୬ରୁ ହକି ବିଶ୍ୱକପ୍‌ ଟ୍ରଫିର କେନ୍ଦୁଝର ପରିକ୍ରମା

କେନ୍ଦୁଝର,୩ା୧(ଡି.ଏନ୍‌.ଏ): ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ପରିପ୍ରେକ୍ଷୀରେ ଟ୍ରଫି ରାଜ୍ୟର ବିଭିନ୍ନ ଜିଲା ପରିକ୍ରମା କରୁଛି। ଏହିକ୍ରମରେ ଆଗାମୀ ଜାନୁୟାରୀ ୬ ଓ ୭ ଦୁଇଦିନ ଧରି ଟ୍ରଫି କେନ୍ଦୁଝର ଜିଲା ପରିକ୍ରମା କରିବ। ଟ୍ରଫିକୁ ଭବ୍ୟ ସ୍ବାଗତ ଜଣାଇବା ନିମନ୍ତେ ଜିଲା ପ୍ରଶାସନ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ତେଲକୋଇ ବ୍ଲକ୍‌ ଅନ୍ତର୍ଗତ ବିମଳାଠାରେ ଢେଙ୍କାନାଳ ଜିଲା ପ୍ରଶାସନଠାରୁ ହକି ବିଶ୍ୱକପ୍‌ ଟ୍ରଫିକୁ କେନ୍ଦୁଝର ଜିଲା ପ୍ରଶାସନ ତରଫରୁ ଗ୍ରହଣ କରାଯିବାର କାର୍ଯ୍ୟକ୍ରମ ରହିଛି। ସେଠାରୁ ତେଲକୋଇ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ୍‌କୁ ଅଣାଯିବ । ଜାନୁଆରୀ ୬ ସନ୍ଧ୍ୟାରେ ଟ୍ରଫି କେନ୍ଦୁଝର ଜିଲା ସଦର ମହକୁମାସ୍ଥ ସର୍କିଟ୍‌ ହାଉସ୍‌ଠାରେ ପହଞ୍ଚତ୍ବ। ୭ରେ କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରକୁ ହକି ବିଶ୍ୱକପ୍‌ ଟ୍ରଫିକୁ ଅଣାଯିବ। ଏହି ସମୟରେ ବିଭିନ୍ନ ସ୍ଥାନରେ ଭବ୍ୟ ସ୍ବାଗତ କରାଯିବ। ଏ ନେଇ ଜିଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ଦରବାର ହଲ୍‌ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଯାଇଛି। ବୈଠକରେ ଅତିରିକ୍ତ ଜିଲାପାଳ ଯଦୁମଣି ମହଲା, ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ଅତିରିକ୍ତ ନିର୍ବାହୀ ଅଧିକାରୀ ଜୟଶ୍ରୀ ବେଉରା, ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ତପନ ନାଏକ, ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଚମ୍ପୁଆର ଜୟଶ୍ରୀ ମଲ୍ଲିକ୍‌, ଡିଏସ୍‌ପି. ଡି.ଆଇ.ବି. ଇନ୍ଦୁମତି ପଶ୍ଚିମକବାଟ, କେନ୍ଦୁଝର ଉପଜିଲାପାଳ ରାମଚନ୍ଦ୍ର କିସ୍କୁ, ଆନନ୍ଦପୁର ଉପଜିଲାପାଳ ଅନୀଲ ସେଠୀ, ଚମ୍ପୁଆ ଉପଜିଲାପାଳ ସୁକାନ୍ତ ମାଝୀ, ଜିଲାସ୍ତରୀୟ ଅଧିକାରୀ, ଜିଲାର ସମସ୍ତ ବିଡିଓ, ତହସିଲଦାର, ପୌରପାଳିକାର ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭା ଗୃହ କମିଟିର ପୁରୁଷୋତ୍ତମପୁର ଗସ୍ତ: ଅଙ୍ଗନଓ୍ବାଡି କେନ୍ଦ୍ର, ଆବାସିକ ବିଦ୍ୟାଳୟ ବୁଲି ସମସ୍ୟା ପରଖିଲେ

ପୁରୁଷୋତ୍ତମପୁର, ୫।୧୧(ଡି.ଏନ୍‌.ଏ.): ବିଧାନସଭା ମହିଳା ଶିଶୁ ବିକାଶ ବିଭାଗ ଗୃହ କମିଟି ମଙ୍ଗଳବାର ଗଞ୍ଜାମ ଜିଲା ପୁରୁଷୋତ୍ତମ ପୁର ଗ୍ରସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ...

ଜଳେଶ୍ୱରରେ ଥମୁନି ଧଳା ଜହର କାରବାର: ୫୦ ଗ୍ରାମ ବ୍ରାଉନସୁଗାର ଜବତ, ୩ ଗିରଫ

ଜଳେଶ୍ବର,୫।୨(ଡି.ଏନ୍‌.ଏ.): ପୁଣି ଜଳେଶ୍ବରରେ ଜବତ ହେଲା ଧଳା ଜହର। ବୁଧବାର ଜଳେଶ୍ୱର ପୋଲିସ ୫୦ ଗ୍ରାମର ବ୍ରାଉନ ସୁଗାର ସହ ଦୁଇଟି ମୋବାଇଲ,ଗୋଟିଏ ବାଇକ ଜବତ...

ପାରାଦୀପରେ ଫାଟିଲା ପାଇପ୍‌ ଲାଇନ, ମାଟିରେ ମିଶିଲା ବିପୁଳ ପରିମାଣର ତୈଳ

ପାରାଦୀପ,୨୬।୫(ସ୍ବ.ପ୍ର.): ଜଗତସିଂପୁର ଜିଲା ପାରାଦୀପ ହଳଦିଆ ବୌରେଣି ଅଶୋଧିତ ତୈଳ ପାଇପ୍‌ ଲାଇନରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ପାରାଦୀପର ତୈଳ ବିଶୋଧନାଗାର ଟାଉନସିପ୍‌ ସମ୍ମୁଖ...

ଜଙ୍ଗଲରୁ କଳାପଥର ଲୁଟ୍‌ ବନାମ ବର୍ଷା

ଯାଜପୁର,୩୦ା୭(ହର୍ଷବର୍ଦ୍ଧନ ବେହେରା)ଖରିଫ ଋତୁରେ ଧାନ ଚାଷ ପାଇଁ ଗୁରୁତ୍ୱପୂର୍ଣ୍ଣ ସମୟ ହେଉଛି ଜୁଲାଇ। ଯାଜପୁର ଜିଲାରେ ଏହି ମାସରେ ବର୍ଷା ପ୍ରତାରଣା କରିଛି। ଜୁଲାଇ ୨୦...

ବିସ୍ଥାପିତଙ୍କୁ ବାସଗୃହ, ଖାଦ୍ୟ, ଚିକିତ୍ସା ଯୋଗାଇଦିଅ

କଟକ ଅଫିସ/ ଭୁବନେଶ୍ୱର(ବ୍ୟୁରୋ),୨୦।୫: କଟକ ନୂଆପଡା ବାଲିସାହିଠାରେ ଥିବା ବିସ୍ଥାପିତଙ୍କୁ ତୁରନ୍ତ ବାସଗୃହ, ଖାଦ୍ୟ ଓ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ କଟକ ଜିଲାପାଳ...

ଦୁଇ ହାତୀ ଦାନ୍ତ ଜବତ, ୪ଗିରଫ

ବାରିପଦା ଅଫିସ,୨୯ା୧: ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତର ଡିଭିଜନ୍‌ ତାଳବନ୍ଦ ରେଞ୍ଜରୁ ଗଳିତ ଦନ୍ତାହାତୀର ଦୁଇ ଦାନ୍ତକୁ ପୋଲିସ ଓ ବନବିଭାଗ...

ବିରୂପା ନଦୀବନ୍ଧ ଘାଇ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ

ଚଣ୍ଡିଖୋଲ,୨୮ା୧୧(ଡି.ଏନ.ଏ.): କଟକ ଜଗତପୁର-ପଟ୍ଟାମୁଣ୍ଡାଇ କେନାଲର ତ୍ରିବେଣୀଶ୍ୱରଠାରେ ରବିବାର ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତରଞ୍ଜନ ମହାନ୍ତି, ମୁଖ୍ୟଯନ୍ତ୍ରୀ ସାଗର ରଞ୍ଜନ ମହାନ୍ତି, ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର...

କାରଖାନା ପାଇଁ ଜମି ଛାଡିବାକୁ ଅମଙ୍ଗ, ତହସିଲ ଘେରାଉ

କେନ୍ଦୁଝର,୧୯।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ତହସିଲ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ବିରକିଶୋରପୁର ଗ୍ରାମରେ ସରକାରୀ ଜମିର କିସମ ପରବର୍ତ୍ତନ ପାଇଁ ଗ୍ରାମବାସୀଙ୍କୁ ନୋଟିସ କରାଯାଇଛି। ଏହି...

Advertisement
Archives

Model This Week