ବ୍ରହ୍ମପୁର ସହରରେ କରୋନା ଭୟ: ଫାଷ୍ଟ ଗେଟ ସିଲ୍‌

ବ୍ରହ୍ମପୁର ଅଫିସି,୧୩।୭: ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବ୍ରହ୍ମପୁର ସହର ଜିଲାର ଏକ ମାତ୍ର ପ୍ରମୁଖ ସହର ତଥା ବ୍ୟବସାୟିକ ପେଣ୍ଠସ୍ଥଳୀ। ଏହି ସହରର ସ୍ଥିତି ଏବେ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ଲକ୍‌ଡାଉନ୍‌ କୋହଳ ହେବା ପରେ ସକାଳ ହେଲା ମାତ୍ରେ ସହର ଚାରିପଟେ ଲୋକଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳୁଛି। ଏ ନେଇ ଦକ୍ଷିଣାଞ୍ଚଳ ରେଞ୍ଜ ଡିଆଇଜି ସତ୍ୟବ୍ରତ ଭୋଇ ଓ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ସୋମବାରଠାରୁ ଫାଷ୍ଟଗେଟକୁ ଅନର୍ଦ୍ଦିଷ୍ଟ କାଳ ପାଇଁ ସିଲ କରିଦିଆଯାଇଛି। କେବଳ ଜରୁରୀକାଳୀନ କାମରେ ସହର ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳିବ ବୋଲି ବଡ଼ବଜାର ଥାନାଧିକାରୀ ପ୍ରଶାନ୍ତ କୁମାର ଭୂପତି ସୂଚନା ଦେଇଛନ୍ତି। ଶଟଡାଉନ କଟକଣା ରହିଥିଲେ ମଧ୍ୟ ଲୋକମାନେ ବିଭିନ୍ନ ଗ୍ରାମଞ୍ଚଳରୁ ଫାଷ୍ଟଗେଟ ଦେଇ ସହର ମଧ୍ୟକୁ ପ୍ରବେଶ କରୁଛନ୍ତି । ଏହାକୁ ରୋକିବା ଓ ଅମାନିଆଙ୍କ ସାବଡ଼ କରିବା ପାଇଁ ଏବେ ସେଠାରେ ଜଣେ ପୋଲିସ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ୨ ସେକ୍ସନ ପୋଲିସ ମୁତୟନ କରାଯାଇଛି ବୋଲି ସେ କହିଛନ୍ତି । ଅଧିକାଂଶ ଲୋକ ଅଯଥାରେ ମେଡିଶିନ କ୍ରୟ କରିବା ଓ ମେଡିକାଲ କାମ କହି ସହର ଭିତରକୁ ପ୍ରବେଶ କରୁଛନ୍ତି । ଏହା ଉପରେ ଏବେ କଡା କଟକଣା ଲାଗୁ ହେବ ବୋଲି ସେ କହିଛନ୍ତି। ସେହିପରି ସହର ଅନ୍ୟ ପ୍ରବେଶ ପଥ ଗୁଡିକରେ ଏଭଳି କଟକଣା ମଧ୍ୟ ଲାଗୁହେବ ବୋଲି ଜଣାପଡ଼ିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତର ଅଛନ୍ତି ମାତ୍ର ୧୦…ଛତ୍ରପୁର ହସ୍ପିଟାଲରେ ICU ଓ ଟ୍ରମା କେୟାର ପାଇଁ ଉଠିଲା ଦାବି

ଛତ୍ରପୁର,୬ା୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଉପରେ ଦୈନିକ ଶତାଧିକ ରୋଗୀ ନିର୍ଭର କରନ୍ତି । ପର୍ଯ୍ୟାପ୍ତ ସଂଖ୍ୟକ…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ରାସ୍ତା ନିର୍ମାଣ କାର୍ଯ୍ୟରେ ଅନିୟମିତତା ଅଭିଯୋଗ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର

ଗଞ୍ଜାମ,୬।୯(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ୱାର୍ଡ ୯ ବରପଲ୍ଲୀ ଗ୍ରାମକୁ ଉପଯୁକ୍ତ ରାସ୍ତା ଟିଏ ନଥିଲା । ଦୀର୍ଘ ବର୍ଷ ହେବ ମୋରମ ବିଛା…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

ପୌର ନିର୍ବାଚନ ପାଇଁ ଦିଗପହଣ୍ଡି ବିଜେଡିର ସଜବାଜ, ପ୍ରତି ୱାର୍ଡରେ ଗଠନ ହେବ ଦଳୀୟ କମିଟି

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ କମାପଡିଆ ସ୍ଥିତ ଶ୍ରୀ ନୀଳକଣ୍ଠେଶ୍ଵର ଶୈବ ପୀଠ ପ୍ରାଙ୍ଗଣରେ ଦିଗପହଣ୍ଡି ନଗର ବିଜୁ ଜନତା ଦଳ…

ଗୁରୁଙ୍କୁ ସମ୍ମାନ, ଶିକ୍ଷକଙ୍କୁ ସମ୍ବର୍ଦ୍ଧନା; ଭଞ୍ଜନଗର ବିଧାୟକ କହିଲେ…

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ରବିବାର ସନ୍ଧ୍ୟାରେ ‘ଗୁରୁ ପୂଜନ ସହ ସମ୍ବର୍ଦ୍ଧନା ଉତ୍ସବ’ ଅନୁଷ୍ଠିତ ହୋଇଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri