ପରିଚୟ ଖୋଜୁଛି ‘କବିତ୍ରା’

କେନ୍ଦୁଝର,୧୧ା୧(ନରେଶ ଚନ୍ଦ୍ର ପଟ୍ଟନାୟକ)କେନ୍ଦୁଝର ମୁଖ୍ୟାଳୟକୁ ଲାଗିଥିବା କବିତ୍ରା ଗ୍ରାମ ଅପହଞ୍ଚ ହୋଇ ରହିଛି। ପ୍ରଶାସନିକ ଓ ରାଜନୈତିକ ଉଦାସୀନତା ଯୋଗୁ ଗ୍ରାମକୁ ରାଜସ୍ବ ମାନ୍ୟତା ମିଳି ନ ଥିବାରୁ ଏଠାରେ ରହୁଥିବା ଲୋକେ ସରକାରୀ ଯୋଜନା ଓ ସୁବିଧାରୁ ବଞ୍ଚତ୍ତ ରହିଛନ୍ତି। ଏହାକୁ ନେଇ ଅଭିଯୋଗ, ଗୁହାରି କଲେ ମଧ୍ୟ ଦୀର୍ଘ ବର୍ଷ ହେଲା ସମସ୍ୟା ଶୁଣିବାକୁ କେହି ନାହିଁ। ଫଳରେ ବୁଧବାର ସ୍ଥାନୀୟ ଲୋକେ ଲିଖିତ ଭାବେ ଜିଲାପାଳଙ୍କୁ ସମସ୍ୟା ଜଣାଇ ନ୍ୟାୟ ମାଗିଛନ୍ତି। ଯଦି ନ୍ୟାୟ ନ ମିଳେ ବାଧ୍ୟ ହୋଇ ଭୋଟ ବର୍ଜନ ସହ ରାଜନେତା ଓ ସରକାରୀ କଳଙ୍କୁ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି।
ଅଭିଯୋଗ ମୁତାବକ, ପୂର୍ବରୁ ଉକ୍ତ ଗ୍ରାମକୁ ପଞ୍ଚାୟତରୁ ଅଲଗାକରି କେନ୍ଦୁଝର ଗଡ଼ ପୌରପାଳିକାରେ ଅନ୍ତର୍ଭୁକ୍ତ କରାଯାଇଥିଲା। ପରବର୍ତ୍ତୀ ସମୟରେ ପୌର ପ୍ରଶାସନର ଅବହେଳା ଯୋଗୁ ସ୍ଥାନୀୟ ଲୋକେ ପୁଣି ପଞ୍ଚାୟତ ଅଧୀନକୁ ଯିବା ପାଇଁ ଦାବି କରିଥିଲେ। ଏନେଇ ଆନ୍ଦୋଳନ କରିବା ସହ ଅଦାଲତର ଦ୍ବାରସ୍ଥ ହୋଇଥିଲେ। ପରବର୍ତ୍ତୀ ସମୟରେ ଗ୍ରାମକୁ ପୁଣି ପଞ୍ଚାୟତକୁ ହସ୍ତାନ୍ତର କରାଯାଇଥିଲା। ଗ୍ରାମରେ ଏବେ ୪ ୱାର୍ଡରେ ପାଖାପାଖି ୪ ହଜାର ବିଭିନ୍ନ ବର୍ଗ ଓ ଜାତିର ଲୋକ ରହୁଛନ୍ତି। ଏହା ଜିଲାପାଳଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୩ କି.ମି. ଦୂରରେ ଅବସ୍ଥିତ। ତେବେ ଦୀପ ତଳ ଅନ୍ଧାର ଭଳି ଏଠାରେ ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ ଓ ଦାରିଦ୍ର୍ୟ ଦୂରୀକରଣ ଯୋଜନା ପହଞ୍ଚତ୍ ପାରୁନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଗ୍ରାମ ପୁନଃ ପଞ୍ଚାୟତରେ ମିଶ୍ରଣ ପରଠାରୁ ନିଜର ପରିଚୟ ଖୋଜୁଛି। ଏହା ସଦର ବ୍ଲକ୍‌ ଅନ୍ତର୍ଗତ ବୋଦାପଳସା ପଞ୍ଚାୟତ ଅଧୀନରେ ଥିଲେ ହେଁ ରାଜସ୍ବ ଗ୍ରାମର ମାନ୍ୟତା ପାଇ ନ ଥିବାରୁ ଗ୍ରାମକୁ ପକ୍କା ରାସ୍ତା, ପାନୀୟ ଜଳ, ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କାଘର, ଜବ୍‌ କାର୍ଡ, କୃଷକ ବୀମା, କୃଷକ ସହାୟତା ରାଶି, ସ୍ବଚ୍ଛ ଭାରତ ମିଶନ ଭଳି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ଅପହଞ୍ଚ ହୋଇପଡ଼ିଛି। ଫଳରେ ଲୋକମାନେ ଦୀର୍ଘ ବର୍ଷ ହେଲା ଅକଥନୀୟ ଦୁର୍ଦ୍ଦଶାରେ ରହୁଛନ୍ତି। ଏଣୁ ନିର୍ବାଚନ ଘୋଷଣା ପୂର୍ବରୁ ସରକାରୀ ଯୋଜନା ନ ମିଳିଲେ ବାଧ୍ୟ ହୋଇ ଆସନ୍ତା ସାଧାରଣ ନିର୍ବାଚନକୁ ବର୍ଜନକରିବା ସହ ନେତା ଓ ଅଧିକାରୀଙ୍କୁ ଗ୍ରାମରେ ପୂରାଇ ଦେବେନାହିଁ ବୋଲି ୱାର୍ଡମେମ୍ବର ସୁଦୀପ୍ତ ନାୟକ, ଗୌରୀ ନାୟକ, କଲ୍ୟାଣୀ ଜେନାଙ୍କ ସମେତ ଶୁଭ୍ର ମହାନ୍ତ, ମମତା ମହାନ୍ତ, ଜ୍ୟୋତ୍ସ୍ନାରାଣୀ ସାହୁ ଓ ଅନ୍ୟମାନେ ଚେତାବନୀ ଦେବା ସହ ଏ ନେଇ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି। ଏବିଡିଓ ଭାଗବତ ନାୟକ କହିଛନ୍ତି, ଗ୍ରାମ ପୌରଅଞ୍ଚଳରୁ ପଞ୍ଚାୟତକୁ ଆସିବା ପରଠାରୁ ଗ୍ରାମର ସ୍ଥିତି ନେଟ୍‌ରେ ଦେଖାଉନାହିଁ। ଫଳରେ ଉନ୍ନୟନ କାର୍ଯ୍ୟ କରିବାରେ ସମସ୍ୟା ଉପୁଜୁଛି। ସମାଧାନ ପାଇଁ ଜିଲାପାଳଙ୍କୁ ଚିଠି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ

ବାରଙ୍ଗ,୨୯।୪(ଲିଙ୍ଗରାଜ ରାଉତ): ନନ୍ଦନକାନନ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ସୋମବାର ଅପରାହ୍ନରେ ଜଣେ ଯୁବକ ଉତ୍ପାତ କରି କମ୍ପ୍ୟୁଟର, ଝରକାକାଚ, ଟେବୁଲ ଓ ଅନ୍ୟାନ୍ୟ ସାମଗ୍ରୀ ଭାଙ୍ଗିବା ସହ...

ପହଞ୍ଚିଲେ ନିର୍ବାଚନୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ

କଟକ,୨୯ା୪(କାର୍ତ୍ତିକ ସାହୁ): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ କଟକ ଜିଲାରେ ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୋମବାର ପହଞ୍ଚିଛନ୍ତି। ଭାରତୀୟ ରାଜସ୍ବ ସେବାର ବରିଷ୍ଠ ଅଧିକାରୀ  ସୁରେଶ...

ପଞ୍ଜୀକରଣର ୧୦୦ ମିନିଟ୍‌ ମଧ୍ୟରେ ହେବ କାର୍ଯ୍ୟାନୁଷ୍ଠାନ

କଟକ,୨୯ା୪(କାର୍ତ୍ତିକ ସାହୁ): ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧିତ ଅଭିଯୋଗ ଦାଖଲ ପାଇଁ କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ ସମନ୍ବିତ କଣ୍ଟ୍ରୋଲ ରୁମ୍‌...

ଭାଜପା ଛାଡିବା ଖବରକୁ ଖଣ୍ଡନ କଲେ ନୀତେଶ, କହିଲେ ମୋ ଆକାଉଣ୍ଟ…

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ତେବେ ଏଭଳି ଏକ ଖବରକୁ ଖଣ୍ଡନ କରିଛନ୍ତି ନୀତେଶ। ସେ କହିଛନ୍ତି, ତାଙ୍କ ଫେସବୁକ୍‌ ଆକାଉଣ୍ଟ...

ଆତ୍ମସମର୍ପଣ କଲେ ୨୩ ମାଓବାଦୀ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ସୋମବାର ୨୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଲୋନ୍‌ ଭାରାଟୁ ଅଭିଯାନରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା...

ଆସନ୍ତା ୨ରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ନବୀନ

ଭୁବନେଶ୍ୱର,୨୯।୪: ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨ ତାରିଖରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ଏଥିସହ...

ଭାଜପାରୁ ଇସ୍ତଫା ଦେଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ସୋମବାର ନୀତେଶ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ଏମ୍‌ପି...

ଯବାନଙ୍କ ସହ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ, ଅନେକ ଆହତ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନପାତ୍ର): ମାଲକାନଗିରି ଜିଲା ସୀମାନ୍ତ ସୁକ୍‌ମା ଜିଲାରେ ସୋମବାର ଡିଆର୍‌ଜି ଯବାନଙ୍କ ସହ ଗୁଳି ବିନିମୟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନେକେ ଆହତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri