ଅବ୍ୟବସ୍ଥାରେ ଖେଲାଉର ପାନୀୟଜଳ ପ୍ରକଳ୍ପ

ଡେଲାଙ୍ଗ,୭।୬(ଡି.ଏନ୍‌.ଏ.): ଡେଲାଙ୍ଗ ବ୍ଲକ ଅଧୀନ ଖେଲାଉର ପଞ୍ଚାୟତର ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ ଦୀର୍ଘ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ଅଦ୍ୟାବଧି ପ୍ରକଳ୍ପର ସୁରକ୍ଷା ପ୍ରାଚୀର ନିର୍ମାଣ ସରିନାହଁି। ଫଳରେ ସନ୍ଧ୍ୟା ହେଲେ ସେଠାରେ ଅସାମାଜିକଙ୍କ ଆଡ୍ଡା ଜମୁଛି। ଦୁର୍ବୃତ୍ତମାନେ ରାତିରେ ପମ୍ପ୍‌ହାଉସ ଭିତରେ ପଶି ପାଣିଟାଙ୍କିର ଚାବି ଖୋଲିବା ଦ୍ୱାରା ଅନାବଶ୍ୟକ ଭାବେ ପାଣି ରାସ୍ତାକୁ ବୋହିଆସୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ, ପଞ୍ଚାୟତର ଖେଲାଉର, ଯାଜପୁର, ବରମପୁର, ନହରକଣ୍ଟା ଗ୍ରାମର ମୋଟ୍‌ ୪ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ପାନୀୟଜଳ ସମସ୍ୟା ପାଇଁ ପାଣିଟାଙ୍କି କାର୍ଯ୍ୟ ଜନୈକ ଠିକାଦାର ସମାପନ କରିଥିଲେ। ପରେ ଅନ୍ୟଜଣେ ଠିକାଦାରଙ୍କୁ ପ୍ରାଚୀର ନିର୍ମାଣ କାର୍ଯ୍ୟ ହସ୍ତାନ୍ତର ହୋଇଥିଲା। ଇତିମଧ୍ୟରେ ୪ ବର୍ଷ ବିତିଯାଇଥିଲେ ମଧ୍ୟ ଅର୍ଦ୍ଧନିର୍ମିତ ପ୍ରାଚୀର ପାଇଁ ଗୋରୁ ଓ ଅସାମାଜିକ ଲୋକେ ପମ୍ପ୍‌ହାଉସ ପରିସରକୁ ବାରମ୍ବାର ପ୍ରବେଶ କରୁଥିବା ଅଭିଯୋଗ ହେଉଛି। ଏନେଇ ପମ୍ପ୍‌ହାଉସ ଡ୍ରାଇଭରଙ୍କୁ ପଚାରିବାରେ, ସେ ସନ୍ଧ୍ୟା ସମୟରେ ପାଣି ଭରିବା ପରେ ପୁନଶ୍ଚ ପରଦିନ ସକାଳେ ଆସି ଟାଙ୍କି ଭରନ୍ତି। ରାତିରେ ଅସାମାଜିକ ଲୋକେ ପମ୍ପ୍‌ହାଉସ ଭିତରେ ପଶି ଟାଙ୍କି ଚାବି ଖୋଲିଦେଉଥିବାରୁ ରାତିସାରା ଗଁାଦାଣ୍ଡରେ ପାଣି ଭାସୁଛି ବୋଲି ଜନସାଧାରଣ ପ୍ରକାଶ କରିଛନ୍ତି। ସେହିପରି ସ୍ଥାନୀୟ ସରପଞ୍ଚ ସ୍ନେହଲତା ସାହୁ କହିଛନ୍ତି, ସେ ବାରମ୍ବାର ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସେମାନେ ନିଜ ଦୋଷ ଘୋଡ଼ାଇବା ସହ ପ୍ରାଚୀର ନିର୍ମାଣ ନେଇ କୌଣସି ପଦକ୍ଷେପ ନେଉନାହାନ୍ତି। ରାତିରେ ଟାଙ୍କି ଚାବି ଖୋଲାଯିବା ଫଳରେ ପାଣି ଖାଲି ହୋଇଯାଉଛି। ଫଳରେ ପଞ୍ଚାୟତ ପାଣ୍ଠିରୁ ମାସିକ ବିଦ୍ୟୁତ୍‌ ଶୁଳ୍କ ବାବଦରେ ଆବଶ୍ୟକଠାରୁ ଅଧିକ ଦିଆଯାଉଛି ବୋଲି କହିଛନ୍ତି। ଏ ସମ୍ବନ୍ଧରେ ଗ୍ରାମ୍ୟ ପାନୀୟଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ରଞ୍ଜନ ମିଶ୍ର କହିଛନ୍ତି, ପ୍ରାଚୀର କାର୍ଯ୍ୟ ପାଣିଟାଙ୍କି ଏଗ୍ରିମେଣ୍ଟରେ ନ ଥିଲା। ଅନ୍ୟ ଜଣେ ଠିକାଦାରଙ୍କୁ ପ୍ରାଚୀର ନିର୍ମାଣ କାର୍ଯ୍ୟ ଦିଆଯାଇଥିଲା, ହେଲେ ସେ ଠିକ୍‌ରୂପେ କାର୍ଯ୍ୟ ସମ୍ପାଦନ କରିନାହାନ୍ତି। ସେତେବେଳେ ସେ ଏଠାରେ କାର୍ଯ୍ୟରତ ନ ଥିଲେ। ଏନେଇ ସେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବେ ବୋଲି କହିଥିଲେ। ଏଥିସହ ପାଣିଟାଙ୍କି କରିଥିବା ଠିକାଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି କି, ମୋଟର ଘର ଯେଉଁଠି ସବୁବେଳେ ତାଲା ପଡୁଛି ସେହି ଘର ଭିତରେ ନୂତନ ଭାଲ୍ବ ଲଗାଇବେ। ଫଳରେ ବାହାରୁ ଚାବି ଖୋଲିଲେ ମଧ୍ୟ ପାଣି ଚାଲିବ ନାହିଁ। ଅନ୍ୟପଟେ ଅର୍ଦ୍ଧନିର୍ମିତ ପ୍ରାଚୀର ନିର୍ମାଣକରି ସମ୍ପୃକ୍ତ ଠିକାଦାର ବିଲ୍‌ କରିନେବା ଓ ଏଥିରେ ବିଭାଗୀୟ ଅଧିକାରୀଙ୍କ ଅପାରଗତା ନେଇ ସାଧାରଣରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜମିବାଡ଼ି ବିବାଦକୁ ନେଇ ଗୋଟିଏ ପରିବାର ଉପରେ ସଂଘବଦ୍ଧ ଆକ୍ରମଣ, ମେଡିକାଲରେ ଦମ୍ପତି

ହାଟଡିହୀ/ଛେନାପଦୀ,୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ଅଧୀନ ମିଠିଗାଁ ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଗୋଟିଏ ପରିବାର ଉପରେ ସଂଘବଦ୍ଧ…

ଭଦ୍ରକରୁ ଆସି କେନ୍ଦୁଝରରେ ଚୋରି, ଆଗରପଡ଼ାରୁ ଧରାପଡ଼ିଲେ…

ହାଟଡିହୀ/ଛେନାପଦୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ପୋଲିସ ଆଗରପଡ଼ା ଥାନା ଅଞ୍ଚଳରୁ ମୋଟରସାଇକେଲ୍ ଚୋରି ଅଭିଯୋଗରେ ଜଣକୁ ଗିରଫ କରିଛି। ଆଗରପଡ଼ା…

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

ଜନ୍ତରମନ୍ତରରେ ପୁଣି ପୋଲିସ-ପ୍ରଦର୍ଶନକାରୀ ମୁହାଁମୁହିଁ, ପଥର ମାଡ଼ ପରେ ଲାଠିଚାର୍ଜ

ନୂଆଦିଲ୍ଲୀ,୨୨।୭: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା CJP ପ୍ରତିବାଦ ମଧ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି । ପ୍ରଦର୍ଶନକାରୀ ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି…

ନମ୍ବରହୀନ କାର୍‌ରେ ଚାଲାଣ ହେଉଥିଲା ୪୦ କେଜି ଗଞ୍ଜେଇ: ପାଟପୁର ପୋଲିସ ହାତରେ ଧରାପଡ଼ିଲେ ୨…

ଦିଗପହଣ୍ଡି,୨୨।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ବୁଧବାର ଅପରାହ୍ନରେ ଏକ ଗଞ୍ଜେଇ ବୋଝେଇ ନମ୍ବରହୀନ ହୁଣ୍ଡାଇ କାର୍ ଜବତ କରିବା ସହ ଦୁଇ ଜଣ…

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

ଦିଗପହଣ୍ଡିରେ ଗୋପାଳ ସମାଜର ତୃତୀୟ ବାର୍ଷିକ ସମ୍ମିଳନୀ: କଲ୍ୟାଣ ମଣ୍ଡପ ନିମନ୍ତେ ଏମ୍.ପି. କଲେ ଶିଳାନ୍ୟାସ

ଦିଗପହଣ୍ଡି,୨୨|୭(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି-ପୋଡ଼ାମାରି ରାସ୍ତାରେ ଥିବା ତିନି ତାଲୁକା ଷୋହଳ ଖଣ୍ଡ ଗୋପାଳ ସମାଜ ପରିଚାଳନା ପରିଷଦ କାର୍ଯ୍ୟାଳୟ ପରିସରରେ ଗୋପାଳ…

ବିଦ୍ରୋହ ମଧ୍ୟରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ, ‘୨୯ ଜୁଲାଇ ସମସ୍ତଙ୍କ ପାଇଁ….’

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀମାନଙ୍କ ଏକ ସମ୍ମିଳନୀରେ ବୁଧବାର ଦିନ ଉଦବୋଧନ ଦେଇଥିଲେ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri