ବାତ୍ୟା: ଶୂନ ଜୀବନହାନି ଉପରେ ଗୁରୁତ୍ୱ

ଭୁବନେଶ୍ୱର,୨୫ା୯(ବ୍ୟୁରୋ): କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଜାତୀୟ ସଙ୍କଟ ପରିଚାଳନା କମିଟି (ଏନ୍‌ସିଏମ୍‌ସି) ବୈଠକ ଶନିବାର ଅନୁଷ୍ଠିତ ହୋଇଛି। ବୈଠକରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ଜନିତ ପରିସ୍ଥିତିର ମୁକାବିଲା ପାଇଁ କେନ୍ଦ୍ରୀୟ ଏଜେନ୍ସି ଏବଂ ରାଜ୍ୟ ସରକାରଙ୍କ ପ୍ରସ୍ତୁତିର ସମୀକ୍ଷା କରାଯାଇଛି।

ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶର ମୁଖ୍ୟ ସଚିବମାନେ ଘୂର୍ଣ୍ଣିଝଡ଼ ପ୍ରଭାବରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ନିଆଯାଉଥିବା ପ୍ରସ୍ତୁତି ସଂକ୍ରାନ୍ତରେ କମିଟିକୁ ଅବଗତ କରାଇବା ସହିତ ଟେଲିଯୋଗାଯୋଗ, ଶକ୍ତି ଏବଂ ଅନ୍ୟାନ୍ୟ ଭିତ୍ତିଭୂମିଗୁଡ଼ିକର ସର୍ବନିମ୍ନ କ୍ଷତି ନ ପହଞ୍ଚାଇବା ପାଇଁ ନିଆଯାଉଥିବା ପଦକ୍ଷେପର ସୂଚନା ଦେଇଥିଲେ । ଘୂର୍ଣ୍ଣିଝଡ଼ ପରେ କୋଭିଡ୍‌-୧୯ ମାର୍ଗଦର୍ଶିକା ପାଳନ ନିଶ୍ଚିତ କରିବାକୁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି । ଏହି ରାଜ୍ୟଗୁଡ଼ିକରେ ଏନ୍‌ଡିଆରଏଫ୍‌ର ୧୮ଟି ଟିମ୍‌ ନିୟୋଜିତ ହୋଇଛନ୍ତି। ଅତିରିକ୍ତ ଦଳ ମଧ୍ୟ ପ୍ରସ୍ତୁତ ଅଛି । ଜାହାଜ ଏବଂ ବିମାନ ସହିତ ସେନା ଏବଂ ନୌସେନାର ଉଦ୍ଧାରକାରୀ ଏବଂ ରିଲିଫ୍‌ ଦଳ ମଧ୍ୟ ନିୟୋଜିତ ହୋଇଛନ୍ତି ।
ରାଜ୍ୟ ତଥା କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ପ୍ରସ୍ତୁତି ପଦକ୍ଷେପ ସମୀକ୍ଷା କରି ରାଜୀବ ଗୌବା କହିଛନ୍ତି ଯେ ଘୂର୍ଣ୍ଣିଝଡ଼ ସ୍ଥଳଭାଗ ଛୁଇଁବା ପୂର୍ବରୁ ରାଜ୍ୟ ଓ ସରକାରଙ୍କ ଏଜେନ୍ସିଗୁଡ଼ିକ ଦ୍ୱାରା ସମସ୍ତ ପ୍ରତିଷେଧକ ତଥା ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବା ସହିତ ମୃତ୍ୟୁ ସଂଖ୍ୟାକୁ ଶୂନ ପାଖାପାଖି ରଖିବା, ସମ୍ପତ୍ତି ଏବଂ ଭିତ୍ତିଭୂମିର କ୍ଷତି କମ୍‌ କରିବାକୁ ପଦକ୍ଷେପ ନିଆଯିବା ଉଚିତ। କ୍ୟାବିନେଟ ସଚିବ ରାଜ୍ୟ ସରକାରଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ସମସ୍ତ କେନ୍ଦ୍ରୀୟ ଏଜେନ୍ସି ପ୍ରସ୍ତୁତ ଏବଂ ସହାୟତା ପାଇଁ ଉପଲବ୍ଧ ହେବେ । ଏହି ବୈଠକରେ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶର ମୁଖ୍ୟ ସଚିବ, ଗୃହ ଓ ଶକ୍ତି ମନ୍ତ୍ରଣାଳୟର ସଚିବମାନେ ଯୋଗ ଦେଇଥିଲେ । ସଦସ୍ୟ (ଟେଲିକମ୍‌), ଡିଜି ଏନ୍‌ଡିଆରଏଫ୍‌, ଡିଜି ଆଇଏମ୍‌ଡି, ସିଆଇଏସ୍‌ସି, ଆଇଡିଏସ୍‌ ଏବଂ ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଲୋକାୟୁକ୍ତରେ ୮୨ ଦୁର୍ନୀତି ମାମଲା ବିଚାରାଧୀନ :ମାର୍ଚ୍ଚ ୩୧ ପୂର୍ବରୁ ସମ୍ପତ୍ତି ଘୋଷଣା ବାଧ୍ୟତାମୂଳକ

ଭୁବନେଶ୍ୱର,୨୫।୬(ବ୍ୟୁରୋ): ଦୀର୍ଘ ପ୍ରତୀକ୍ଷା ପରେ ଓଡ଼ିଶା ଲୋକାୟୁକ୍ତ ଆଇନ-୨୦୧୪ ରାଜ୍ୟରେ ୨୦୧୮ ଜୁଲାଇ ୭ରୁ କାର୍ଯ୍ୟକାରୀ ହେଉଛି। ଏଥିପାଇଁ ଲୋକାୟୁକ୍ତ ଗଠନ କରାଯାଇଛି। ଲୋକାୟୁକ୍ତ ଆଇନର...

ବିଦ୍ୟୁତ୍‌ ଚୋରି ଅଭିଯୋଗ

ଗୋପ, ୮।୬(ଡି.ଏନ୍‌.ଏ.)-ସାମୁଦ୍ରିକ ଝଡ଼ ଫନୀରେ ଗୋପ ବ୍ଲକରେ ହଜାର ହଜାର ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି ପଡ଼ିବା ସହ ବିଦ୍ୟୁତ୍‌ ତାର ଛିଣ୍ଡି ପଡ଼ିଥିଲା। ବିଭାଗ ପକ୍ଷରୁ...

ଜଳିଗଲା କିରୋସିନି ବୋଝେଇ ଅଟୋ

ଭଦ୍ରକ ଅଫିସ, ୨୪।୧୦: ଭଦ୍ରକ ଜିଲା ଧାମନଗର-ଚୁଡ଼ାକୁଟି ରାସ୍ତାର ପଣ୍ଡୁବଜାର ଛକ ନିକଟରେ ରବିବାର ଏକ କିରୋସିନ ବୋଝେଇ ଅଟୋ (ନଂ. ଓଡି ୨୨ ଡି...

କୋଦଳା ଏନ୍‌ଏସି ନିର୍ବାହୀ ଅଧିକାରିଣୀଙ୍କୁ ହାଇକୋର୍ଟଙ୍କ ଛାଟ: ବୈଠକ କରାଇ ନ ଦେବାରୁ ମାମଲା ରୁଜୁ

ବେଗୁନିଆପଡ଼ା,୧୮ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା କୋଦଳା ଏନ୍‌ଏସି କାଉନସିଲ ସାଧାରଣ ବୈଠକ କରାଇ ନ ଦେବା ନେଇ ଷଡ଼ଯନ୍ତ୍ର କରିଥିଲେ ନିର୍ବାହୀ ଅଧିକାରିଣୀ। ମ୍ୟୁନିସିପାଲିଟି ଆଇନ ଓ...

ମା’ଙ୍କୁ ବଞ୍ଚାଇବା ପାଇଁ କୂଅକୁ ଡେଇଁଲେ ପୁଅ

ନୂଆପଡ଼ା ଅଫିସ୍‌,୨୩ା୧: ନୂଆପଡ଼ା ଜିଲା କୋମନା ଥାନା ସଦର ବଙ୍ଗଳାପଡ଼ାରେ ଶନିବାର କୂଅରେ ଖସିପଡ଼ିଥିଲେ ଜଣେ ବୃଦ୍ଧା। ଏହା ଦେଖି ମା’ଙ୍କୁ ଉଦ୍ଧାର କରିବା ପାଇଁ...

କରୋନା ଯୋଦ୍ଧାଙ୍କ ପାଇଁ ୧ ମିନିଟ୍‌ ନୀରବ ପ୍ରାର୍ଥନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫।୮(ବ୍ୟୁରୋ)-ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କରୋନା ଲଢେଇରେ ସାମିଲ ହୋଇଥିବା ସମସ୍ତ କରୋନା ଯୋଦ୍ଧାଙ୍କ ପାଇଁ ୧ ମିନିଟ୍‌...

ହାତଧୋଇ ସଚେତନତାର ବାର୍ତ୍ତା

ଭୁବନେଶ୍ୱର,୧୪।୩(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍‌ଓ)ର ଅଧିକାରୀ, ମନ୍ତ୍ରୀପରିଷଦର ସଦସ୍ୟ ଏବଂ ବିଧାୟକ ଗଣ ସମସ୍ତେ ଶୁକ୍ରବାର ଅପରାହ୍ନରେ...

ଓଡ଼ିଶାକୁ ଇ-ଅବକାରୀ ଡିଜିଟାଲ ଇଣ୍ଡିଆ ସ୍ବର୍ଣ୍ଣ ପୁରସ୍କାର

ଭୁବନେଶ୍ୱର,୮।୧(ବ୍ୟୁରୋ)-ଜାତୀୟ ସ୍ତରରେ ଓଡ଼ିଶା ପୁଣି ପୁରସ୍କୃତ ହୋଇଛି। ରାଜ୍ୟ ସରକାରଙ୍କ ଇ-ଅବକାରୀକୁ ‘ଡିଜିଟାଲ ଇଣ୍ଡିଆ ସ୍ବର୍ଣ୍ଣ ପୁରସ୍କାର’ ପ୍ରଦାନ କରାଯାଇଛି । ଶନିବାର ନୂଆଦିଲ୍ଲୀ ବିଜ୍ଞାନ...

Advertisement
Archives

Model This Week