ଆୟୁଷ୍ମାନ କାର୍ଡଧାରୀଙ୍କ ପାଇଁ ଖୁସି ଖବର: ନୂଆ ପ୍ୟାକେଜରେ କଭର ହେବ ଏହି ସବୁ ରୋଗ, କାର୍ଡ ଥିଲେ ଜାଣିରଖନ୍ତୁ..

ନୂଆଦିଲ୍ଲୀ,୧୯।୧୧: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (PM-JAY)ର ହିତାଧିକାରୀଙ୍କ ପାଇଁ ଖୁସି ଖବର। ଏହି ଯୋଜନା ଅଧୀନରେ ସରକାରୀ ହସ୍ପିଟାଲଗୁଡ଼ିକରେ ଚିକିତ୍ସା ସୁବିଧାର ପରିସର ବଢ଼ାଇବାକୁ କେନ୍ଦ୍ର ସରକାର ପ୍ରସ୍ତୁତି ଚଳାଇଛନ୍ତି। ଏଥିପାଇଁ ୮୯ଟି ନୂଆ ହେଲ୍ଥ ପ୍ୟାକେଜ ଯୋଡ଼ିବାକୁ ପ୍ରସ୍ତାବ ପ୍ରସ୍ତୁତ ହୋଇଛି। ଏହା ଲାଗୁ ହେଲେ ସରକାରୀ ହସ୍ପିଟାଲଗୁଡ଼ିକ ପାଇଁ ସଂରକ୍ଷିତ ହେଲ୍ଥ ପ୍ୟାକେଜ ସଂଖ୍ୟା ୨୩ରୁ ବୃଦ୍ଧି ପାଇ ୧୧୨ ହୋଇଯିବ। ଏହି ନୂଆ ପ୍ୟାକେଜରେ ଗୁରୁତର ରକ୍ତହୀନତା, ଉଚ୍ଚ ରକ୍ତଚାପ, ବ୍ରୋଙ୍କାଇଟିସ, ଝାଡ଼ା, ମୂତ୍ର ସଂକ୍ରମଣ ଏବଂ ମଧୁମେହ ସମ୍ବନ୍ଧୀୟ ରୋଗର ଚିକିତ୍ସା ସାମିଲ ହେବ।

ଏହି ପ୍ରସ୍ତାବରେ କେବଳ ରୋଗର ଚିକିତ୍ସା ନୁହେଁ, ବରଂ ବିଭିନ୍ନ ପ୍ରକାର ଅସ୍ତ୍ରୋପଚାର ଏବଂ ଚକ୍ଷୁ ପରୀକ୍ଷାକୁ ମଧ୍ୟ ସାମିଲ କରାଯାଇଛି। ମହିଳାଙ୍କ ଗର୍ଭାଶୟ ଅପସାରଣ ଅସ୍ତ୍ରୋପଚାର, ଅର୍ଶ, ହାଇଡ୍ରୋସିଲ, ଗଣ୍ଠି ଏବଂ ସିଷ୍ଟର ଚିକିତ୍ସା ମଧ୍ୟ ଏହି ଯୋଜନାର ପରିସରଭୁକ୍ତ ହୋଇପାରେ। ଆସନ୍ତୁ ଜାଣିବା, ଆୟୁଷ୍ମାନ ଭାରତ ଯୋଜନାରେ କ’ଣ ପରିବର୍ତ୍ତନ ହେବାକୁ ଯାଉଛି ଏବଂ ଏହାଦ୍ୱାରା ରୋଗୀମାନେ କେତେ ଲାଭ ପାଇପାରିବେ।

ଜାତୀୟ ସ୍ବାସ୍ଥ୍ୟ ପ୍ରାଧିକରଣ (NHA) ଅତିରିକ୍ତ ୮୯ଟି ହେଲ୍ଥ ପ୍ୟାକେଜ ଚିହ୍ନଟ କରିଛି। ଏହାର ଉଦ୍ଦେଶ୍ୟ ହେଉଛି, ଏପରି ସାଧାରଣ ରୋଗ ଏବଂ ଅସ୍ତ୍ରୋପଚାରର ଚିକିତ୍ସା ସରକାରୀ ହସ୍ପିଟାଲରେ ଉପଲବ୍ଧ କରାଇବା, ଯେଉଁଥିପାଇଁ ରୋଗୀମାନଙ୍କୁ ପ୍ରାୟତଃ ବଡ଼ ହସ୍ପିଟାଲ କିମ୍ବା ଅନ୍ୟ ସହରକୁ ଯିବାକୁ ପଡ଼ିଥାଏ। ପ୍ରସ୍ତାବିତ ତାଲିକାରେ ବିଭିନ୍ନ ପ୍ରକାର ରୋଗକୁ ସାମିଲ କରାଯାଇଛି।

ରକ୍ତହୀନତା ଓ ଉଚ୍ଚ ରକ୍ତଚାପ: ଗୁରୁତର ରକ୍ତହୀନତା ଅର୍ଥାତ୍‌ ଶରୀରରେ ରକ୍ତର ପରିମାଣ ଅତ୍ୟଧିକ କମ ହେବା ଏବଂ ଦ୍ରୁତ ଗତିରେ ବଢ଼ୁଥିବା ଉଚ୍ଚ ରକ୍ତଚାପର ଚିକିତ୍ସାକୁ ଏହି ପ୍ୟାକେଜ୍ରେ ସାମିଲ କରିବାକୁ ପ୍ରସ୍ତାବ ରହିଛି। ଏହି ଦୁଇଟି ସ୍ଥିତିରେ ଠିକ ସମୟରେ ଚିକିତ୍ସା ନମିଳିଲେ ରୋଗୀଙ୍କ ସମସ୍ୟା ଆହୁରି ବଢ଼ିପାରେ।

ଶ୍ୱାସକ୍ରିୟା ସମ୍ବନ୍ଧୀୟ ରୋଗ: ଆକ୍ୟୁଟ ବ୍ରୋଙ୍କାଇଟିସକୁ ମଧ୍ୟ ପ୍ରସ୍ତାବିତ ପ୍ୟାକେଜ୍ରେ ସ୍ଥାନ ଦିଆଯାଇଛି। ଏହି ରୋଗରେ ଶ୍ୱାସନଳୀରେ ଫୁଲା ଦେଖାଦିଏ। ଫଳରେ ରୋଗୀଙ୍କୁ କାଶ, କଫ ଏବଂ ଶ୍ୱାସ ନେବାରେ ସମସ୍ୟା ହୋଇପାରେ।

ପେଟ ଓ ଅନ୍ତନଳୀ ସମ୍ବନ୍ଧୀୟ ରୋଗ: ଡାଇରିଆ ଅର୍ଥାତ୍‌ ଝାଡ଼ା, ଡିସେଣ୍ଟ୍ରି ଅର୍ଥାତ୍‌ ରକ୍ତ ମିଶା ଝାଡ଼ା ଏବଂ ଗ୍ୟାଷ୍ଟ୍ରୋଏଣ୍ଟେରାଇଟିସ ଭଳି ସମସ୍ୟାର ଚିକିତ୍ସାକୁ ମଧ୍ୟ ସାମିଲ କରିବାକୁ ପ୍ରସ୍ତୁତି ଚାଲିଛି। ଏହି ରୋଗଗୁଡ଼ିକରେ ପେଟ ଯନ୍ତ୍ରଣା, ବାନ୍ତି, ଝାଡ଼ା ଏବଂ ଶରୀରରେ ଜଳୀୟ ଅଂଶର ଅଭାବ ଭଳି ସମସ୍ୟା ଦେଖାଦେଇପାରେ।

ମୂତ୍ର ଓ କିଡ୍ନି ସମ୍ବନ୍ଧୀୟ ସମସ୍ୟା: ୟୁରିନାରି ଟ୍ରାକ୍ଟ ଇନ୍ଫେକ୍ସନ (UTI), ରେନାଲ କଲିକ ଏବଂ ଅନ୍ୟ କେତେକ ସମସ୍ୟାକୁ ମଧ୍ୟ ପ୍ରସ୍ତାବିତ ତାଲିକାରେ ସାମିଲ କରାଯାଇଛି। UTIରେ ମୂତ୍ରନଳୀରେ ସଂକ୍ରମଣ ହୋଇଥାଏ। ସେହିପରି ରେନାଲ କଲିକ ସାଧାରଣତଃ କିଡ୍ନିରେ ପଥର କିମ୍ବା ମୂତ୍ରନଳୀରେ ଅବରୋଧ ଯୋଗୁଁ ହେଉଥିବା ତୀବ୍ର ଯନ୍ତ୍ରଣା ସହ ଜଡ଼ିତ।

ଜ୍ୱର ଓ ମଧୁମେହ ସମ୍ବନ୍ଧୀୟ ସମସ୍ୟା: ହଠାତ୍‌ ଅଧିକ ଜ୍ୱର ହେଉଥିବା କେତେକ ସ୍ଥିତି ଏବଂ ମଧୁମେହ ସମ୍ବନ୍ଧୀୟ କିଛି ସମସ୍ୟାର ଚିକିତ୍ସାକୁ ମଧ୍ୟ ଏହି ପ୍ୟାକେଜରେ ସାମିଲ କରିବାକୁ ଯୋଜନା ରହିଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ କ୍ରିକେଟ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ଚହଲ ; ଟି-୨୦ କ୍ରିକେଟରେ ଏଭଳି ସଫଳତା ହାସଲ କରିବାରେ ଭାରତୀୟ ଦଳର ପ୍ରଥମ ବୋଲର

ନୂଆଦିଲ୍ଲୀ,୧୯।୧୧: ଭାରତର ଅଭିଜ୍ଞ ଲେଗ-ସ୍ପିନର ୟୁଜବେନ୍ଦ୍ର ଚହଲ ଇତିହାସ ପୃଷ୍ଠାରେ ନିଜ ନାମ ଲିପିବଦ୍ଧ କରିଛନ୍ତି। ସେ ଟି-୨୦ କ୍ରିକେଟରେ ୪୦୦ ୱିକେଟ ନେବାରେ ପ୍ରଥମ ଭାରତୀୟ…

ଅକ୍ବାନ ପ୍ରସ୍ତୁତି ସମୀକ୍ଷା କଲେ ମନ୍ତ୍ରୀ ବିଭୂତି ଜେନା; ଗଞ୍ଜାମରେ ହାଇଆଲର୍ଟ, ୮୪ ହଜାରରୁ ଊର୍ଦ୍ଧ୍ୱ ଲୋକ ସ୍ଥାନାନ୍ତର

ଛତ୍ରପୁର,୧୯ା୧୧( ଦିଲ୍ଲୀପ ସାମଲ): ସମ୍ଭାବ୍ୟ ବାତ୍ୟା ଅକ୍ବାନର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନର ପ୍ରସ୍ତୁତି ସମୀକ୍ଷା କରିଛନ୍ତି ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି…

ବାତ୍ୟା ମୁକାବିଲା ପାଇଁ ସମସ୍ତ ବିଭାଗ ତତ୍ପର: ଚାଷୀଙ୍କୁ ସଚେତନ କଲା କୃଷି ବିଜ୍ଞାନ କେନ୍ଦ୍ର, ରାତି ଉଜାଗର ପରେ…

ଭଞ୍ଜନଗର,୧୯ା୧୧(ବାବୁଲା ପ୍ରଧାନ): ସମ୍ଭାବ୍ୟ ବାତ୍ୟା ମୁକାବିଲା କରିବା ପାଇଁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ସମେତ ସମସ୍ତ ବିଭାଗ ତତ୍ପର ହୋଇପଡ଼ିଛନ୍ତି। ଲୋକଙ୍କ ଧନଜୀବନ ସୁରକ୍ଷାକୁ ପ୍ରାଥମିକତା ଦେଇ…

ମ୍ୟାଚ ମଝିରେ ଜୋରଦାର ଯୁକ୍ତିତର୍କ ଲାଗିଲେ ଯଶସ୍ବୀ-ହେନରୀ: ଜବାବ ଦେଇ ନ୍ୟୁଜିଲାଣ୍ଡ ଖେଳାଳି କହିଲେ-୨୦୨୪ରେ କ’ଣ କରିଥିଲ…

ନୂଆଦିଲ୍ଲୀ,୧୯।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହୋଇଛି। ସିରିଜର ପ୍ରଥମ ମ୍ୟାଚ ନଭେମ୍ବର ୧୯ ତାରିଖରୁ ୱେଲିଂଟନର ବେସିନ…

ବତୀଘର ଅଞ୍ଚଳରେ ବାତ୍ୟା ମୁକାବିଲା ପ୍ରସ୍ତୁତି ତଦାରଖ କଲେ ଓଏସ୍‌ଆଇସି ଏମ୍‌ଡି, ଲୋକଙ୍କୁ ଭେଟି…

ମହାକାଳପଡ଼ା,୧୯ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): ମାଡ଼ି ଆସୁଛି ସ୍ଥଳଭାଗ ମୁହାଁ ବାତ୍ୟା ଅକ୍ୱାନ। ସମ୍ଭାବ୍ୟ ପରିସ୍ଥିତି ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତ ଆରମ୍ଭ ହୋଇଛି।…

ଗାଡ଼ି ମାଲିକମାନଙ୍କ ପାଇଁ ବଡ଼ ଆଶ୍ୱସ୍ତି! ୩ ବର୍ଷ ପର୍ଯ୍ୟନ୍ତ ଆବଶ୍ୟକ ନାହିଁ PUC ପ୍ରମାଣପତ୍ର

ନୂଆଦିଲ୍ଲୀ,୧୯।୧୧: ସରକାର ଯାନବାହନ ପ୍ରଦୂଷଣ ପ୍ରମାଣପତ୍ର (Pollution Certificate) ସମ୍ବନ୍ଧୀୟ ନିୟମରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛନ୍ତି। BS-6 ଯାନଗୁଡ଼ିକ ପାଇଁ, ପ୍ରଦୂଷଣ ପ୍ରମାଣପତ୍ର ବର୍ତ୍ତମାନ ଗୋଟିଏ…

PF ଖାତାଧାରୀଙ୍କ ପାଇଁ ବଡ଼ ଖୁସି ଖବର: ବଦଳିଲା ମିନିମମ ବାଲାନ୍ସ ନିୟମ, ଏଣିକି ରଖିବାକୁ ପଡ଼ିବ ମାତ୍ର…

ନୂଆଦିଲ୍ଲୀ,୧୯।୧୧: EPFO ବୋର୍ଡ ପକ୍ଷରୁ PF ଖାତାଧାରୀଙ୍କୁ ଆଉ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଏଣିକି PF ଖାତାରେ ସର୍ବନିମ୍ନ ୨୫% ଟଙ୍କା ରଖିବା ବାଧ୍ୟତାମୂଳକ ହେବ…

ଏହି ଦିନ ଭାରତ-ପାକିସ୍ତାନ ମହାମୁକାବିଲା: ବୈଭବ-ଅଭିଷେକ ଯୋଡ଼ିଙ୍କ ଉପରେ ସମସ୍ତଙ୍କ ନଜର, ନୋଟ୍‌ କରନ୍ତୁ ପୂରା ସୂଚୀ

ନୂଆଦିଲ୍ଲୀ,୧୯।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇଟି ଟେଷ୍ଟ ମ୍ୟାଚର ସିରିଜ ଆରମ୍ଭ ହୋଇଯାଇଛି। ଏହାରି ମଧ୍ୟରେ ଏସିଆନ କ୍ରିକେଟ କାଉନସିଲ (ଏସିସି) ପକ୍ଷରୁ ଆୟୋଜିତ ଏସିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?