ଉଚ୍ଚ ରକ୍ତଚାପ ସମସ୍ୟାରେ ପୀଡ଼ିତ କି? ଏଭଳି ସେବନ କରନ୍ତୁ ମେଥି

ଆଜିର ସମୟରେ ଅନିୟମିତ ଦିନଚର୍ଯ୍ୟା ବିଭିନ୍ନ ପ୍ରକାର ରୋଗର କାରଣ ପାଲଟୁଛି। ସେଥିରୁ ଗୋଟିଏ ହେଲା ଉଚ୍ଚ ରକ୍ତଚାପ। ସାଧାରଣତଃ ମୋଟାପଣ ଏବଂ ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁ ଏଭଳି ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ଏହାର କୌଣସି ଲକ୍ଷଣ ଦେଖାଯାଉ ନ ଥିବା ଯୋଗୁ ଏହାକୁ ‘ସାଇଲେଣ୍ଟ କିଲର୍‌’ ବୋଲି କୁହାଯାଇଥାଏ।

ପ୍ରତି ମନୁଷ୍ୟର ରକ୍ତ ଚାପ ୧୨୦/୮୦ ରହିବା ଉଚିତ। ହେଲେ ଦୀର୍ଘ ସମୟ ଧରି ଏଥିରୁ ଅଧିକ ରହିଲେ ହୃଦ୍‌ଘାତ ହେବାର ସମ୍ଭାବନା ଥାଏ। ଏଥିରୁ ରକ୍ଷା ପାଇବା ଲାଗି ଦିନଚର୍ଯ୍ୟା ଏବଂ ଖାଦ୍ୟପେୟ ଉପରେ ଧ୍ୟାନ ରଖିବା ଉଚିତ।
ଖାଦ୍ୟ କଥା ଉଠିଲେ ରକ୍ତଚାପ ନିୟନ୍ତ୍ରଣ ଲାଗି ମେଥି ବେଶ ଭଲ। ଆସନ୍ତୁ ଏ ବିଷୟରେ ସବିଶେଷ ଜାଣିବା:

ମୋଟାପଣ କମ୍‌ କରେ: ପ୍ରତ୍ୟେହ ୫୦୦ ମିଲିଗ୍ରାମ ମେଥି ସେବନ କରିବା ଦ୍ୱାରା ଶରୀରର ଚର୍ବି ଅଂଶ କମ୍‌ ହୋଇଥାଏ। କାରଣ ମେଥିରେ ପ୍ରଚୁର ଫାଇବର ଥାଏ। ଏହା ଭୋକ ହେବାକୁ ଦେଇ ନ ଥାଏ। ଫଳରେ ଲୋକମାନେ ଅଧିକ ଖାଇବାରୁ ନିବୃତ୍ତ ରୁହନ୍ତି। ଏହାଛଡ଼ା ମେଥିର ଚା’ ପିଉଥିବା ବ୍ୟକ୍ତିଙ୍କୁ ଅନ୍ୟମାନଙ୍କ ଅପେକ୍ଷା କମ୍‌ ଭୋକ ଲାଗିଥାଏ ବୋଲି ଏକ ଗବେଷଣାରୁ ଜଣାଯାଇଛି।

ରକ୍ତଚାପ ନିୟନ୍ତ୍ରଣ: ମେଥିରେ କେରୋଟିନ୍‌, ଫୋଲିକ ଏସିଡ୍‌, ମ୍ୟାଗ୍ନେସିୟମ, ଜିଙ୍କ, କପର ଏବଂ ସୋଡିୟମ ଭଳି ପୋଷକ ତତ୍ତ୍ୱ ଥାଏ। ଏହା ରକ୍ତ ଚାପକୁ ନିୟନ୍ତ୍ରଣକୁ ଆଣିଥାଏ। ଏଥିସହ ଖରାପ କୋଲେଷ୍ଟରଲ ସ୍ତରକୁ କମ୍‌ କରିବାରେ ସହାୟକ ହୋଇଥାଏ। ଫଳରେ ହୃଦ୍‌ରୋଗର ଆଶଙ୍କା କମ୍‌ ହୋଇଥାଏ।

କିଭଳି କରିବେ ବ୍ୟବହାର: ଏକ ଗ୍ଲାସ ଗରମ ପାଣିରେ ଏକ ଚାମଚ ମେଥି ପକାଇ ୧୦ ମିନିଟ୍‌ ପର୍ଯ୍ୟନ୍ତ ଫୁଟାନ୍ତୁ। ଏହା ଥଣ୍ଡା ହୋଇଯିବା ପରେ ଗ୍ଲାସକୁ ଢ଼ାଳି ଦିଅନ୍ତୁ। ସ୍ବାଦ ଆଣିବା ପାଇଁ ଏଥିରେ ଆପଣ ଲେମ୍ବୁ ଏବଂ ମହୁ ପକାଇପାରିବେ। ପରେ ଏହି ଚା’କୁ ସେବନ କରିହେବ।


Enter your email to get our daily news in your inbox.

All Right Reserved By Dharitri.Com

ଥାଇରଏଡ୍‌ ସମସ୍ୟାରୁ ଦୂରେଇ ରଖେ ଏସବୁ ଯୋଗାସନ…

ନୂଆଦିଲ୍ଲୀ: କେତେକ କାରଣରୁ କିଛି ଲୋକଙ୍କଠାରେ ଥାଇରଏଡ୍‌ ସମସ୍ୟା ଦେଖାଦେଇଥାଏ। ଏଭଳି ସମସ୍ୟାରେ ଗଳାରେ ଥିବା ଥାଇରଏଡ୍‌ ଗ୍ଲାଣ୍ଡ୍‌କୁ ସ୍ବାଭାବିକ ଭାବେ କାର୍ଯ୍ୟ କରାଇବା ଲାଗି...

କାଙ୍କଡ଼ ଖାଇଲେ ଦୂର ହୁଏ ଏସବୁ ସମସ୍ୟା

ବର୍ଷାଦିନରେ ବଜାରରେ କାଙ୍କଡ଼ର ଚାହିଦା ଖୁବ୍‌ ବେଶୀ। କାଙ୍କଡ଼ ଖାଲି ଏକ ପରିବା ନୁହେଁ ଏଥିରେ ବହୁ ଔଷଧୀୟ ଗୁଣ ମଧ୍ୟ ରହିଛି। ନିୟମିତ ଭାବେ...

ସ୍ବାମୀଙ୍କ ଉପରେ ହୁକୁମ ଚଳାଇବାରେ ମାହିର ଏହି ୪ ରାଶିର ଯୁବତୀ, ଶାଶୁଘରେ ବି ଥାଏ କଣ୍ଟ୍ରୋଲ…

ସବୁ ଝିଅ ଚାହାନ୍ତି ବିବାହ ପରେ ସବୁ ଇଚ୍ଛା ପୂରଣ କରିବା ଭଳି ସ୍ବାମୀ ଏବଂ ଶାଶୁଘର ମିଳୁ। ହେଲେ ଜ୍ୟୋତିଷଶାସ୍ତ୍ରରେ କୁହାଯାଇଛି କିଛି ଝିଅ...

ପୁଷ୍ପର ସୌନ୍ଦର୍ଯ୍ୟରେ ଲୁକ୍କାୟିତ ବିଷ

”ଡାଫୋଡିଲ୍‌ର ଫଳ ଠିକ୍‌ ଦେଖିବାକୁ ପିଆଜ ପରି। ତେଣୁ ଏହା ଅନେକ ସମୟରେ ପିଆଜର ଭ୍ରମ ସୃଷ୍ଟି କରେ। ଏହି ଫଳରେ ସବୁଠାରୁ ଅଧିକ ଲାଇକୋରିନ୍‌...

ଗ୍ରୀନ୍‌ ଟି ଫେସ୍‌ ପ୍ୟାକ୍‌

ସ୍ବାସ୍ଥ୍ୟ ପାଇଁ ଗ୍ରୀନ୍‌ ଟି’ର ଉପକାରିତା ସମ୍ପର୍କରେ ପ୍ରାୟ ସମସ୍ତଙ୍କୁ ଜଣା। କେବଳ ଏତିକି ନୁହେଁ,ଏଥିରେ ଭରି ରହିଛି ଅନେକ ସୌନ୍ଦର୍ଯ୍ୟବର୍ଦ୍ଧକ ଗୁଣ। ଏହାକୁ ପିଇବା...

ପୁରୁଣା ଜିନିଷ ନୂଆ ରୂପ

ଛୋଟ ହେଉ କିମ୍ବା ବଡ଼, ଏଠାରେ ପ୍ରତି ସାମଗ୍ରୀରେ ଝଲସୁଛି କାରିଗରଙ୍କ ହସ୍ତକଳାର ନୈପୁଣ୍ୟତା। ସାଧାରଣ ମଣିଷର କଳ୍ପନା ବାହାରେ ଏମାନେ ସୃଷ୍ଟି କରିଛନ୍ତି ଗୋଟିଏକୁ...

ଉଚ୍ଚ ରକ୍ତଚାପ ଲାଗି ଉପକାରୀ ମେଥି, ଏଭଳି କରନ୍ତୁ ସେବନ…

ଆଜିର ସମୟରେ ଅନିୟମିତ ଦିନଚର୍ଯ୍ୟା ବିଭିନ୍ନ ପ୍ରକାର ରୋଗର କାରଣ ପାଲଟୁଛି। ସେଥିରୁ ଗୋଟିଏ ହେଲା ଉଚ୍ଚ ରକ୍ତଚାପ। ସାଧାରଣତଃ ମୋଟାପଣ ଏବଂ ଜୀବନଶୈଳୀରେ ପରିବର୍ତ୍ତନ...

ପତଞ୍ଜଳି ଯୋଗପୀଠରେ…

ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପତଞ୍ଜଳି ଯୋଗପୀଠ ହରିଦ୍ୱାର ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଛିା ପତଞ୍ଜଳି ସ୍ବେଚ୍ଛାସ୍ବେବୀଙ୍କ ସହଯୋଗ ସହିତ ସାରା ଦେଶରେ ପାଖାପାଖି ୫୦୦...

Advertisement
Archives

Model This Week