ବେଦାନ୍ତ ସୁରକ୍ଷା ଅଧିକାରୀଙ୍କ ନାମରେ ଅପହରଣ ମାମଲା

ଝାରସୁଗୁଡା ଅଫିସ୍‌,୧୫।୯: ଝାରସୁଗଡ଼ା ଭୂର୍କାମୁଣ୍ଡା ସ୍ଥିତ ବେଦାନ୍ତ କମ୍ପାନୀର କିଛି ସିକ୍ୟୁରିଟି ଅଧିକାରୀ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କୁ ଅପହରଣ କରି ୧୫ ଦିନ ପ୍ରକଳ୍ପ ପରିସରରେ ନିର୍ଯାତନା ଦେଇଥିଲେ। ଏଭଳି ଅଭିଯୋଗ ଆଣିଛନ୍ତି ବଡମାଲ ଥାନା ଅଧୀନ ବଞ୍ଜରୀ ଗ୍ରାମର ବିହାରୀ ଓରାମଙ୍କ ପୁଅ ଦିଲୀପ ଓରାମ। ସେ ବେଦାନ୍ତ ସୁରକ୍ଷା ଅଧିକାରୀଙ୍କ ନାମରେ ବଡମାଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଏକ ମାମଲା( ନଂ.୧୭୧/୨୧) ରୁଜୁ କରି ଅଧିକ ତଦନ୍ତ ଚଳାଇଛି। ଏହି ମାମଲାରେ ପୋଲିସ କମ୍ପାନୀର କିଛି ସୁରକ୍ଷା ଅଧିକାରୀଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି। ବଡମାଲ ଥାନା ଆଇଆଇସି ଅମିତାଭ ପଣ୍ଡା କହିଛନ୍ତି, ଅଭିଯୋଗକୁ ନେଇ ତଦନ୍ତ ଚାଲିଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଗତ ୨୫ ତାରିଖରୁ ବିହାରୀ ଓରାମ(୫୫) ନିଖୋଜ ଥିଲେ। ଏନେଇ ତାଙ୍କ ପୁଅ ଦିଲୀପ ବଡମାଲ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ନିଖୋଜ ମାମଲା(ନଂ.୧୫/୨୧) ରୁଜୁ କରି ଖୋଜାଖୋଜି କରିଥିଲା। ହେଲେ ବିହାରୀଙ୍କ ନିଖୋଜ ସମ୍ପର୍କରେ କୌଣସି ପତ୍ତା ମିଳି ନ ଥିଲା। ଏହା ଗ୍ରାମରେ ପ୍ରଚାର ହୋଇଥିଲା। ବିହାରୀଙ୍କୁ କମ୍ପାନୀର କିଛି ସିକ୍ୟୁରିଟି ଅଟକ ରଖିଥିବା ପ୍ରକଳ୍ପରେ କାମ କରୁଥିବା କିଛି ମହିଳା ଗ୍ରାମବାସୀଙ୍କୁ ଜଣାଇଥିଲେ। ଏହା ଜଣାପଡିବା ପରେ ଅସନ୍ତୋଷ ଗ୍ରାମବାସୀ କମ୍ପାନୀ ବିରୋଧରେ ଆନ୍ଦୋଳନ ପାଇଁ ସଜବାଜ ହେଉଥିଲେ। ଏହି ସମ୍ପର୍କରେ ଖବର ପାଇ କୁଆଡେ କମ୍ପାନୀ ସିକ୍ୟୁରିଟିମାନେ ବିହାରୀଙ୍କୁ ଗାଁରେ ଛାଡି ଆସିଥିଲେ। ବିହାରୀ ଘରେ ପହଞ୍ଚିଲା ପରେ ଘଟଣା ସମ୍ପର୍କରେ ପରିବାର ଲୋକଙ୍କ ଜଣାଇଥିଲେ। ଏନେଇ କମ୍ପାନୀର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରତ୍ୟୁଷ ଜେନା କହିଛନ୍ତି ଅଭିଯୋଗ ପରେ କମ୍ପାନୀର ମୁଖ୍ୟ ସିକ୍ୟୁରିଟି ଅଧିକାରୀଙ୍କୁ ପୋଲିସ୍‌ ଥାନାରେ ଅଟକ ରଖିଥିଲା। ପଚରାଉଚୁରା ପରେ ଛାଡି ଦିଆଯାଇଛି। ଏଥିରେ କମ୍ପାନୀର କୌଣସି ସମ୍ପୃକ୍ତି ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରସାମ୍ୟ ହରାଇ ବାଇକ୍‌ ଦୁର୍ଘଟଣାଗ୍ରସ୍ତ: ଚାଳକ ମୃତ

ଆନନ୍ଦପୁର,୧୨।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଅଧୀନ ୨୦ ନଂ. ଜାତୀୟ ରାଜପଥ ସାଇଁକୁଳଠାରେ ଶନିବାର ଏକ ବାଇକ୍‌ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ...

ଅପହୃତ ଜୁନିୟର ଇଞ୍ଜିନିୟରଙ୍କୁ ଜଙ୍ଗଲରେ ଖୋଜୁଛନ୍ତି ସ୍ତ୍ରୀ

ମାଲକାନଗିରି,୧୪ା୧୧(ଡି.ଏନ୍‌.ଏ.): ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାରେ ମାଓବାଦୀମାନେ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ଅପହରଣ କରିନେଇଛନ୍ତି। ତାଙ୍କୁ ଉଦ୍ଧାର କରିବାରେ ପୋଲିସ ପ୍ରଶାସନ ଫେଲ୍‌ ମାରିବା...

ମଦ ବିକ୍ରି, ଚାଲାଣ ଅଭିଯୋଗରେ ୩ ଗିରଫ

ଗୋପାଳପୁର,୩୧ା୩- ଚୋରା ଦେଶୀ ମଦ ବିକ୍ରି ଓ ବିଦେଶୀ ମଦ ଚାଲାଣ କରୁଥିବାବେଳେ ଦୁଇଟି ସ୍ଥାନରୁ ଗୋଳନ୍ଥରା ପୋଲିସ ମଙ୍ଗଳବାର ୩ ଜଣଙ୍କୁ ଗିରଫ କରି...

୩ ସରପଞ୍ଚ, ୭ ୱାର୍ଡମେମ୍ବର ଅଯୋଗ୍ୟ ଘୋଷିତ

ନବରଙ୍ଗପୁର,୧୪।୧୨(ବି.ପ୍ର.): ନବରଙ୍ଗପୁର ଜିଲାର ୩ଜଣ ସରପଞ୍ଚ ଓ ୭ ଜଣ ୱାର୍ଡମେମ୍ବରଙ୍କୁ ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ ୧୨ ତାରିଖରେ ଅଯୋଗ୍ୟ ଘୋଷିତ କରିଛନ୍ତି। ଜିଲା...

ଯୋରନ୍ଦା, କପିଳାସ, ସପ୍ତଶଯ୍ୟାର ହେବ ବିକାଶ

ଢେଙ୍କାନାଳ ଅଫିସ, ୧୧।୨ ବିଶ୍ୱ ପ୍ରସିଦ୍ଧ ମାଘମେଳା ଅବସରରେ ଯୋରନ୍ଦାସ୍ଥିତ ମହିମା ଗାଦି ଧୁନି ମନ୍ଦିର ସମ୍ମୁଖରେ ସୋମବାର ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଛି ୩ୟ ମହିମା...

କୃଷ୍ଣ ବଳରାମଙ୍କୁ ଭେଟିଲେ ଅକ୍ରୂର

ମଥୁରାନଗରୀ,୪।୧: ବରଗଡ଼ ଧନୁଯାତ୍ରା ମହୋତ୍ସବର ମଙ୍ଗଳବାର ଅଷ୍ଟମ ଦିବସରେ ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଦେଖିବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା। ଗୋଟିଏ ପଟେ...

ବିଶ୍ୱବିଦ୍ୟାଳୟରେ ଭଙ୍ଗାରୁଜା: ୨୨ ଛାତ୍ରଙ୍କ ନାମରେ ନୋଟିସ

ସମ୍ବଲପୁର,୭ା୪(ବ୍ୟୁରୋ)- ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଏସ୍‌ୟୁ) ସ୍ଥିତିରେ ବୁଧବାର ସୁଧାର ଆସିଛି। ଅଫିସ କାର୍ଯ୍ୟ ସୁଚାରୁ ରୂପେ ଚାଲିଥିଲେ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ୨ ପ୍ଲାଟୁନ ପୋଲିସ...

ବର୍ଷାରେ ଧସିଲା କାନ୍ଥ: ଅଳ୍ପକେ ବର୍ତ୍ତିଲେ ପରିବାର

ଜମନକିରା,୨୨।୮: ସମ୍ବଲପୁର ଜିଲା ଜମନକିରା ବ୍ଲକ ବଡ଼ମାଳ ପଞ୍ଚାୟତ ନୂଆଡିହି ଗ୍ରାମରେ ବର୍ଷା ଯୋଗୁ ଘର ଧସି ଯାଇଛି। ତେବେ ଭାଗ୍ୟବଶତଃ ସପରିବାର ଅନ୍ୟ କୋଠରୀ...

Advertisement
Archives

Model This Week