Posted inଖେଳ

କରୋନାରୁ ଆରୋଗ୍ୟ ହେଲେ କରୁଣ ନାୟାର

ନୂଆଦିଲ୍ଲୀ, ୧୪ା୮ (ପି.ଟି.)-ଭାରତ ଓ କିଙ୍ଗ୍ସ ଇଲେଭେନ୍‌ ବ୍ୟାଟ୍ସମ୍ୟାନ କରୁଣ ନାୟାର କୋଭିଡ୍‌-୧୯ରୁ ଆରୋଗ୍ୟ ଲାଭ କରିଛନ୍ତି। ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଖେଳିବା ଲାଗି ସେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ଯିବେ। ନାୟାରଙ୍କର ଗତ ମାସରେ କୋଭିଡ୍‌ ଟେଷ୍ଟ ହୋଇଥିଲା ଏବଂ ଫଳାଫଳ ପଜିଟିଭ୍‌ ଆସିଥିଲା। କରୋନା ଟେଷ୍ଟରେ ନେଗେଟିଭ୍‌ ଆସିବା ପୂର୍ବରୁ ସେ ଦୁଇ ସପ୍ତାହରୁ ଊର୍ଦ୍ଧ୍ୱ ଦିନ ଧରି ସେଲ୍‌ଫ ଆଇସୋଲେଶନରେ ଥିଲେ। ଏହି ରିପୋର୍ଟ ଉପରେ ଫ୍ରାଞ୍ଚାଇଜ୍‌ ତରଫରୁ କୌଣସି ମନ୍ତବ୍ୟ ଦିଆଯାଇ ନାହିଁ। କିନ୍ତୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଏକ ସୂତ୍ରରୁ ପ୍ରକାଶ କ୍ୱାରାଣ୍ଟାଇନ ଶେଷ ହେବା ପରେ ଅଗଷ୍ଟ ୮ରେ ହୋଇଥିବା କୋଭିଡ୍‌ ଟେଷ୍ଟରେ ତାଙ୍କର ନେଗେଟିଭ୍‌ ଆସିଥିଲା। ଅଗଷ୍ଟ ୨୦ରେ ୟୁଏଇ ଗସ୍ତ ପୂର୍ବରୁ ଦଳର ଅବଶିଷ୍ଟ ସଦସ୍ୟଙ୍କ ସହିତ ତାଙ୍କୁ ଆହୁରି ତିନୋଟି ଟେଷ୍ଟରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ। ଟେଷ୍ଟରେ ଏକ ତ୍ରିଶତକ ହାସଲ କରିଥିବା ନାୟାର ଗତଥର ୨୦୧୭ରେ ଭାରତ ତରଫରୁ ଖେଳିଥିଲେ। ୨୦୧୮ରୁ ସେ କିଙ୍ଗ୍ସ ଇଲେଭେନ ପଞ୍ଜାବ ଦଳର ଜଣେ ସଦସ୍ୟ ରହିଆସିଛନ୍ତି। ୨୮ ବର୍ଷୀୟ ଏହି କ୍ରିକେଟର ତାଙ୍କ କର୍ନାଟକ ଟିମ୍‌ମେଟ୍‌ ମୟଙ୍କ ଅଗ୍ରଓ୍ବାଲ ଓ କେ.ଏଲ୍‌ ରାହୁୁଲଙ୍କ ସହିତ ଖେଳିବେ। ରାହୁଲଙ୍କୁ ପ୍ରଥମ ଥର ଦଳର ଅଧିନାୟକ କରାଯାଇଛି। କିଙ୍ଗ୍ସ ଇଲେଭେନ ପଞ୍ଜାବ ଦୁବାଇରେ ଅବସ୍ଥାନ କରିବ। ସେଠାରେ ପହଞ୍ଚତ୍ବା ପରେ ଅନ୍ୟ ଦଳଗୁଡ଼ିକ ଭଳି ଏହାର ଖେଳାଳିମାନେ ୬ ଦିନ କ୍ୱାରାଣ୍ଟାଇନ୍‌ରେ ରହିବେ। ଏକତ୍ର ଟେନିଂ ଆରମ୍ଭ କରିବା ପୂର୍ବରୁ ଖେଳାଳିଙ୍କର ୩ଥର ଟେଷ୍ଟରେ ନେଗେଟିଭ୍‌ ଆସିବା ଦରକାର। ମଙ୍ଗଳବାର ରାଜସ୍ଥାନ ରୟାଲ୍ସର ଫିଲ୍‌ଡିଂ କୋଚ୍‌ ଦିଶାନ୍ତ ୟାଗନିକ୍‌ଙ୍କର କରୋନା ଭାଇରସ ଟେଷ୍ଟ ହୋଇଥିଲା। ହୋମ୍‌ ଟାଉନ୍‌ ଉଦୟପୁରରେ ବର୍ତ୍ତମାନ ସେ କ୍ୱାରାଣ୍ଟାଇନରେ ଅଛନ୍ତି। ଆଇପିଏଲ୍‌ ସେପ୍ଟେaମ୍ବର ୧୯ରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ତିନୋଟି ଭେନ୍ୟୁ ଦୁବାଇ, ଶାରଜା ଓ ଆବୁଧାବୀରେ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri