ପାକିସ୍ତାନରେ ଆତଙ୍କବାଦୀଙ୍କ ହତ୍ୟା ଜାରି, ଏଜାଜ ପରେ ହିଜବୁଲ କମାଣ୍ଡର ଏବେ ଅଲ ବଦର ମୁଖ୍ୟଙ୍କୁ ହତ୍ୟା, ସଂଗଠନର ବଢ଼ିଲା ଚିନ୍ତା…

ଇସଲାମାବାଦ,୨୮।୨ : ଗତ ୧୫ ଦିନ ମଧ୍ୟରେ ଆର୍ଥିକ ସଙ୍କଟ, ମୁଦ୍ରାସ୍ଫୀତି ଏବଂ ରାଜନୈତିକ ଅସ୍ଥିରତାର ସମ୍ମୁଖୀନ ହେଉଥିବା ପାକିସ୍ତାନରେ ତିନିଜଣ ବଡ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି। ଏହି ତିନିଜଣଙ୍କୁ ଭାରତ ସରକାରଙ୍କ ପକ୍ଷରୁ ମୋଷ୍ଟ ଓ୍ବାଣ୍ଟେଡ ଘୋଷଣା କରାଯାଇଥିଲା। ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧିରେ ଏହି ତିନିଜଣଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ବିଶେଷକରି ଜମ୍ମୁ-କଶ୍ମୀରରେ ସେମାନଙ୍କ ନିର୍ଦ୍ଦେଶରେ ଅନେକ ଆତଙ୍କବାଦୀ ଘଟଣା ଘଟିଥିଲା।

ପାକିସ୍ତାନ ପୋଲିସ ଏହାକୁ ଟାର୍ଗେଟ କିଲିଂ ମାମଲା ବୋଲି କହିଛି। ବିଶେଷ କଥା ହେଉଛି ଏହି ତିନିଜଣଙ୍କୁ ନିକଟରେ ଭାରତ ସରକାର ଆତଙ୍କବାଦୀ ଘୋଷିତ କରିଥିଲେ।
ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ ଏହି ଆତଙ୍କବାଦୀଙ୍କୁ କିଏ ହତ୍ୟା କରୁଛି? ଏହା ପଛରେ କିଏ ଅଛି? ଖାଲି ସେତିକି ନୁହେଁ, ପାକିସ୍ତାନରେ କଣ ଚାଲିଛି?

କଶ୍ମୀରର ଆତଙ୍କବାଦୀ ସଂଗଠନ ଅଲ-ବଦରର କମାଣ୍ଡର ସୟଦ ଖାଲିଦ ରଜାଙ୍କୁ ସୋମବାର ପାକିସ୍ତାନର କରାଚିରେ ହତ୍ୟା କରାଯାଇଛି। ଅଜ୍ଞାତ ଆକ୍ରମଣକାରୀମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଖାଲିଦ ମୃତ୍ୟୁ ପୂର୍ବରୁ କାଶ୍ମୀରରେ ସକ୍ରିୟ ଆତଙ୍କବାଦୀଙ୍କ ସହ ଜଡିତ ଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆକ୍ରମଣକାରୀମାନେ ଖାଲିଦ ରଜାଙ୍କୁ ତାଙ୍କ ଘର ବାହାରେ ଗୁଳି କରି ହତ୍ୟା କରିଥିଲେ। ଖାଲିଦ ରାଜା କଶ୍ମୀରରେ ଆତଙ୍କବାଦୀ କମାଣ୍ଡର ରହିଥିଲେ। ଏହା ପରେ ସେ କରାଚି ଯାଇଥିଲେ। ଏଠାରେ ସେ ବେସରକାରୀ ବିଦ୍ୟାଳୟ ଫେଡେରେଶନ ଉପାଧ୍ୟକ୍ଷ ହୋଇଥିଲେ।

ଏହାପୂର୍ବରୁ ଗତ ସପ୍ତାହରେ ଗୁରୁବାର ହିଜବୁଲ ମୁଜାହିଦ୍ଦିନର ବରିଷ୍ଠ କମାଣ୍ଡର ବଶିର ଅହମ୍ମଦ ପିରଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା। ବଶିର ନମାଜ ପାଠ କରିବା ପାଇଁ ତାଙ୍କ ଘର ନିକଟସ୍ଥ ମସଜିଦକୁ ଯାଇଥିଲେ। ମସଜିଦରୁ ବାହାରିବା ପରେ ସେ ଏକ ଦୋକାନ ପାଖରେ ଠିଆ ହୋଇଥିଲେ। ଏହି ସମୟରେ ଦୁଇଜଣ ଆକ୍ରମଣକାରୀ ବାଇକରେ ଆସି ବଶିରଙ୍କୁ ଗୁଳି କରି ହତ୍ୟା କରିଥିଲେ।

ଫେବୃଆରୀ ୨୨ ରେ, ଆଫଗାନିସ୍ତାନରେ କଶ୍ମୀରରେ ଜନ୍ମିତ ଆତଙ୍କବାଦୀ ଏଜାଜ ଅହମ୍ମଦ ଅହଙ୍ଗାରଙ୍କୁ ହତ୍ୟା କରାଯାଇଥିଲା। ଇଜାଜ ଦୀର୍ଘ ସମୟ ଧରି ଇସଲାମିକ ଷ୍ଟେଟ ପାଇଁ ସକ୍ରିୟ ଥିଲେ ଏବଂ ଭାରତ ଉପରେ ଆତ୍ମଘାତୀ ଆକ୍ରମଣ କରୁଥିଲେ। ପାକିସ୍ତାନ ପୋଲିସ ବଶିର ଅହମ୍ମଦ ଛଦ୍ମନାମ ଇମତିଆଜ ଏବଂ ସୟଦ ଖାଲିଦ ରଜାଙ୍କ ହତ୍ୟାକୁ ଟାର୍ଗେଟ କିଲିଂ ବୋଲି କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ଉସ୍‌କାଇବାକୁ ଚେଷ୍ଟା କରୁଛି ଚାଇନା

ବେଜିଂ,୨୪।୭: ଭାରତ-ଚାଇନା ସୀମାରେ ପୁଣି ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ରବିବାର ଚାଇନା ଯୁଦ୍ଧ ବିମାନ ପୂର୍ବ ଲଦାଖର ଲାଇନ ଅଫ ଆକ୍‌ଚୁଆଲ କଣ୍ଟ୍ରୋଲ(ଏଲ୍‌ଏସି) ନିକଟରେ...

ବ୍ରେନ୍‌ ଖାଉଥିବା ଏମୋଇବା ସଂକ୍ରମଣ: ଆମେରିକାରେ ଆତଙ୍କ

ଓ୍ବାଶିଂଟନ,୨୪।୧୨: କରୋନା ମହାମାରୀ ସଂକ୍ରମଣ ଥମିବାର ନା ଧରୁ ନ ଥିବାବେଳେ ଆମେରିକାରେ ଏକ ନୂଆ ଆତଙ୍କ ଦେଖାଦେଇଛି। ମଣିଷ ବ୍ରେନ୍‌କୁ ଖାଉଥିବା ମାରାତ୍ମକ ଏମୋଇବା...

ଖୋଲିଲା ସ୍କୁଲ: ପ୍ଲାଷ୍ଟିକ ଟେଣ୍ଟରେ ପାଠ ପଢ଼ିଲେ ଛାତ୍ରୀଛାତ୍ର

କରୋନା ମହାମାରୀ କବଳରେ ସମଗ୍ର ବିଶ୍ୱ। କରୋନା ପାଇଁ ଏବେ ସବୁକିଛି ବଦଳିଯାଇଛି। ସ୍କୁଲ, କଲେଜ, ମଲ, ପବ୍ଲିକ ଟ୍ରାନ୍ସପୋର୍ଟ, ପବ୍‌ ଆଦି। ଲୋକମାନେ ଧୀରେ...

ଅର୍ଥନୀତିରେ ୩ ଜଣଙ୍କୁ ନୋବେଲ

ସ୍ବିଡେନ୍‌,୧୦।୧୦: ରୟାଲ ସ୍ବିଡେନ ଏକାଡେମୀ ଅଫ ସାଇନ୍ସେସ ଅର୍ଥନୀତି ପାଇଁ ୨୦୨୨ ନୋବେଲ ପୁରସ୍କାର ଘୋଷଣା କରିଛି। ବେନ ଏସ ବର୍ନାଙ୍କେ, ଡଗଲାସ ଡବ୍ଲୁ ଡାଇମଣ୍ଡ...

ଆମେରିକାରୁ କରୋନା ଭୂତାଣୁ ଉତ୍ପତ୍ତି, କହିଲା ଚାଇନା…

ଓ୍ବାଶିଂଟନ/ବେଜିଂ,୧୭।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ତେବେ କରୋନା ଭୂତାଣୁର ଉତ୍ପତ୍ତି ନେଇ ଆମେରିକା ଏବଂ ଚାଇନା ମୁହାଁମୁହିଁ ହୋଇଛନ୍ତି।...

ବେଜୋସ୍‌ଙ୍କ ପୂର୍ବରୁ ମହାକାଶ ଯିବେ ବ୍ରାନ୍‌ସନ

ବ୍ଲୁ ଅରିଜିନ୍‌ ତଥା ଆମାଜନ ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ ଜୁଲାଇ ୨୦ରେ ମହାକାଶ ଯାତ୍ରା ପାଇଁ ଯୋଜନା କରିଥିବାବେଳେ ଏହା ପୂର୍ବରୁ ଅନ୍ୟ ଜଣେ ଅରବପତି...

ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ମୈଥ୍ରିପାଲ ସିରିସେନା ନିର୍ବାଚନ ଲଢ଼ିବାକୁ କଲେ ଘୋଷଣା…

କଲମ୍ବୋ,୩୧।୧ : ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ମୈଥ୍ରିପାଲ ସିରିସେନା ଆସନ୍ତା ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛନ୍ତି। ସେ ଶ୍ରୀଲଙ୍କା ଫ୍ରିଡମ ପାର୍ଟି ସମର୍ଥନରେ...

ତୁର୍କୀ ଭୂକମ୍ପ ମୃତ୍ୟୁ ସଂଖ୍ୟା ୪୫ ହଜାର ଟପିଲା, ୧୬୪,୦୦୦ କୋଠା କ୍ଷତିଗ୍ରସ୍ତ…

ଇସ୍ତାନବୁଲ,୫।୩ : ତୁର୍କୀରେ ଆଭ୍ୟନ୍ତରୀଣ ମନ୍ତ୍ରୀ ସୁଲେମାନ ସୋଏଲୁ କହିଛନ୍ତି ଯେ ଗତ ମାସରେ ତୁର୍କୀରେ ହୋଇଥିବା ଭୟଙ୍କର ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୪୫,୯୬୮କୁ ବୃଦ୍ଧି...

Advertisement
Archives

Model This Week