ଗାୟତ୍ରୀ ମନ୍ତ୍ର ପାଠ କଲେ ପ୍ରିୟଙ୍କାଙ୍କ ଝିଅ: ଭିଡିଓ ଦେଖି ଫ୍ୟାନ୍ସ କହିଲେ…

ବଲିଉଡ୍‌ର ‘ଦେଶୀ ଗର୍ଲ’ ପ୍ରିୟଙ୍କା ଚୋପ୍ରା ନିଜ କାମ ସହ ପରିବାରକୁ ମଧ୍ୟ ସମୟ ଦେଉଛନ୍ତି। ନିକଟରେ ସେ ସୋସିଆଲ ମିଡିଆରେ ନିଜ ଜୀବନର କିଛି ସୁନ୍ଦର ମୁହୂର୍ତ୍ତ ଶେୟାର କରିଛନ୍ତି। ଏଥିରେ ସମୁଦ୍ରକୂଳରେ ଛୁଟି କାଟିବାଠାରୁ ଆରମ୍ଭ କରି ଫିଲ୍ମ ସେଟ୍‌ର ଝଲକ ରହିଛି। ତେବେ ଏକ ଭିଡିଓ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି। ଏଥିରେ ପ୍ରିୟଙ୍କାଙ୍କ ଝିଅ ମାଳତୀ ମ୍ୟାରୀ ମା’ଙ୍କ ସହ ବସି ଗାୟତ୍ରୀ ମନ୍ତ୍ର ପଢ଼ିବାକୁ ଚେଷ୍ଟା କରୁଥିବା ଦେଖାଯାଇଛି। ମାଳତୀଙ୍କୁ ପାଖରେ ଧରି ଗାୟତ୍ରୀ ମନ୍ତ୍ର ପଢ଼ିବାରେ ସାହାଯ୍ୟ କରୁଛନ୍ତି ପିସି। ମାଳତୀ ମଧ୍ୟ ମା’ଙ୍କ ସହ ମନ୍ତ୍ର ଉଚ୍ଚାରଣ କରିବାକୁ ଚେଷ୍ଟା କରୁଛନ୍ତି। ଭିଡିଓଟି ଶେୟାର କରି ପ୍ରିୟଙ୍କା ଫ୍ୟାନ୍ସଙ୍କୁ ସାଉଣ୍ଡ ଅନ କରି ଦେଖିବାକୁ ଅନୁରୋଧ କରିଛନ୍ତି। ମା’-ଝିଅଙ୍କ ଏହି ମଧୁର ମୁହୂର୍ତ୍ତକୁ ଦେଖି ସୋସିଆଲ ମିଡିଆ ୟୁଜର୍ସ ହାର୍ଟ ଇମୋଜି ଦେଇ ପ୍ରତିକ୍ରିୟା ଜଣାଇଛନ୍ତି। ମାଳତୀଙ୍କ ନିଷ୍ପାପ ଅନ୍ଦାଜକୁ ମଧ୍ୟ ଅନେକ ପ୍ରଶଂସା କରିଛନ୍ତି।

ପ୍ରିୟଙ୍କାଙ୍କ ଜୀବନରେ ଝିଅ ମାଳତୀଙ୍କ ସ୍ଥାନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ସ୍ବାମୀ ନିକ ଜୋନସଙ୍କୁ ପ୍ରଶଂସା କରି ପ୍ରିୟଙ୍କା କୁହନ୍ତି, ଝିଅର ଲାଳନପାଳନରେ ନିକ ସକ୍ରିୟ ଭାବେ ଭାଗ ନିଅନ୍ତି। ମାଳତୀଙ୍କ ସ୍କୁଲ ସମୟକୁ ଧ୍ୟାନରେ ରଖି ସେମାନଙ୍କ ଦୈନନ୍ଦିନ କାର୍ଯ୍ୟ ଯୋଜନା ହୋଇଥାଏ। ଝିଅ ତାଙ୍କ ଜୀବନର ସବୁଠାରୁ ବଡ଼ ଉପଲବ୍ଧି। ମାଳତୀ ପୂରା ପରିବାର ପାଇଁ ଏକ ଚୁମ୍ବକ ଭଳି। ସେମାନେ ଦୁନିଆର ଯେଉଁଠି ଥିଲେ ମଧ୍ୟ ମନ ସବୁବେଳେ ଝିଅ ପାଖକୁ ଟାଣି ହୋଇଯାଏ।
ନିକ ଜୋନାସ ମଧ୍ୟ ପୂର୍ବରୁ ଅନେକ ସାକ୍ଷାତକାରରେ କହିଛନ୍ତି, ସେ ଓ ପ୍ରିୟଙ୍କା ଝିଅକୁ ଉଭୟ ଭାରତୀୟ ଓ ଆମେରିକୀୟ ସଂସ୍କୃତି ସହ ଯୋଡ଼ି ରଖିବାକୁ ଚାହାନ୍ତି।

ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନସ ୨୦୧୮ ଡିସେମ୍ବରରେ ବିବାହ କରିଥିଲେ। ରାଜସ୍ଥାନର ଯୋଧପୁରରେ ଉଭୟ ଖ୍ରୀଷ୍ଟିଆନ ଓ ହିନ୍ଦୁ ରୀତିନୀତିରେ ସେମାନଙ୍କ ବିବାହ ହୋଇଥିଲା। ୨୦୨୨ ଜାନୁଆରୀରେ ସରୋଗେସି ମାଧ୍ୟମରେ ଏହି ଦମ୍ପତି ଝିଅ ମାଳତୀଙ୍କ ମାତାପିତା ହୋଇଥିଲେ।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

IPL 2027 ନିଲାମରେ କେଉଁ ୧୦ ଜଣ ଖେଳାଳିଙ୍କୁ କେହି କିଣିବେ ନାହିଁ? ଏହି ଖେଳାଳିମାନେ ନିଶ୍ଚିତ ଭାବରେ ରହିବେ ଅନସୋଲ୍ଡ!

ନୂଆଦିଲ୍ଲୀ,୧୯।୧୧: IPL 2027 ପାଇଁ ଖେଳାଳିଙ୍କୁ ନିଜ ଦଳରେ ରଖିବା (retention) ପ୍ରକ୍ରିୟା ଶେଷ ହେବା ପରେ, ଏବେ ସମସ୍ତଙ୍କ ନଜର ନିଲାମ ଉପରେ ରହିଛି। IPL…

୭୫ ବର୍ଷ ବୟସରେ ବିଧାୟକଙ୍କ ପରଲୋକ, ରାଜ୍ୟରେ ଶୋକ

ଚେନ୍ନାଇ,୧୯ା୧୧: ତାମିଲନାଡୁର ରାଜନୀତିରୁ ଆସିଛି ଦୁଃଖଦ ଖବର । ଟିଭିକେ (TVK) ବିଧାୟକ ଭି.ଏସ୍‌. ବାବୁଙ୍କର ଗୁରୁବାର ପରଲୋକ ହୋଇଛି । ଚେନ୍ନାଇସ୍ଥିତ MGM ହେଲ୍‌ଥକେୟାର ହସ୍ପିଟାଲରେ…

WTC ପଏଣ୍ଟ ଟେବୁଲରେ ବଡ଼ ହଲଚଲ: ବାଂଲାଦେଶକୁ ହରାଇ ନମ୍ବର-୧ ହେଲା ଦକ୍ଷିଣ ଆଫ୍ରିକା, ଭାରତ-ନ୍ୟୁଜିଲାଣ୍ଡକୁ ଝଟ୍‌କା!

ନୂଆଦିଲ୍ଲୀ,୧୯।୧୧: ଜୋହାନ୍ସବର୍ଗରେ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୯ ଉଇକେଟ୍‌ରେ ଚମତ୍କାର ବିଜୟ ହାସଲ କରିଛି। ଏହି ମ୍ୟାଚରେ ବାଂଲାଦେଶ ପ୍ରଥମ ଇନିଂସରେ…

ପୁଣି ଥରେ ତେଜିଲା ବଲ-ଟ୍ୟାମ୍ପରିଂ ବିବାଦ; କ୍ୟାମେରନ ବ୍ୟାନକ୍ରଫ୍ଟଙ୍କ ଦାବିର ଜବାବ ଦେଲେ ପ୍ୟାଟ କମିନ୍ସ

ନୂଆଦିଲ୍ଲୀ,୧୯।୧୧: ୨୦୧୮ ମସିହାର ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ସମୟରେ ଘଟିଥିବା ‘ବଲ-ଟ୍ୟାମ୍ପରିଂ’ (ball-tampering) ଘଟଣାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଥମିବାର ନାଁ ନେଉନାହିଁ। ଉସମାନ…

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଖୋର୍ଦ୍ଧା ଅଗ୍ନିଶମ ବିଭାଗ ସଜାଗ

ଖୋର୍ଦ୍ଧା,୧୯ା୧୧(ପ୍ରଭାତ ପାଣିଗ୍ରାହୀ): ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ର ମୁକାବିଲା ପାଇଁ ଖୋର୍ଦ୍ଧା ଜିଲା ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଜିଲା ଅଧୀନରେ ଥିବା ୭ଟି ଅଗ୍ନିଶମ…

ଆୟୁଷ୍ମାନ କାର୍ଡଧାରୀଙ୍କ ପାଇଁ ଖୁସି ଖବର: ନୂଆ ପ୍ୟାକେଜରେ କଭର ହେବ ଏହି ସବୁ ରୋଗ, କାର୍ଡ ଥିଲେ ଜାଣିରଖନ୍ତୁ..

ନୂଆଦିଲ୍ଲୀ,୧୯।୧୧: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (PM-JAY)ର ହିତାଧିକାରୀଙ୍କ ପାଇଁ ଖୁସି ଖବର। ଏହି ଯୋଜନା ଅଧୀନରେ ସରକାରୀ ହସ୍ପିଟାଲଗୁଡ଼ିକରେ ଚିକିତ୍ସା ସୁବିଧାର ପରିସର…

ଭାରତୀୟ କ୍ରିକେଟ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ଚହଲ ; ଟି-୨୦ କ୍ରିକେଟରେ ଏଭଳି ସଫଳତା ହାସଲ କରିବାରେ ଭାରତୀୟ ଦଳର ପ୍ରଥମ ବୋଲର

ନୂଆଦିଲ୍ଲୀ,୧୯।୧୧: ଭାରତର ଅଭିଜ୍ଞ ଲେଗ-ସ୍ପିନର ୟୁଜବେନ୍ଦ୍ର ଚହଲ ଇତିହାସ ପୃଷ୍ଠାରେ ନିଜ ନାମ ଲିପିବଦ୍ଧ କରିଛନ୍ତି। ସେ ଟି-୨୦ କ୍ରିକେଟରେ ୪୦୦ ୱିକେଟ ନେବାରେ ପ୍ରଥମ ଭାରତୀୟ…

ଅକ୍ବାନ ପ୍ରସ୍ତୁତି ସମୀକ୍ଷା କଲେ ମନ୍ତ୍ରୀ ବିଭୂତି ଜେନା; ଗଞ୍ଜାମରେ ହାଇଆଲର୍ଟ, ୮୪ ହଜାରରୁ ଊର୍ଦ୍ଧ୍ୱ ଲୋକ ସ୍ଥାନାନ୍ତର

ଛତ୍ରପୁର,୧୯ା୧୧( ଦିଲ୍ଲୀପ ସାମଲ): ସମ୍ଭାବ୍ୟ ବାତ୍ୟା ଅକ୍ବାନର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନର ପ୍ରସ୍ତୁତି ସମୀକ୍ଷା କରିଛନ୍ତି ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?