କାଗଜପତ୍ରରେ ବୃଦ୍ଧାଙ୍କୁ ମାରିଦେଲେ

ହାଟଡ଼ିହୀ,୧୮ା୫ (ଡି.ଏନ୍‌.ଏ.):  କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ରେ ଭତ୍ତା କେଳେଙ୍କାରୀ ଦେଖିବାକୁ ମିଳିଛି। ଜଣେ ଅସହାୟ ବିଧବା ବୃଦ୍ଧା ବଞ୍ଚତ୍ଥିବା ବେଳେ ତାଙ୍କୁ କାଗଜପତ୍ରରେ ମୃତ ଘୋଷଣା କରାଯାଇଛି। ଫଳରେ ବୃଦ୍ଧା ଜଣଙ୍କ ଦୀର୍ଘ ୪ ମାସ ହେବ ମଧୁବାବୁ ପେନ୍‌ସନ ଯୋଜନାରେ ଭତ୍ତା ପାଇବାରୁ ବଞ୍ଚତ୍ତ ରହିଛନ୍ତି। ଏ ବାବଦରେ ବ୍ଲକ୍‌ଠାରୁ ଆରମ୍ଭକରି ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଅଦ୍ୟାବଧି କୌଣସି ଫଳ ମିଳିପାରିନାହିଁ।
ଅଭିଯୋଗ ଅନୁଯାୟୀ, ଏହି ବ୍ଲକ୍‌ ଅଧୀନ ଢେଙ୍କା ପଞ୍ଚାୟତ ସଙ୍ଗମ ଗ୍ରାମର ମଳିନୀଙ୍କ ସ୍ବାମୀ ବାବାଜୀ ପରିଡ଼ାଙ୍କ ୩୦ ବର୍ଷ ପୂର୍ବେ ମୃତ୍ୟୁ ହୋଇଛି। ସ୍ବାମୀଙ୍କ ମୃତ୍ୟୁ ପରେ ମଳିନୀଙ୍କୁ ଭତ୍ତା ମିଳୁଥିଲା। ଆଗରୁ ନଗଦ ଆକାରରେ ମିଳୁଥିବା ବେଳେ କିଛି ମାସ ହେବ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଭତ୍ତା ଅର୍ଥ ଆସୁଥିଲା। ହଠାତ୍‌ ଭତ୍ତା ଅନୁଦାନ ବନ୍ଦ ହୋଇଯିବାରୁ ସେ ବ୍ଲକ୍‌ର ଦ୍ୱାରସ୍ଥ ହୋଇଥିଲେ। ତାଙ୍କୁ ଅନ୍ୟ ଏକ ବ୍ୟାଙ୍କରେ ଏକ ନୂଆ ପାସ୍‌ ବହି ଖୋଲିବାକୁ କୁହାଯାଇଥିଲା। ମଳିନୀ ମଧ୍ୟ ଏକ ନୂଆ ପାସ୍‌ ବହି ଖୋଲିଥିଲେ। ତଥାପି ଭତ୍ତା ଅନୁଦାନ ପାସ୍‌ ବହିକୁ ଆସିଲାନି। ଶେଷରେ ୪ ମାସ ହେବ ତାଙ୍କର ମୃତ୍ୟୁ ହୋଇଥିବା ବ୍ଲକ୍‌ ତରଫରୁ କୁହାଯାଇଥିଲା। ତେଣୁ ଭତ୍ତା ବନ୍ଦ କରାଯାଇଥିବା କ୍ଷୋଭର ସହ ମଳିନୀ କହିଛନ୍ତି। ଘର ଖଣ୍ଡକ ବ୍ୟତୀତ ତାଙ୍କର ଆଉ କିଛି ନ ଥିବା ବେଳେ ପରର ମୂଲ ମଜୁରି ଲାଗି ମଳିନୀ ନିଜ ପେଟ ପୋଷନ୍ତି। ଏଭଳି କ୍ଷେତ୍ରରେ ବଞ୍ଚତ୍ ଥାଉ ଥାଉ ଜଣେ ଗରିବ ଅସହାୟ ବିଧବା ବୃଦ୍ଧାଙ୍କୁ କାଗଜପତ୍ରରେ ମୃତ ଘୋଷଣା କରିବା ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠିଛି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ତାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ମଳିନୀ ଦାବି କରିଛନ୍ତି। ହାଟଡ଼ିହୀ ସମାଜ ମଙ୍ଗଳ ଅଧିକାରୀ ରାଜେଶ ସାହୁ ଘଟଣାକୁ ସ୍ବୀକାର କରିଛନ୍ତି। ପଞ୍ଚାୟତ ରିପୋର୍ଟ ଅନୁସାରେ ଏପରି ହୋଇଛି। ଅନ୍ୟପକ୍ଷେ ଆକାଉଣ୍ଟ ନମ୍ବର ସହ ଆଧାର ସଂଯୋଗ ବେଳେ ଏହିପରି ଅନେକ ତ୍ରୁଟି ହୋଇଛି। ଏହା ଜଣାପଡ଼ିବା ପରେ ଅନୁଦାନ ରିକଭରି ପାଇଁ ନୋଟିସ ହେବା ସହ ଆଧାର ନମ୍ବରକୁ ମଧ୍ୟ ସଂଶୋଧନ କରାଯାଉଛି। ଆନନ୍ଦପୁର ଉପଜିଲାପାଳ ଅନିଲ କୁମାର ସେଠୀ କହିଛନ୍ତି, ଘଟଣା ଦିଗରେ ହାଟଡ଼ିହୀ ବିଡିଓଙ୍କୁ କହି ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri