Posted inଫୁରସତ

ଗୁଡ଼ି ସଂଗ୍ରହାଳୟ: ପ୍ରବେଶ ପାଇଁ ଫିସ୍‌ ନାହିଁ, କିନ୍ତୁ ଫଟୋ ଉଠାଇବା ମନା

ସଂଗ୍ରହାଳୟ ତ ଅନେକେ ଦେଖିଥିବେ ଆଉ ଜାଣିଥିବେ, ହେଲେ ଗୁଡ଼ି ସଂଗ୍ରହାଳୟ ସମ୍ପର୍କରେ ହୁଏତ ଖୁବ୍‌ କମ୍‌ ଲୋକ ଅବଗତ ଥିବେ। ଗୁଜରାଟର ଅହମ୍ମଦାବାଦରେ ଅଛି ସେମିତି ଏକ ଗୁଡ଼ି ସଂଗ୍ରହାଳୟ, ଯେଉଁଠାରେ ପର୍ଯ୍ୟଟକ ବିଭିନ୍ନ ଆକୃତିର, ବିଭିନ୍ନ ଡିଜାଇନ୍‌ର ଅନେକ ଗୁଡ଼ି ଦେଖିବାର ସୁଯୋଗ ପାଇପାରିବେ…

ଗୁଜରାଟର ଅହମ୍ମଦାବାଦରେ ଥିବା ଗୁଡ଼ି ସଂଗ୍ରହାଳୟଟି ହେଉଛି ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ। ଏଠାରେ ପର୍ଯ୍ୟଟକ ବିଭିନ୍ନ ଆକୃତି, ବିଭିନ୍ନ ଡିଜାଇନ୍‌ ତଥା ବିଭିନ୍ନ ପ୍ରକାର ବସ୍ତୁକୁ ବ୍ୟବହାର କରି ତିଆରି ହୋଇଥିବା ଅନେକ ଭିନ୍ନ ଧରଣର ଗୁଡ଼ି ଦେଖିବାକୁ ପାଇଥାନ୍ତି। ଖାସ୍‌କରି ଏହି ସଂଗ୍ରହାଳୟରେ ସ୍ଥାନ ପାଇଥିବା ମିରର୍‌ ଓ୍ବାର୍କ ଗୁଡ଼ି, ୧୬ ଫୁଟ ଉଚ୍ଚତା ବିଶିଷ୍ଟ ଗୁଡ଼ି (ଯେଉଁଥିରେ ଗୁଜରାଟର ଲୋକପ୍ରିୟ ଗରବା ନୃତ୍ୟକୁ ଦର୍ଶାଯାଇଛି), ବ୍ଲକ୍‌ ଷ୍ଟାଇଲ୍‌ ଗୁଡ଼ି, ରାଧାକୃଷ୍ଣ ଗୁଡ଼ି ତଥା ବିଭିନ୍ନ ଦେଶର ଗୁଡ଼ି ଇତ୍ୟାଦି ହେଉଛି ମୁଖ୍ୟ ଆକର୍ଷଣ। ସେହିପରି ବିଭିନ୍ନ ପ୍ରକାର ଫୁଲ, କୀଟପତଙ୍ଗ, ପଶୁ, ପକ୍ଷୀ, ବିଶିଷ୍ଟ ବ୍ୟକ୍ତିତ୍ୱମାନଙ୍କର ଚିତ୍ର ଥିବା ତଥା ବିଭିନ୍ନ କାର୍ଟୁନ କ୍ୟାରେକ୍ଟରକୁ ନେଇ ପ୍ରସ୍ତୁତ ଅନେକ ଗୁଡ଼ିକୁ ମଧ୍ୟ ଏହି ସଂଗ୍ରହାଳୟରେ ସ୍ଥାନ ଦିଆଯାଇଛି। ତେବେ ପର୍ଯ୍ୟଟକ ଏଠାରେ ବିଭିନ୍ନ ପ୍ରକାରର ତିଆରି ଗୁଡ଼ିକୁ ଦେଖିବା ସମେତ ଗୁଡ଼ିର ଅନେକ ଚିତ୍ରକୁ ବି ବୁଲି ଦେଖିପାରିବେ। ତା’ସହିତ ଗୁଡ଼ି ତିଆରିର ଇତିହାସ ସମ୍ପର୍କରେ ମଧ୍ୟ ବହୁ ତଥ୍ୟ ଏଠାରେ ଜାଣିପାରିବେ।

ସଂଗ୍ରହାଳୟର ଇତିହାସ
ସୂଚନାନୁଯାୟୀ, ୧୯୫୪ ମସିହାରେ ସଂସ୍କାର କେନ୍ଦ୍ର ନାମରେ ଏକ ସଂଗ୍ରହାଳୟ ଏଠାରେ ପ୍ରତିଷ୍ଠା ହୋଇଥିଲା, ଯେଉଁଠାରେ ମୁଖ୍ୟତଃ ଅହମ୍ମଦାବାଦ୍‌ର ଇତିହାସ, କଳା, ସଂସ୍କୃତି ତଥା ବାସ୍ତୁକଳା ସମ୍ପର୍କରେ ଅନେକ ତଥ୍ୟ ଜାଣି ହେଉଥିଲା। ପ୍ରସିଦ୍ଧ ବାସ୍ତୁକାର ତଥା ଚିତ୍ରକାର ଲେ କୋର୍ବୁଜିଏ ଏହି ସଂଗ୍ରହାଳୟର ଡିଜାଇନ୍‌ କରିଥିଲେ ହେଁ ଏହାର ସମ୍ପୂର୍ଣ୍ଣ ଦାୟିତ୍ୱ ଅହମ୍ମଦାବାଦ୍‌ ମ୍ୟୁନିସିପାଲ୍‌ କର୍ପୋରେଶନ୍‌ ଉପରେ ରହିଥିଲା। ପରବର୍ତ୍ତୀ ସମୟରେ ଏହି ସଂଗ୍ରହାଳୟ ଭିତରେ ଆଉ ଗୋଟିଏ ସ୍ବତନ୍ତ୍ର ବିଭାଗ ସୃଷ୍ଟି କରାଯାଇଥିଲା, ଯେଉଁଥିରେ କେବଳ ବିଭିନ୍ନ ପ୍ରକାରର ଗୁଡ଼ିକୁ ସ୍ଥାନ ଦେବାର ଯୋଜନା ରହିଲା। ଏହା ସେତେବେଳେ ସମ୍ଭବ ହେଲା, ଯେତେବେଳେ ଭାନୁଭାଇ ଶାହ ନାମକ ଜଣେ ବ୍ୟକ୍ତି ତାଙ୍କ ପାଖରେ ସାଇତି ରଖିଥିବା ବିଭିନ୍ନ ଗୁଡ଼ିକୁ ଆଣି ଏହି ସଂଗ୍ରହାଳୟକୁ ଦାନ କରିଥିଲେ। ଗୁଡ଼ି ସଂଗ୍ରହ କରିବାର ନିଶା ତାଙ୍କୁ ଏମିତି ଘାରିଥିଲା ଯେ, ସେ ବିଭିନ୍ନ ସ୍ଥାନ ବୁଲି ଭିନ୍ନ ଭିନ୍ନ ରଙ୍ଗ ତଥା ସାଇଜ୍‌ର ଗୁଡ଼ି ସଂଗ୍ରହ କରୁଥିଲେ ଆଉ ତାକୁ ସାଇତି ରଖୁଥିଲେ। ଯେତେବେଳେ ସେ ଏହି ସଂଗ୍ରହାଳୟ ବିଷୟରେ ଅବଗତ ହେଲେ ସେତେବେଳେ ସିଏ ତାଙ୍କର ସମସ୍ତ ଗୁଡ଼ିକୁ ଆଣି ଏଠାରେ ଦେଇ ଯାଇଥିଲେ। କାରଣ ସେ ଭଲ ଭାବେ ଜାଣିଥିଲେ ଯେ, ତାଙ୍କ ପାଖେ ଥିବା ସମସ୍ତ ଗୁଡ଼ି ଏହି ସଂଗ୍ରହାଳୟରେ ହିଁ ବହୁଦିନ ପର୍ଯ୍ୟନ୍ତ ସୁରକ୍ଷିତ ରହିପାରିବ। ବାସ୍‌ ସେବେଠାରୁ ଗୁଡ଼ି ସଂଗ୍ରହାଳୟଟି ସଂସ୍କାର କେନ୍ଦ୍ରର ଏକ ସ୍ବତନ୍ତ୍ର ବିଭାଗ ଭାବେ ପରିଚାଳିତ ହୋଇଚାଲିଛି ଏବଂ ଧୀରେ ଧୀରେ ଏଥିରେ ଆହୁରି ଅନେକ ଗୁଡ଼ି ବି ସାମିଲ ହୋଇଛି। ଆଉ ଏହାର ଦାୟିତ୍ୱ ମଧ୍ୟ ଅହମ୍ମଦାବାଦ୍‌ ମ୍ୟୁନିସିପାଲ୍‌ କର୍ପୋରେଶନ୍‌ ବୁଝୁଛି।

କେବେ ଯିବେ
ଏହି ଗୁଡ଼ି ସଂଗ୍ରହାଳୟଟି ପ୍ରତି ସୋମବାର ତଥା ସମସ୍ତ ସରକାରୀ ଛୁଟିଦିନରେ ବନ୍ଦ ରହିଥାଏ। ବାକି ଅନ୍ୟ ଦିନମାନଙ୍କରେ ଏହା ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ସକାଳ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏବଂ ପୁନର୍ବାର ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ଯାଏ ଖୋଲା ରୁହେ।

ଜାଣିବା କଥା
ଏହି ଗୁଡ଼ି ସଂଗ୍ରହାଳୟକୁ ପ୍ରବେଶ କରିବା ପାଇଁ ପର୍ଯ୍ୟଟକଙ୍କୁ କୌଣସି ଫିସ୍‌ ଦେବାକୁ ପଡେନାହିଁ। କିନ୍ତୁ ଫଟୋ ଉଠାଇବା ପାଇଁ ଏଠାରେ କାହାକୁ ବି ଅନୁମତି ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri