Posted inଖେଳ

ଖୁସ୍‌ଦିଲ ୩ ସପ୍ତାହ ଖେଳି ପାରିବେନି

ଡର୍ବି, ୨୦ା୭ (ପି.ଟି.)-ପାକିସ୍ତାନ ବ୍ୟାଟ୍ସମ୍ୟାନ ଖୁସ୍‌ଦିଲ୍‌ ଶାହାଙ୍କ ବାମ ବୃଦ୍ଧାଙ୍ଗୁଳିର ହାଡ଼ ଭାଙ୍ଗିଯାଇଛି। ଫଳରେ ସେ ଆସନ୍ତା ୩ ସପ୍ତାହ ପର୍ଯ୍ୟନ୍ତ ଖେଳି ପାରିବେ ନାହିଁ। ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ତରଫରୁ ରବିବାର ସୂଚନା ଦିଆଯାଇଛି। ଏହି ବାମହାତୀ ବ୍ୟାଟ୍ସମ୍ୟାନ ଏକମାତ୍ର ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ଶନିବାର ଏଠାରେ ଟ୍ରେନିଂ ସେସନରେ ବ୍ୟାଟିଂ କରୁଥିବା ବେଳେ ତାଙ୍କ ବୃଦ୍ଧାଙ୍ଗୁଳିରେ ଆଘାତ ଲାଗିଥିଲା। ଚଳିତ ୪ ଦିନିଆ ଇଣ୍ଟ୍ରା-ସ୍କ୍ବାଡ୍‌ ମ୍ୟାଚ୍‌ରେ ଖୁସ୍‌ଦିଲ ସ୍ଥାନ ପାଇ ନାହାନ୍ତି। ଜୁଲାଇ ୨୪ରୁ ୨୭ ପର୍ଯ୍ୟନ୍ତ ଡର୍ବିଠାରେ ହେବାକୁଥିବା ଦ୍ୱିତୀୟ ୪ ଦିନିଆ ମ୍ୟାଚ୍‌ ପାଇଁ ସେ ଉପଲବ୍ଧ ହେବେ ନାହିଁ। କିନ୍ତୁ ଏହି ୨୫ ବର୍ଷୀୟ କ୍ରିକେଟର ଆସନ୍ତା ସପ୍ତାହରୁ ଟ୍ରେନିଂ ଆରମ୍ଭ କରିପାରିବେ। ପାକିସ୍ତାନ କ୍ରିକେଟ ଦଳ ବର୍ତ୍ତମାନ ଇଂଲଣ୍ଡ ଟୁର୍‌ରେ ଅଛି। ଦଳ ଆସନ୍ତା ମାସରେ ଆୟୋଜକ ଦେଶ ସହ ୩ଟି ଟେଷ୍ଟ, ସମାନ ସଂଖ୍ୟକ ଅନ୍ତର୍ଜାତୀୟ ଟି୨୦ ଖେଳିବ। ପ୍ରଥମ ଟେଷ୍ଟ ଓଲ୍ଡ ଟ୍ରାଫୋର୍ଡଠାରେ ଅଗଷ୍ଟ ୫ରୁ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଡାଇମଣ୍ଡ ଲିଗ୍‌ରେ ନିରାଶକଲେ ଶ୍ରୀଶଙ୍କର

ମୋନାକୋ,୧୨ା୮(ପି.ଟି):ଡାଇମଣ୍ଡ ଲିଗ୍‌ରେ ନିରାଶ କଲେ ଭାରତୀୟ ଲଙ୍ଗଜମ୍ପର ମୁରଲୀ ଶ୍ରୀଶଙ୍କର। ଐତିହାସିକ ରାଜ୍ୟଗୋଷ୍ଠୀ ରୌପ୍ୟ ପଦକ ଜିତିଥିବା ଶ୍ରୀଶଙ୍କର ନିଜ ସଫଳତାକୁ ଦୋହରାଇବାରେ ବିଫଳ ହୋଇଛନ୍ତି।...

ଦୃଢ଼ ସ୍ଥିତିରେ ଇଂଲଣ୍ଡ

କେପ୍‌ ଟାଉନ, ୬।୧- ସ୍ଥାନୀୟ ନ୍ୟୁଲାଣ୍ଡ୍ସଠାରେ ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଇଂଲଣ୍ଡ ଦୃଢ଼ ସ୍ଥିତିରେ ରହିଛି। ଓପନର୍‌ ଡୋମିନିକ...

ରବି ଶାସ୍ତ୍ରୀଙ୍କ ଆଖିରେ ଲୁହ

ସାଧାରଣତଃ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ରବି ଶାସ୍ତ୍ରୀ ସର୍ବଦା ବେଶ୍‌ ଗମ୍ଭୀର ଥାନ୍ତି। ନିଜ ଭାବପ୍ରବଣତାକୁ କେବେ ସେ ଜାହିର୍‌ କରନ୍ତି ନାହିଁି।...

ଅଶ୍ୱିନଙ୍କୁ ଏବେ ଏହି ନାମରେ ଡାକିବେ କୋହଲି: କହିଲେ…

ଅହମ୍ମଦାବାଦ,୨୬।୨: ଭାରତୀୟ ବୋଲର୍‌ ରବିଚନ୍ଦ୍ରନ ଅଶ୍ୱିନଙ୍କ ପାଇଁ ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ବେଶ୍‌ ସ୍ବତନ୍ତ୍ର ଥିଲା। କାରଣ ମ୍ୟାଚ୍‌ରେ ସେ ୪୦୦ ଉଇକେଟ ନେଇ...

୧୯ ବର୍ଷରୁ କମ୍‌ କ୍ରିକେଟ, ପ୍ରିୟମଙ୍କ ଶତକ: ଦକ୍ଷିଣ ଆଫ୍ରିକାକୁ ହରାଇଲା ଭାରତ

ଡର୍ବାନ, ୪ା୧ (ପି.ଟି.)-ଏଠାରେ ଚାଲିଥିବା ଚତୁଃରାଷ୍ଟ୍ରୀୟ ଦିନିକିଆ ସିରିଜରେ ଭାରତର ୧୯ବର୍ଷରୁ କମ୍‌ କ୍ରିକେଟ ଦଳ ବିଜୟ ସହ ଏହାର ଅଭିଯାନ ଆରମ୍ଭ କରିଛି। ଅଧିନାୟକ...

କର୍ତ୍ତବ୍ୟ ପରାୟଣ ଯୋଗୀନ୍ଦର ଶର୍ମାଙ୍କୁ ଆଇସିସିର ପ୍ରଶଂସା

ନୂଆଦିଲ୍ଲୀ,୨୯।୩(ପି.ଟି.)-୨୦୦୭ ଟି୨୦ ବିଶକପ୍‌ ହିରୋ ପୂର୍ବତନ ଭାରତୀୟ କ୍ରିକେଟର ତଥା ପୋଲିସ୍‌ ଅଧିକାରୀ ଯୋଗୀନ୍ଦର ଶର୍ମାଙ୍କୁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଭୂୟିୟସୀ ପ୍ରଶଂସା କରିଛି।...

ଟି୨୦ରେ ରଶିଦଙ୍କ ୩ୟ ହ୍ୟାଟ୍ରିକ

ଆଡିଲେଡ୍‌,୮।୧- ଆଫଗାନିସ୍ତାନର ଯୁବ ଲେଗ୍‌ ସ୍ପିନର ରଶିଦ ଖାଁ ଟି୨୦ କ୍ୟାରିୟରରେ ତୃତୀୟ ଥର ପାଇଁ ହ୍ୟାଟ୍ରିକ ଉଇକେଟ ହାସଲ କରିଛନ୍ତି। ଚଳିତ ବିଗ୍‌ ବାଶ...

‘ପ୍ରକୃତ ହିରୋଙ୍କୁ ଅଣଦେଖା କରା ନ ଯାଉ’

ଭୁବନେଶ୍ୱର, ୪।୧୨(କ୍ରୀଡ଼ା ପ୍ରତିନିଧି)-”ଧ୍ୟାନଚାନ୍ଦ ହେଉଛନ୍ତି ବିଶ୍ୱର ରନତ୍। ଖେଳ ଦୁନିଆର ରନତ୍, ଆମ ରାଜ୍ୟ ଏବଂ ଦେଶର ରନତ୍। ଧ୍ୟାନଚାନ୍ଦ ଥିଲେ ହକି ଜଗତର ମାର୍ଗଦର୍ଶକ।...

Advertisement
Archives

Model This Week