କାଗଜପତ୍ରରେ ବୃଦ୍ଧାଙ୍କୁ ମାରିଦେଲେ

ହାଟଡ଼ିହୀ,୧୮ା୫ (ଡି.ଏନ୍‌.ଏ.):  କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ରେ ଭତ୍ତା କେଳେଙ୍କାରୀ ଦେଖିବାକୁ ମିଳିଛି। ଜଣେ ଅସହାୟ ବିଧବା ବୃଦ୍ଧା ବଞ୍ଚତ୍ଥିବା ବେଳେ ତାଙ୍କୁ କାଗଜପତ୍ରରେ ମୃତ ଘୋଷଣା କରାଯାଇଛି। ଫଳରେ ବୃଦ୍ଧା ଜଣଙ୍କ ଦୀର୍ଘ ୪ ମାସ ହେବ ମଧୁବାବୁ ପେନ୍‌ସନ ଯୋଜନାରେ ଭତ୍ତା ପାଇବାରୁ ବଞ୍ଚତ୍ତ ରହିଛନ୍ତି। ଏ ବାବଦରେ ବ୍ଲକ୍‌ଠାରୁ ଆରମ୍ଭକରି ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଅଦ୍ୟାବଧି କୌଣସି ଫଳ ମିଳିପାରିନାହିଁ।
ଅଭିଯୋଗ ଅନୁଯାୟୀ, ଏହି ବ୍ଲକ୍‌ ଅଧୀନ ଢେଙ୍କା ପଞ୍ଚାୟତ ସଙ୍ଗମ ଗ୍ରାମର ମଳିନୀଙ୍କ ସ୍ବାମୀ ବାବାଜୀ ପରିଡ଼ାଙ୍କ ୩୦ ବର୍ଷ ପୂର୍ବେ ମୃତ୍ୟୁ ହୋଇଛି। ସ୍ବାମୀଙ୍କ ମୃତ୍ୟୁ ପରେ ମଳିନୀଙ୍କୁ ଭତ୍ତା ମିଳୁଥିଲା। ଆଗରୁ ନଗଦ ଆକାରରେ ମିଳୁଥିବା ବେଳେ କିଛି ମାସ ହେବ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଭତ୍ତା ଅର୍ଥ ଆସୁଥିଲା। ହଠାତ୍‌ ଭତ୍ତା ଅନୁଦାନ ବନ୍ଦ ହୋଇଯିବାରୁ ସେ ବ୍ଲକ୍‌ର ଦ୍ୱାରସ୍ଥ ହୋଇଥିଲେ। ତାଙ୍କୁ ଅନ୍ୟ ଏକ ବ୍ୟାଙ୍କରେ ଏକ ନୂଆ ପାସ୍‌ ବହି ଖୋଲିବାକୁ କୁହାଯାଇଥିଲା। ମଳିନୀ ମଧ୍ୟ ଏକ ନୂଆ ପାସ୍‌ ବହି ଖୋଲିଥିଲେ। ତଥାପି ଭତ୍ତା ଅନୁଦାନ ପାସ୍‌ ବହିକୁ ଆସିଲାନି। ଶେଷରେ ୪ ମାସ ହେବ ତାଙ୍କର ମୃତ୍ୟୁ ହୋଇଥିବା ବ୍ଲକ୍‌ ତରଫରୁ କୁହାଯାଇଥିଲା। ତେଣୁ ଭତ୍ତା ବନ୍ଦ କରାଯାଇଥିବା କ୍ଷୋଭର ସହ ମଳିନୀ କହିଛନ୍ତି। ଘର ଖଣ୍ଡକ ବ୍ୟତୀତ ତାଙ୍କର ଆଉ କିଛି ନ ଥିବା ବେଳେ ପରର ମୂଲ ମଜୁରି ଲାଗି ମଳିନୀ ନିଜ ପେଟ ପୋଷନ୍ତି। ଏଭଳି କ୍ଷେତ୍ରରେ ବଞ୍ଚତ୍ ଥାଉ ଥାଉ ଜଣେ ଗରିବ ଅସହାୟ ବିଧବା ବୃଦ୍ଧାଙ୍କୁ କାଗଜପତ୍ରରେ ମୃତ ଘୋଷଣା କରିବା ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠିଛି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ତାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ମଳିନୀ ଦାବି କରିଛନ୍ତି। ହାଟଡ଼ିହୀ ସମାଜ ମଙ୍ଗଳ ଅଧିକାରୀ ରାଜେଶ ସାହୁ ଘଟଣାକୁ ସ୍ବୀକାର କରିଛନ୍ତି। ପଞ୍ଚାୟତ ରିପୋର୍ଟ ଅନୁସାରେ ଏପରି ହୋଇଛି। ଅନ୍ୟପକ୍ଷେ ଆକାଉଣ୍ଟ ନମ୍ବର ସହ ଆଧାର ସଂଯୋଗ ବେଳେ ଏହିପରି ଅନେକ ତ୍ରୁଟି ହୋଇଛି। ଏହା ଜଣାପଡ଼ିବା ପରେ ଅନୁଦାନ ରିକଭରି ପାଇଁ ନୋଟିସ ହେବା ସହ ଆଧାର ନମ୍ବରକୁ ମଧ୍ୟ ସଂଶୋଧନ କରାଯାଉଛି। ଆନନ୍ଦପୁର ଉପଜିଲାପାଳ ଅନିଲ କୁମାର ସେଠୀ କହିଛନ୍ତି, ଘଟଣା ଦିଗରେ ହାଟଡ଼ିହୀ ବିଡିଓଙ୍କୁ କହି ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି

ରାମଚନ୍ଦ୍ରପୁର,୨୯ା୪(ଗଣେଶ୍ୱର ସା): ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବାପାଇଁ ସରକାର ଉଦ୍ୟାନ ବିଭାଗ ଜରିଆରେ ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଏହା ଠିକ୍‌...

୧୨ ବର୍ଷ ଧରି କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର ବନ୍ଦ

କେନ୍ଦ୍ରାପଡ଼ା,୨୯ା୪ (ଜଗନ୍ନାଥ ଧଳ): ଛକ ବଜାରଠାରୁ ଗ୍ରାମାଞ୍ଚଳରେ କୁକୁଡା ମାଂସ ବିକ୍ରୟ କେନ୍ଦ୍ର ଭରପୂର ରହିଛି। କେଜି ପ୍ରତି ୨୨୦ରୁ ୩୫୦ ଟଙ୍କାରେ ମାଂସ ବିକ୍ରି...

ଗଣେଶ୍ୱରଙ୍କ ସମ୍ମୁଖରେ ଦୁଇ ମହିଳା ପ୍ରତିଦ୍ୱନ୍ଦ୍ୱୀ

କେନ୍ଦ୍ରାପଡ଼ା, ୨୯ା୪ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ରାଜନୀତି ଏକ ରୋଚକ ସ୍ଥିତିରେ ପହଞ୍ଚତ୍ଛି। ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳର ବିଧାୟକ ପ୍ରାର୍ଥୀ ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri