ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକଙ୍କ ମଧ୍ୟରେ କିଟ୍‌ର ୨୦ ଗବେଷକ

ଭୁବନେଶ୍ୱର, ୮।୧୦(ଅସମାପିକା ସାହୁ)ଆମେରିକାର ଷ୍ଟାନ୍‌ଫୋର୍ଡ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକ ତାଲିକାରେ କିଟ୍‌ ବିଶ୍ୱବିଦ୍ୟାଳୟର ୨୦ଜଣ ଗବେଷକ ସ୍ଥାନ ପାଇଛନ୍ତି। ଏଥିରେ ବିଭିନ୍ନ ବିଷୟରେ ଗବେଷଣା କରୁଥିବା ଏହି ଗବେଷକଙ୍କ ସଫଳତା ବିଷୟରେ ଉଲ୍ଲେଖ କରାଯାଇଛି। ଏହି ସମ୍ମାନଜନକ ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକ ତାଲିକାରେ ପୂର୍ବବର୍ଷ ସ୍ଥାନ ପାଇଥିବା କିଟ୍‌ ସ୍କୁଲ୍‌ ଅଫ୍‌ ମେଡିସିନ ଡିନ୍‌ ପଦ୍ମଶ୍ରୀ ଡା. ସୁବ୍ରତ ଆଚାର୍ଯ୍ୟ, ଡା. ଯୋଗେଶ ଚାୱାଲା, ବିଶିଷ୍ଟ ଗ୍ୟାଷ୍ଟ୍ରୋଏଣ୍ଟେରୋଲଜିଷ୍ଟ ଡା. ଅନୀଲ. ସି. ଆନନ୍ଦ ମଧ୍ୟ ଚଳିତବର୍ଷ ଏହି ତାଲିକାରେ ନିଜର ସ୍ଥାନ ବଜାୟ ରଖିଛନ୍ତି। ଏହି ସମ୍ମାନଜନକ ତାଲିକାରେ ସ୍ଥାନ ପାଇଥିବା କିଟ୍‌ ବିଶ୍ୱବିଦ୍ୟାଳୟର ଅନ୍ୟ ଗବେଷକମାନେ ହେଲେ ସୁରେଶ ଚନ୍ଦ୍ର ଶତପଥୀ, ସିଦ୍ଧାର୍ଥ ସ୍ବରୂପ ରାଉତରାୟ, ଶୁଶ୍ରୁତ ମିଶ୍ର, ତାରାଶଙ୍କର ପାଲ୍‌, ସ୍ବରୂପ କୁମାର ନାୟକ, ପୂର୍ଣ୍ଣଚନ୍ଦ୍ର ମିଶ୍ର, ବିକାଶ ହାସିଜା, କ୍ଷୀରୋଦ କୁମାର ଜେନା, ହୃଦୟ କୁମାର ତ୍ରିପାଠୀ, ଅଶୋକ କୁମାର ସାହୁ, ଦିନଦୟାଲ ମଣ୍ଡଳ, ତୃପ୍ତିମୟୀ ବେହେରା, ଭାର୍ଗବ ଆପାସନୀ, ରବୀନ୍ଦ୍ର କୁମାର ବାରିକ, ମୋନା ପାଠକ, ଆଶିଷ ସିଂହ ଏବଂ ଚନ୍ଦନା ମହାନ୍ତି। କିଟ୍‌ ବିଶ୍ୱବିଦ୍ୟାଳୟ ଗବେଷକଙ୍କ ଏହି ସଫଳତାରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଖୁସି ବ୍ୟକ୍ତ କରିବା ସହ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, କିଟ୍‌ ପ୍ରତିଷ୍ଠା ହେବା ଦିନଠାରୁ ଗୁଣାତ୍ମକ ଶିକ୍ଷାଦାନ ସହ ଗବେଷଣାକୁ ଗୁରୁତ୍ୱ ପ୍ରଦାନ କରିଆସୁଥିବା ବେଳେ ଅଧ୍ୟାପକ ଓ ଛାତ୍ରୀଛାତ୍ରଙ୍କୁ ବିଭିନ୍ନ କ୍ଷେତ୍ରରେ ଗବେଷଣା ପାଇଁ ପ୍ରୋତ୍ସାହିତ କରିଆସୁଛି। ଫଳରେ ଆଜି କିଟ୍‌ର ଏତେ ସଂଖ୍ୟକ ଗବେଷକ ଏହି ତାଲିକାରେ ସ୍ଥାନ ପାଇପାରିଛନ୍ତି। ସୂଚନାଯୋଗ୍ୟ, ବିଜ୍ଞାନର ବିଭିନ୍ନ କ୍ଷେତ୍ରରେ ଗବେଷଣାରତ ବିଶ୍ୱର ୮୦ଲକ୍ଷରୁ ଊର୍ଦ୍ଧ୍ୱ ବୈଜ୍ଞାନିକଙ୍କ ମଧ୍ୟରୁ ମାତ୍ର ୧ଲକ୍ଷ ୮୫ହଜାରରୁ ଊର୍ଦ୍ଧ୍ୱ ଗବେଷକ ଏହି ତାଲିକାରେ ସ୍ଥାନ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ଉପକୂଳ ଓଡ଼ିଶାରେ ବହିବ ସାମୁଦ୍ରିକ ଝଡ଼

ଭୁବନେଶ୍ୱର,୨୯ା୪: ସୋମବାର ସକାଳ ସାଢ଼େ ୮ଟା ସୁଦ୍ଧା ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ବାରିପଦାରେ ତାପମାତ୍ରା ୩୬ ଡିଗ୍ରୀ ଥିବା ବେଳେ ବାଲେଶ୍ୱରରେ ୩୬,...

ବେକାରିଙ୍କ ମଧ୍ୟରେ ୮୩% ଯୁବପିଢ଼ି

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ଦେଶରେ ବେକାରି ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ମାତ୍ର ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ)ର ରିପୋର୍ଟ ଅନୁଯାୟୀ, ୨୦୨୨ରେ ଭାରତର ମୋଟ ବେକାରି ଜନସଂଖ୍ୟାରେ...

ଶସ୍ତା ହୋଇପାରେ ବିମାନ ଟିକେଟ୍‌

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ବେସାମରିକ ବିମାନ ଚଳାଚଳ କ୍ଷେତ୍ର ନିୟାମକ (ଡିଜିସିଏ) ବିମାନ ସେବା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛିି। ଏପ୍ରିଲ ୨୩ ରେ ଜାରି କରାଯାଇଥିବା...

ଭିକ୍ଷୁକମୁକ୍ତ ହୋଇପାରୁନି ସ୍ମାର୍ଟସିଟି

ଭୁବନେଶ୍ୱର,୨୯।୪ (ବନ୍ଦନା ସେଠୀ): ସ୍ମାର୍ଟସିଟି ଭୁବନେଶ୍ୱରକୁ ଭିକାରୀ ଏବଂ ଯାଯାବର (ବଞ୍ଜାରା)ମୁକ୍ତ କରିବାକୁ ଅଭିଯାନ ଆରମ୍ଭ କରିଥିଲା ବିଏମ୍‌ସି। ଯଦିଓ ପୂର୍ବଭଳି ସବୁ ମନ୍ଦିର ଆଗରେ...

ଅଲ୍‌ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ

ଭୁବନେଶ୍ୱର,୨୯।୪:ଦେଶର ପ୍ରମୁଖ ବାଣିଜି୍ୟକ ଯାନ କମ୍ପାନୀ ତଥା ଟାଟା ମୋଟର୍ସ ଲିମିଟେଡ୍‌ର ଅଲ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି କମ୍ପାନୀର ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri