ବିଲ୍‌ ଗେଟ୍‌ସଙ୍କୁ ‘କିସ୍‌ ହ୍ୟୁମାନିଟାରିଆନ ସମ୍ମାନ’

ଭୁବନେଶ୍ୱର,୨୯।୨(ଅନୁରାଧା ମହାରଣା)ମାଇକ୍ରୋସଫ୍ଟର ସହପ୍ରତିଷ୍ଠାତା ତଥା ବିଲ୍‌ ଆଣ୍ଡ୍‌ ମିଲିଣ୍ଡା ଗେଟ୍‌ସ ଫାଉଣ୍ଡେଶନର ସହ-ଅଧ୍ୟକ୍ଷ ବିଲ୍‌ ଗେଟସଙ୍କୁ ସମ୍ମାନଜନକ ‘କିସ୍‌ ହ୍ୟୁମାନିଟାରିଆନ ସମ୍ମାନ ୨୦୨୩’ ଦିଆଯାଇଛି। ଭୁବନେଶ୍ୱରରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ତାଙ୍କୁ ଏହି ମର୍ଯ୍ୟାଦାଜନକ ସମ୍ମାନ ପ୍ରଦାନ କରିଥିଲେ। ବିଶ୍ୱରେ ଶିକ୍ଷା, ସ୍ବାସ୍ଥ୍ୟ ଏବଂ ସର୍ଜନଶୀଳ ବୈଷୟିକ କୌଶଳ ମାଧ୍ୟମରେ ଅସମାନତା ଦୂର କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ସମ୍ମାନ ମିଳିଛି। ଏହି ଅବସରରେ ଡ. ସାମନ୍ତ କହିଲେ, ବିଲ୍‌ ଗେଟ୍‌ସଙ୍କ ଏହି ସମ୍ମାନ ଗ୍ରହଣ ବିଶ୍ୱରେ ମାନବିକ କାର୍ଯ୍ୟ କ୍ଷେତ୍ରରେ ଏକ ନୂତନ ମାନଦଣ୍ଡ ସ୍ଥିର କରିବ। ସମ୍ମାନ ଗ୍ରହଣ କରି ବିଲ୍‌ କହିଲେ, ମୋ କାର୍ଯ୍ୟକୁ କିସ୍‌ ସ୍ବୀକୃତି ପ୍ରଦାନ କରିଥିବାରୁ ସମାଜସେବା କ୍ଷେତ୍ରରେ ଅଧିକ କାର୍ଯ୍ୟ କରିବା ପାଇଁ ଏହା ପ୍ରେରଣା ଯୋଗାଇବ। କାର୍ଯ୍ୟକ୍ରମରେ କିସ୍‌ ବିଶ୍ୱବିଦ୍ୟାଳୟର ପ୍ରୋ-ଚାନ୍‌ସେଲର ପ୍ରଫେସର ଅମରେଶ୍ୱର ଗାଲା କିସ୍‌ ତରଫରୁ ବିଲ୍‌ ଗେଟ୍‌ସଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।
ସୂଚନା ଥାଉ କି, ସମଗ୍ର ବିଶ୍ୱରେ ନିରବଚ୍ଛିନ୍ନ ଭାବେ ନିଷ୍ଠାର ସହ ମାନବିକ କାର୍ଯ୍ୟ କରିଆସୁଥିବା ବ୍ୟକ୍ତିବିଶେଷ ଏବଂ ସଂଗଠନକୁ ସ୍ବୀକୃତି ପ୍ରଦାନ କରିବା ନିମନ୍ତେ ୨୦୦୮ରୁ ଦିଆଯାଉଥିବା ‘କିସ୍‌ ହ୍ୟୁମାନିଟାରିଆନ ପୁରସ୍କାର’ ହେଉଛି କିସ୍‌ର ଶ୍ରେଷ୍ଠ ସମ୍ମାନ। ଏହି ସମ୍ମାନ ଗ୍ରହଣ କରିଥିବା ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ଦକ୍ଷିଣ ଆଫ୍ରିକା ଉତ୍ତର-ପଶ୍ଚିମ ରାଜ୍ୟର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ଏ ବୋମୋ ମୋଲେୱା, ଦକ୍ଷିଣ କୋରିଆର ବିଶିଷ୍ଟ ଚକ୍ଷୁ ବିଶେଷଜ୍ଞ ତଥା ହାନ୍ସେଓ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ହାମ୍‌ କି ସନ, ମରିସସ୍‌ର ରାଷ୍ଟ୍ରପତି ଅନିରୁଦ୍ଧ ଜଗନ୍ନାଥ, ବ୍ରିଟେନ ସୁପ୍ରିମକୋର୍ଟର ସଭାପତି ରୋଟାରିଆନ ଜଷ୍ଟିସ ନିକୋଲାସ ଆ ଫିଲିପ୍‌ସ, ଭୁଟାନ ପ୍ରଧାନମନ୍ତ୍ରୀ ଲ୍ୟାଞ୍ଚେନ ଜିଗ୍‌ମେ ଥିନ୍‌ଲେ, ସୁଇଜରଲ୍ୟାଣ୍ଡ ଏଫଏକ୍ସବି ଇଣ୍ଟରନ୍ୟାଶନାଲ ପ୍ରତିଷ୍ଠାତା ମ୍ୟା ଆଲବିନା ବୋଇସ୍ରୋଭ୍ରେ, ଆଧ୍ୟାତ୍ମିକ ଗୁରୁ ତଥା ୨୦୦୫ ନୋବେଲ ଶାନ୍ତି ପୁରସ୍କାର ବିଜେତା ଦଲାଇ ଲାମା, ବାଂଲାଦେଶ ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠାତା ତଥା ନୋବେଲ ଶାନ୍ତି ପୁରସ୍କାର ବିଜେତା ମହମ୍ମଦ ୟୁନୁସ, ଗିନିର ନ୍ୟାଶନାଲ ଟ୍ରାଞ୍ଜିଶନ କାଉନ୍‌ସିଲ୍‌ର ଅଧ୍ୟକ୍ଷ ଦାନ୍ସା କୋରୁମା ଏବଂ କେନିଆର ଫାଷ୍ଟ୍‌ ଲେଡି ମାମା ରାଚେଲ ରୁଟୋ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବେକାରିଙ୍କ ମଧ୍ୟରେ ୮୩% ଯୁବପିଢ଼ି

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ଦେଶରେ ବେକାରି ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ମାତ୍ର ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ)ର ରିପୋର୍ଟ ଅନୁଯାୟୀ, ୨୦୨୨ରେ ଭାରତର ମୋଟ ବେକାରି ଜନସଂଖ୍ୟାରେ...

ଶସ୍ତା ହୋଇପାରେ ବିମାନ ଟିକେଟ୍‌

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ବେସାମରିକ ବିମାନ ଚଳାଚଳ କ୍ଷେତ୍ର ନିୟାମକ (ଡିଜିସିଏ) ବିମାନ ସେବା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛିି। ଏପ୍ରିଲ ୨୩ ରେ ଜାରି କରାଯାଇଥିବା...

ଭିକ୍ଷୁକମୁକ୍ତ ହୋଇପାରୁନି ସ୍ମାର୍ଟସିଟି

ଭୁବନେଶ୍ୱର,୨୯।୪ (ବନ୍ଦନା ସେଠୀ): ସ୍ମାର୍ଟସିଟି ଭୁବନେଶ୍ୱରକୁ ଭିକାରୀ ଏବଂ ଯାଯାବର (ବଞ୍ଜାରା)ମୁକ୍ତ କରିବାକୁ ଅଭିଯାନ ଆରମ୍ଭ କରିଥିଲା ବିଏମ୍‌ସି। ଯଦିଓ ପୂର୍ବଭଳି ସବୁ ମନ୍ଦିର ଆଗରେ...

ଅଲ୍‌ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ

ଭୁବନେଶ୍ୱର,୨୯।୪:ଦେଶର ପ୍ରମୁଖ ବାଣିଜି୍ୟକ ଯାନ କମ୍ପାନୀ ତଥା ଟାଟା ମୋଟର୍ସ ଲିମିଟେଡ୍‌ର ଅଲ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି କମ୍ପାନୀର ଓଡ଼ିଶା...

ଚେକିଂବେଳେ ଥାନାଧିକାରୀଙ୍କୁ ଚାପୁଡ଼ା

ଭୁବନେଶ୍ୱର,୨୯।୪(ସୂର୍ଯ୍ୟକାନ୍ତ ବେହେରା): ମଦ୍ୟପ ଗାଡ଼ି ଚାଳକଙ୍କ ଉନ୍ମତ୍ତକାଣ୍ଡ। ଚେକିଂ ବେଳେ ପୋଲିସ କର୍ମଚାରୀଙ୍କୁ ଗାଳିଗୁଳଜ କରିବା ସହ ଥାନା ଅଧିକାରୀଙ୍କୁ ଚାପୁଡା ମାରିଲେ। ରାଜଧାନୀ ଭୁବନେଶ୍ୱରରେ...

ତନିସ୍କର ବିବାହ ସମ୍ଭାର ‘ରିଭା’

ଭୁବନେଶ୍ୱର,୨୯।୪:ତନିସ୍କର ବହୁ ପ୍ରତୀକ୍ଷିତ ତଥା ସୂକ୍ଷ୍ମ କାରିଗରିରେ ନିର୍ମିତ ବିବାହ ସମ୍ଭାର ‘ରିଭା’ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏପରିକି ଏକ ଉତ୍ସର୍ଗୀକୃତ ବିବାହ ଅଳଙ୍କାର ଉପ-ବ୍ରାଣ୍ଡ୍‌...

ପ୍ରକାଶ ପାଇଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି

ଭୁବନେଶ୍ୱର,୨୯ା୪: ଓଡ଼ିଶାର ୩ୟ ପର୍ଯ୍ୟାୟ ନିର୍ବାଚନ ଲାଗି ସୋମବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ରାଜ୍ୟର ୬ଟି ଲୋକ ସଭା କ୍ଷେତ୍ର ଏବଂ...

ପାଣ୍ଡିଆନଙ୍କ ସହ ଅଧିକାରୀଙ୍କ ଗସ୍ତ ନେଇ ପ୍ରଶ୍ନ ଉଠାଇଲା ଭାଜପା

ଭୁବନେଶ୍ୱର, ୨୯ା୪(ସୁନିତ୍‌ ମିଶ୍ର):ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ପୁରୀ ଗସ୍ତ ବେଳେ ବିଳମ୍ବିତ ରାତିରେ ତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ବତନ୍ତ୍ର ସଚିବ ଭିନିଲ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri