Posted inଖେଳ

ଟପ୍‌ ୧୦କୁ ଫେରିଲେ

ନୂଆଦିଲ୍ଲୀ,୨୨।୧୨: ବିଶ୍ୱ ଚାମ୍ପିୟନଶିପ୍‌ରେ ଐତିହାସିକ ରୌପ୍ୟ ପଦକ ଜିତିବା ପରେ ଟପ୍‌-୧୦କୁ ଫେରିଛନ୍ତି ଭାରତୀୟ ପୁରୁଷ ସିଙ୍ଗଲ୍ସ ବର୍ଗର ଶଟଲର କିଡାମ୍ବି ଶ୍ରୀକାନ୍ତ। ପୂର୍ବ ଅପେକ୍ଷା ୪ଟି ସ୍ଥାନ ଉପରକୁ ଉଠି ୨୮ ବର୍ଷୀୟ ଶଟଲର ୧୦ମ ର଼୍ୟାଙ୍କ ହାସଲ କରିଛନ୍ତି। ଏହା ଦର୍ଶାଇଛି ସଦ୍ୟପ୍ରକାଶିତ ବିଶ୍ୱ ବ୍ୟାଡ୍‌ମିଣ୍ଟନ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌)ର ର଼୍ୟାଙ୍କିଙ୍ଗ୍‌। ସେହିଭଳି ବିଶ୍ୱ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକ ହାତେଇଥିବା ଲକ୍ଷ୍ୟ ସେନ ଦୁଇଟି ସୋପାନ ଉପରକୁ ଉଠି ହାସଲ କରିଛନ୍ତି ୧୭ ତମ ମାନ୍ୟତା। କିନ୍ତୁ ବି ସାଇ ପ୍ରଣୀଥ(୧୮ତମ)ଙ୍କ ମାନ୍ୟତା ଦୁଇଟି ସ୍ଥାନ ତଳକୁ ଖସିଛି।

ମହିଳା ସିଙ୍ଗଲ୍ସ ବର୍ଗରେ ଦୁଇ ଥର ଅଲିମ୍ପିକ୍‌ ପଦକଧାରୀ ପି ଭି ସିନ୍ଧୁ ୭ମ ସ୍ଥାନରେ ରହିଥିବା ବେଳେ ବିଭିନ୍ନ ଆହତ ସମସ୍ୟା ସହ ସଂଘର୍ଷ କରୁଥିବା ସାଇନା ନେହ୍ବାଲ ୨୫ତମ ସ୍ଥାନରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨୦୧୬ରେ ସଙ୍କେତ ଦେଇଥିଲେ ଗୋଲ୍ଡେନ ବୟ

ଟୋକିଓ,୭।୮: ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଏକମାତ୍ର ସ୍ବର୍ଣ୍ଣ ପଦକ ଜିତିଛନ୍ତି ଗୋଲ୍ଡେନ ବୟ ନୀରଜ ଚୋପ୍ରା। ଟ୍ରାକ ଓ ଫିଲ୍ଡ ଇଭେଣ୍ଟରେ ଅଲିମ୍ପିକ୍ସ ପଦକ...

ଏକ ଯୁଗର ସମାପ୍ତି!

କେପଡାଉନ୍‌,୧୯।୧୧:ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ ଏବି ଡି ଭିଲିୟର୍ସ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଡି ଭିଲିୟର୍ସ ମଧ୍ୟ ଆଇପିଏଲ୍‌ ୨୦୨୨ ରେ ଅଂଶଗ୍ରହଣ କରିବେ ନାହିଁ...

ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନଶିପ୍‌ ଫାଇନାଲ୍‌ରେ ନୀରଜ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନଶିପ ୨୦୨୩ରେ ଭାରତୀୟ ଆଥଲେଟ ନୀରଜ ଚୋପ୍ରା ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ପୁରୁଷ ଜାଭେଲିନ ଥ୍ରୋ ଇଭେଣ୍ଟର ଫାଇନାଲରେ ପ୍ରବେଶ...

୨ ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷର ପୁରସ୍କାର ଘୋଷଣା

ଭୁବନେଶ୍ବର,୧୩।୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ବିଶ୍ବକପ୍‌ରେ ଭାଗ ନେଇଥିବା ଦୁଇ ଓଡ଼ିଆ ଖେଳାଳିଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ରାଶି ଘୋଷଣା...

ହିଜାବ ପରିହିତା ଫୁଟ୍‌ବଲରଙ୍କୁ ସାହାଯ୍ୟ କଲେ ପ୍ରତିପକ୍ଷ ଖେଳାଳି

ପ୍ୟାରିସ,୨୦।୧୦- ନିକଟରେ ଏକ ମହିଳା ଫୁଟବଲ ମ୍ୟାଚ୍‌ରେ ଘଟିଥିବା ଘଟଣା ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ର ବିନ୍ଧୁ ପାଲଟିଛି। ଜୋର୍ଡାନର ଶାବାବ ଅଲ ଓର୍ଡନ କ୍ଲବ...

କାନ୍‌ପୁରରେ ଜନ୍ମ, ଇଂଲଣ୍ଡ ପାଇଁ ଖେଳିଥିଲେ କ୍ରିକେଟ; ପାକିସ୍ତାନ ହାରିବା ପରେ ହୋଟେଲ୍‌ ରୁମ୍‌ରୁ ମିଳିଥିଲା ଉଲଗ୍ନ ମୃତଦେହ

ନୂଆଦିଲ୍ଲୀ,୧୮।୩: କ୍ରିକେଟ ଇତିହାସରେ ଏଭଳି କିଛି ଘଟଣା ଘଟିଛି ଯାହା ଏବେ ବି ଅନେକଙ୍କୁ ଚକିତ କରେ। ୨୦୦୭ ମସିହା ଆଜିର ଦିନ(ମାର୍ଚ୍ଚ ୧୮)ରେ କ୍ରିକେଟ...

କୋହଲିଙ୍କୁ ଅଧିକ ଗୁରୁତ୍ୱ ନ ଦେବାକୁ ଅଷ୍ଟ୍ରେଲୀୟ ପ୍ରଶଂସକ ଚାହାନ୍ତି: ପେନ୍‌

ସିଡ୍‌ନୀ,୧୬।୧୧(ପି.ଟି.): ଆଗାମୀ ସିରିଜରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଅଧିକ ଗୁରୁତ୍ୱ ଦେବାକୁ ଅଷ୍ଟ୍ରେଲିଆ ପ୍ରଶଂସକ ଚାହାନ୍ତି ନାହିଁ। ଏକଥା କହିଛନ୍ତି ଅଷ୍ଟ୍ରେଲିଆ ଅଧିନାୟକ ଟିମ୍‌...

ଅନୁଷ୍କାଙ୍କ ହାତଧରି କ୍ଲିନିକ୍‌ ନେଇ ଗଲେ ବିରାଟ କୋହଲି

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଏହି ସମୟରେ ସେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। କେବଳ ସୋସିଆଲ ମିଡିଆରେ ନୁହେଁ, ନିଜ...

Advertisement
Archives

Model This Week