ଖେତ ବଚାଓ ଅଭିଯାନକୁ ମିଳିଲା ନୂଆ ଗତି: ଜୈବସାର ପ୍ରଚାରରେ ଅଗ୍ରଣୀ ଗଞ୍ଜାମ ଏଫପିସି

ଭଞ୍ଜନଗର,୨୯।୬(ବାବୁଲା ପ୍ରଧାନ): ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (ଆଇସିଏଆର୍‌) ଅଧୀନସ୍ଥ କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନ (ସିଆରଆରଆଇ) ପକ୍ଷରୁ ଜୈବସାରର ବୈଜ୍ଞାନିକ ପ୍ରଚାର ଏବଂ ସନ୍ତୁଳିତ ସାର ବ୍ୟବହାରକୁ ଜନଆନ୍ଦୋଳନରେ ପରିଣତ କରିବା ଉଦ୍ଦେଶ୍ୟରେ ଭଞ୍ଜନଗର
କୃଷି ବିଜ୍ଞାନ କେନ୍ଦ୍ର (କେଭିକେ), ଗଞ୍ଜାମ-୧ର ବୈଷୟିକ ସହଯୋଗ ଏବଂ ଘୁମୁସର କୃଷକ ଉତ୍ପାଦକ କମ୍ପାନୀ ଲିମିଟେଡ (ଏଫପିସି)ର ସକ୍ରିୟ ସମନ୍ବୟରେ ଜଗନ୍ନାଥପ୍ରସାଦ ବ୍ଲକର ରାଜନପାଲି ଗ୍ରାମରେ (ସି ଆର ଆର ଆଇ) ଜୈବସାର ପ୍ରୟୋଗ ଓ ସନ୍ତୁଳିତ ସାର ବ୍ୟବହାର ଉପରେ ଏକ ଉଚ୍ଚମାନର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସୋମବାର ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମ ଜାତୀୟ ‘ଖେତ ବଚାଓ ଅଭିଯାନ’କୁ ଆହୁରି ସଶକ୍ତ କରିବା ସହ ସ୍ଥାୟୀ ଓ ପରିବେଶ ଅନୁକୂଳ କୃଷି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଘୁମୁସର କୃଷକ ଉତ୍ପାଦକ କମ୍ପାନୀ ଲିମିଟେଡର ସହଯୋଗରେ ରାଜ୍ୟ ଅନୁଦାନପ୍ରାପ୍ତ ‘ଜୈବ ପୋଷାକ’ ପ୍ରକଳ୍ପ ଅଧୀନରେ ଏହି ତାଲିମ ଆୟୋଜିତ ହୋଇଥିଲା। ପ୍ରକଳ୍ପଟି ଆଇସିଏ ଆର ଏବଂ ଡିଏଏଫଇ ‘ମେରା ଗାଁଓ ମେରା ଗୌରବ” କାର୍ଯ୍ୟକ୍ରମ ସହ ସଂଯୁକ୍ତ ହୋଇ ଜୈବସାରର ଉତ୍ପାଦନ, ପ୍ରଚାର ଓ ଚାଷୀଙ୍କ ପାଖରେ ପହଞ୍ଚାଇବା ଉଦ୍ଦେଶ୍ୟରେ କାର୍ଯ୍ୟ କରୁଛି।
କାର୍ଯ୍ୟକ୍ରମରେ ୩୮ ଜଣ ପ୍ରଗତିଶୀଳ ଚାଷୀ, ଯେଉଁଥିରେ ୨୨ ଜଣ ମହିଳା ଏବଂ ୧୬ ଜଣ ପୁରୁଷ ଚାଷୀ ସାମିଲ ହୋଇଥିଲେ। ରାସାୟନିକ ସାର ଉପରେ ନିର୍ଭରଶୀଳତା କମାଇ ମୃତ୍ତିକାର ଜୀବନ୍ତତା ଓ ଉର୍ବରତାକୁ ପୁନରୁଦ୍ଧାର କରିବା ଏହି ତାଲିମର ମୂଳ ଲକ୍ଷ୍ୟ ଥିଲା। କୃଷି ବୈଜ୍ଞାନିକ, ବ୍ୟାଙ୍କ ଅଧିକାରୀ ଏବଂ କୃଷି ବିଭାଗର ବରିଷ୍ଠ କର୍ମକର୍ତ୍ତାମାନଙ୍କ ଉପସ୍ଥିତି କାର୍ଯ୍ୟକ୍ରମକୁ ଅଧିକ ସମୃଦ୍ଧ କରିଥିଲା।

ଘୁମୁସର ଏଫପିସିର ସିଇଓ ସନ୍ତୋଷ କୁମାର ମହାପାତ୍ର ସ୍ବାଗତ ଭାଷଣ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପରେ ଗବେଷଣା ସହଯୋଗୀ ଡ. ସାଇ କୃଷ୍ଣରେ ପାଲି ପ୍ରକଳ୍ପର ଉଦ୍ଦେଶ୍ୟ ଓ ଗୁରୁତ୍ୱ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ।
କୃଷି ବିଜ୍ଞାନ କେନ୍ଦ୍ର, ଗଞ୍ଜାମ-୧ର ମୁଖ୍ୟ ଡ. ସୁତନୁ କୁମାର ଶତପଥୀ ଓ ବୈଜ୍ଞାନିକ ଡ଼ଃ ସନ୍ତୋଷ କୁମାର ସାମନ୍ତରାୟ ସନ୍ତୁଳିତ ସାର ବ୍ୟବହାରର ଆବଶ୍ୟକତା ଏବଂ ଦୀର୍ଘକାଳୀନ ମୃତ୍ତିକା ସ୍ବାସ୍ଥ୍ୟ ସୁରକ୍ଷାରେ ଏହାର ଭୂମିକା ବିଷୟରେ ବିସ୍ତୃତ ମତ ରଖିଥିଲେ। ସିଆରଆରଆଇର ପ୍ରମୁଖ ବୈଜ୍ଞାନିକ ଡ. ପି. ପନ୍ନୀରସେଲଭମ ରାସାୟନିକ ସାର ପରିବର୍ତ୍ତେ ଜୈବସାର ବ୍ୟବହାରର ଲାଭ ବର୍ଣ୍ଣନା କରିବା ସହିତ ଏନଆରଆରଆଇ ଟେକ ଡିକମ୍ପୋଜର ବ୍ୟବହାର କରି ଧାନ ନଡ଼ାର ଦ୍ରୁତ ପଚନ ପ୍ରକ୍ରିୟାର ସଜୀବ ପ୍ରଦର୍ଶନ କରିଥିଲେ।
ନାବାର୍ଡ ଡିଡିଏମ ସଞ୍ଜିବ ମିଶ୍ର ଜୈବ କୃଷି ଏବଂ ପ୍ରାକୃତିକ କୃଷିକୁ ପ୍ରୋତ୍ସାହନ ଦେବା ପାଇଁ ନାବାର୍ଡ ପକ୍ଷରୁ ଉପଲବ୍ଧ ବିଭିନ୍ନ ଆର୍ଥିକ ସହାୟତା ଓ ଯୋଜନା ସମ୍ପର୍କରେ ଚାଷୀମାନଙ୍କୁ ସଚେତନ କରିଥିଲେ।
ଉଦ୍ୟାନ କୃଷି ବିଭାଗର ଅଧିକାରିଣୀ ଇତିଶ୍ରୀ ପ୍ରିୟଦର୍ଶିନୀ ଉଚ୍ଚମୂଲ୍ୟର ଉଦ୍ୟାନ ଫସଲରେ ଜୈବସାରର ବ୍ୟବହାର ଓ ଆର୍ଥିକ ଲାଭ ବିଷୟରେ ଆଲୋଚନା କରିଥିଲେ। ସେହିପରି ଜଗନ୍ନାଥପ୍ରସାଦ ବ୍ଲକର କୃଷି ଅଧିକାରିଣୀ ଦିବ୍ୟା ଚେତନା ବ୍ଲକର ବର୍ତ୍ତମାନ କୃଷି ପରିସ୍ଥିତି ସମୀକ୍ଷା କରି ଜୈବସାର ଓ ବାୟୋ-ଇନୋକୁଲାଣ୍ଟ ଆପଣାଇବା ସମୟର ଆବଶ୍ୟକତା ବୋଲି ମତ ପ୍ରକାଶ କରିଥିଲେ।
ଏହି ତାଲିମ କାର୍ଯ୍ୟକ୍ରମ କେବଳ ଚାଷୀମାନଙ୍କୁ ଜୈବସାରର ବୈଜ୍ଞାନିକ ବ୍ୟବହାର ସମ୍ପର୍କରେ ସଚେତନ କରି ନ ଥିଲା, ବରଂ ମୃତ୍ତିକା ସୁରକ୍ଷା, ସନ୍ତୁଳିତ ସାର ବ୍ୟବହାର, ରାସାୟନିକ ଖର୍ଚ୍ଚ ହ୍ରାସ ଏବଂ ସ୍ଥାୟୀ କୃଷି ପ୍ରଣାଳୀ ଗଠନ ଦିଗରେ ଏକ ଦୃଢ଼ ବାର୍ତ୍ତା ପ୍ରଦାନ କରିଥିଲା। ‘ଖେତ ବଚାଓ ଅଭିଯାନ’କୁ ସଫଳ କରିବାରେ ଗଞ୍ଜାମ ଏଫପିସିର ଏହି ପଦକ୍ଷେପ ଅନ୍ୟ ଜିଲାଗୁଡ଼ିକ ପାଇଁ ମଧ୍ୟ ଏକ ଅନୁକରଣୀୟ ଉଦାହରଣ ସୃଷ୍ଟି କରିଛି ବୋଲି ବକ୍ତାମାନେ କହିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ମୁଖ୍ୟ ଅଭିଯୁକ୍ତ କ୍ଷୀତିଶଙ୍କୁ ପୋଲିସର ମାରାଥନ ଜେରା, ଫିଟିବ ରହସ୍ୟ…

ବଲାଙ୍ଗୀର,୨୯।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ଆକ୍ରମଣ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କୁ…

ବର୍ଷାପବନରେ ଉଡ଼ି ଯାଇଥିଲା ଟିଣ ଛପର, ଅସହାୟ ମହିଳାଙ୍କୁ ହାତ ବଢାଇଲେ…

ଗଞ୍ଜାମ,୨୯।୯(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୱାର୍ଡ ନଂ.୭ ବାଲି ସାହିରେ ରୁହନ୍ତି ସନ୍ତୋଷୀ ନାୟକ ଏବଂ ତାଙ୍କ ଛୋଟ ପରିବାର l ପରିବାର କହିଲେ ଏକ…

‘ସେବା ସଂକଳ୍ପ ଅଭିଯାନ’ରେ ସାମିଲ ହେଲେ ରାଜ୍ୟ ସଭା ଏମ୍‌ପି: କଲେ ବୃକ୍ଷରୋପଣ

କର୍ଲାମୁଣ୍ଡା, ୨୯।୯ (ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳକୁ ମଙ୍ଗଳବାର ରାଜ୍ୟ ସଭା ଏମ୍‌ପି ସୁଜିତ୍‌ କୁମାର ଗସ୍ତ କରିଛନ୍ତି। ତାଙ୍କ ସହ…

ମୃତକଙ୍କ ପରିବାର ଲୋକଙ୍କୁ ଭେଟିଲେ ଗଣ୍ଡ ସମାଜ ପ୍ରତିନିଧି ଦଳ, ବଢ଼ାଇଲେ ସହାୟତାରେ ହାତ

ତୁମୁଡିବନ୍ଧ,୨୯।୯:(ଦୀପକ କୁମାର ପରାସେଠ): ରାଜ୍ୟସ୍ତରୀୟ ଗଣ୍ଡ ସମାଜର ଏକ ପ୍ରତିନିଧି ଦଳ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଲଙ୍କାଗଡ଼ ପଞ୍ଚୟତ ଗସ୍ତକରି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ…

ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ, ଖେଳ ଶିକ୍ଷକ ନିଲମ୍ବିତ

ଖୋର୍ଦ୍ଧା,୨୯।୯(ପ୍ରଭାତ ପାଣିଗ୍ରାହୀ): ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ । ଖୋର୍ଦ୍ଧା ଜିଲା ନରଣଗଡ଼ସ୍ଥିତ ଚିନ୍ତାମଣି ବିଦ୍ୟା ନିକେତନ ନିକଟରେ ଘଟିଛି…

ବନ୍ଦ ହେଲା ହୀରାକୁଦର ୬ ଗେଟ୍‌, ଏତିକି ଗେଟ୍‌ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବା ପରେ ମଙ୍ଗଳବାର ୪ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ବାମ…

ଶାଗ ତୋଳିବାକୁ ଯାଇ ମୁକୁଳା ଡ୍ରେନରେ ପଡିଗଲେ ବ୍ୟକ୍ତି, ତାପରେ….

ଭଦ୍ରକ,୨୯।୯(ସନାତନ ରାଉତ): ମୁକୁଳା ଡ୍ରେନ୍ ନେଲା ଜୀଵନ । ଭଦ୍ରକ ବାଇପାସ ସ୍ଥିତ କେନାଲ ଡିଭିଜନ ଅଫିସ ଭିତର ଡ୍ରେନରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି…

ଅପହଞ୍ଚ ଗାଁ ପାଣିଖିଆକୁ ମିଳିବ ମୌଳିକ ସେବା: ୯ ଅଭିଯୋଗର ତ୍ୱରିତ ସମାଧାନ

ମହାକାଳପଡ଼ା, ୨୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ୍‌ ସଭାଗୃହରେ କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆୟାର ଯୋଗଦେଇ ମିଳିତ ଜନଶୁଣାଣି କରିଥିଲେ। ୮୫ ଅଭିଯୋଗ ହୋଇଥିଲା। ସାମୂହିକ ୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?