ରିଲିଜ୍‌ ପୂର୍ବରୁ ରେକର୍ଡ ଭାଙ୍ଗିଲା କେଜିଏଫ୍‌ ୨

ଫିଲ୍ମ କେଜିଏଫ୍‌ ଚାପ୍ଟର ୨ ରିଲିଜ୍‌ ପୂର୍ବରୁ ରେକର୍ଡ କରିଛି। ଏହି ଫିଲ୍ମକୁ ଦେଖିବା ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ପ୍ରଶଂସକଙ୍କ ପ୍ରତୀକ୍ଷା ଶେଷ ହେବାକୁ ଯାଉଛି। କେଜିଏଫ୍‌ ଚାପ୍ଟର ୨ ଚଳିତ ସପ୍ତାହରେ ରିଲିଜ ହେଉଛି। ଏହି ଫିଲ୍ମ ରିଲିଜ ପୂର୍ବରୁ ଅଗ୍ରୀମ ବୁକିଂରେ ରେକର୍ଡ ଭାଙ୍ଗୁଛି। ଫିଲ୍ମ ରିଲିଜ ପାଇଁ ଚାରି ଦିନ ବାକି ଅଛି। କିନ୍ତୁ ଏହାପୂର୍ବରୁ ଫିଲ୍ମଟି କୋଟି କୋଟି ଟଙ୍କା ରୋଜଗାର କରିସାରିଛି। କେଜିଏଫ୍‌ ଚାପ୍ଟର ୨ର ହିନ୍ଦୀ ସଂସ୍କରଣକୁ ଅରଆରଆର ସହିତ ତୁଳନା କରାଯାଉଛି। ଫିଲ୍ମଟି ଆରଆରଆରର ରେକର୍ଡ ଭାଙ୍ଗିଛି। ଆରଆରଆର ହିନ୍ଦୀ ସଂସ୍କରଣ ଅଗ୍ରୀମ ବୁକିଂରେ ୫ କୋଟି ବ୍ୟବସାୟ କରିଥିଲା। କନ୍ନଡ ଫିଲ୍ମ କେଜିଏଫ୍‌ ଚାପ୍ଟର ୨ ଅଗ୍ରୀମ ବୁକିଂରେ ୨୦ କୋଟି ବ୍ୟବସାୟ କରିଛି।
ଭାରତୀୟ ବକ୍ସ ଅଫିସ ରିପୋର୍ଟ ବିଷୟରେ କହିବାକୁ ଗଲେ, ଅଗ୍ରୀମ ବୁକିଂରେ ପ୍ରଥମ ଦିନରେ ୨୦ କୋଟିର ଆୟ କରିଛି କେଜିଏଫ୍‌ ଚାପ୍ଟର ୨। ଫିଲ୍ମର କନ୍ନଡ ସଂସ୍କରଣ ୪.୯୦ କୋଟି, ହିନ୍ଦୀ ସଂସ୍କରଣ ୧୧.୪୦ କୋଟି, ମାଲାୟାଲମ ସଂସ୍କରଣ ୧.୯୦ କୋଟି, ତେଲୁଗୁ ସଂସ୍କରଣ ୫ ଲକ୍ଷ, ତାମିଲ ସଂସ୍କରଣ ୨ କୋଟି ରୋଜଗାର କରିଛି।
କେଜିଏଫ୍‌ ଚାପ୍ଟର ୨ ପ୍ରଶାନ୍ତ ନୀଲଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଛି। ଏହା ହେଉଛି ୨୦୧୮ରେ ରିଲିଜ୍‌ ହୋଇଥିବା ଫିଲ୍ମ କେଜିଏଫ୍‌ ଚାପ୍ଟର ୧ର ସିକ୍ୱେଲ। ଫିଲ୍ମର ପ୍ରଥମ ଭାଗ ସାରା ବିଶ୍ୱରେ ୨୫୦ କୋଟି ବ୍ୟବସାୟ କରିଥିଲା। କେଜିଏଫ୍‌ ଚାପ୍ଟର ୨ ହେଉଛି ଚୋରା ଚାଲାଣକାରୀ ରକିଙ୍କ କାହାଣୀ। ଏହି ଫିଲ୍ମରେ ୟଶ୍‌, ସଞ୍ଜୟ ଦତ୍ତ, ରବୀନା ଟଣ୍ଡନ, ଶ୍ରୀନିଧିନ ଶେଟ୍ଟୀ ଏବଂ ପ୍ରକାଶ ରାଜ ରାଜଙ୍କ ମୁଖ୍ୟ ଭୂମିକାରେ ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri