ମଣ୍ଡିରେ ଧାନପଡ଼ି ସରୁଛି ଟୋକନ ଅବଧି:ଧାନ କିଣାବିକାରେ ଚାଲିଛି ଫଲ୍ସଏଣ୍ଟ୍ରି

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଆଉ ୨ଦିନ ପରେ ୩ମାସ ପୂରିବ। କିନ୍ତୁ ଏବେ ମଧ୍ୟ ଜିଲାର ବିଭିନ୍ନ ସ୍ଥାନରେ ଧାନ ବିକ୍ରିବଟାକୁ ନେଇ ଚାଷୀମାନେ ବହୁବିଧ ସମସ୍ୟାରେ ଛନ୍ଦି ହୋଇଛନ୍ତି। ଜିଲାର ପଦ୍ମପୁର ଉପଖଣ୍ଡରେ ଏଭଳି ସମସ୍ୟା ଅଧିକ ଜଟିଳ ହୋଇ ପଡ଼ିଛି। ଏଠାରେ ରହିଥିବା ବିଭିନ୍ନ ମଣ୍ଡିରେ ଧାନ ସଂଗ୍ରହ ପ୍ରକ୍ରିୟାରେ ଅନିୟମିତତା ଚାଲିଥିବା ଅଭିଯୋଗ ହୋଇଛି। ଚାଷୀମାନେ ବିକ୍ରି ପାଇଁ ମଣ୍ଡିକୁ ଧାନ ଆଣୁଥିବାବେଳେ ତାକୁ ଉଠାଯିବା ତ ଦୂରର କଥା, ତାକୁ କାଗଜାତ୍‌ରେ ଏଣ୍ଟ୍ରି ମଧ୍ୟ କରାଯାଉ ନାହିଁ। ଅନ୍ୟପଟେ ମଣ୍ଡିକୁ ଆସି ନଥିବା ଧାନକୁ ସିଧାସଳଖ କେତେକ ନିର୍ଦ୍ଦିଷ୍ଟ ରାଇସ୍‌ ମିଲକୁ ନିଆଯାଉଛି ଏବଂ ସେହି ଧାନକୁ ମଣ୍ଡିର କାଗଜାତ୍‌ରେ ଫଲ୍ସଏଣ୍ଟ୍ରି କରାଯାଉଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ମଣ୍ଡିରେ ଦୀର୍ଘଦିନ ଧାନ ବିକ୍ରି ଅପେକ୍ଷାରେ ପଡ଼ି ରହୁଛି ଏବଂ ତାହା ବିକ୍ରି ହୋଇପାରୁ ନଥିବାବେଳେ ଶେଷରେ ବିକ୍ରି ପାଇଁ ସମ୍ପୃକ୍ତ ଚାଷୀମାନଙ୍କୁ ମିଳିଥିବା ଟୋକନ ଅବଧି ମଧ୍ୟ ସରି ଯାଉଛି। ଏଭଳି ସାଂଘାତିକ ଅଭିଯୋଗ ନେଇ ମଙ୍ଗଳବାର ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଗୋଠୁଗୁଡ଼ା ଧାନମଣ୍ଡି ଉପରେ ନିର୍ଭରଶୀଳ ଅନେକ ଚାଷୀ ପ୍ରତିନିଧି ଗୋଠୁଗୁଡ଼ା କୃଷକ ସଂଘ ନେତୃତ୍ୱରେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ଜିଲାପାଳ ଆଦିତ୍ୟ ଗୋୟଲଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରି ଗଠୁଗୁଡ଼ା ମଣ୍ଡିରେ ଧାନ ସଂଗ୍ରହ ପ୍ରକ୍ରିୟାରେ ଚାଲିଥିବା ଅନିୟମିତତାର ତଦନ୍ତ ସହିତ କାର୍ଯ୍ୟାନୁଷ୍ଠାନ ନେବା ଏବଂ ଏହି ମଣ୍ଡିରେ ବିକ୍ରି ଅପେକ୍ଷାରେ ପଡ଼ି ରହିଥିବା ସମସ୍ତ ଧାନକୁ କିଣିବାକୁ ଦାବି କରାଯାଇଛି।
ବରଗଡ଼ ଜିଲାରେ ଗତବର୍ଷ ନଭେମ୍ବର ମାସ ୨୦ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପର୍ଯ୍ୟାୟକ୍ରମେ ଜିଲାର ଅତାବିରା, ବରଗଡ଼ ଏବଂ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି(ଆରଏମ୍‌ସି) ଅଧୀନ ମଣ୍ଡି ଗୁଡ଼ିକ ଖୋଲିଥିଲା। ଏହି କ୍ରମରେ ପଦ୍ମପୁର ଆର୍‌ଏମ୍‌ସି ଅଧୀନରେ ରହିଥିବା ଗୋଠୁଗୁଡ଼ା ମଣ୍ଡିରେ ମଧ୍ୟ ଧାନ କିଣାବିକା ଆରମ୍ଭ ହୋଇଥିଲା। ସ୍ଥାନୀୟ ଏସ୍‌ଏଚ୍‌ଜିକୁ ଉକ୍ତ ମଣ୍ଡିରେ ଧାନକ୍ରୟ ଦାୟିତ୍ୱ ଦିଆଯାଇଛି। କିନ୍ତୁ ଏହି ମଣ୍ଡିରେ ଧାନ ସଂଗ୍ରହ ପ୍ରକ୍ରିୟାରେ ଅନିୟମିତତା ଚାଲିଥିବା ଅଭିଯୋଗ ହୋଇଛି। ଚାଷୀମାନେ ସେମାନଙ୍କୁ ମିଳିଥିବା ଟୋକନ ଆଧାରରେ ମଣ୍ଡିକୁ ଧାନ ଆଣୁଛନ୍ତି। କିନ୍ତୁ ସେମାନଙ୍କ ଧାନକୁ କିଣାଯାଉ ନଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ମଣ୍ଡିକୁ ଆସି ନଥିବା ଧାନ ବେପାରୀ ମାଧ୍ୟମରେ ସିଧାସଳଖ ବିଭିନ୍ନ ରାଇସ୍‌ ମିଲକୁ ଯାଉଛି ଏବଂ ଧାନ କ୍ରୟସଂସ୍ଥା, ମଣ୍ଡି କର୍ମଚାରୀ ଏବଂ ମିଲର୍ସଙ୍କ ମିଳିତରେ ମଣ୍ଡି କାଗଜପତ୍ରରେ ସେହି ଧାନକୁ ଫଲ୍ସଏଣ୍ଟ୍ରି କରାଯାଉ ଥିବାବେଳେ ମଣ୍ଡିରେ ଧାନ ପକାଇଥିବା ଅନେକ ଚାଷୀଙ୍କ ଟୋକନ ଅବଧି ଶେଷ ହୋଇଯାଉଛି। ଫଳରେ ଟୋକନ ଆଧାରରେ ମଣ୍ଡିକୁ ଆଣିଥିଲେ ସୁଦ୍ଧା ସେମାନେ ଧାନବିକ୍ରିରୁ ବଞ୍ଚିତ ରହୁଛନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଏଭଳି ଅବ୍ୟବସ୍ଥା ଯୋଗୁ ଗୋବର୍ଦ୍ଧନ ଦୀପ, ରାଜକୁମାର ପଟେଲ, ଡୋଲାମଣି ପଟେଲ, ଲକ୍ଷ୍ମଣ ସାହୁଙ୍କ ସମେତ ଅନେକ ଚାଷୀଙ୍କ ଟୋକନ ଅବଧି ସରିଯାଇଥିବା ଅଭିଯୋଗ ହୋଇଛି। ଫଳରେ ଏ ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ଗୋଠୁଗୁଡ଼ା କୃଷକ ସଂଘ ଦାବି କରିଛି। ସଂଘର ସଭାପତି ଖଗପତି ସାହୁ, ସମ୍ପାଦକ ରାଜକୁମାର ନାଏକ, ଚାଷୀନେତା ବିଶ୍ୱମ୍ବର ପ୍ରଧାନ, ଆମ ଆଦମୀ ପାର୍ଟିର ଜିଲା ଆବାହକ ଭବାନୀ ପ୍ରସାଦ ସାହୁ, ବାଲ୍ମିକୀ ନାଏକ ପ୍ରମୁଖ ସ୍ମାରକପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ୩ ଦିନ କାଳବୈଶାଖୀ, ପ୍ରବଳରୁ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୩ା୩(ଅନୁରାଧା ମହାରଣା): ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ୨ ଦିନ ଧରି ଘଡ଼ଘଡ଼ି ସହ ବର୍ଷା ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ବାରିପଦାରେ ସର୍ବାଧିକ...

ସିପିଆଇ ଜୋନାଲ କମିଟିର ଆଲୋଚନା ସଭା

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ସିପିଆଇ ବଡ଼ଖେମୁଣ୍ଡି ଜୋନାଲ କମିଟିର ପରିବର୍ଦ୍ଧିତ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡ ସ୍ଥିତ ସିପିଆଇ କାର୍ଯ୍ୟଳୟରେ ଆୟୋଜିତ...

ନିଷ୍କ୍ରିୟ ମୋବାଇଲ ନମ୍ବରରେ ଏପ୍ରିଲ ୧ରୁ ମିଳିବନି ୟୁପିଆଇ ସେବା

ଭୁବନେଶ୍ୱର,୨୩ା୩(ଅନୁରାଧା ମହାରଣା): ଆର୍ଥିକ ଠକେଇ ରୋକିବା ପାଇଁ ୟୁନିଫାଏଡ୍‌ ପେମେଣ୍ଟସ୍‌ ଇଣ୍ଟରଫେସ୍‌(ୟୁପିଆଇ) ସହ ଜଡ଼ିତ ଅନେକ ନିୟମ ପରିବର୍ତ୍ତନ କରାଯାଇଛି। ଏହି କ୍ରମରେ ବ୍ୟାଙ୍କରେ ଲିଙ୍କ୍‌...

କୋର୍ଟରୁ ବାହାରିବାବେଳେ ଯୁବକଙ୍କୁ ଅପହରଣ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ କୋର୍ଟ ସମ୍ମୁଖରୁ ଶୁକ୍ରବାର ଦ୍ୱିପ୍ରହରରେ ଝାରସୁଗୁଡ଼ାର ନିରଞ୍ଜନ ସୁନାଙ୍କୁ ଅପହରଣ କରି ମାରପିଟ୍‌ କରିବା ପରେ ବିଳମ୍ବିତ ରାତିରେ ଥାନାରେ ଛାଡ଼ି...

କାଳ ସାଜିଲା କାଳବୈଶାଖି, ସ୍କୁଲରେ ଆଶ୍ରୟ ନେଲେ କ୍ଷତିଗ୍ରସ୍ତ

ଦେବଗଡ଼ ,୨୩।୩(ଶଶାଙ୍କ ଶେଖର ଝାଙ୍କର): କାଳ ସାଜିଲା କାଳବୈଶାଖି । କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି । କ୍ଷତିଗ୍ରସ୍ତ ଲୋକଙ୍କୁ ଗାଁ ସ୍କୁଲରେ ଆଶ୍ରୟ ଦେଲା...

ମୁଁହ ଖୋଲିଲେ ଚାଞ୍ଚେର ଓ ଉତ୍କେଲା ଗ୍ରାମ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଲମ୍ବୁ ଶିଖା

କେସିଙ୍ଗା,୨୩।୩(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି ଅଧୀନସ୍ଥ ଚାଞ୍ଚେର ଓ ଉତକେଲା ଗ୍ରାମ ପଞ୍ଚାୟତ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଲମ୍ବୁ ଶିଖାଙ୍କ...

ସୁନ୍ଦରଗଡ଼ରେ ଚାଞ୍ଚଲ୍ୟ: ଟାଙ୍ଗିଆରେ ହାଣି ୨ ମହିଳାଙ୍କୁ ହତ୍ୟା

ହେମଗିର,୨୨।୩(ଚୈତନ୍ୟ ପଟେଲ): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ତୁମୁଲିଆରେ ଶନିବାର ସନ୍ଧ୍ୟାରେ ୨ ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ସେମାନେ ହେଲେ ବିଳାସିନୀ...

ଇଫ୍‌ତାର ପାର୍ଟିରେ ଯୋଗଦେଲେ ବିଧାୟକ

ଭଞ୍ଜନଗର,୨୨।୩(ବାବୁଲା ପ୍ରଧାନ): ଚାଲିଛି ପବିତ୍ର ରମ୍‌ଜାନ ମାସ। ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ମୁସଲମାନ ଭାଇମାନଙ୍କ ପକ୍ଷରୁ ଶନିବାର ରାତିରେ ସୁଲତାନିଆ ମସ୍‌ଜିଦଠାରେ ଇଫ୍‌ତାର ପାର୍ଟି ଆୟୋଜନ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri