ସଫା ରଖନ୍ତୁ ଫ୍ରିଜ୍‌

ଠିକ୍‌ ଭାବରେ ଜିନିଷ ସାଇତି ରଖିଲେ ଫ୍ରିଜ୍‌ ଶୀଘ୍ର ଅପରିଷ୍କାର ହେବ ନାହିଁ। ତେଣୁ କେଉଁ ଜିନିଷ କେଉଁଠି ରଖିବେ ସେ ସମ୍ପର୍କରେ ଭଲଭାବେ ଜାଣି ରଖନ୍ତୁ…

ପ୍ରତିଦିନ ବ୍ୟବହାର କରୁଥିବା ଜିନିଷ ଓ ବଳକା ଖାଦ୍ୟକୁ ଫ୍ରିଜ୍‌ର ଉପର ଥାକରେ ରଖନ୍ତୁ। ଫଳରେ ଆପଣ ରଖିଥିବା ଜିନିଷ ଭୁଲିବେ ନାହିଁ ଏବଂ ଖାଦ୍ୟ ନଷ୍ଟ ହେବ ନାହିଁ।
ଜିନିଷର ପ୍ରକାର ଦେଖି ସେହି ଅନୁସାରେ ନିର୍ଦ୍ଦିଷ୍ଟ ସ୍ଥାନରେ ରଖନ୍ତୁ। ଅର୍ଥାତ୍‌ ସବୁ ପ୍ରକାରର ଚକୋଲେଟକୁ ଗୋଟିଏ ସ୍ଥାନରେ ରଖନ୍ତୁ। ସେହିପରି ଫଳ କିମ୍ବା ପରିବାକୁ ବି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ରଖନ୍ତୁ। ଏପରି କରିବା ଫଳରେ ଆପଣଙ୍କର ସମୟ ବଞ୍ଚିବା ସହିତ ଅଧିକ ଜିନିଷ ରଖି ପାରିବେ।
ଫ୍ରିଜ୍‌ରେ ପ୍ରତ୍ୟେକ ଜିନିଷକୁ ବୁଦ୍ଧି ପ୍ରୟୋଗ କରି ରଖନ୍ତୁ। କେଉଁଠି ବୋତଲ ରଖିବେ, କେଉଁଠି ଟିଫିନ ରଖିବେ ସେନେଇ ଠିକ୍‌ ଭାବେ ଚିନ୍ତା କରି ରଖନ୍ତୁ। ନଚେତ୍‌ ବେଳେବେଳେ ଫ୍ରିଜ୍‌ ଖୋଲିବା ମାତ୍ରେ ଅନେକ ଜିନିଷ ପଡି ନଷ୍ଟ ହୋଇଯାଏ।
ଫ୍ରିଜ୍‌ରେ ଆପଣ ବଜାରରୁ ଅନ୍ୟ ଥାକ ଆଣି ଭିତରେ ଜିନିଷ ରଖିପାରିବେ। ଫ୍ରିଜ୍‌ ଭିତରେ ଛୋଟ ଛୋଟ ଢାଙ୍କୁଣୀ ଥିବା ବକ୍ସ ଭିତରେ ବିଭିନ୍ନ ପ୍ରକାରର ଜିନିଷ ଆରାମରେ ରଖିପାରିବେ। ଏପରି କରିବା ଫଳରେ ଅଧିକ ସ୍ଥାନ ମିଳିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ନୂଆ ସମ୍ପର୍କ ଗଢ଼ୁଛନ୍ତି କି… ଭୁଲ୍‌ରେ ବି କରନ୍ତୁନି ଏପରି

ନୂଆ କରି ଗଢ଼ି ଉଠିଥିବା ସମ୍ପର୍କକୁ ନେଇ ସମସ୍ତଙ୍କ ମନରେ ଭୟ ଥାଏ। କାରଣ ଏହି ସମ୍ପର୍କ ସର୍ବଦା ସୂକ୍ଷ୍ମ ହୋଇଥାଏ। ଉକ୍ତ ସମ୍ପର୍କକୁ ସୁଦୃଢ଼...

ଏଗ୍‌ଲେସ୍‌ ଭ୍ୟାନିଲା କେକ୍‌

ଆବଶ୍ୟକ ସାମଗ୍ରୀ: ୨ କପ୍‌ ମଇଦା, ୨.୫ଟି ସ୍ପୁନ୍‌ ବେକିଂ ପାଉଡର, ଅଧା କପ୍‌ ବଟର, ୧.୫ କପ୍‌ କ୍ୟାଷ୍ଟର ସୁଗାର, ଅଧା କପ୍‌ ପାଣି,...

ଦିନରେ ୨ କପ୍‌ ଗ୍ରୀନ୍‌ ଟି’…

ସକାଳେ ଗ୍ରୀନ୍‌ ଟି’ ପିଇବା ଦ୍ୱାରା ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟଗତ ସମସ୍ୟା ଦୂର ହୋଇଥାଏ। ଏଥିରେ ଅନେକ ପ୍ରକାର ଔଷଧୀୟ ଗୁଣ ରହିଛି। ନିୟମିତ ଗ୍ରୀନ୍‌...

ରାତିରେ ନିଦ ହେଉ ନ ଥିଲେ ଆପଣାନ୍ତୁ ଏହି ଉପାୟ…

ଆଖିକୁ ନିଦ ନ ଆସିବା କିମ୍ବା ରାତିରେ ଅନେକ ସମୟ ପର୍ଯ୍ୟନ୍ତ ଶୋଇବାରେ ସମସ୍ୟା ହେଉଥିଲେ ଏହାକୁ ଅନିଦ୍ରା ରୋଗ କୁହାଯାଏ। ଏହା ଏକ ସମସ୍ୟା...

ଶରୀରର କେଉଁଠି କରିବେ ଟାଟୁ, ଜାଣନ୍ତୁ..

ଆଜିର ଏହି ଅଲଟ୍ରା ମଡର୍ନ ଦୁନିଆରେ ଟାଟୁର କ୍ରେଜ୍‌ ବି କିଛି କମ୍‌ ନୁହେଁ। କିଛି ଲୋକ ରେକର୍ଡ ନିଶାରେ ଶରୀରରେ ଟାଟୁ କରାଇଥାନ୍ତି ତ...

କେବଳ କନ୍ୟାର ସୌନ୍ଦର୍ଯ୍ୟ ନଦେଖି ଏଭଳି ଗୁଣ ଥିଲେ କରନ୍ତୁ ବିବାହ; ନଚେତ…

ବିବାହ ଜୀବନର ସବୁଠାରୁ ପବିତ୍ର ଅନୁଷ୍ଠାନ ବୋଲି ବିବେଚନା କରାଯାଏ। ବିବାହକୁ ନେଇ ନେଇଥିବା ନିଷ୍ପତ୍ତି ଭୁଲ ନ ହୋଇଯାଉ ତାହା ପ୍ରତ୍ୟେକ ବ୍ୟକ୍ତି ଚାହାନ୍ତି।...

ସ୍ବା ସ୍ଥ୍ୟ ସୂ ଚ ନା

-କୌଣସି ରୋଗର ଲକ୍ଷଣକୁ ଅବହେଳା କରନ୍ତୁ ନାହିଁ। କାରଣ ପରବର୍ତ୍ତୀ ସମୟରେ ଏହା ହୁଏତ ଗମ୍ଭୀର ସମସ୍ୟା ଧାରଣ କରିପାରେ। ତେଣୁ ତୁରନ୍ତ ଡାକ୍ତରଙ୍କ ସହ...

ସମର ଫ୍ୟାଶନରେ ‘ଅରେଞ୍ଜ୍‌’ ଟ୍ରେଣ୍ଡ

ଭୁବନେଶ୍ୱର,୨୨।୪(ବ୍ୟୁରୋ)-ଫ୍ୟାଶନର ପରିଭାଷା ଦିନକୁ ଦିନ ପରିବର୍ତ୍ତନ ହେଉଥିବା ବେଳେ ଏଥିରେ ପ୍ରତିଦିନ ନୂଆ ନୂଆ ଷ୍ଟାଇଲ୍‌ ଓ ଷ୍ଟେଟ୍‌ମେଣ୍ଟ ଦେଖିବାକୁ ମିଳୁଛି। ଆଗରୁ କେବଳ କଳା,...

Advertisement


Archives

Model This Week