ଗୁପ୍ତ ଭାବେ ଯୁଦ୍ଧ ପ୍ରସ୍ତୁତି କରୁଛନ୍ତି କିମ: ଅସ୍ତ୍ରଶସ୍ତ୍ର ଉତ୍ପାଦନ ବୃଦ୍ଧି ପାଇଁ ଦେଲେ ନିର୍ଦ୍ଦେଶ…

ପ୍ୟୋଙ୍ଗୟାଙ୍ଗ,୨୮।୯ : ଉତ୍ତର କୋରିଆ ନେତା କିମ ଜୋଙ୍ଗ ଉନ ତାଙ୍କ ଦେଶକୁ ଆଣବିକ ଅସ୍ତ୍ରଶସ୍ତ୍ର ଉତ୍ପାଦନକୁ ବୃଦ୍ଧି କରିବାକୁ ଏବଂ ଏକ ନୂତନ ଶୀତଳ ଯୁଦ୍ଧରେ ଆମେରିକା ସହ ମୁହାଁମୁହିଁ ହୋଇଥିବା ରାଷ୍ଟ୍ର ମିଳିତ ମଞ୍ଚରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଆହ୍ବାନ ଦେଇଛନ୍ତି। ଗଣମାଧ୍ୟମ ଗୁରୁବାର ଏହି ସୂଚନା ଦେଇଛି।
କୋରିଆର କେନ୍ଦ୍ରୀୟ ନ୍ୟୁଜ ଏଜେନ୍ସି କହିଛି ସଂସଦର ଦୁଇ ଦିନିଆ ଅଧିବେଶନରେ କିମ ପରମାଣୁ ଅସ୍ତ୍ର ସମ୍ବନ୍ଧରେ ମନ୍ତବ୍ୟ ଦେଇଛନ୍ତି। ଦେଶର ଆଣବିକ ଅସ୍ତ୍ର କାର୍ଯ୍ୟକ୍ରମକୁ ବିସ୍ତାର କରିବାର ନୀତି ଅନ୍ତର୍ଭୁକ୍ତ କରିବା ପାଇଁ ସମ୍ବିଧାନରେ ସଂଶୋଧନ କରାଯାଇଛି ବୋଲି କିମ ବିବୃତ୍ତିରେ କହିଛନ୍ତି।

ଉତ୍ତର କୋରିଆ ଧୀରେ ଧୀରେ ଏହାର କରୋନା ମହାମାରୀ କଟକଣାକୁ ସମାପ୍ତ କରୁଛି। କିମ ମସ୍କୋ ଏବଂ ବେଜିଂ ସହିତ ସହଭାଗିତାକୁ ସକ୍ରିୟ ଭାବେ ବୃଦ୍ଧି କରୁଛି । କୂଟନୈତିକ ଆଧାରରେ ୱାଶିଂଟନ ବିରୋଧରେ ଏକ ମିଳିତ ଫ୍ରଣ୍ଟ ଗଠନ କରିବାକୁ ଉତ୍ତର କୋରିଆ ଚେଷ୍ଟା କରୁଛି। କିମ ଏକ ନୂତନ ଶୀତଳ ଯୁଦ୍ଧରେ ପ୍ରବେଶ କରିବାକୁ ସଂକେତ ଦେଇଛନ୍ତି। ଉତ୍ତର କୋରିଆକୁ ଆଣବିକ କ୍ଷମତା ବୃଦ୍ଧି କରିବାକୁ କିମ ନିର୍ଦ୍ଦେଶ ଦେଇଛନ୍ତି।

ଉତ୍ତର କୋରିଆର ନୂତନ ଆଣବିକ ନିର୍ମାଣ ନୀତି ଅନୁମୋଦନ ହୋଇଛି। କେସିଏନଏ କହିଛି ଦେଶର ଅସ୍ତିତ୍ୱ ତଥା ବିକାଶର ଅଧିକାରକୁ ସୁନିଶ୍ଚିତ କରିବା, ଯୁଦ୍ଧକୁ ରୋକିବା ଏବଂ ଆଣବିକ ଅସ୍ତ୍ରଶସ୍ତ୍ରକୁ ଶୀଘ୍ର ଉଚ୍ଚ ସ୍ତରରେ ବିକଶିତ କରି ଆଞ୍ଚଳିକ ତଥା ବିଶ୍ୱ ଶାନ୍ତି ରକ୍ଷା କରିବା ପାଇଁ ସଂସଦ ସଦସ୍ୟମାନେ ସମ୍ବିଧାନରେ ଏକ ନୂତନ ନୀତି ପାଇଁ ଭୋଟ ଦେଇଛନ୍ତି। ସର୍ବସମ୍ମତି କ୍ରମେ ଏହାକୁ ଅନୁମୋଦନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋପାଳଙ୍କୁ ନିର୍ମମ ହତ୍ୟା: ମାଁ ପାଟଣେଶ୍ୱରୀ ମନ୍ଦିର ପଛପଟ ରୋଡ଼ରୁ ମିଳିଲା ଜୁଡ଼ୁବୁଡ଼ୁ ମୃତଦେହ

ସମ୍ବଲପୁର,୧୨।୮(ପ୍ରମୋଦ ବହିଦାର): ଟାଉନ ଥାନା ଅନ୍ତର୍ଗତ ମାଁ ପାଟଣେଶ୍ୱରୀ ମନ୍ଦିର ପଛପଟ ଫିସେରୀ ରୋଡ଼ରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଖବର ମିଳିଛି। ମୃତକ…

ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେଲା ଲଘୁଚାପ: ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୨।୮: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ…

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

କ୍ୟାନ୍‌ସର ଚିହ୍ନଟ ହେଲେ ସରକାରଙ୍କୁ ଜଣାଇବା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୨ା୮: କ୍ୟାନ୍‌ସରର ସଅଳ ଚିହ୍ନଟ ଓ ତୁରନ୍ତ ଚିକିତ୍ସା ପାଇଁ ଏହାକୁ ଏକ ‘ଅଧିସୂଚିତ ରୋଗ’ ଭାବେ ଘୋଷଣା କରିବା ନିମନ୍ତେ ସୁପ୍ରିମକୋର୍ଟ ମଙ୍ଗଳବାର ଅବଶିଷ୍ଟ ୧୯ଟି…

ଗଞ୍ଜେଇ ଖାଇଥିଲେ ପାଇଲଟ: ଏୟାର ଇଣ୍ଡିଆ ବିମାନ ୩୦୦ ଫୁଟ୍‌ ଖସିବା ଘଟଣାରେ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ,୧୨ା୮:ଏୟାର ଟର୍ବୁଲାନ୍ସ ଯୋଗୁ ଗତ ୪ ତାରିଖରେ ଫୁକେଟ୍‌ରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆ ବିମାନ ହଠାତ୍‌ ୩୦୦ ଫୁଟ୍‌ ତଳକୁ ଖସିବାରୁ ୧୭ ଜଣ ଯାତ୍ରୀ…

ହାତୀ ବଞ୍ଚିଲେ ଜଙ୍ଗଲ ରହିବ: ଘାତକ ସାଜୁଛି ବିଦ୍ୟୁତ୍‌ ତାର

ପରିବେଶ ସନ୍ତୁଳନ ରକ୍ଷା ଏବଂ ଜଙ୍ଗଲ ସୃଷ୍ଟିରେ ହାତୀଙ୍କର ରହିଛି ପ୍ରମୁଖ ଭୂମିକା। କିନ୍ତୁ ହାତୀ-ମଣିଷ ସଂଘର୍ଷ, ଆବାସସ୍ଥଳୀର କ୍ଷୟ ଏବଂ ହାତୀଙ୍କର ସୁରକ୍ଷିତ ଚଳପ୍ରଚଳ ଏବେ…

ଧବଳେଶ୍ୱରଙ୍କୁ ଖୋଜୁଛନ୍ତି ମା’ବାପା: ପୋଲିସ କହୁଛି କିନ୍ନରଙ୍କ ସହ ରହୁଛନ୍ତି…

ଭୁବନେଶ୍ୱର, ୧୨ା୮(ପ୍ରସନଜିତ୍‌ ସାହୁ):ବରମୁଣ୍ଡାର ଦଶମ ଶ୍ରେଣୀ ଛାତ୍ର ପ୍ରିୟାଂଶୁ ବେହେରାଙ୍କ ନିଖୋଜ ଘଟଣାକୁ ଏକ ମାସରୁ ଅଧିକ ଦିନ ବିତିଥିବା ବେଳେ ପୁଣି ଜଣେ ନାବାଳକ ନିଖୋଜ…

ଝଡ଼ବର୍ଷା ପ୍ରଭାବିତଙ୍କୁ ମିଳିନି କ୍ଷତିପୂରଣ: ଜିଲାପାଳଙ୍କୁ ପଡ଼ାବାସୀ ଫେରାଦ

ବରଗଡ଼,୧୨।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଗତ ଜୁଲାଇ ୨୮ତାରିଖରେ ହୋଇଥିବା ଝଡ଼ବର୍ଷା ଜିଲାବାସୀଙ୍କ ନିଦ ହଜାଇ ଦେଇଥିଲା। ଏଥିରେ ବରଗଡ଼ ବ୍ଲକ ଅନ୍ତର୍ଗତ ଚକରକେନ୍ଦ ସର୍ବାଧିକ ପ୍ରଭାବିତ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri