେଇଛନ୍ତି ଭାଜପାର ବିଧାୟକ ରାଘବେନ୍ଦ୍ର ସିଂ।...

ମିନେରାଲ ବଦଳରେ ଗ୍ରାହକଙ୍କୁ ଏସିଡ୍‌ ଦେଲେ ଦୋକାନୀ

କୁଲଗାମ(କଶ୍ମୀର),୯।୬ : ଦକ୍ଷିଣ କଶ୍ମୀରର କୁଲଗାମ ଜିଲାର ଜଣେ ତହସିଲଦାର ବୁଧବାର ଏକ ଦୋକାନରୁ ମିନେରାଲ ପାଣି ବୋତଲ କିଣିଥିଲେ। କିନ୍ତୁ ପାଣି ବଦଳରେ ଭୁଲ...

୧୫୦ ବର୍ଷ ପୁରୁଣା ବରଗଛର ରହିଛି ୨ ଶହ ଶାଖା: ଇଂରେଜ ଏଠାରେ କରୁଥିଲେ ନୀଳ ଚାଷ

ପାଟନା,୨୯।୭: ବିହାର ଗୋପାଳଗଞ୍ଜରେ ରହିଛି ୧୫୦ ବର୍ଷ ପୁରୁଣା ବରଗଛ। ଏହାର ୨ ଶହ ଶାଖା ରହିଛି। ବରଗଛ ଏକ ବିଘା ଅର୍ଥାତ୍‌ ୧୪ ହଜାର...

ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସଙ୍କ ଇସ୍ତଫା ପରେ ସ୍ତ୍ରୀ କହିଲେ ଏମିତି କଥା

ମୁମ୍ବାଇ,୨୭।୧୧: ଯେଉଁଭଳି ନାଟକୀୟ ଢଙ୍ଗରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ସେହିଭଳି ସୁପ୍ରିମକୋର୍ଟଙ୍କ ଆସ୍ଥା ଭୋଟ ନିର୍ଦ୍ଦେଶ ପରେ ଦେବେନ୍ଦ୍ର ଫଡ୍‌ନଭିସ୍‌ ନିଜ ପଦରୁ ଇସ୍ତଫା...

ଗୁଜରାଟରେ ପୁଣି ପେପର ଲିକ୍‌, ଜୁନିୟର କ୍ଲର୍କ ଭର୍ତ୍ତି ପରୀକ୍ଷା ରଦ୍ଦ

ଗାନ୍ଧୀନଗର,୨୯ ।୧: ଗୁଜରାଟରେ ପୁଣିଥରେ ପେପର ଲିକ୍ ହୋଇଥିବା ଖବର ସାମ୍ନାକୁ ଆସିଛି । ଏହାକୁ ଦୃଷ୍ଟିରେ ରଖି ୨୯ ଜାନୁୟାରୀ ଅର୍ଥାତ୍ ରବିବାର ହେବାକୁ...

କର୍ନାଟକ ରାଜନୀତିରେ ଚର୍ଚ୍ଚା: କଂଗ୍ରେସରୁ ଇସ୍ତଫା ଦେଇଥିବା ବିଧାୟକ କିଣିଲେ ୧୧ କୋଟିର କାର

ବେଙ୍ଗାଲୁରୁ,୧୭।୮: କର୍ନାଟକ ରାଜନୀତିରେ ଏବେ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏଥର କଂଗ୍ରେସରୁ ଇସ୍ତଫା ଦେଇଥିବା ବିଧାୟକ ଏମ.ଟି.ବି ରାଗରାଜଙ୍କୁ ନେଇ ଚର୍ଚ୍ଚା ହେଉଛି।...

ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ: ପ୍ରଥମ ଦିନ ଖେଳ ଶେଷସୁଦ୍ଧା ଭାରତ ୭୭/୧

ନାଗପୁର,୯।୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ନାଗପୁରରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ପ୍ରଥମ ଦିନର ଖେଳ ଶେଷ ହୋଇଛି। ଟସ...

କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ: ମଲ୍ଲିକାର୍ଜୁନ ଖଡଗେ କରିପାରନ୍ତି ପ୍ରାର୍ଥିପତ୍ର ଦାଖଲ

ନୂଆଦିଲ୍ଲୀ,୩୦ ।୯: କଂଗ୍ରେସ ଅଧ୍ୟକ୍ଷ ପଦ ରେସରେ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ବି ସାମିଲ ହୋଇପାରନ୍ତି ବୋଲି ଜଣାପଡିଛି । ଏହା ଜଣାପଡିବା ପରେ...

Advertisement
Archives

Model This Week