ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉଥିବାବେଳେ କେତେକ ଭାବପ୍ରବଣ କରିଦିଏ। ବର୍ତ୍ତମାନ ଏକ ବିଲେଇ ଏବଂ ଗୁଣ୍ଡୁଚି ମୂଷା ମଧ୍ୟରେ ଖୋ-ଖୋ ପ୍ରତିଯୋଗିତା ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି।
ଭିଡିଓରେ ଦେଖାଯାଇଛି, ଏକ କଳା ବିଲେଇ ଗୁଣ୍ଡୁଚି ମୂଷାକୁ ଧରିବା ପାଇଁ ଗୋଡାଉଛି। ମାତ୍ର ଗୁଣ୍ଡୁଚି ମୂଷାଟି ବିଲେଇକୁ ଚକମା ଦେଇ ଗଛ ଉପରେ ଚଢି ଯାଉଛି। ଆଇଏଫଏସ୍ ସୁଶାନ୍ତ ନନ୍ଦ ଉକ୍ତ ଭିଡିଓକୁ ନିଜ ଟୁଇଟର ଆକାଉଣ୍ଟରେ ଶେୟାର କରିଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି, ଖୋ-ଖୋ। ଏହି ଭିଡିଓକୁ ଅନେକ ଲୋକ ଲାଇକ କରିଥିବାବେଳେ ଅନେକ ଭିନ୍ନ ମତ ଦେଇଛନ୍ତି।
Kho kho… pic.twitter.com/dd2C2m8noS
— Susanta Nanda IFS (@susantananda3) August 14, 2020