ପ୍ରତିବର୍ଷ ୨୫ କୁମାରୀ ଝିଅଙ୍କୁ ବାଛନ୍ତି କିମ ଜୋଙ୍ଗ ଉନ, ‘ପ୍ଲେଜର ସ୍କ୍ବାଡ’ରେ ସାମିଲ ଥିବା ଜଣେ ଯୁବତୀ କହିଲେ କିଛି ଅକୁହା କଥା

ପୋଙ୍ଗୟାଙ୍ଗ,୩।୫: ସମୟ ସମୟରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ବିଷୟରେ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଥାଏ। ଏଥିରେ କୌଣସି ସନ୍ଦେହ ନାହିଁ ଯେ ଉତ୍ତର କୋରିଆର ଲୋକମାନେ ଏକଛତ୍ରବାଦୀ ଶାସକଙ୍କ ଅଧୀନରେ ଦୁଃଖଦ ଜୀବନ ଅତିବାହିତ କରିବାକୁ ବାଧ୍ୟ ହେଉଛନ୍ତି। ସେଠାକାର ଲୋକମାନେ ଦିନକୁ ଦୁଇଓଳି ଖାଇବାକୁ ମଧ୍ୟ ସକ୍ଷମ ନୁହଁନ୍ତି। ଏଥି ସହିତ, ଏକଛତ୍ରବାଦୀ ଶାସକ ଏବଂ ତାଙ୍କ ପରିବାର ବିଳାସପୂର୍ଣ୍ଣ ଜୀବନ ବିତାଉଛନ୍ତି।
ଏକଛତ୍ରବାଦୀ ଶାସନର ନିଷ୍ଠୁରତା ବିଷୟରେ ଆଉ ଏକ ସୂଚନା ସାମ୍ନାକୁ ଆସିଛି। ଦି ମିରରର ଏକ ରିପୋର୍ଟ ଅନୁଯାୟୀ, ଏକଛତ୍ରବାଦୀ ଶାସକ ପ୍ଲେଜର ସ୍କା୍ବଡ ପାଇଁ ୨୫ କୁମାରୀ ବାଳିକା ବା ଭର୍ଜିନ ଗର୍ଲ ଚୟନ କରନ୍ତି। ଏହି ଝିଅମାନେ ସୌନ୍ଦର୍ଯ୍ୟ ଏବଂ ବିଶ୍ୱସ୍ତତାର ଆଧାରରେ ମନୋନୀତ ହୋଇଥାଆନ୍ତି।

ସୂଚନାଯୋଗ୍ୟ, ଉତ୍ତର କୋରିଆରୁ ପଳାଇ ଆସିଥିବା ଝିଅ ୟୋନି ପାର୍କଙ୍କ ଦ୍ୱାରା ଏହି ସୂଚନା ଦିଆଯାଇଛି। ସେ ଦାବି କରିଛନ୍ତି ଯେ ସେ ମଧ୍ୟ ଥରେ ଏହି ପ୍ଲେଜର୍‌ ସ୍କ୍ବାଡର ଏକ ଅଂଶ ହୋଇଥିଲେ। ସେ ଆହୁରି ମଧ୍ୟ ପ୍ରକାଶ କରିଛନ୍ତି ଯେ ତାଙ୍କୁ ଦୁଇଥର ଏକଛତ୍ରବାଦୀ ଶାସକ କିମଙ୍କ ପ୍ଲେଜର୍‌ ସ୍କାଡରେ ଉପସ୍ଥାପିତ କରାଯାଇଥିଲା, କିନ୍ତୁ ପରିବାରର ଆର୍ଥିକ ଅବସ୍ଥା ଖରାପ ହେତୁ ତାଙ୍କୁ ଚୟନ କରାଯାଇ ନାହିଁ।
ଝିଅଟି ଆହୁରି ସୂଚନା ଦେଇଛନ୍ତି ଯେ ଏକଛତ୍ରବାଦୀ ଶାସନର ଅଧିକାରୀମାନେ ସ୍କୁଲ ଶ୍ରେଣୀଗୃହ ଏବଂ ସ୍କୁଲ କ୍ୟାମ୍ପସରେ ବୁଲାବୁଲି କରି ବାଳିକା ଚୟନ କରନ୍ତି। ଏହା ପରେ, ଯଦି ମନୋନୀତ ଝିଅମାନଙ୍କର କୌଣସି ପରିବାର ସଦସ୍ୟ ଉତ୍ତର କୋରିଆରୁ ପଳାୟନ କରିଛନ୍ତି କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟ ଦକ୍ଷିଣ କୋରିଆରେ ରୁହନ୍ତି, ତେବେ ତାଙ୍କୁ ଏହି ଦଳରୁ ବାହାର କରିଦିଆଯାଏ।
ଝିଅଟି ସୂଚନା ଦେଇଛନ୍ତି ଯେ ଏହା ପରେ ଝିଅମାନଙ୍କର କୁମାରୀତ୍ୱର ପରୀକ୍ଷା କରନ୍ତି । ଏହି ଝିଅମାନଙ୍କର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଏକଛତ୍ରବାଦୀ ଶାସକ କିମ ଏବଂ ତାଙ୍କ ଅଧିକାରୀମାନଙ୍କୁ ଖୁସି ରଖିବା।


Enter your email to get our daily news in your inbox.

All Right Reserved By Dharitri.Com

କୁଚିଣ୍ଡା-ଭୋଜପୁରରେ ମରଣଯନ୍ତା ସାଜିଛି ହମ୍ପସ: ପ୍ରତିଦିନ ଘଟୁଛି ଦୁର୍ଘଟଣା

ଜମନକିରା,୧୯ା୮(ରବୀନ୍ଦ୍ର ପ୍ରସାଦ ଦାନୀ):ଜାତୀୟ ରାଜପଥ ଉପରେ ହମ୍ପସ ବା ସ୍ପିଡ୍‌ ବ୍ରେକର ନିର୍ମାଣ ଉପରେ ସୁପ୍ରିମକୋର୍ଟ, ବିଭିନ୍ନ ହାଇକୋର୍ଟ ତଥା କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ (ମୋଓରଟିଏଚ)ର…

ହେଲିକପ୍ଟର ଦୁର୍ଘଟଣା: ଗୁଇନ୍ଦା ସଂସ୍ଥା ମୁଖ୍ୟଙ୍କ ସମେତ ୭ ମୃତ, ମୃତକଙ୍କ ମଧ୍ୟରେ ୫ ଆମେରିକୀୟ ନାଗରିକ

ନାଇରୋବି,୨୦।୮: କେନ୍ଦ୍ରୀୟ କେନିଆରେ ବୁଧବାର ଏକ ସଫାରି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯାହା ଫଳରେ ଏଥିରେ ଥିବା ସମସ୍ତ ସାତ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ…

ସରିସରି ଯାଉଛି ପଞ୍ଜୀକରଣ ଅବଧି, ତୁଟୁନି ଚାଷୀଙ୍କ ସମସ୍ୟା: ଉପୁଜୁଛି ନୂଆ ନୂଆ ସମସ୍ୟା

ବରଗଡ଼,୨୦।୮(ପ୍ରେମାନନ୍ଦ ଖମାରୀ):ସମୟ ଗଡ଼ି ଚାଲିଛି। ପଞ୍ଜୀକରଣ ଅବଧି ମଧ୍ୟ ସରିସରି ଯାଉଛି। ଏଭଳି ସ୍ଥିତିରେ ଧାନବିକ୍ରି ପଞ୍ଜୀକରଣ ପାଇଁ ଚାଷୀମାନଙ୍କୁ ନୂଆଁ ନୂଆଁ ସମସ୍ୟାର ସମ୍ମୁଖୀନ ହେବାକୁ…

ଇରାନ ଉପରେ ବଡ଼ ଆର୍ଥିକ କଟକଣା ଘୋଷଣା କଲେ ଟ୍ରମ୍ପ, ସହଯୋଗୀ ଦେଶକୁ ଅଲଟିମେଟମ

ଓ୍ବାଶିଂଟନ,୨୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇସଲାମିକ ଗଣରାଜ୍ୟ ଇରାନକୁ ତାଙ୍କ ପରି କେହି ଚୁକ୍ତି କରିବା ପାଇଁ ଏତେ ସୁଯୋଗ ଦେଇନାହାଁନ୍ତି। ଟ୍ରମ୍ପ…

ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ: ଓଲଟା କାମ କରୁଛି ଟାଟା ପାଓ୍ବାର

ଭୁବନେଶ୍ୱର,୨୦।୮(ସୁନିତ୍‌ ମିଶ୍ର):ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ୨୪ ମାର୍ଚ୍ଚ ୨୦୨୬ରେ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୯୭ ଲକ୍ଷ ୪୯ ହଜାର ୬୧୫ ଜଣ…

‘ବନ୍ଦେ ମାତରମ’: କଂଗ୍ରେସ ପ୍ରସ୍ତାବକୁ ସମାଲୋଚନା କଲା ଭାଜପା

ନୂଆଦିଲ୍ଲୀ,୨୦।୮: ‘ବନ୍ଦେ ମାତରମ’ ଉପରେ ଚାଲିଥିବା ରାଜନୈତିକ ହଟ୍ଟଗୋଳ ମଧ୍ୟରେ, କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) କେବଳ ଏହାର ପ୍ରଥମ ଦୁଇଟି ପଦ ଗାଇବା ପାଇଁ ଏକ…

ବିପଦସଙ୍କୁଳ ଶ୍ରେଣୀଗୃହ, ମୁହଁ ମୋଡୁଛନ୍ତି ଛାତ୍ରୀଛାତ୍ର

ଭବାନୀପାଟଣା,୨୦ା୮(ଉତ୍ତମ କୁମାର ଦାଶ):ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୧୪ରେ ରାଜ୍ୟର ସମସ୍ତ ଅସୁରକ୍ଷିତ ଓ ପରିତ୍ୟକ୍ତ ସ୍କୁଲ କୋଠା ଚିହ୍ନଟ…

ଘରେ ଶୋଇଥିଲେ ଟିକେଶ୍ୱର, କାମୁଡ଼ିଲା ସାପ: ରାତିଅଧରେ ଏମିତି କାମ କରିବାରୁ ଘଟିଲା…

ଦେବଗଡ,୨୦।୮(ଶଶାଙ୍କ ଶେଖର ଝାଙ୍କର): ସାପ କାମୁଡାରେ ଦେବଗଡ ଥାନା ତଥା ବାରକୋଟ ବ୍ଲକ କଂଟାପାଲି ଗ୍ରାମ ପଞ୍ଚାୟତର ଟୁସୁଳା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri