କିନ୍ନରଙ୍କୁ କଲେ ଜୀବନସାଥୀ

ଅନୁଗୋଳ ଅଫିସ,୨୩ା୧୨: ୫ ବର୍ଷ ତଳୁ ଭଲ ପାଉଥିବା କିନ୍ନରଙ୍କୁ ମଙ୍ଗଳବାର ଜୀବନସାଥୀ କରିଛନ୍ତି ଜଣେ ଯୁବକ। ଏହି ଚର୍ଚ୍ଚିତ ବିବାହ ହୋଇଛି ଅନୁଗୋଳ ସହରସ୍ଥିତ ମା’ ବୁଢ଼ୀ ଠାକୁରାଣୀ ମନ୍ଦିରରେ। ଉଭୟଙ୍କ ପରିବାରରୁ କେହି ଉପସ୍ଥିତ ନ ଥିଲେ ମଧ୍ୟ ଜିଲା କିନ୍ନର ମହାସଂଘ ସଭାପତି, ଉପସଭାପତି ତଥା ଅନ୍ୟ ସଦସ୍ୟମାନଙ୍କ ଗହଣରେ ଏହି ନିଆରା ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି।
ଅନୁଗୋଳ କିନ୍ନର ମହାସଂଘ ପକ୍ଷରୁ କୁହାଯାଇଛି ଯେ, ବଅଁରପାଳ ବ୍ଲକର କିନ୍ନର ଚିନୁ ସାମଲଙ୍କୁ ଦୀର୍ଘ ୫ ବର୍ଷ ହେଲା କଣିହଁା ଅଞ୍ଚଳର ବବ୍‌ଲୁ ପ୍ରେମ କରୁଥିଲେ। ଏପରି କି ଦୁହେଁ ଏକାଠି ରହି ଆସୁଥିଲେ। ବିବାହ ପାଇଁ ଉଭୟ ସ୍ଥିର କରିଥିବାରୁ ଏଥିରେ ସେମାନଙ୍କ ଘର ଲୋକେ ସହମତ ହୋଇଥିଲେ। ତେଣୁ ବୁଢ଼ୀ ଠାକୁରାଣୀ ମନ୍ଦିରରେ ବିବାହ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। କିନ୍ନର ସଂଘର କର୍ମକର୍ତ୍ତାମାନେ ସେଠାରେ ପହଞ୍ଚିଥିଲେ ମଧ୍ୟ ଚିନୁ ଓ ବବ୍‌ଲୁଙ୍କ ପରିବାରରୁ କେହି ଜଣେ ହେଲେ ଆସି ନ ଥିଲେ। ତେବେ ମା’ଙ୍କୁ ସାକ୍ଷୀ ରଖି ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ସଂଘ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଗରନାସୀ ନିକଟ ସମୁଦ୍ରରୁ ତିମିର ମୃତଦେହ ଉଦ୍ଧାର

କେନ୍ଦ୍ରାପଡ଼ା ଅଫିସ/ରାଜନଗର, ୨୩।୫(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଗହୀରମଥା ରେଞ୍ଜ ଅଧୀନ ଅଗରନାସୀ ନିକଟ ସମୁଦ୍ରରୁ ୪୦ ଫୁଟ ଲମ୍ବର ଏକ ତିମିର ମୃତଦେହ ଦେଖିବାକୁ ମିଳିଛି।...

ନିର୍ମାଣ ନିଗମକୁ ବୁଡ଼ାଇବେ ଅଧିକାରୀ

ଭୁବନେଶ୍ୱର,୧୧ା୧୨(ବ୍ୟୁରୋ): ସରକାରୀ ସଂସ୍ଥା ଓଡ଼ିଶା ନିର୍ମାଣ ନିଗମ ଲିମିଟେଡ(ଓସିସିଏଲ୍‌) ଡୁବିବାକୁ ବସିଲାଣି। ଦାୟିତ୍ୱରେ ଥିବା ଅଧିକାରୀ, କର୍ମଚାରୀ ମିଳିମିଶି ନିଗମକୁ ତଳିତଳାନ୍ତ କରିବାରେ ଲାଗିଛନ୍ତି। କେତେଜଣ...

କରୋନା ସହାୟତା: ତୁରେକେଲା ବ୍ଲକର ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘ ପକ୍ଷରୁ ଦିନକର ଦରମା ଦାନ

କଣ୍ଟାବାଞ୍ଜି,୨୭।୪(ଡି.ଏନ୍‌.ଏ.): କରୋନା ମୁକାବିଲା ନେଇ ବଲାଙ୍ଗୀର ଜିଲା ତୁରେକେଲା ବ୍ଲକର ଚୁକ୍ତି ଭିତ୍ତିକ କନିଷ୍ଠ ଶିକ୍ଷକ ସଂଘ ଓ ଗଣ ଶିକ୍ଷକ ସଂଘର ୧୪୫ଜଣ ଶିକ୍ଷକ...

ନିୟମ ଭାଙ୍ଗୁଛନ୍ତି ସରକାରୀ କାମରେ ନିୟୋଜିତ ଶ୍ରମିକ

ସମ୍ବଲପୁର, ୧୬।୪ (ବ୍ୟୁରୋ)-କରୋନା କଟକଣା ଓ ଏହାର ସଂକ୍ରମଣ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏହାର ପ୍ରତିଷେଧକ ପାଇଁ ସାମାଜିକ ଦୂରତ୍ୱ ଏକ...

ଟୁଇଟ୍‌ ପରେ ଚାଉଳ ମିଳିବା ଘଟଣା: ରିଟେଲର ନିଲମ୍ବିତ

ଭଦ୍ରକ ଅଫିସ, ୭।୯- ଭଦ୍ରକ ଜିଲା ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତ ଅଧୀନ ଅନହରପୁର ଗ୍ରାମର ହିତାଧିକାରୀ ପାଞ୍ଚାଳୀ ଜେନାଙ୍କୁ ଟୁଇଟ୍‌ ପରେ ଚାଉଳ ମିଳିବା...

୩ ଶହ ଟଙ୍କା ପାଇଁ ସ୍ତ୍ରୀଙ୍କୁ ହତ୍ୟାକଲେ ସ୍ବାମୀ

ଜୟପୁର,୪।୧(ନି.ପ୍ର.): କୋରାପୁଟ ଜିଲା ଜୟପୁର ସଦର ଥାନା ଅନ୍ତର୍ଗତ ବାମୁଣି ଗାଁ ନୂଆଗୁଡ଼ାଠାରେ ଏକ ଅଭାବନୀୟ ଘଟଣା ଘଟିଛି। ମାତ୍ର ୩ ଶହ ଟଙ୍କା ପାଇଁ...

ଓଡ଼ିଶା ପୁଞ୍ଜିନିବେଶକାରୀଙ୍କ ପାଇଁ ପସନ୍ଦ ସ୍ଥାନ: ଶିଳ୍ପମନ୍ତ୍ରୀ

ଭୁବନେଶ୍ୱର,୬ା୯(ବ୍ୟୁରୋ):ପୁଞ୍ଜିନିବେଶ, ଶିଳ୍ପ ପାଇଁ ଓଡ଼ିଶା ହେଉଛି ଏକ ପସନ୍ଦ ସ୍ଥାନ। ଉତ୍ସାହର ସହ ଯୁବ ଗୋଷ୍ଠୀ ଉଦ୍ୟୋଗୀ ହେବାକୁ ଆଗେଇ ଆସିବାକୁ ଶିଳ୍ପମନ୍ତ୍ରୀ ପ୍ରତାପ ଦେବ...

ପରିବା ବଜାରରେ ରହୁନି ସାମାଜିକ ଦୂରତା, ଗୋଷ୍ଠୀ ସଂକ୍ରମଣକୁ ଆମନ୍ତ୍ରଣ

ଗଞ୍ଜାମ,୧୫ା୬(ଡି.ଏନ୍‌.ଏ.): ମହାମାରୀ କରୋନା କବଳରେ ଦୀର୍ଘ ୩ ମାସରୁ ଊର୍ଦ୍ଧ୍ୱ ହେବ ଲୋକେ ନିଜର ଜୀବନ ଜୀବିକା ହରାଇ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ଏହାର ମୁକାବିଲା...

Advertisement
Archives

Model This Week