Posted inଫୁରସତ

କେଏଫ୍‌ସି ଚିକେନ ଥିମ୍‌ରେ ବିବାହ

ବିବାହ ଜୀବନର ଏକ ଅବିସ୍ମରଣୀୟ ମୁହୂର୍ତ୍ତ। ତେଣୁ ଏହାକୁ ଅଭୁଲା କରିବା ଲାଗି ଅନେକେ ଅଜବ ପନ୍ଥା ଆପଣେଇବାକୁ ପଛାଇ ନ ଥାଆନ୍ତି। ଯାହାର ଅନେକ ନଜିର ଦେଖିବାକୁ ମିଳିଛି। ସେମିତି ଏକ ଅଜବ ବିବାହ ସିଙ୍ଗାପୁରରେ ହୋଇଥିଲା। ଏହି ବିବାହ ପ୍ରସିଦ୍ଧ ଚିକେନ ରେଷ୍ଟୁରାଣ୍ଟ ଚେନ୍‌ କେଏଫସି ଉପରେ ଆଧାରିତ ଥିଲା। ସିଙ୍ଗାପୁରର ମହିଳା ଲାଇଙ୍ଗ ଲେ ଓ୍ବଙ୍ଗ କେଏଫ୍‌ସି ପାଇଁ ପାଗଳ ଥିଲେ। ତେଣୁ ସେ ସବୁବେଳେ ଚାହୁଁଥିଲେ ତାଙ୍କ ବିବାହ କେଏଫ୍‌ସି ଥିମ୍‌ରେ ହେଉ। ଏହାବାଦ୍‌ ଏଭଳି ବିବାହ ପଛର ଆଉ ଏକ କାରଣ ଥିଲା ଯେ, ସେ ତାଙ୍କ ଭାବି ସ୍ବାମୀଙ୍କୁ କେଏଫ୍‌ସିରେ ହିଁ ପ୍ରଥମେ ଭେଟିଥିଲେ। ତେଣୁ ଏଇ ବିବାହ କିଭଳି କେଏଫ୍‌ସି ଥିମ୍‌ରେ ହେବ ସେଥିପାଇଁ ସେ କେଏଫ୍‌ସିକୁ ଇ-ମେଲ୍‌ କରିଥିଲେ। କେଏଫ୍‌ସି ଅନୁମତି ମଧ୍ୟ ଦେଇଥିଲା। ଓ୍ବଙ୍ଗ ହ୍ବିଲଚେୟାର୍‌ ଉପରେ ନିର୍ଭରଶୀଳ। ତାଙ୍କର ଏଭଳି ବିବାହ ଯୋଜନା ସମ୍ପର୍କରେ ସ୍ଥାନୀୟ କେଏଫ୍‌ସି ଆଉଟଲେଟ୍‌ ଜାଣିବା ପରେ ଓ୍ବଙ୍ଗଙ୍କ ଖାଦ୍ୟଠୁ ଆରମ୍ଭ କରି ଡେକୋରେସନ୍‌ ପର୍ଯ୍ୟନ୍ତ ୫୦% ରିହାତି କରିଥିଲେ। ବିବାହ ସ୍ଥଳକୁ ପୁରାପୁରି କେଏଫସି ଥିମରେ ସଜାଯାଇଥିଲା। ତା’ସହ ଓ୍ବଙ୍ଗଙ୍କ ହାତରେ ଫୁଲର ବୁକେ ନ ଦିଆଯାଇ ଦିଆଯାଇଥିଲା ଚିକେନ ଲେଗ୍‌ପିସ୍‌ର ବୁକେ। ଭେନ୍ୟୁରେ ଚିକେନ୍‌ ବର୍ଗର ଆକାରର ବିନ୍‌ବ୍ୟାଗ ବି ରଖାଯାଇଥିଲା। ମେନ୍ୟୁରେ ତ କେଏଫ୍‌ସିର ଭଲ ଭଲ ଡିଶ୍‌ ଥିଲା। ଏଭଳି ଅଜବ ବିବାହ ଦେଖି ଅତିଥିମାନେ ଆଶ୍ଚର୍ଯ୍ୟ ହେବା ସହ ବିବାହକୁ ମନଭରି ଉପଭୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଦି ପ୍ରାଇମ୍‌ ମିନିଷ୍ଟର୍ସ ଟେବୁଲ’

ନୂଆଦିଲ୍ଲୀ,୨୪ା୮(ପିଟି): ପ୍ରଧାନମନ୍ତ୍ରୀଙ୍କ ଖାଦ୍ୟ ଥାଳିଠାରୁ ଆରମ୍ଭ କରି ସେମାନଙ୍କ ବ୍ୟକ୍ତିଗତ ଜୀବନୀ ଉପରେ ଏକ ପୁସ୍ତକ ପ୍ରକାଶ ପାଇଛି, ଯାହାକି ସେମାନଙ୍କ ରାଜନୈତିକ ଜୀବନୀଠାରୁ ମଧ୍ୟ କିଛି…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

ପାଖେଇଲାଣି କଳିଯୁଗର ଅନ୍ତ: ଆକାଶରେ ଦିଶିବ ୨ଟି ସୂର୍ଯ୍ୟ, ଦ୍ୱିପ୍ରହରରେ ଦେଖାଯିବ ତାରା! ଡରାଇଲା ସଙ୍କେତ…

କଳିଯୁଗରେ ଅଧର୍ମର ଶେଷ ଏବଂ କଲ୍କି ଅବତାରର ସମୟ କ’ଣ ପାଖେଇ ଆସିଲାଣି? ବାସ୍ତବରେ, ‘କାଳଜ୍ଞାନମ୍’ ନାମକ ଏକ ରହସ୍ୟମୟ ଗ୍ରନ୍ଥରେ କଳିଯୁଗର ଶେଷ ସହିତ ଜଡ଼ିତ…

ସମୁଦ୍ର ଗର୍ଭରୁ ମିଳିଲା ସୁନାର ଭଣ୍ଡାର ସାଙ୍ଗକୁ ପୁଳାପୁଳା ଟଙ୍କା; ହେଲେ ସୁନା ମୁଦି ଖୋଲିଦେଲା ବଡ଼ ରହସ୍ୟ

ସମୁଦ୍ରର ଗଭୀରତାରେ ପୋତି ହୋଇ ରହିଥିବା ଗୋଟିଏ ଜାହାଜ ପ୍ରାୟ ୧,୩୦୦ ବର୍ଷ ପରେ ଇତିହାସର ଏପରି ଏକ ପୃଷ୍ଠା ସାମ୍ନାକୁ ଆଣିଛି, ଯାହାକୁ ଦେଖି ବୈଜ୍ଞାନିକମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri