ପଥରରେ ଛେଚି ମହିଳାଙ୍କୁ ହତ୍ୟା

ଫୁଲନଖରା,୫।୪:(ଡି.ଏନ୍‌.ଏ.): କଟକ ସଦର ଥାନା ଅଧୀନ ଅରିଲୋ ମେଳନ ପଡ଼ିଆରୁ ପୋଲିସ ଜଣେ ମହିଳାଙ୍କ ମୃତଦେହ ଜବତ କରିଛି। ସେ ହେଲେ ଅରିଲୋ ଗ୍ରାମର ହେମଲତା ପାଣିଗ୍ରାହୀ(୫୧)।

ମିଳିଥିବା ସୂଚନା ମୁତାବକ, ହେମଳତାଙ୍କ ସ୍ବମୀ ଭୀମସେନ ପାଣିଗ୍ରାହୀ ଓ ପୁଅ ବିକାଶ ପରିବା ବ୍ୟବସାୟ କରି ସୋମବାର ବିଳମ୍ବିତ ରାତିରେ ଘରକୁ ଫେରିଥିଲେ। ହେମଲତା ଘରେ ନ ଥିବାରୁ ଖୋଜା ଖୋଜି କରିଥିଲେ। ପରେ ଘର ନିକଟସ୍ଥ ମେଳନ ପଡ଼ିଆର ଏକ ବୁଦା ମୂଳେ ହେମଲତାଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ। ମା’ଙ୍କୁ କେହି ହତ୍ୟା କରିଥିବା ନେଇ ପୁଅ ବିକାଶ ଥାନାରେ ଏକ ଅଭିଯୋଗ କରିଛନ୍ତି ।

ଖବର ପାଇ ସଦରଥାନା ଆଇଆଇସି ସୁଧାଂଶୁ ଭୂଷଣ, ଜୋନ-୪ ଏସିପି ଚନ୍ଦନ ଘଡେଇ, ଏସ୍‌ଆଇ ବବିତା ସାହୁ, ମୁରଲୀଧର ସାହୁ, ହରିଶଙ୍କର ଭୋଇ ଏବଂ ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ପୋଲିସ ମୃତଦେହ ଜବବ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୋଲିସ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ସନ୍ଦେହରେ ୩ ଜଣକୁ ଅଟକ ରଖି ପଚରାଉଚରା ଚଳାଇଛି। ପ୍ରାଥମିକ ତଦନ୍ତରୁ ମହିଳାଙ୍କୁ ପଥରେ ଛେଚି ହତ୍ୟା କରାଯାଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୨ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧ

ଭୋଗରାଇ, ୧୭ା୯(ପ୍ରଦୀପ ଦାସ)ତାମିଲନାଡୁ ରାଜ୍ୟର ଚେନ୍ନାଇରୁ ନିଖୋଜ ହୋଇଯାଇଥିବା ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଫୁଲବାଣୀ ଗ୍ରାମର ସୁକୁମାର ଦଳେଇ ନାମକ ବୃଦ୍ଧ ଦୀର୍ଘ ୧୨ବର୍ଷ...

ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଗଲା ବିଦାନୋଭଙ୍କ ଭିସେରା

ରାୟଗଡ଼ା, ୭।୧(ସ୍ବ.ପ୍ର.): ରାୟଗଡ଼ା ସହରର ହୋଟେଲ ସାଇ ଇଣ୍ଟରନ୍ୟାଶନାଲରେ ରୁଷୀୟ ପର୍ଯ୍ୟଟକ ଭ୍ଲାଡିମିର ବିଦାନୋଭ ଓ ଆଣ୍ଟୋଭ ପାଭେଲଙ୍କ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଶୁକ୍ରବାର...

ଆଜିଠୁ ଶ୍ରୀକ୍ଷେତ୍ରରେ ସାହିଯାତ

ପୁରୀ ଅଫିସ,୧୦।୪: ଚୈତ୍ରମାସ ଶୁକ୍ଳପକ୍ଷ ନବମୀ ତିଥିରେ ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିର ଏବଂ ଶ୍ରୀକ୍ଷେତ୍ରର ସାତ ସାହିରେ ପାରମ୍ପରିକ ସମରକଳା ସାହିଯାତ ଅନୁଷ୍ଠିତ ହେବ।...

ଚିଲିକା, ଅଂଶୁପା ପାଇଁ କେନ୍ଦ୍ର ଦେଇଛି ୪.୭ କୋଟି

ଭୁବନେଶ୍ୱର, ୨୦।୯(ବ୍ୟୁରୋ): ନ୍ୟାଶନାଲ୍‌ ପ୍ଲାନ୍‌ ଫର୍‌ କଞ୍ଜରଭେଶନ୍‌ ଅଫ୍‌ ଆକ୍ୱାଟିକ ଇକୋସିଷ୍ଟମ (ଏନପିସିଏ) ଅଧୀନରେ ଗତ ୨ବର୍ଷରେ କେନ୍ଦ୍ର ସରକାର ଓଡ଼ିଶାକୁ ୪.୭ କୋଟି ଟଙ୍କା...

ସୁସ୍ଥ ହୋଇ ଫେରିଲେ ଘନଶ୍ୟାମ, ଡାକ୍ତରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ

ଭୁବନେଶ୍ୱର, ୧୧ା୨(ବ୍ୟୁରୋ): ମସ୍ତିଷ୍କ ମୃତ୍ୟୁ ଘଟିଥିବା ଗଞ୍ଜାମର ପି. ପ୍ରିୟଙ୍କାରାଣୀ ପାତ୍ରଙ୍କ କିଡ୍‌ନୀକୁ ସଫଳତାର ସହ ପ୍ରତିରୋପଣ କରାଯିବା ପରେ ଘନଶ୍ୟାମ ଜେନା ଏକ ନୂଆ...

ପିତ୍ତଳ ଛକ ୪ ଭାଇଙ୍କୁ ହତ୍ୟା ଘଟଣା: ୫ ଗିରଫ

ହିଞ୍ଜିଳିକାଟୁ,୨୯।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପିତ୍ତଳ ଛକରେ ୪ ଭାଇଙ୍କୁ ନିର୍ମମ ଭାବରେ କାଠ ଫାଳିଆରେ ହତ୍ୟା ମାମଲାରେ ମଙ୍ଗଳବାର ୪ ଜଣଙ୍କୁ ପୋଲିସ ଗିରଫ...

ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୨୨।୨(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗୁନି। ଆଜି ଆଉ ୧୦ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ...

ବାଗ୍‌ଚୀ ଦମ୍ପତିଙ୍କ ସହ କଥା ହୋଇ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର

ଭୁବନେଶ୍ୱର, ୧୩।୪(ବ୍ୟୁରୋ): ଭୁବନେଶ୍ୱରରେ କ୍ୟାନ୍‌ସର ହସ୍ପିଟାଲ ଓ ଏକ କେୟାର ସେଣ୍ଟର ପ୍ରତିଷ୍ଠା ପାଇଁ ସୁବ୍ରତୋ ବାଗ୍‌ଚୀ ଓ ସୁସ୍ମିତା ବାଗ୍‌ଚୀ ୩୪୦ କୋଟି ଟଙ୍କା...

Advertisement
Archives

Model This Week