Posted inରାଜ୍ୟ

KIIT student death case: ଛାତ୍ରୀଛାତ୍ରଙ୍କ ଉପରେ କାଲି କରିଥିଲେ ଜୁଲମ, ଆଜି ମାଗିଲେ କ୍ଷମା

ଭୁବନେଶ୍ୱର,୧୮।୨: କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (KIIT)ରେ ଜଣେ ନେପାଳୀ ଛାତ୍ରଙ୍କ ଆତ୍ମହତ୍ୟା ପରେ, ସାରା ରାଜ୍ୟରେ ଚହଳ ପଡିଛି। କେବଳ ରାଜ୍ୟରେ ନୁହେଁ ଦେଶକୁ ନିନ୍ଦା କରାଯାଉଛି। ଘଟରାକୁ ନେଇ ପ୍ରତିବାଦ କରିବା ସମୟରେ ବିଶ୍ୱବିଦ୍ୟାଳୟ କର୍ମଚାରୀଙ୍କ ଅସଭ୍ୟ ବ୍ୟବହାରର ଭିଡିଓ ଭାଇରାଲ ହୋଇଛି। ନେପାଳ ଛାତ୍ରୀଛାତ୍ରଙ୍କ ବିରୋଧରେ ଦିଆଯାଇଥିବା ସମ୍ବେଦନହୀନ ମନ୍ତବ୍ୟ ପାଇଁ ପରେ ବିଶ୍ୱବିଦ୍ୟାଳୟ କର୍ମଚାରୀମାନେ ଏବେ କ୍ଷମା ମାଗିଛନ୍ତି।

ଗୋଟିଏ ଭିଡିଓରେ, ଦୁଇଜଣ ବିଶ୍ୱବିଦ୍ୟାଳୟ ଅଧିକାରୀ ଛାତ୍ରଙ୍କ ଉପରେ ଚିତ୍କାର କରୁଥିବାର ଭିଡିଓ ଭାଇରାଲ ହେଉଥିଲା। ଜମହିଳା ଅଧିକାରୀଜଣକ କହିଥିଲେ, ଆମେ ମାଗଣାରେ 40,000 ରୁ ଅଧିକ ଛାତ୍ରୀଛାତ୍ରଙ୍କୁ ଖାଦ୍ୟ ଦେଉଛୁ ଏବଂ ଶିକ୍ଷା ଦେଉଛୁ। ଏହା ତୁମ ଦେଶର ବଜେଟ ଠାରୁ ଅଧିକ।

ତେବେ ଭିଡିଓ ଭାଇରାଲ ହେବା ପରେ ସବୁଠି ଉତ୍ତେଜନା ସୃଷ୍ଟି ହୋଇଥିଲା। ପରିସ୍ଥିତିକୁ ଦୃଷ୍ଟିରେ ଦେଖି ଗୋଟିଏ ଦିନ ପରେ, Jayanti Nath, joint director of girls hostel and student affairs ଏକ ଭିଡିଓ ଜାରି କରି କ୍ଷମା ପ୍ରାର୍ଥନା କରିଛନ୍ତି। ସେ କହିଛନ୍ତି, ନେପାଳ ଉପରେ ମୋର ସାମ୍ପ୍ରତିକ ମନ୍ତବ୍ୟ ପାଇଁ ମୁଁ କ୍ଷମା ପ୍ରାର୍ଥନା କରିବାକୁ ଚାହୁଁଛ। ମୋର ଉଦ୍ଦେଶ୍ୟ କେବେବି କାହାକୁ ଆଘାତ ଦେବା କିମ୍ବା ଅପମାନିତ କରିବା ନଥିଲା। ଯଦି ମୋର ଶବ୍ଦଗୁଡ଼ିକ ଅଜାଣତରେ କାହାର ଭାବନାକୁ ଆଘାତ ଦେଇଥାଏ ତେବେ ମୁଁ ଗଭୀର ଭାବରେ ଦୁଃଖିତ। ମୁଁ ଜୋର ଦେଇ କହିବାକୁ ଚାହୁଁଛି ଯେ ମୋର ଶବ୍ଦଗୁଡ଼ିକ ବିଶ୍ୱବିଦ୍ୟାଳୟ କିମ୍ବା କୌଣସି ଅଧ୍ୟାପକଙ୍କ ମତାମତକୁ ପ୍ରତିଫଳିତ କରେ ନାହିଁ। ଯାହା ଘଟିଛି ସେଥିପାଇଁ ମୁଁ ଗଭୀର ଭାବରେ ଦୁଃଖିତ ଏବଂ କ୍ଷମା ପ୍ରାର୍ଥନା କରୁଛି।

ସେହିପରି ସହଯୋଗୀ ପ୍ରଫେସର ମଞ୍ଜୁଷା ପାଣ୍ଡେ ମଧ୍ୟ ଏକ ଭିଡିଓରେ କ୍ଷମା ପ୍ରାର୍ଥନା କରିଛନ୍ତି। ପାଣ୍ଡେ କହିଛନ୍ତି, ୧୬ ଫେବୃଆରୀ ରାତିରେ ମୁଁ ଦେଇଥିବା ବୟାନ ପାଇଁ କ୍ଷମା ମାଗୁଛି। ମୁଁ କହିବାକୁ ଚାହୁଁଛି ଯେ ମୁଁ ଦେଇଥିବା ସମସ୍ତ ବୟାନ ମୋର ଏବଂ KIIT ବିଶ୍ୱବିଦ୍ୟାଳୟ ସହିତ ଏହାର କୌଣସି ସମ୍ପର୍କ ନାହିଁ। ଯଦି ମୋର କୌଣସି ବୟାନ ମୋର କୌଣସି ନେପାଳୀ ଛାତ୍ର କିମ୍ବା ନେପାଳର ଲୋକଙ୍କ ଭାବନାକୁ ଆଘାତ ଦେଇଥାଏ, ତେବେ ମୁଁ ଏଥିପାଇଁ ଆନ୍ତରିକ ଭାବରେ କ୍ଷମା ପ୍ରାର୍ଥନା କରୁଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୧୦ ଆନ୍ଦୋଳନ ପୂର୍ବରୁ CJPର ବଡ଼ ଘୋଷଣା, ସୌରଭ ଦାସ କହିଲେ Gen Z….

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀରେ ଅକ୍ଟୋବର ୧୦ ତାରିଖରେ ବଡ଼ ଯୁବ ଆନ୍ଦୋଳନ କରିବାକୁ ଘୋଷଣା କରିଛି କକରୋଚ୍ ଜନତା ପାର୍ଟି (CJP)। ଦଳର ପ୍ରବକ୍ତା ସୌରଭ ଦାସ କହିଛନ୍ତି,…

ଦଶହରା ପୂର୍ବରୁ କଫ ସିରପ୍‌ କାରବାର ଠାବ: ୩୧୫୬ ବୋତଲ କଫ୍‌ ସିରପ ସହ ଜଣଙ୍କୁ ମାଡ଼ିବସିଲା ପୋଲିସ

ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ସୋମବାର ସହର ଉପକଣ୍ଠ ତୋରା-ନାଗେନପାଲି ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। କଫ୍‌ ସିରପ୍‌ ବୋଝେଇ ଏକ…

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା: ଇସିଙ୍କୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ

ନୂଆଦିଲ୍ଲୀ,୬।୧୦(ପି.ଟି.): ବିଭିନ୍ନ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ବେଳେ ନିର୍ବାଚନ କମିଶନ (ଇସି) ବ୍ୟବହାର କରୁଥିବା ଫର୍ମ-୬ରେ କୌଣସି ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟ…

ଯାହା କୋହଲି-ସୂର୍ଯ୍ୟକୁମାର କରିପାରି ନ ଥିଲେ ତାହା କରିଦେଖାଇବେ ଶ୍ରେୟସ ଆୟର: ବଡ଼ ରେକର୍ଡର ସୁଯୋଗ

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଟିମ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଛି। ଏହି ସିରିଜ୍ରେ ସେ ଏମିତି…

ନିଷ୍ପତ୍ତି ବଦଳାଇଲେ ସରକାର, ACP ବିବେକ ଭଗତଙ୍କ ପଦୋନ୍ନତି ସ୍ଥଗିତ!

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ ସରକାର ACP ବିବେକ ଭଗତଙ୍କୁ ଆଡିସନାଲ DCPର ଚାର୍ଜ ଦେବା ନେଇ ଜାରି ହୋଇଥିବା ଆଦେଶ ଉପରେ ରୋକ ଲଗାଇଛନ୍ତି । ବିବେକ ଭଗତଙ୍କ…

କ୍ରିକେଟ୍‌ରେ ନୂଆ ଇତିହାସ ରଚିଲା ଆମେରିକା: ଦିନିକିଆରେ ପ୍ରଥମଥର କଲା ଏମିତି କାରନାମା

ଡଲାସ,୬।୧୦: ଆମେରିକା କ୍ରିକେଟ ଟିମ ଦିନିକିଆ କ୍ରିକେଟ୍‌ରେ ଏକ ବଡ଼ ଇତିହାସ ରଚିଛି। ଡଲାସରେ ଖେଳାଯାଇଥିବା ICC ମେନ୍ସ କ୍ରିକେଟ ୱାଲର୍‌ଡ କପ ଲିଗ-୨ ମ୍ୟାଚ୍‌ରେ ଆମେରିକା…

୬ଟି ଆସନରେ ଆଜି ଉପନିର୍ବାଚନ; CM ବିଜୟଙ୍କ ପାଇଁ ବଡ଼ ରାଜନୈତିକ ପରୀକ୍ଷା, ଏହି ଦିନ ଫଳାଫଳ

ନୂଆଦିଲ୍ଲୀ,୬।୧୦: ଦେଶର ୬ଟି ଆସନରେ ଆଜି ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି । ଆସାମର ନଗାଓଁ ଲୋକସଭା ଆସନ ସମେତ ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?