ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ କସନା ପାହାଡ଼

ଭବାନୀପାଟଣା,୧୮।୧(ଉତ୍ତମ କୁମାର ଦାଶ): କିମ୍ବଦନ୍ତୀ ଓ ରହସ୍ୟ ଭରା ପାହାଡ କସନା ଡଙ୍ଗର। କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ମହକୁମାଠାରୁ ପ୍ରାୟ ୨୬ କି.ମି. ଦୂରରେ ଥିବା କସନା ପାହାଡର ଦୃଶ୍ୟ ପର୍ଯ୍ୟଟକଙ୍କ ମନମୋହିଥାଏ। ସ୍ବପ୍ନାଦେଶ ଅନୁଯାୟୀ ବିଭିନ୍ନ ଦେବଦେବୀ ଏଠାରେ ପୂଜା ପାଉଛନ୍ତି। ହେଲେ ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆଢ଼ୁଆଳରେ ଏବେ ଏହା ରହିଯାଇଛି। କଳା, ସଂସ୍କୃତି ଏବଂ ଐତିହ୍ୟର ଭୂମି ହେଉଛି କଳାହାଣ୍ଡି। ଏଠାକାର ଅନେକ ପାହାଡ ଓ ଗୁମ୍ଫାରେ ରହିଛି ଅନେକ କିମ୍ବଦନ୍ତି ଓ ରୋଚକପୁର୍ଣ୍ଣ ଲୋକକଥ। ସେମିତି ଅନେକ ପାହାଡ ଉପରେ ପୂଜା ପାଇ ଆସୁଛନ୍ତି ବହୁ ଦେବଦେବୀ। ଏମିତି ଏକ ପାହାଡ ମଧ୍ୟରେ ରହିଛି ଜୟପାଟଣା ବ୍ଲକ ବଡପୂଝାରିଗୁଡା ପଞ୍ଚାୟତରେ। ଘନଜଙ୍ଗଲ ମଧ୍ୟରେ ସବିଗୁଡା ଗାଁଠାରୁ ପ୍ରାୟ ୩ କି.ମି. କଚା ରାସ୍ତା ଓ ୧ କି.ମି. ଘାଟିରାସ୍ତା ପାରି ହେବା ପରେ ପଡ଼ୁଛି କସନା ପାହାଡ। ଏଠାରେ ରହିଛି ଅନେକ ଦେବଦେବୀଙ୍କ ପୀଠ ଓ ମନ୍ଦିର। ଏହି ଡଙ୍ଗର ମଧ୍ୟରେ ଅଷ୍ଚଶମ୍ଭୁ, ଶ୍ୟାମକାଳି, ରାମଶିଳା, ପାତାଳେଶ୍ବର ମହାଦେବ, ମା’ପାର୍ବତୀ, ଚଉଷଠୀ ଯୋଗିନୀ, ଭୈରବ ଚଣ୍ଡୀ ଓ ଶ୍ରୀରାମ ପାଦୁକା ଭଳି ଅନେକ ଦେବଦେବୀଙ୍କ ପୀଠ ରହିଥିବା ବେଳେ ଜଳକୁଣ୍ଡ ଓ ରହସ୍ୟମୟ ଗୁମ୍ଫା ଏହି ଅଞ୍ଚଳ ପାଇଁ ଧର୍ମିୟ ଓ ପର୍ଯ୍ୟଟନ କ୍ଷେତ୍ରରେ ଲୋକଙ୍କୁ ଆକାର୍ଶିତ କରୁଛି। ଅଞ୍ଚଳର ପ୍ରତିଦନ ଶ୍ରଦ୍ଧାଳୁମାନଙ୍କ ଭିଡ ଲାଗି ରହିଥିବା ବେଳେ ପ୍ରତୈକ ପୀଠରେ ସ୍ବତନ୍ତ୍ର ଭାବେ ପୂଜକମାନଙ୍କ ଦ୍ବାରା ସମସ୍ତ ଦେବଦେବୀ ପୂଜା ପାଇ ଆସୁଛନ୍ତି। ଏଠାରେ ଯାହା ବି ମାନସିକ କରିଥିଲେ ତାହା ପୂରଣ ହୁଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି। ଅନେକ ବର୍ଷ ପୂର୍ବରୁ କିଛି ଭକ୍ତଙ୍କୁ ସ୍ବପ୍ନାଦେଶ ହେବା ପରେ କେତେକ ଧର୍ମପରାୟଣ ବ୍ୟକ୍ତିଙ୍କ ଉଦ୍ୟମରେ ପୀଠ ସବୁ ସ୍ଥାପନ ହୋଇ ପୂଜାର୍ଚ୍ଚନା କରାଯାଉଥିବା ଲୋକେ ପ୍ରକାଶ କରିଛନ୍ତି। ୧ ଲକ୍ଷ ଟଙ୍କା ସରକାରୀ ସହାୟତା ଏବଂ ସ୍ଥାନୀୟ ଲୋକଙ୍କ ଚେଷ୍ଚାରେ ଏବେ ପ୍ରାୟ ୭ଶହ ମିଟର ଘାଟି ରାସ୍ତା କାଟି ଗମନାଗମନ ପାଇଁ ନୂତନ କଚା ରାସ୍ତା ନିର୍ମାଣ ହୋଇଥିବାରୁ ଲୋକେ ଯିବାଆସିବା କରିପାରୁଛନ୍ତି। ଏବେ ପିକନିକ ଋତୁ ହୋଇଥିବାରୁ ବେସ ଭି଼ଡ ମଧ୍ୟ ଦେଖିବାକୁ ମିଳୁଛି ଏହି କସନା ପାହାଡରେ। ହେଲେ ଖରା, ବର୍ଷା, ଶିତରେ ଖୋଲା ଜାଗାରେ ପୂଜା ପାଇ ଆସୁଥିବା ଦେବଦେବୀଙ୍କ ରକ୍ଷଣାବେକ୍ଷଣ ଲାଗି କିଛି ବନ୍ଦୋବସ୍ତ ନ ଥିବାରୁ କାଠ ଓ ବାଉଁଶର ଛାମୁଣି କରି ରଖାଯାଇଥିବା ବେଳେ ଶ୍ରଦ୍ଧାଳୁମାନଙ୍କ ପାଇଁ ବିଶ୍ରାମ ଗୃହ, ପାନୀୟ ଜଳ, ସବୁ ଦିନିଆ ରାସ୍ତା ପାଇଁ ସରକାର ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭବାନୀପାଟଣାରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ୩୨ କିଲୋ ବାସି-କୃତ୍ରିମ ରଙ୍ଗଯୁକ୍ତ ଖାଦ୍ୟ ନଷ୍ଟ

ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): ଆଗକୁ ଆସୁଥିବା ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଭବାନୀପାଟଣା ସହରର ବିଭିନ୍ନ ସ୍ଥାନରେ ସୋମବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ପୋଲିସ ସହଯୋଗରେ ଚଢ଼ାଉ…

ବାଇକରେ ବୁହାହେଲା ମୃତଦେହ: ଅଭାବନୀୟ ଚିତ୍ରର ଭିଡିଓ ହେଉଛି ଭାଇରାଲ

ବଲାଙ୍ଗୀର,୨୪।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରୁ ଆସିଛି ଅଭାବନୀୟ ଚିତ୍ର। କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଖଇରପଦର ଗାଁର ୧୨ ବର୍ଷୀୟା…

କୁରୁଗୁଡା-ମୁର୍ଲାପଦର ମୁଖ୍ୟ ରାସ୍ତାରେ ୫ଫୁଟ୍‌ର ପାଣି, ଯୋଗାଯୋଗ ବିଛିନ୍ନ

ଜୁନାଗଡ଼, ୨୪ା୮(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲାରେ ଗତ ଦୁଇଦିନ ଧରି ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଏଥିଯୋଗୁ ବିଭିନ୍ନ ନଦୀନାଳରେ ଜଳସ୍ତର ବୃଦ୍ଧି ପାଇଛି।…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ ପାଇଁ ଶୁଭଖୁଣ୍ଟି ସ୍ଥାପନ

ଦିଗପହଣ୍ଡି, ୨୪।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବଜାରସାହି ପୂଜା କମିଟି ପକ୍ଷରୁ ୪୬ତମ ଗଣେଶ ପୂଜା ମହୋତ୍ସବ ନିମନ୍ତେ ସୋମବାର ବଜାର…

ସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଉଥିଲେ, ମାଡ଼ି ବସିଲା ପରିବହନ ବିଭାଗ

ବାଙ୍କୀ, ୨୪/୮ (ଶୁଭେନ୍ଦୁ ମହାପାତ୍ର): ଅସୁରକ୍ଷିତ ବସ୍‌ରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଯାତାୟାତ କରାଯାଉଥିବା ଅଭିଯୋଗରେ କଟକ ପରିବହନ ବିଭାଗ ବାଙ୍କୀ ଅଞ୍ଚଳରୁ ୩ଟି ଗାଡ଼ି ଜବତ କରିଛି।…

ମଙ୍ଗଳବାର ପନିପରିବା ମାର୍କେଟ ବନ୍ଦ ଡାକରା ଦେଲା ଉଠାଦୋକାନୀ ସଂଘ: ସମସ୍ୟା ସମାଧାନ ଦାବି

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ) : ଛତ୍ରପୁର ସହରର ସମସ୍ତ ପନିପରିବା ଦୋକାନ ମଙ୍ଗଳବାର ବନ୍ଦ ନିମନ୍ତେ ଡାକରା ଦିଆଯାଇଛି। ଛତ୍ରପୁର ଉଠାଦୋକାନୀ ସଂଘ ପକ୍ଷରୁ ଦୋକାନୀମାନଙ୍କ…

ନିଶାମୁକ୍ତ ଓଡ଼ିଶା ସହ ସାଇବର ସୁରକ୍ଷା: ଛାତ୍ରୀଛାତ୍ରଙ୍କୁ ପୋଲିସର…

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ପ୍ରତିଭା ଆବାସିକ ବିଶ୍ୱବିଦ୍ୟାଳୟ ପରିସରରେ ସୋମବାର ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ସହ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଏୟାର ବ୍ୟାଗରେ ଗଞ୍ଜେଇ: ବଲାଙ୍ଗୀର ରେଲୱେ ଷ୍ଟେଶନରେ ଅପେକ୍ଷା କରିଥିବା ଯୁବକଙ୍କୁ…

ବଲାଙ୍ଗୀର, ୨୪/୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରେଲୱେ ଷ୍ଟେଶନରୁ ୧୦ କେଜି ଗଞ୍ଜେଇ ରେଲୱେ ସୁରକ୍ଷା ବଳ (ଆରପିଏଫ) ଜବତ କରିଛି। ଏହି ଘଟଣାରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri