Posted inଜାତୀୟ

ହିମାଚଳପ୍ରଦେଶ ବିଧାନସଭା ମୁଖ୍ୟ ଫାଟକରେ ଖଲିସ୍ତାନ ପତାକା…

ଶିମଲା, ୮।୫ : ହିମାଚଳପ୍ରଦେଶର ବିଧାନସଭାର ମୁଖ୍ୟ ଫାଟକରେ ଖାଲିସ୍ତାନ ସମର୍ଥକ ପତାକା ଲଗାଯାଇଛି। ଏନେଇ ଉତ୍ତେଜନା ପ୍ରକାଶ ପାଇଛି। ଧର୍ମଶାଳାରେ ସ୍ଥାନୀୟ ଲୋକ ପ୍ରଶାସନକୁ ଏ ବିଷୟରେ ଅବଗତ କରାଇଥିଲେ। ପରେ ପତାକା ହଟାଇବା ସହିତ ତଦନ୍ତ ଜାରି ରହିଛି। ଶିଖ ଫର ଜଷ୍ଟିସ ସଂଗଠନର ମୁଖ୍ୟ ଗୁରୁପତଓ୍ବନ୍ତ ସିଂ ପନ୍ନୁ ଖଲିସ୍ତାନୀ ପତାକା ଲଗାଇବାକୁ ଧମକ ଦେଇ ହିମାଚଳର ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖିଥିଲେ।

ଚିଠିରେ ପନ୍ନୁ ଧମକ ଦେଇଥିଲେ ଯେ ସେ ଶିମଲାରେ ଜାର୍ନେଲ ସିଂ ଭୀନ୍ଦ୍ରନୱାଲେ ଏବଂ ଖାଲିସ୍ତାନର ପତାକା ଲଗାଯିବ। ସେକାଳେ ବିଧାନସଭା ଫାଟକରେ ଖାଲିସ୍ତାନୀ ପତାକା ଲାଗିଥିବା ନେଇ ସ୍ଥାନୀୟ ଲୋକ ପୋଲିସକୁ ସୂଚନା ଦେଇଥିଲେ।

ଏହି ଘଟଣାରେ କାଙ୍ଗଡା ଏସପି କୁଶଲ ଶର୍ମା କହିଛନ୍ତି ଯେ ବିଳମ୍ବିତ ରାତିରେ କିମ୍ବା ସକାଳେ ଏହି ଘଟଣା ଘଟିଛି। ପୋଲିସ ସଙ୍ଗେ ସଙ୍ଗେ ବିଧାନସଭା ଫାଟକରୁ ଖାଲିସ୍ତାନୀ ପତାକା ହଟାଇ ଦେଇଛି। ସେ କହିଛନ୍ତି ଯେ ପଞ୍ଜାବର କେହି ଜଣେ ଯାତ୍ରୀ ଏଭଳି କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି। ଏହି ଘଟଣା ସମ୍ପର୍କରେ ଆମେ ଏକ ମାମଲା ରୁଜୁ କରିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାକୁ ଅଲ୍ଟିମେଟମ ଦେଲା ଆମେରିକା: ଟ୍ରମ୍ପ କହିଲେ, ନଜର ପକାଇଲେ ଛାଡ଼ିବୁନି

ଓ୍ବାଶିଂଟନ୍‌,୨।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ପାନାମା କେନାଲ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ମନ୍ତବ୍ୟ ଦେଇଛନ୍ତି ଯେ, ଆମେରିକା କେବେବି…

ବାପା ହେବା ପରେ ନିଜକୁ ‘ଗେ’ ବୋଲି କହିଲେ ସ୍ୱାମୀ, ତାଜୁବ ହୋଇଗଲେ ସ୍ତ୍ରୀ…

ନୂଆଦିଲ୍ଲୀ, ୨ା୭: ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଥିବା ଏକ ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓରେ ଜଣେ ମହିଳା ନିଜ ବୈବାହିକ ଜୀବନର…

IMD କଲା ଆଲର୍ଟ: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, କାଲିଠୁ ଏସବୁ ଜିଲାରେ ପ୍ରବଳ ବର୍ଷା!

ନୂଆଦିଲ୍ଲୀ, ୨ା୭: ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଆଜି ଦେଶର ୧୯ଟି ରାଜ୍ୟରେ ମୂଷଳଧାରାରେ ବର୍ଷା ହେବ। ଆଜି ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଉତ୍ତରପ୍ରଦେଶ, ବିହାର,…

ପଡ଼ୋଶୀ ଦେଶରେ ପେଟ୍ରୋଲ-ଡିଜେଲ ଶସ୍ତା! LPG ସିଲିଣ୍ଡର ଦାମ ୧୦୦ ଟଙ୍କା କମିଲା…

ନୂଆଦିଲ୍ଲୀ, ୨ା୭: ଜୁଲାଇ ପହିଲାରେ ଭାରତରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଥିବା ବେଳେ, ପଡ଼ୋଶୀ ଦେଶ ନେପାଳର ଲୋକମାନଙ୍କୁ ମଧ୍ୟ ଏକ ବଡ଼ ଆଶ୍ୱସ୍ତି…

ପାଠ୍ୟ ପୁସ୍ତକରେ ତ୍ରୁଟି, ତେଜୁଛି ଆନ୍ଦୋଳନ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ନୂତନଭାବେ ପ୍ରକାଶ ପାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ପାଠ୍ୟ ପୁସ୍ତକରେ ରହିଥିବା ଅନେକ ତ୍ରୁଟିକୁ ନେଇ ରାଜ୍ୟରେ ଅସନ୍ତୋଷ ଥମିବାର ନାଁ ନେଉ…

ହ୍ୱାଟ୍ସଆପ୍‌ର ନୂଆ ‘ୟୁଜରନେମ୍‌’ ଫିଚର ଉପରେ କେନ୍ଦ୍ରର ରୋକ

ନୂଆଦିଲ୍ଲୀ, ୨ା୭ (ପି.ଟି.): ହ୍ୱାଟ୍ସଆପ୍‌ ଚିଫ୍‌ କମ୍ପ୍ଲାଏନ୍ସ ଅଫିସରଙ୍କୁ ପଠାଯାଇଥିବା ସରକାରୀ ନୋଟିସରେ ସ୍ପଷ୍ଟ କୁହାଯାଇଛି ଯେ, ଏକ ପ୍ରମୁଖ ସାମାଜିକ ଗଣମାଧ୍ୟମ ସଂସ୍ଥା ଭାବେ ମେଟା…

୨ଦିନରେ ଧାନ ଉଠିବା ନେଇ ଆଶଙ୍କାରେ ଚାଷୀ: ମଣ୍ଡିରେ ଗଜା ହେଲାଣି ଧାନ

ନୂଆପଡ଼ା,୨ା୭ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ରବି ମଣ୍ଡି ଧାନ ଉଠାଣ ଅବଧି ଜୁନ ୩୦ ରହିଥିଲା। ଜିଲାର ବିଭିନ୍ନ ମଣ୍ଡିରେ ପଡି ରହିଥିବା ଧାନକୁ ଦେଖି ରାଜ୍ୟ…

ପ୍ରମାଣପତ୍ର ପାଇଁ ଆସି ଦିବ୍ୟାଙ୍ଗ ହଟହଟା: ନିରାଶରେ ଘରକୁ ଫେରୁଛନ୍ତି

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ପ୍ରମାଣପତ୍ର ପାଇଁ ଦିବ୍ୟାଙ୍ଗମାନେ ହଟହଟା ହେବା ସାଧାରଣରେ ପରିଣତ ହୋଇଛି। କେତେବେଳେ ପ୍ରମାଣପତ୍ର ଇସ୍ୟୁ କରିବାକୁ ଡାକ୍ତର ନାହାନ୍ତି ତ ଆଉକେବେ ନିର୍ଦ୍ଧାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri