Posted inଜାତୀୟ

କିଷାନ ସରକାରର ଆହ୍ବାନ ଦେଲେ କେସିଆର

ନାଣ୍ଡେଡ,୬।୨ : ଜାତୀୟ ରାଜନୀତି ଉପରେ ଆଖି ପକାଇଥିବା ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର୍‌) ତାଙ୍କ ଦଳର ନାଁ ବଦଳାଇ ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ରଖିଥିଲେ। ଏହି ଦଳ ପ୍ରଥମ ଥର ପାଇଁ ତେଲଙ୍ଗାନା ବାହାରେ ରାଲି କରିଛି। ମହାରାଷ୍ଟ୍ରର ନାଣ୍ଡେଡ୍‌ରେ ଆୟୋଜିତ ରାଲିରେ କେସିଆର୍‌ ଯୋଗଦେଇ ‘ଆସନ୍ତା ଥର କୃଷକ ସରକାର’ ବୋଲି ସ୍ଲୋଗାନ ଦେଇଛନ୍ତି। ଏହି ସୀମାନ୍ତ ରାଜ୍ୟର କେତେକ ଗ୍ରାମ ତେଲଙ୍ଗାନାରେ ମିଶିବା ପାଇଁ ଅନୁମତି ଦେବାକୁ ପୂର୍ବରୁ ଦାବି କରିଥିଲେ। ମହାରାଷ୍ଟ୍ରର ସମସ୍ତ ଆସନରେ ବିଆର୍‌ଏସ୍‌ ନିର୍ବାଚନ ଲଢ଼ିବ ବୋଲି କେସିଆର୍‌ କହିଛନ୍ତି। ସ୍ବାଧୀନତାର ୭୫ ବର୍ଷ ପରେ ଚାଷୀମାନେ ଦେଶର ଶାସନ ଡୋରି ହାତକୁ ନେବାର ସମୟ ଆସିଛି ବୋଲି ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ କହିଥିଲେ, ଆମେ ଏକାଠି ହୋଇପାରିଲେ କିଛି ଅସମ୍ଭବ ନୁହେଁ। ଜନସଂଖ୍ୟାର ୪୨ ପ୍ରତିଶତରୁ ଊର୍ଦ୍ଧ୍ୱ ହେଉଛନ୍ତି କୃଷକ। ସେମାନଙ୍କ ସହ କୃଷି ଶ୍ରମିକଙ୍କୁ ମିଶାଇଲେ ଏହି ସଂଖ୍ୟା ୫୦ ପ୍ରତିଶତରୁ ଅଧିକ ହେବ, ଯାହା ସରକାର ଗଢ଼ିବା ପାଇଁ ଯଥେଷ୍ଟ ବୋଲି କେସିଆର୍‌ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ଧସୁଛି ଜୋଷୀମଠ

ନୂଆଦିଲ୍ଲୀ,୯ା୧: ଭୂସ୍ଫଳନ ପ୍ରବଣ ଜୋନ୍‌ ଜୋଷୀମଠରେ ଅବାଧ ନିର୍ମାଣ ସମ୍ପୃକ୍ତ ଅଞ୍ଚଳକୁ ବିପଦ ମୁହଁକୁ ଠେଲିଦେଇଛି। ଏହାର ପ୍ରତିବାଦରେ ହିଲ୍‌ ଟାଉନ୍‌ ବାସିନ୍ଦା ଗୁରୁବାର ବନ୍ଦ...

ଭାବି ସ୍ବାମୀଙ୍କୁ ମାତାଲ୍‌ ଅବସ୍ଥାରେ ଦେଖି ବିବାହ କରିବାକୁ ମନା କଲେ କନ୍ୟା

ଲକ୍ଷ୍ନୌ,୧୧।୧୧: ବିବାହ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା। ବରଯାତ୍ରୀ ବି ବାଣ ଫୁଟାଇ କନ୍ୟା ଘର ପାଖରେ ପହଞ୍ଚିଥିଲେ। କିନ୍ତୁ କନ୍ୟା ବରକୁ ଦେଖି ବିବାହ...

ଭାଜପାରେ ସାମିଲ ନ ହେବାରୁ ନେତାଙ୍କ ଉପରେ ଚାପ ପକାଯାଉଛି: ଶରଦ ପାଓ୍ବାର

ମୁମ୍ବାଇ,୨୮।୭: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନ୍‌ସିପି) ଅଧ୍ୟକ୍ଷ ଶରଦ ପାଓ୍ବାର କେନ୍ଦ୍ରର ଭାଜପା ସରକାରଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ପାଓ୍ବାର କହିଛନ୍ତି ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ...

କୁଳଭୂଷଣଙ୍କ ଭଳି ପାକିସ୍ତାନ ଜେଲ୍‌ରେ ଅଛନ୍ତି ୨୭୩ ଭାରତୀୟ

ନୂଆଦିଲ୍ଲୀ,୧୮।୭: କୁଳଭୂଷଣ ଯାଦବଙ୍କ ଭଳି ପାକିସ୍ତାନ ଜେଲ୍‌ରେ ୨୭୩ ଜଣ ଭାରତୀୟ ବନ୍ଦୀ ଭାବେ ରହିଛନ୍ତି। ପାକିସ୍ତାନରେ ବିଭିନ୍ନ ଜେଲ୍‌ରେ ଏହି ଭାରତୀୟମାନେ ରହିଛନ୍ତି। ସେମାନଙ୍କ...

ଗୋଟିଏ ପରିବାରର ୨୬ ସଦସ୍ୟ କରୋନା ପଜିଟିଭ

ଜଇପୁର,୯।୬: ରାଜସ୍ଥାନରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏବେ ସେଠାରେ ଗୋଟିଏ ପରିବାରର ୨୬ ଜଣ ସଦସ୍ୟ କରୋନାରେ ପୀଡ଼ିତ ହେବା...

ଆଣ୍ଟି-ଶିପ୍‌ ମିଜାଇଲର ସଫଳ ପରୀକ୍ଷଣ କଲା ନୌସେନା…

ନୂଆଦିଲ୍ଲୀ, ୧୮।୫ : ଭାରତୀୟ ନୌସେନା ପକ୍ଷରୁ ଏକ ଆଣ୍ଟି-ଶିପ୍‌ ମିଜାଇଲର ସଫଳ ପରୀକ୍ଷଣ କରାଯାଇଛି। ବୁଧବାର ନୌସେନା ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି।...

ନିଜର ମତ ସାବ୍ୟସ୍ତ କଲେ ୬୮ ବର୍ଷୀୟ କର୍କଟ ପୀଡିତ

ଗୁଆହାଟି,୨୩।୪: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ଏଥିରେ ପ୍ରତ୍ୟେକ ନାଗରିକ ସେମାନଙ୍କ ଭୋଟଦାନ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ...

ବାପାଙ୍କ ମୁକ୍ତି ଲାଗି ସୁପ୍ରିମକୋର୍ଟ ଗଲେ ୨ନାବାଳକ

ନୂଆଦିଲ୍ଲୀ,୧।୫: କୋଭିଡ୍‌-୧୯ ମହାମାରୀର ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର କ’ଣ ସବୁ ପଦକ୍ଷେପ ନେଇଛନ୍ତି ବୋଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶ୍ନ କରି...

Advertisement
Archives

Model This Week